ବିଏ ପାସ୍‌ ନ କରି ଅଧ୍ୟାପକ

କଣାସ,୨୯ା୯(ସ୍ବ.ପ୍ର.): ପୁରୀ ଜିଲା କଣାସ ବ୍ଲକ ଅଧୀନ ଗଡ଼ସାନପୁଟ ପଞ୍ଚାୟତର ଚଉଦମୌଜା ବିଦ୍ୟୁତ୍‌ ସ୍ନାତକ ମହାବିଦ୍ୟାଳୟରେ ଜଣେ ଓଡ଼ିଆ ଅଧ୍ୟାପକ ସ୍ନାତକ (ବି.ଏ.) ପାସ୍‌ ନ କରି ସ୍ନାତକୋତ୍ତର (ଏମ୍‌.ଏ) ପାସ୍‌ ସାର୍ଟିଫିକେଟ୍‌ ଦେଇ ଦୀର୍ଘଦିନ ହେଲା କାର୍ଯ୍ୟ କରୁଥିବା ଅଭିଯୋଗ ହେଉଛି। ସେ ଜାଲ୍‌ ପ୍ରମାଣପତ୍ର ବଳରେ ଏଭଳି ନିଯୁକ୍ତି ପାଇଥିବା ଜଣାପଡ଼ିଛି। ସମ୍ପ୍ରତି ସୂଚନା ଅଧିକାର ବଳରେ ଏହି ତଥ୍ୟ ସାମ୍ନାକୁ ଆସିଛି।

ସମ୍ପୃକ୍ତ ଅଧ୍ୟାପକ ଖୋର୍ଦ୍ଧାସ୍ଥିତ ପ୍ରାଣନାଥ ମହାବିଦ୍ୟାଳୟରେ ୧୯୯୧-୯୨ ମସିହାରେ ବି.ଏ. ଫାଇନାଲ୍‌ ପରୀକ୍ଷା ଦେଇ ମାଲ୍‌ପ୍ରାକ୍ଟିସ୍‌ରେ ଧରା ପଡ଼ିଥିବାବେଳେ ୧୯୯୪ ମସିହାରେ ରୋଲ ନଂ-୨୧୯୦୩ ପି୫୬୯ରେ ଏମ୍‌ଏ ପାସ୍‌ କରିଥିବା ସାର୍ଟିଫିକେଟ୍‌ ଦାଖଲ କରି କାର୍ଯ୍ୟରେ ଯୋଗଦେଇଛନ୍ତି। ଅନ୍ୟପକ୍ଷରେ ବିଏରେ ସେ ମାଲ୍‌ପ୍ରାକ୍ଟିସ୍‌ ହୋଇଥିବାବେଳେ ଆଞ୍ଚଳିକ ଉଚ୍ଚଶିକ୍ଷା ନିର୍ଦ୍ଦେଶାଳୟରୁ କିପରି ପ୍ରୋଭିଜିନାଲ ସାର୍ଟିଫିକେଟ୍‌ ଓ ମାର୍କଶିଟ୍‌ ଜାଲିଆତି କରି ଏମ୍‌ଏରେ ନାମ ଲେଖାଇଲେ ତାହା ପ୍ରଶ୍ନବାଚୀ ହୋଇଛି। ଉତ୍କଳ ୟୁନିଭର୍ସିଟିର କୌଣସି କର୍ମଚାରୀ ଏହି ଜାଲିଆତିରେ ସମ୍ପୃକ୍ତ ଥିବା ଅଭିଯୋଗ ହେଉଛି। ସମ୍ପୃକ୍ତ ଅଧ୍ୟାପକଙ୍କର ବିଏ ଫାଇନାଲ ସାର୍ଟିଫିକେଟ୍‌ ନ ଥିବା ନେଇ ଉତ୍କଳ ୟୁନିଭର୍ସିଟି ପରୀକ୍ଷା ନିୟନ୍ତ୍ରକଙ୍କ କାର୍ଯ୍ୟାଳୟର ଚିଠି ନଂ-୧୬୦୫୯୩ (୧୨) ୮.୪.୨୦୨୨ରେ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଥିଲେ।

ସେହିପରି ପ୍ରାଣନାଥ ମହାବିଦ୍ୟାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ସମ୍ପୃକ୍ତ ଅଧ୍ୟାପକଙ୍କୁ କୌଣସି ସାର୍ଟିଫିକେଟ୍‌ ଓ ମାର୍କସିଟ୍‌ ଦିଆଯାଇନାହିଁ। ତାଙ୍କୁ ବିଏ ପରୀକ୍ଷାରେ ମାଲ୍‌ପ୍ରାକ୍ଟିସ୍‌ କରାଯାଇଥିବା ମହାବିଦ୍ୟାଳୟ କର୍ତ୍ତୃପକ୍ଷ କହିଛନ୍ତି। ସମ୍ପ୍ରତି ସୂଚନା ଅଧିକାର ଆଇନ ବଳରେ ଏହି ତଥ୍ୟ ହସ୍ତଗତ ହୋଇଛି। ଶିକ୍ଷା ବିଭାଗର ଆଞ୍ଚଳିକ ନିର୍ଦ୍ଦେଶକ ଏହାର ତଦନ୍ତ କରିବା ପାଇଁ ଚିଠି ନଂ- ଇ.ସି-୧୧୬୫୯୩ (୧୨) ତା. ୪.୮.୨୦୨୨ରେ ପ୍ରାଣନାଥ କଲେଜ୍‌ ଅଧ୍ୟକ୍ଷ, ଚଉଦମୌଜା ବିଦ୍ୟୁତ୍‌ ମହାବିଦ୍ୟାଳୟର ଅଧ୍ୟକ୍ଷ, ଉତ୍କଳ ୟୁନିଭର୍ସିଟିର ସୂଚନା ଅଧିକାରୀ, ଡେପୁଟି କଣ୍ଟ୍ରୋଲର (ପରୀକ୍ଷା) ଏବଂ କୁଳପତିଙ୍କ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏ ସମ୍ପର୍କରେ ଚଉଦମୌଜା ବିଦ୍ୟୁତ୍‌ ମହାବିଦ୍ୟାଳୟର ଅଧ୍ୟକ୍ଷ ବିଜୟ କୁମାର ସାମନ୍ତରାୟଙ୍କୁ ପଚାରିବାରୁ କହିଛନ୍ତି, ତଦନ୍ତ ପାଇଁ ଉତ୍କଳ ୟୁନିଭର୍ସିଟିରୁ ଚିଠି ଆସିଥିଲା। ମୁଁ ସମସ୍ତ କାଗଜପତ୍ର ୟୁନିଭର୍ସିଟିରେ ଜମା କରିଦେଇଛି। ସେମାନେ ଯାହା ନିଷ୍ପତ୍ତି ନେବେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ଇତିହାସ ରଚିଲେ ହାର୍ଦ୍ଦିକ ପାଣ୍ଡ୍ୟା; ଏପରି କରିବାରେ ପ୍ରଥମ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୪।୧୨: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ...

ତୃତୀୟ ଟି୨୦ରେ ଭାରତର ଦମ୍‌ଦାର ବିଜୟ: ୨-୧ରେ ସିରିଜ୍‌ ଅଗ୍ରଣୀ

ଧର୍ମଶାଳା,୧୪।୧୨: ଧର୍ମଶାଳାରେ ରବିବାର ଖେଳାଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ବିଜୟୀ ହୋଇଛି। ଭାରତୀୟ ବ୍ୟାଟର ୨୫ ବଲ୍‌ ବାକି...

ମନ୍ଦିରରେ ପଶି ମହିଳା ପୂଜାରିଙ୍କୁ ଛୁରୀ ଭୁସି ହତ୍ୟା, ଅଭିଯୁକ୍ତ ଫେରାର

ନୂଆଦିଲ୍ଲୀ,୧୪।୧୨: ରାଜଧାନୀ ଦିଲ୍ଲୀର ଏକ ମନ୍ଦିର ଭିତରେ ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଏହି ଘଟଣା ପୂର୍ବ ଦିଲ୍ଲୀର ମାନସରୋବର ପାର୍କ...

ବାୟୁ ପ୍ରଦୂଷଣ ଯୋଗୁଁ ପଞ୍ଚମ ଶ୍ରେଣୀ ଯାଏଁ ବନ୍ଦ ହେଲା ସ୍କୁଲ, ପରୀକ୍ଷା ବାତିଲ

ନୂଆଦିଲ୍ଲୀ,୧୪।୧୨:  ପ୍ରଦୂଷଣ ଯୋଗୁଁ, ଉତ୍ତର ପ୍ରଦେଶର ନୋଏଡାରେ ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ-ଏନସିଆରରେ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀଙ୍କ ପରଲୋକ

ଦିଗପହଣ୍ଡି,୧୪।୧୨((ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ କଇଠଖଣ୍ଡି ପଞ୍ଚାୟତର ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀ ସନ୍ତୋଷ କୁମାର ପଣ୍ଡା...

ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri