୯ ପଞ୍ଚାୟତ ଚାଷୀଙ୍କୁ ମିଳିନି ଫସଲବୀମା

ଛତ୍ରପୁର,୧୬ା୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ଗତବର୍ଷ ଧାନ ଅମଳ ସମୟରେ ଅଦିନିଆ ବର୍ଷା ଫଳରେ ଅଧିକାଂଶ ଧାନ ଫସଲ ନଷ୍ଟ ହୋଇଯାଇଥିଲା। ଜିଲ୍ଲା ପ୍ରଶାସନ ପକ୍ଷରୁ ସର୍ଭେ କରି ରିପୋର୍ଟ ଦେବା ଫଳରେ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ମିଳିଥିଲା। କ୍ଷତିଗ୍ରସ୍ତ ଚାଷୀ ଲକ୍ଷାଧିକ ଟଙ୍କା ପ୍ରିମିୟମ୍‌ ଦେଇ ଫସଲ ବୀମା କରିଥିଲେ। କୃଷି, ରାଜସ୍ବ ଓ ଷ୍ଟାଟିଷ୍ଟକାଲ ବିଭାଗ ମିଳିତ ଭାବେ କ୍ରପ୍‌ କଟିଂ କରି ରିପୋର୍ଟ ଦେଇଥିଲେ। ମାତ୍ର ବୀମା କମ୍ପାନୀ ଚଞ୍ଚକତା କରି ସେଥିରୁ ଗଞ୍ଜାମ ଜିଲାର ୯ ପଞ୍ଚାୟତର କ୍ଷତିଗ୍ରସ୍ତ ଚଷୀଙ୍କୁ ଫସଲବୀମା ସହାୟତା ଦେଇନଥିବା ଋଷିକୁଲ୍ୟା ରୟତ ମହାସଭା ପକ୍ଷରୁ ଅଭିଯୋଗ ହୋଇଛି।
ମହାସଭା ପକ୍ଷରୁ ବାରମ୍ବାର କ୍ଷତିଗ୍ରସ୍ତ ଚାଷୀଙ୍କୁ ଫସଲ ବୀମା ସହାୟତା ଦେବା ପାଇଁ ଲିଖିତ ଭାବେ ଦାବିପତ୍ର ଦିଆଯାଇଥିଲା। ତଥାପି ଏପର୍ଯ୍ୟନ୍ତ ସେମାନଙ୍କୁ ଫସଲବୀମା ସହାୟତା ମିଳିନି। ଫସଲବୀମା ସହାୟତାରୁ ବାଦ୍‌ ପଡ଼ିଥିବା ପଞ୍ଚାୟତ ମଧ୍ୟରେ ଛତ୍ରପୁର ବ୍ଲକ୍‌ ବଡ଼ମାଧପୁର, ରଙ୍ଗେଇଲୁଣ୍ଡା ବ୍ଲକ୍‌ କେଳାଥି ଗାଁ, ଲୁଡ଼ିଗାଁ, ମାଣ୍ଡରାଜପୁର, ବୁଗୁଡ଼ା ବ୍ଲକ୍‌ର ଶଙ୍କୁରୁ ଓ କରଚୁଲୀ, ସାନଖେମୁଣ୍ଡି ବ୍ଲକ୍‌ର ଗାଙ୍ଗପୁର ଏବଂ କବିସୂର୍ଯ୍ୟନଗର ବ୍ଲକ୍‌ର ଆମ୍ବପୁଆ ଓ ନନ୍ଦିଆଗୁଡ଼ା ପଞ୍ଚାୟତ ରହିଛି। ଗୁରୁବାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ମହାସଭା ପକ୍ଷରୁ ଏ ସମ୍ପର୍କରେ ସ୍ମାରକପତ୍ର ପ୍ରଦାନ କରାଯାଇଛି। ସ୍ମାରକପତ୍ର ପ୍ରଦାନ ବେଳେ ମହାସଭାର ସମ୍ପାଦକ ସିମାଞ୍ଚଳ ନାହାକ, ରମେଶ ଚନ୍ଦ୍ର କର, ଆର୍‌ ସହଦେବ ରେଡ୍ଡୀ, ଏସ୍‌ ଯୁଦ୍ଧିଷ୍ଠୀର ରେଡ୍ଡୀ, ଭାଗିରଥି ବେହେରା ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

ଲେଡ଼ବନ୍ଧ ବୁଲାଣିରେ କାର-ବାଇକ୍‌ ମୁହାଁମୁହିଁ ଧକ୍କା: ମା’ ଗୁରୁତର, ଶିଶୁ ସହ ଦାଦା… 

ମୋହନା,୨୬।୧୨(ମନ୍ମଥ ମିଶ୍ର): ବୁଲାଣିରେ କାର- ବାଇକ ମୁହାଁ ମୁହିଁ ଧକ୍କା। ଜଣେ ମହିଳା ଗୁରୁତର। ସେ ହେଲେ ପ୍ରଭାବତୀ ମଳିକ(୨୦)। ତାଙ୍କ ଅବସ୍ଥା ଗୁରୁତର ଥିବାରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri