ପଟ୍ଟାମୁଣ୍ଡାଇରେ ବୃଦ୍ଧି ପାଉଛି ନକଲି ଔଷଧ କାରବାର

ପଟ୍ଟାମୁଣ୍ଡାଇ,୨୨ା୯(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ଭେଷଜ ନିୟନ୍ତ୍ରକଙ୍କ ବିଭାଗର ଅଧିକାରୀ ପଟ୍ଟାମୁଣ୍ଡାଇ ଅଞ୍ଚଳ ପାଇଁ ଏକ ପ୍ରକାର ନୀରବତା ଅବଲମ୍ବନ କରିଛନ୍ତି। ଏହି ବିଭାଗ ସମ୍ପ୍ରତି ଅସାଧୁ ଔଷଧ ବ୍ୟବସାୟୀଙ୍କ ପାଖରେ ବନ୍ଧାପଡିଥିବା ଅଭିଯୋଗ ହେଉଛି। କେନ୍ଦ୍ରାପଡ଼ା ଜିଲା ଭେଷଜ ନିରୀକ୍ଷକ ନୀରବଦ୍ରଷ୍ଟା ସାଜିବାରୁ ବେଆଇନ ଔଷଧ କାରବାର ବ୍ୟାପକ ଭାବେ ବୃଦ୍ଧି ପାଉଛି। ଅସାଧୁ ବ୍ୟବସାୟୀ ଓ ବ୍ୟକ୍ତିବିଶେଷ ନିଜର ବ୍ୟବସାୟକୁ ଅନାୟାସରେ ଚଳାଉଛନ୍ତି। ବେଆଇନ ଔଷଧ କାରବାର ରୋକିବା ଦିଗରେ ଜିଲା ଭେଷଜ ନିରୀକ୍ଷକଙ୍କ କାର୍ଯ୍ୟାଳୟର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନାହିଁ।

ନିୟମାନୁଯାୟୀ ଭେଷଜ ନିରୀକ୍ଷକଙ୍କ ପକ୍ଷରୁ ଯେପରି ଭାବେ ବିଭିନ୍ନ ଔଷଧ ଦୋକାନ ନିୟମିତ ଯାଞ୍ଚ ହେବା କଥା ତାହା ହେଉନାହିଁ। ଫଳରେ କେତେଜଣ ମୁନାଫାଖୋର ବ୍ୟବସାୟୀ ନିଜର ଫାଇଦା ପାଇଁ ନିମ୍ନମାନର ଔଷଧ କାରବାର ଚଳାଇଥିବା ଅଭିଯୋଗ ହେଉଛି। ତେବେ ନିକଟରେ ବଜାରରେ ରକ୍ତଚାପ ରୋଗୀଙ୍କ ପାଇଁ ଉଦ୍ଦିଷ୍ଟ ନକଲି ଟେଲ୍‌ମା-୪୦ ଟାବ୍‌ଲେଟ ମିଳୁଥିବା ଜଣାପଡ଼ିବା ପରେ ସମଗ୍ର ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା। ଉଚ୍ଚ ରକ୍ତଚାପ ପାଇଁ ବ୍ୟବହୃତ ଟେଲ୍‌ମା-୪୦ ଟାବ୍‌ଲେଟ ନକଲି ନେଇ କଟକ- ଭୁବନେଶ୍ୱର ସହ ଏକାଧିକ ସ୍ଥାନରେ ଚଢାଉ ହୋଇଥିଲା। ଏହି ମାମଲାରେ କଟକ ପୋଲିସ ୨ ଜଣ ଡିଷ୍ଟ୍ରିବ୍ୟୁଟରଙ୍କୁ ଗିରଫ କରି ଜେଲ ପଠାଇଛି। ତେବେ ଉକ୍ତ ୨ ବ୍ୟବସାୟୀ କେଉଁମାନଙ୍କୁ ନକଲି ଔଷଧ ଦେଇଛନ୍ତି ତାହାର ଯାଞ୍ଚ ପାଇଁ ସମସ୍ତ ଜିଲାର ଭେଷଜ ନିରୀକ୍ଷକଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ମାତ୍ର ପଟ୍ଟାମୁଣ୍ଡାଇ ଅଞ୍ଚଳରେ ସେପରି କିଛି ଯାଞ୍ଚ କରାଯାଉନାହିଁ ବୋଲି ସାଧାରଣରେ ଅଲୋଚନା ଜୋର ଧରିଛି। ଅନ୍ୟପକ୍ଷରେ ଟେଲ୍‌ମା-୪୦ ଟାବ୍‌ଲେଟ ପଟ୍ଟାମୁଣ୍ଡାଇ ସହରରେ ବିଭିନ୍ନ ଦୋକାନକୁ ସପ୍ଲାଇ ଦିଆଯାଏ। ମାତ୍ର ଏବେ ରିଟେଲରଙ୍କ ନିକଟରେ ଉକ୍ତ ଟାବଲେଟ ନାହିଁ। ସେମାନଙ୍କ ନିକଟରୁ ଡିଷ୍ଟ୍ରିବ୍ୟୁଟର ସମସ୍ତ ଟେଲ୍‌ମା-୪୦ ଟାବଲେଟ୍‌ ଉଠାଇ ନେଇଛନ୍ତି ବୋଲି ଜଣେ ଔଷଧ ଦୋକାନୀ ନିଜ ନାମ ଗୋପନ ରଖି କହିଛନ୍ତି। ତେଣୁ ଯେଉଁ ବ୍ୟବସାୟୀମାନେ ଲୋକଙ୍କ ଜୀବନ ସହ ଖେଳି ନିମ୍ନମାନର ଔଷଧ ବିକ୍ରି କରୁଛନ୍ତି ସେମାନଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଜରୁରୀ ବୋଲି ସାଧାରଣରେ ମତପ୍ରକାଶ ପାଇଛି। ଏ ନେଇ କେନ୍ଦ୍ରାପଡ଼ା ଜିଲା ଭେଷଜ ନିରୀକ୍ଷକ ପ୍ରଦୋଷ ସାହୁଙ୍କୁ ପଚାରିବାରେ କଟକ, କେନ୍ଦ୍ରାପଡ଼ା ୨ଟି ଜିଲା ଦାୟିତ୍ୱରେ ଅଛି। ଏତେବଡ ଅଞ୍ଚଳକୁ ଗସ୍ତ କରି ହେଉନାହିଁ। ୩ ଦିନ ତଳେ ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଚଢାଉ କରି ୨ଟି ଔଷଧ ଦୋକାନ ସିଲ୍‌ କରାଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri