ଆଜି ବେଙ୍ଗାଲୁରୁ ଇନ୍‌ଭେଷ୍ଟର୍ସ ମିଟ୍‌

ଭୁବନେଶ୍ୱର,୨୮।୯(ବ୍ୟୁରୋ): ଦିଲ୍ଲୀ, ମୁମ୍ବାଇ ପରେ ବେଙ୍ଗାଲୁରୁଠାରେ ବୁଧବାର ଓଡ଼ିଶା ଇନ୍‌ଭେଷ୍ଟର୍ସ ମିଟ୍‌ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ଏକ ପ୍ରତିନିଧି ଦଳ ସହ ମଙ୍ଗଳବାର ବେଙ୍ଗାଲୁରୁରେ ପହଞ୍ଚିଛନ୍ତି। ବୁଧବାର ସନ୍ଧ୍ୟାରେ ଓଡ଼ିଶା ସରକାର ଏବଂ ଫେଡେରେଶନ ଅଫ୍‌ ଇଣ୍ଡିଆନ ଚାମ୍ବର୍ସ ଅଫ୍‌ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (ଫିକି)ର ମିଳିତ ସହଯୋଗରେ ତାଜ ଓ୍ବେଷ୍ଟ ଏଣ୍ଡ ହୋଟେଲରେ ହେବାକୁ ଥିବା ଏହି ଇନ୍‌ଭେଷ୍ଟର୍ସ ମିଟ୍‌ରେ ୫୦୦ରୁ ଊର୍ଦ୍ଧ୍ୱ ଶିଳ୍ପପତି, ବ୍ୟବସାୟୀ ଏବଂ ପୁଞ୍ଜିନିବେଶକାରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀ ଇନ୍‌ଭେଷ୍ଟର୍ସ ମିଟ୍‌କୁ ସମ୍ବୋଧନ କରିବା ସହ ଆସନ୍ତା ନଭେମ୍ବର ୩୦ରୁ ଡିସେମ୍ବର ୪ ପର୍ଯ୍ୟନ୍ତ ଭୁବନେଶ୍ୱରରେ ହେବାକୁ ଥିବା ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ-୨୦୨୨ରେ ଯୋଗଦେବାକୁ ପୁଞ୍ଜିପତିଙ୍କୁ ଆମନ୍ତ୍ରଣ କରିବେ। ରାଜ୍ୟରେ ପୁଞ୍ଜିନିବେଶ ପାଇଁ ଶିଳ୍ପପତିଙ୍କ ସହ ନବୀନ ଓ୍ବାନ୍‌ ଟୁ ଓ୍ବାନ୍‌ ଆଲୋଚନା କରିବେ। ରାଜ୍ୟରେ ବ୍ୟବସାୟ ଓ ପୁଞ୍ଜିନିବେଶ ଲାଗି ଅନୁକୂଳ ବାତାବରଣ ସୃଷ୍ଟି କରିବା ଇନ୍‌ଭେଷ୍ଟର୍ସ ମିଟ୍‌ର ମୁଖ୍ୟ ଲକ୍ଷ୍ୟ। ମୁଖ୍ୟମନ୍ତ୍ରୀ ବରିଷ୍ଠ ଶିଳ୍ପପତିଙ୍କ ସହ ଓଡ଼ିଶାକୁ ନେଇ ସେମାନଙ୍କର ଯୋଜନା ସମ୍ପର୍କରେ ଆଲୋଚନା କରିବେ।
ଏଥିସହିତ ରାଜ୍ୟ ସରକାର ବୃହତ୍‌ ବ୍ୟବସାୟିକ ବାତାବରଣ ପାଇଁ ନେଇଥିବା ସଂସ୍କାର ବିଷୟରେ ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିବେ। ରାଜ୍ୟ ସରକାର ଘରୋଇ ଏବଂ ରପ୍ତାନି ମାର୍କେଟ ପାଇଁ କି ପ୍ରକାର ଭିତ୍ତିଭୂମି ପ୍ରସ୍ତୁତ କରିଛନ୍ତି ସେ ନେଇ ଆଲୋଚନା ହେବ। ଏଥିସହିତ ଆଇବିଏମ୍‌ ଇଣ୍ଡିଆର ଅମିତ ଶର୍ମା, ଓ୍ବିପ୍ରୋ- ଜିଇ ହେଲ୍‌ଥ କେୟାରର ଶ୍ରବଣ ସୁବ୍ରମନ୍ୟମ, ଏବିବି ଲିମିଟେଡର ଟି.କେ. ଶ୍ରୀଧର, ଟିଟିକେ ପ୍ରେଷ୍ଟିଜର ସରନ୍ୟାୟନ ପି. ପ୍ରମୁଖ ଶିଳ୍ପପତିଙ୍କ ସହ ଓ୍ବାନ୍‌ ଟୁ ଓ୍ବାନ୍‌ ଆଲୋଚନା କରିବେ। ମୁଖ୍ୟମନ୍ତ୍ରୀଙ୍କ ସହ ଶିଳ୍ପମନ୍ତ୍ରୀ ପ୍ରତାପ କେଶରୀ ଦେବ, ଶିଳ୍ପ ଓ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ସଚିବ ହେମନ୍ତ ଶର୍ମା, ଇଲେକ୍ଟ୍ରୋନିକ୍ସ ଆଣ୍ଡ ଇନ୍‌ଫର୍ମେଶନ ଟେକ୍ନୋଲୋଜି ସଚିବ ମନୋଜ ମିଶ୍ର, ଷ୍ଟାର୍ଟଅପ୍‌ ଓଡ଼ିଶାର ଏକ୍‌ଜିକ୍ୟୁଟିଭ ଚେୟାରମ୍ୟାନ ଓମ୍‌କାର ରାୟ ପ୍ରମୁଖ ବେଙ୍ଗାଲୁରୁ ଗସ୍ତ କରିଛନ୍ତି।
ମଙ୍ଗଳବାର ଅନୁଷ୍ଠିତ ଗଭର୍ନମେଣ୍ଟ ଟୁ ବିଜ୍‌ନେସ( ଜି-୨ ବି) ବୈଠକରେ ଖାଦ୍ୟ ପ୍ରକ୍ରିୟାକରଣ, ଏରୋସ୍ପେସ୍‌, ପ୍ରତିରକ୍ଷା, ସ୍ବାସ୍ଥ୍ୟ ଆଦି କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ ପୁଞ୍ଜିନିବେଶକାରୀଙ୍କ ସହ ପ୍ରତିନିଧି ଦଳ ଆଲୋଚନା କରିଥିଲେ। ଶିଳ୍ପର ଅଭିବୃଦ୍ଧି ପାଇଁ ରାଜ୍ୟ ସରକାର ବ୍ୟବସାୟ ଅନୁକୂଳ ବାତାବରଣ ସୃଷ୍ଟି କରିବା ସହ କେତେକ ବୃହତ୍‌ ବ୍ୟବସାୟିକ ସଂସ୍କାର ଆଣିଛନ୍ତି। ଏଥିସହିତ ରାଜ୍ୟରେ ଶିଳ୍ପକୁ ଖାପ ଖୁଆଇଲା ଭଳି ବ୍ୟବସ୍ଥା କରିଥିବା ବୈଠକରେ ସୂଚନା ଦେଇଥିଲେ। ଏହି ଅବସରରେ ଓ୍ବିପ୍ରୋ ଲିମିଟେଡ୍‌ର ପୂର୍ବତନ ଅଧ୍ୟକ୍ଷ ଅଜିମ୍‌ ପ୍ରେମ୍‌ଜୀ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ୍‌ କରିଥିଲେ। ଏଥିସହିତ ଗୋଲ୍‌ଡେନ ହାଚେରୀ ଲିମିଟେଡର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ସଏଦ ଫାହାଦ, ସ୍ପ୍ରିଙ୍ଗବୋର୍ଡର କୋ ପ୍ରତିଷ୍ଠାତା ବରୁଣ ଚାଓ୍ବାଲା ଏବଂ ପ୍ରଣୟ ଗୁପ୍ତା, ଡୋଡଲା ଡାଏରୀ ନିର୍ଦ୍ଦେଶକ ଏଏମ୍‌ଏସ୍‌ ରେଡ୍ଡୀ, ନନ୍ଦୀ ପାଓ୍ବାରଟ୍ରୋନିକ୍ସ ପରିଚାଳନା ନିର୍ଦ୍ଦେଶକ ଏଚ୍‌.ଏନ୍‌. ଆମକ୍ରିଷ୍ଣାୟା, ନେଷ୍ଟଓ୍ବେର ପରିଚାଳନା ନିର୍ଦ୍ଦେଶକ ଅମରେନ୍ଦ୍ର ସାହୁ, ମେରଲିନ ହକ୍‌ ଏରୋସ୍ପେସର ଡାଇରେକ୍ଟର ଜେବି ଜୋଶେଫ ଆନଡ୍ରୋଥ, ଏମ୍‌ଭିଏମ୍‌ ଇଣ୍ଡଷ୍ଟ୍ରିଜର ପ୍ରତିଷ୍ଠାତା ଓ ପରିଚାଳନା ନିର୍ଦ୍ଦେଶକ ନନ୍ଦ ଭେଙ୍କଟରାଓ, ଶ୍ରାବଣୀ ଏନର୍ଜିର ପରିଚାଳନା ନିର୍ଦ୍ଦେଶକ ଏନ.ପ୍ରଶାନ୍ତରାଓ ଜି-୨ବି ବୈଠକରେ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨୪ ବର୍ଷ ପୂର୍ବେ ପାକିସ୍ତାନକୁ ନେଇ ଏମିତି କଥା କହିଥିଲେ ପୁଟିନ: ଏବେ ହେଉଛି ସତ

ମସ୍କୋ,୨୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପାକିସ୍ତାନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ଏହି ବିବୃତ୍ତି ପ୍ରାୟ ୨୪ ବର୍ଷ ପୁରୁଣା, ଯେତେବେଳେ ସେ...

ମାତ୍ର ୫ ଦିନରେ ଦୋଷୀଙ୍କୁ ମିଳିଲା ଦଣ୍ଡ: କୋର୍ଟଙ୍କ ରାୟଙ୍କ ଦେଖି ଲୋକେ ଆଶ୍ଚର୍ଯ୍ୟ

ଜୟପୁର,୨୫।୧୨: ରାଜସ୍ଥାନର କୋଟପୁଟଲି-ବେହରର ଜିଲାରେ ଏକ ଚୋରି ମାମଲାରେ ଅଭିଯୁକ୍ତକୁ ପାଞ୍ଚ ଦିନ ମଧ୍ୟରେ କୋର୍ଟ ଦଣ୍ଡାଦେଶ ଶୁଣାଇଛି। କୋର୍ଟ ତାଙ୍କୁ ଦୁଇ ବର୍ଷ ଜେଲଦଣ୍ଡ...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ବାଂଲାଦେଶରେ ଆଉ ଜଣେ ହିନ୍ଦୁ ଯୁବକଙ୍କୁ ପିଟିପିଟି ହତ୍ୟା: ପୋଲିସର ଚାଞ୍ଚଲ୍ୟକର ଖୁଲାସା

ଢାକା,୨୫।୧୨: ବାଂଲାଦେଶରେ ଆଉ ଜଣେ ହିନ୍ଦୁ ବ୍ୟକ୍ତିଙ୍କୁ ପିଟିପିଟି ହତ୍ୟା କରାଯାଇଛି। ମୃତକଙ୍କ ନାମ ଅମୃତ ମଣ୍ଡଳ ଓରଫ ସମ୍ରାଟ। ପୋଲିସ ଦାବି କରିଛି, ରାଜବାଡ଼ିର...

ଜାତୀୟ କବାଡ଼ି ପ୍ରତିଯୋଗିତାରେ ଭାଗ ନେବେ ଓଡ଼ିଆ ପୁଅ ଶିବପ୍ରସାଦ

ଗଞ୍ଜାମ,୨୫ା୧୨(ବିଦ୍ୟାଧର ସାହୁ): ଆସନ୍ତା ୬ ତାରିଖରେ ରାଇପୁର ଭିଲାଇ ରାଜକୁମାର କଲେଜରେ ଅନୁଷ୍ଠିତ ହେବ ନ୍ୟାଶନାଲ ଇଭେଣ୍ଟ କବାଡ଼ି। ଏହି ପ୍ରତିଯୋଗିତାରେ ଖେଳିବାକୁ ଓଡ଼ିଶାର ଦୁଇ...

ଶୀତକୁ ନାହିଁ ଖାତିର, ଦାରିଙ୍ଗବାଡ଼ିରେ ବଢୁଛି ପର୍ଯ୍ୟଟକଙ୍କ ଭିଡ଼

ଦାରିଙ୍ଗବାଡ଼ି,୨୫ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ପୁଣି ବଢ଼ିଲା ଶୀତର ପ୍ରକୋପ। ବିଭିନ୍ନ ସ୍ଥାନରେ ଘନକୁହୁଡି ସହ ଶୀତ ଦ୍ବିଗୁଣିତ ହୋଇଛି। ଗୁରୁବାର ସକାଳେ...

ଗୁଲୁଆଙ୍କ ଗୁମର ଖୋଲିଦେଲେ ସ୍ତ୍ରୀ: ନୂଆ ନୂଆ ଝିଅଙ୍କୁ ଧରି….

ଭୁବନେଶ୍ୱର,୨୫।୧୨: ଓଡ଼ିଆ କମେଡିଆନ୍‌ ଗୁଲୁଆଙ୍କ ସାଂସାରିକ ଜୀବନରେ ଆସିଛି ଝଡ଼। ଜୀବନ ପ୍ରତି ବିପଦ ଥିବା ଗୁଲୁଆ ଅଭିଯୋଗ କରିବା ପରେ ତାଙ୍କ ସ୍ତ୍ରୀ ତଥା...

ଜଗନ୍ନାଥପ୍ରେମୀଙ୍କ ଭାବାବେଗକୁ ଆଘାତ…ସମୁଦ୍ରରେ ଭାସି ଆସିଲା ମହାପ୍ରଭୁଙ୍କ ବିଗ୍ରହ, ଦୟନୀୟ ଅବସ୍ଥାରେ ଉଦ୍ଧାର

ପୁରୀ ୨୫/୧୨( ଅଜିତ୍ କୁମାର ସାହୁ): ପୁଣି ମହାପ୍ରଭୁଙ୍କୁ ଅପମାନ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତି ସମୁଦ୍ରରେ ଭାସିଵାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri