ନବମୀରେ କାଳିକା ନୃତ୍ୟ, ଦଶମୀରେ ଦହି ପଖାଳ

ଜଗତ୍‌ସିଂହପୁର ଅଫିସ, ୨୩ା୯: ପାଖେଇ ଆସୁଛି ଦୁର୍ଗା ପୂଜା। ଏ ନେଇ ଜଗତ୍‌ସିଂହପୁର ସହରରେ ପାର୍ବଣର ମାହୋଲ ଅନୁଭବ ହେଲାଣି । ବିଭିନ୍ନ ପୂଜା କମିଟି ଓ କ୍ଲବ ପକ୍ଷରୁ ପୂଜା କିପରି ଅଧିକ ଆକର୍ଷଣୀୟ ହୋଇପାରିବ, ସେନେଇ ତତ୍ପରତା ପ୍ରକାଶ ପାଇଛି। ବିଶେଷକରି ମୂର୍ତ୍ତି ନିର୍ମାଣ କାମ ଯୁଦ୍ଧକାଳୀନ ଭିତ୍ତିରେ ଆଗେଇ ଚାଲିଛି। ବିଗତବର୍ଷଗୁଡିକ ପରି ଚଳିତବର୍ଷ ମଧ୍ୟ ମେଢ, ଆଲୋକ ସାଜସଜ୍ଜା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ ଧ୍ୟାନ ଦିଆଯାଉଛି। ଏ ବର୍ଷ ଜଗତ୍‌ସିଂହପୁରର ମା’ ପୂର୍ଣ୍ଣମାସୀ ପୂଜା କମିଟି ପକ୍ଷରୁ ପୂର୍ବବର୍ଷ ପରି ମହିଷାସୁର ବଧ କରାଯିବ। ଗତଥର ମେଢ଼ରେ ମହିଷାସୁରଙ୍କୁ ମା’ପାଦରେ ଦଳି ନିଧନ କରିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ଏଥର ମା’ଉଡି କରି ବଧ କରୁଥିବା ଦେଖିବାକୁ ମିଳିବ। ମୁଖ୍ୟତଃ ନବମୀରେ କାଳିକା ନୃତ୍ୟ ଓ ଦଶମୀରେ ଦହି ପଖାଳ ପ୍ରସାଦ ପାଇବାକୁ ଶ୍ରଦ୍ଧାଳୁଙ୍କ ଭିଡ ଜମିଥାଏ। ଏଥିସହ ଭସାଣି ଉତ୍ସବ ଧୁମ୍‌ଧାମ୍‌ରେ ପାଳନ କରାଯିବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି।
ରାଜ୍ୟର ଅନେକ ସ୍ଥାନରେ ଦୁର୍ଗା ପୂଜା ଶୈବ ଉପାସନାରେ ହୁଏ। କିନ୍ତୁ ପୂର୍ଣ୍ଣମାସୀ ପୂଜା କମିଟି ପକ୍ଷରୁ ଦୁର୍ଗାମାଧବ ଉପାସନାରେ ପୂଜା ହେଉଛି, ଯାହାକି ସ୍ବତନ୍ତ୍ର। କମିଟି ପକ୍ଷରୁ ଏଥରକୁ ମିଶାଇ ଏହି ପୂଜା ୧୬ ବର୍ଷରେ ପହଞ୍ଚତ୍ବ। ଏଥିମଧ୍ୟରେ ମୂର୍ତ୍ତି ନିର୍ମାଣ କାର୍ଯ୍ୟ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚତ୍ଛି। ଏଥର କଟକରୁ କାରିଗର ଆସି ମା’ଙ୍କ ମୂର୍ତ୍ତି ନିର୍ମାଣ କରୁଛନ୍ତି। ଏ ବର୍ଷ ମହିଷାସୁର ବଧ ଦେଖିବାକୁ ବିଗତବର୍ଷ ପରି ଭିଡ ରହିବ ବୋଲି ଆଶା କରାଯାଉଛି। ଏଥିସହ ପେଚା ଉପରେ ଲକ୍ଷ୍ମୀ, ହଂସ ଉପରେ ସରସ୍ବତୀ, ମୟୂର ଉପରେ କାର୍ତ୍ତିକ ଏବଂ ମୂଷା ଉପରେ ଗଣେଶଙ୍କ ଅବସ୍ଥାନ ଦେଖିବାକୁ ମିଳିବ। ମେଢ଼ ମଧ୍ୟ ସୁନ୍ଦର ଓ ସୁଉଚ୍ଚ କରାଯାଇଛି। ଏଥିସହ ବିଭିନ୍ନ ପ୍ରକାର ବାଦ୍ୟରୋଳ ଓ ଆଲୋକ ସଜ୍ଜାରେ ମଣ୍ଡପ ଶୋଭା ପାଇବ। ପ୍ରତ୍ୟେକ ଦିନ ମା’ଙ୍କ ସୂର୍ଯ୍ୟପୂଜା, ଷୋଡ଼ଶ ଉପଚାର ପୂଜା, ଚଣ୍ଡିପାଠ, ପ୍ରାତଃ ଆଳତି, ଅନ୍ନ ନୀତି, ଓ ଅପରାହ୍ନରେ ସନ୍ଧ୍ୟା ଆଳତି ଏବଂ ଅନ୍ୟାନ୍ୟ ରୀତିନୀତି କରାଯିବ। ମହାଷ୍ଟମୀରେ ସନ୍ଧିପୂଜା ଓ ବଳି ଦିଆଯିବ। ନବମୀରେ ମା’ଙ୍କ କାଳିକା ନୃତ୍ୟ ଅନୁଷ୍ଠିତ ହେବ। ଦଶମୀରେ ମା’ଙ୍କ ଅପରାଜିତା ପୂଜା ବିଶେଷ ଆକର୍ଷଣ ସୃଷ୍ଟି କରିବ। ଦହିପଖାଳ ଭୋଗ ଲାଗି କରାଯିବା ପରେ ମା’ଙ୍କ ଘଟ ବିସର୍ଜନ ହେବ। ବିଜୟା ଦଶମୀ ଦିନ ମା’ଙ୍କୁ ଦର୍ଶନ କରିବାକୁ ଆସିଥିବା ଭକ୍ତମାନଙ୍କୁ ଦହି ପଖାଳ ଦିଆଯିବ। ୨ ବର୍ଷ ହେବ କୋଭିଡ୍‌ କଟକଣା ପାଇଁ ଭସାଣି ଉତ୍ସବ ହୋଇପାରି ନ ଥିଲା।

ମା’ଙ୍କ କୃପାରୁ ଶାନ୍ତିଶୃଙ୍ଖଳାର ସହ ଭକ୍ତିମୟ ପରିବେଶରେ ପ୍ରତିବର୍ଷ ଏହି ପୂଜା ହୋଇଆସୁଛି। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ପ୍ରତ୍ୟେକଙ୍କ ଏଥିରେ ସହଯୋଗ ରହିଛି। ବିଶେଷକରି ସାନବଜାରର ପାଖାପାଖି ୪୫୦ ବ୍ୟବସାୟୀ ଓ ଦେଉଳୀ ଗ୍ରାମେଶ୍ୱର ଗ୍ରାମବାସୀଙ୍କ ଅକୁଣ୍ଠ ସହଯୋଗ ଯୋଗୁ ପ୍ରତିବର୍ଷ ପୂଜା ଭଲ ଭାବେ ହୋଇପାରୁଛି। ଆଶା ଏ ବର୍ଷ ମଧ୍ୟ ପୂଜା ଭଲରେ ହେବ।
– ରାଜକିଶୋର ଖଟୁଆ, ସଭାପତି

ପୁରୀ ଜିଲା ଅନ୍ତର୍ଗତ ଶାନ୍ତିଆନନ୍ଦା ଆଶ୍ରମର ଅଧିଷ୍ଠାତ୍ରୀ ଦେବୀ ମା’ପୂର୍ଣ୍ଣମାସୀ ଜଗତ୍‌ସିଂହପୁର ବସ୍‌ଷ୍ଟାଣ୍ଡରେ ପୂଜା ପାଇ ଆସୁଛନ୍ତି। ମା’ଙ୍କ ପୂଜାପାଠ ଆଦି କାର୍ଯ୍ୟକ୍ରମ କମିଟି କରି ଆସୁଛି। ନବମୀରେ କାଳିକା ନୃତ୍ୟ ଓ ଦଶହରା ଦିନ ମା’ଙ୍କ ଦହି ପଖାଳ ପାଇଁ ଭକ୍ତଙ୍କ ଭିଡ ଜମିଥାଏ।
-ପ୍ରଫୁଲ୍ଲ କୁମାର ଦୁବେ, ସମ୍ପାଦକ

ସୁନା, ଚାନ୍ଦିର ଅଳଙ୍କାର ନ ଥିଲେ ମଧ୍ୟ ଭକ୍ତି ଭାବରେ ମା’ଙ୍କ ପୂଜାର୍ଚ୍ଚନା କରାଯାଏ। ପୂଜାରେ ଯେମିତି କିଛି ତ୍ରୁଟି ନ ଘଟୁ ସେଥିପ୍ରତି ବିଶେଷ ଦୃଷ୍ଟି ଦିଆଯାଏ। ମା’ଙ୍କ ପାଖରେ ପ୍ରାର୍ଥନା ଏ ବର୍ଷ ମଧ୍ୟ ସୁଖ ଓ ଶାନ୍ତିରେ ପୂଜା ଅନୁଷ୍ଠିତ ହେଉ।
-ମନୋଜ ମହାନ୍ତି, କାର୍ଯ୍ୟକାରୀ ସଭାପତି


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ଉପରୁ ଟାରିଫ୍‌ ହଟାଯାଉ

ଓ୍ବାଶିଂଟନ,୧୪ା୧୨: ଭାରତରୁ ଆମଦାନୀ ସାମଗ୍ରୀ ଉପରେ ୫୦ ପ୍ରତିଶତ ଟାରିଫ୍‌ ଲଗାଯିବାକୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଜାତୀୟ ଏମର୍ଜେନ୍ସି ଘୋଷଣା ବୋଲି ଆମେରିକା ହଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍‌ର...

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ପୂର୍ବତନ ବାୟୁସେନା ଅଧିକାରୀ ଗିରଫ

ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍‌ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ରିକି କେଜ୍‌ଙ୍କ ଘରୁ ଚୋରି: ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସହାୟତା କରିବାକୁ ନିବେଦନ

ବେଙ୍ଗାଲୁରୁ,୧୩ା୧୨: ଗ୍ରାମୀ ପୁରସ୍କାର ବିଜେତା ତଥା ବିଶିଷ୍ଟ ସଙ୍ଗୀତଜ୍ଞ ରିକି କେଜ୍‌ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରୁ ଏକ ସମ୍ପ୍‌ କଭର ଚୋରି...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri