କୁଲାରେ ହେବ କଳାକୃତି

ଢେଙ୍କାନାଳ ଅଫିସ, ୧୪।୯: ୬୫ ଫୁଟ ଉଚ୍ଚ ଓ ୪୦ଫୁଟ ଓସାରରେ ନିର୍ମାଣ ହେବ ଭବ୍ୟ ତୋରଣ। ହେଲେ ଏଥିରେ ଲାଗିବନି ଡିଜିଟାଲ ଏଲ୍‌ଇଡି ଲାଇଟ୍‌। ସମ୍ପୂର୍ଣ୍ଣ ତୋରଣକୁ ସଜାଯିବ ବାଉଁଶ ତିଆରି କୁଲା ଏବଂ ଅନ୍ୟ ସୂକ୍ଷ୍ମାଦିସୂକ୍ଷ୍ମ କଳାକୃତିରେ। ଏଥିରେ ଖର୍ଚ୍ଚ ହେବ ୬ଲକ୍ଷ ଟଙ୍କା। ଏହି କାର୍ଯ୍ୟକୁ ଚୂଡ଼ାନ୍ତ ରୂପ ଦେବା ପାଇଁ ଦିନରାତି କାମରେ ଲାଗିଛନ୍ତି ରାଜ୍ୟ ବାହାରର ୯ କାଗିଗର। ଢେଙ୍କାନାଳର ପ୍ରସିଦ୍ଧ ଗଣପର୍ବ ଲକ୍ଷ୍ମୀପୂଜା ପାଇଁ ଜୋର୍‌ସୋର୍‌ରେ ପ୍ରସ୍ତୁତି ଜାରି ରହିଥିବାବେଳେ ସହରର ୪ନଂ. ମେଢ଼ ଗଣେଶ ବଜାର ପୂଜା ପ୍ରତିଷ୍ଠାନ ପକ୍ଷରୁ ଏଭଳି ନିଆରା ଢଙ୍ଗରେ ନିର୍ମାଣ କରାଯାଉଥିବା ତୋରଣକୁ ନେଇ ଜୋର୍‌ ଧରିଛି ଚର୍ଚ୍ଚା। ଲକ୍ଷ୍ମୀପୂଜା ଇତିହାସରେ ପ୍ରଥମ ଥର ପାଇଁ ଏଭଳି ବାଉଁଶ କୁଲାକୁ ନେଇ ସାଜସଜ୍ଜା କରାଯାଉଥିବାବେଳେ ଏହା ମହୋତ୍ସବ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ ବୋଲି ପୂଜା କମିଟି ପକ୍ଷରୁ କୁହାଯାଇଛି।
ଅକ୍ଟୋବର ୯ରେ ହେବାକୁ ଥିବା ଗଣପର୍ବ ଲକ୍ଷ୍ମୀପୂଜାକୁ ନେଇ ଚଳଚଞ୍ଚଳ ହୋଇଉଠିଛି ଢେଙ୍କାନାଳ ସହର। ଶୁଭମାଟି ଉଠିବାପରେ ମା’ଙ୍କ ମୃଣ୍ମୟୀ ପ୍ରତିମା ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଥିବାବେଳେ ସମତାଳରେ ଆରମ୍ଭ ହୋଇଛି ତୋରଣ, ମଣ୍ଡପ ପ୍ରସ୍ତୁତି। ଚଳିତ ବର୍ଷ କରୋନା କଟକଣା ନ ଥିବା ବେଳେ ପୂଜା ମାହୋଲ ଜମିବ। ତେବେ ଏଥର ଗଣେଶ ବଜାର ପକ୍ଷରୁ ନିର୍ମାଣ କରାଯାଉଥିବା ତୋରଣ ଶ୍ରଦ୍ଧାଳୁଙ୍କ ପାଇଁ ସାଜିବ ପ୍ରମୁଖ ଆକର୍ଷଣ। କୋଲକାତାର ଖଗେନ ଦାସଙ୍କ ନେତୃତ୍ୱରେ ୯ ମହିଳା ପୁରୁଷ ଏହି କାର୍ଯ୍ୟରେ ଲାଗିଛନ୍ତି। ତନ୍ମଧ୍ୟରେ ଅଛନ୍ତି ପଶ୍ଚିମବଙ୍ଗ ଏଗ୍ରା ଅଞ୍ଚଳର ମାନି ହାତୀ, କୁଖୁ ହାତୀ, ନିତାଇ ହାତୀ, ଲୀଳା ହାତୀ, ଝାଡଗ୍ରାମର ରୋହିଣୀ, ସୁକୁମାର ହାତୀ, ରୀନା ହାତୀ, ଚିତ୍ତରଞ୍ଜନ ଆଗୁଆନ ଓ ସୁମିତ୍ରା ଆଗୁଆନ। ଉକ୍ତ ତୋରଣରେ ମୋଟ ୪୦୦ ବାଉଁଶ ବ୍ୟବହାର ହେବ। ଜଣପିଛା ଦୈନିକ ୪୦୦ ଟଙ୍କା ମଜୁରିରେ ସେମାନେ କାମ କରୁଛନ୍ତି। ୨୦ରୁ ୨୫ ଦିନ ମଧ୍ୟରେ ତୋରଣ ନିର୍ମାଣ ସମ୍ପୂର୍ଣ୍ଣ ହେବ ବୋଲି ଖଗେନ କହିଛନ୍ତି। ପିଢ଼ି ପିଢ଼ି ଧରି ସମ୍ପୃକ୍ତ କାରିଗର ପରିବାର ଏଭଳି ବାଉଁଶରେ ମେଢ଼ ନିର୍ମାଣ କରି ଆସୁଛନ୍ତି। ଏଥିପୂର୍ବରୁ କୋଲକାତା, ଦୀଘା, ଝାଡ଼ଖଣ୍ଡର ଟାଟାନଗର ଅଞ୍ଚଳରେ ଦୁର୍ଗାପୂଜାରେ ବାଉଁଶ କଳାକୃତି ତୋରଣ ପ୍ରସ୍ତୁତ କରିଥିଲେ। କେବଳ ଏତିକି ନୁହେଁ, ବିଗତ ବର୍ଷରେ ବର୍ଜ୍ୟବସ୍ତୁ ପରିଚାଳନା, ଜଙ୍ଗଲ ସୁରକ୍ଷା ଭଳି ସଚେତନ ଧର୍ମୀ ଓ ଅକ୍ଷରଧାମ ଭଳି ଐତିହ୍ୟସମ୍ପନ୍ନ ମନ୍ଦିର ପ୍ରତିକୃତି ତୋରଣ ନିର୍ମାଣ କରି ସେମାନେ ଉଚ୍ଚ ପ୍ରଶଂସିତ ହୋଇଛନ୍ତି।

 

ପୁରୁଷାନୁକ୍ରମିକ କାର୍ଯ୍ୟ
ବାଉଁଶ କଳାକୃତିରେ ତୋରଣ ନିର୍ମାଣ, ପୂଜା ମଣ୍ଡପ ସାଜସଜ୍ଜା ଆମର କୌଳିକ ବୃତ୍ତି। ପୁରୁଷାନୁକ୍ରମେ ଆମେ ଏହି କାର୍ଯ୍ୟ କରି ଆସୁଛୁ। ଢେଙ୍କାନାଳରେ ପ୍ରଥମ ଥର ଏଭଳି ତୋରଣ ନିର୍ମାଣ କରାଯାଉଛି। ଏଭଳି ଏକ ଗୁରୁଦାୟିତ୍ୱକୁ ଠିକ୍‌ ଭାବେ ତୁଲାଇପାରିଲେ ଶ୍ରମର ମୂଲ୍ୟ ମିଳିବ।
– ସୁକୁମାର ହାତୀ, କାରିଗର
କାରିଗରଙ୍କୁ ପ୍ରୋତ୍ସାହନ ଜରୁରୀ
ବାଉଁଶ କଳାକୃତିରେ ନିୟୋଜିତ ମହିଳା କାରିଗରଙ୍କୁ କେନ୍ଦ୍ର ଏବଂ ରାଜ୍ୟ ସରକାର ସ୍ବତନ୍ତ୍ର ଦୃଷ୍ଟି ଦେବା ଉଚିତ। ମହିଳାମାନେ ଘର କାମ ସହ ସମାଜର ହିତ ପାଇଁ ଅନେକ ଭଲ କାର୍ଯ୍ୟ କରୁଛନ୍ତି। ଅଞ୍ଚଳକୁ ଗୌରବାନ୍ବିତ କରୁଥିବା ଏଭଳି କାରିଗରଙ୍କୁ ପ୍ରୋତ୍ସାହନର ଆବଶ୍ୟକତା ରହିଛି।
– କୁଖୁ ହାତୀ, କାରିଗର
ପାରମ୍ପରିକ ସାଜସଜ୍ଜାକୁ ପ୍ରାଧାନ୍ୟ
ଗଣେଶ ବଜାର ଲକ୍ଷ୍ମୀପୂଜା ପ୍ରତିଷ୍ଠାନ ପାରମ୍ପରିକ କଳାକୃତି, ହସ୍ତଶିଳ୍ପ, ସଚେତନତା ମୂଳକ ବାର୍ତ୍ତା ସମ୍ବଳିତ ସାଜସଜ୍ଜାକୁ ପ୍ରାଧାନ୍ୟ ଦେଇ ଆସିଛି। ଐତିହ୍ୟସମ୍ପନ୍ନ ମନ୍ଦିରକୁ ତୋରଣରେ ସ୍ଥାନ ଦିଆଯାଇଛି। ଡିଜିଟାଲ ଯୁଗରେ ଆମେ ପାରମ୍ପରିକ କଳାକୃତି ପୂଜାରେ ସ୍ଥାନ ଦେଉଛୁ।
– ବିଶ୍ୱନାଥ ବେହେରା, ସମ୍ପାଦକ ଗଣେଶ ବଜାର ଲକ୍ଷ୍ମୀପୂଜା କମିଟି

୭୪ ବର୍ଷରେ ଗଣେଶ ବଜାର ପୂଜା ପ୍ରତିଷ୍ଠାନ

ଢେଙ୍କାନାଳ ଲକ୍ଷ୍ମୀପୂଜାର ଅନ୍ୟତମ ପୁରାତନ ପୂଜା ପ୍ରତିଷ୍ଠାନ ହେଉଛି ଗଣେଶ ବଜାର। ଚଳିତବର୍ଷ ଏହି ପୂଜା କମିଟି ୭୪ ବର୍ଷରେ ପଦାର୍ପଣ କରିଛି। ୧୯୪୯ରେ ଜାମୁଡାଳ ଛାମୁଣ୍ଡିଆରେ କରାଯାଇଥିଲା ମା’ଲକ୍ଷ୍ମୀଙ୍କ ଆବାହନ। ମଧୁସୂଦନ ଦାସ, ଦଣ୍ଡପାଣି ଦୋରା, ଶ୍ୟାମସୁନ୍ଦର ସାହୁ, କୁଞ୍ଜ ସାହୁ, ଆଶୁତୋଷ ଦାସଗୁପ୍ତା, କୁଞ୍ଜ ଶିଳ୍ପୀ, ନାଥ ସାହୁ, ଶ୍ରୀଧର ବାରିକ, ଶୈଳ ବେହେରା, ଗୁଣନିଧି ନାୟକ, ବେଣୁଧର ନାୟକ, ଭାଗବତ ସାହୁ, ନୀଳମଣି ସେଠୀ, ବସିର୍‌ ଖଁା, ଅଧିକାରୀ ସେଠୀ, ଅର୍ଜୁନ ବେହେରା ପ୍ରମୁଖ ସେତେବେଳେ ଏହାର ନେତୃତ୍ୱ ନେଇ ମହୋତ୍ସବକୁ ସଫଳ କରାଇଥିଲେ। ପ୍ରଥମ ଥର ହୋଇଥିବା ପୂଜାରେ ଖର୍ଚ୍ଚ ହୋଇଥିଲା ମାତ୍ର ୧୭୬ ଟଙ୍କା। ପେଟ୍ରୋମାକ୍ସ ଲାଇଟ୍‌ରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ଏବେ ବହୁ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। କଂକ୍ରିଟ ପୂଜା ମଣ୍ଡପ, ମା’ ଲକ୍ଷ୍ମୀଙ୍କ ସ୍ଥାୟୀ ମନ୍ଦିର, ବିଶାଳ ତୋରଣ, ରଙ୍ଗିନ ଆଲୋକମାଳା ସାଙ୍ଗକୁ ପାରମ୍ପରିକ ପୂଜା ଶ୍ରଦ୍ଧାଳୁଙ୍କୁ ଆକର୍ଷିତ କରୁଛି।

ରତନ ନାୟାର


Enter your email to get our daily news in your inbox.

All Right Reserved By Dharitri.Com

ରବିବାର ଭୂଲରେ ବି କାଟନ୍ତୁନି ଚୁଟି କି କରନ୍ତୁନି ଟ୍ରିପ୍‌ ପ୍ଲାନିଂ, ନଚେତ ଜୀବନ ହୋଇଯିବ ନର୍କ!

ହିନ୍ଦୁ ଧର୍ମରେ ପ୍ରତ୍ୟେକ ଦିନ କୌଣସି ନା କୌଣସି ଦେବତାଙ୍କୁ ସମର୍ପିତ। ରବିବାର ଭଗବାନ ସୂର୍ଯ୍ୟଙ୍କୁ ସମର୍ପିତ। ଆଜି ରବିବାର। ଏହି ଦିନ ସୂର୍ଯ୍ୟଙ୍କୁ ପ୍ରାର୍ଥନା...

ଟିମ ଇଣ୍ଡିଆ ଜିତି ପାରିବନି ୨୦୨୬ ଟି-୨୦ ବିଶ୍ୱକପ? ଜାଣନ୍ତୁ ୩ ବଡ଼ କାରଣ

ନୂଆଦିଲ୍ଲୀ,୨୧।୧୨: ୨୦୨୬ ଟି୨୦ ବିଶ୍ୱକପ ଫେବୃଆରୀ ଏବଂ ମାର୍ଚ୍ଚରେ ଅନୁଷ୍ଠିତ ହେବ। ବିଶ୍ୱକପର ପ୍ରଥମ ମ୍ୟାଚ ଫେବୃଆରୀ ୭ରେ ଖେଳାଯିବ ଏବଂ ଫାଇନାଲ ମାର୍ଚ୍ଚ ୮ରେ...

ମକର ସଂକ୍ରାନ୍ତି ପୂର୍ୱରୁ ବଡ଼ ଚାକିରି ପାଇବେ ୩ରାଶି, ଶୁକ୍ରଙ୍କ ଗୋଚରରେ ମକର ରାଶିରେ ବଢିଚାଲିବ ସମ୍ପତ୍ତି!

ଶୁକ୍ରକୁ ପ୍ରେମ, ସୌନ୍ଦର୍ଯ୍ୟ, ଆକର୍ଷଣ, ବିଳାସ, ଟଙ୍କା ଏବଂ ଆନନ୍ଦର ଗ୍ରହ ଭାବରେ ବିବେଚନା କରାଯାଏ। ଜ୍ୟୋତିଷ ଶାସ୍ତ୍ରରେ, ଶୁକ୍ରର ଗୋଚରକୁ ସାଧାରଣତଃ ଶୁଭ ଏବଂ...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

ଜେଫ୍ରି ଏପ୍‌ଷ୍ଟିନ୍‌ଙ୍କ ସହ ଜଡିତ ଅତିକମରେ ୧୬ ଫାଇଲ ଗାଏବ! ଟ୍ରମ୍ପଙ୍କ ଫଟୋ ବି ୨୪ ଘଣ୍ଟାରେ ଡିଲିଟ, ଆମେରିକାରେ ହଇଚଇ

ଓ୍ବାଶଂଟନ,୨୧।୧୨: ଆମେରିକାରେ ଜେଫ୍ରି ଏପ୍‌ଷ୍ଟିନ୍‌ଙ୍କୁ ନେଇ ବିବାଦ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ଆମେରିକାର ନ୍ୟାୟ ବିଭାଗ (DOJ)ର ସରକାରୀ ସାର୍ବଜନୀନ ୱେବସାଇଟରୁ ଏପ୍‌ଷ୍ଟିନ୍‌ ମାମଲା...

୧୧ ବିମାନବନ୍ଦର ଲିଜ୍‌ରେ ନେବ ଆଦାନୀ

ନୂଆଦିଲ୍ଲୀ,୨୧ା୧୨: କେନ୍ଦ୍ର ସରକାର ଦେଶର କେତେକ ସରକାରୀ ବିମାନବନ୍ଦରକୁ ଘରୋଇ କମ୍ପାନୀକୁ ଲିଜ୍‌ ଦେବା ପାଇଁ ଯୋଜନା କରୁଥିବାବେଳେ ଆଦାନୀ ଏଣ୍ଟରପ୍ରାଇଜେସ୍‌ ୧୧ଟି ଏୟାରପୋର୍ଟ ପାଇଁ...

ପିୟୁସିସି ନ ଥିଲେ ପେଟ୍ରୋଲ ପମ୍ପରେ ତେଲ ମିଳିବନି

ଭୁବନେଶ୍ୱର/କଟକ,୨୧ା୧୨ (ତ୍ରିନାଥ ମହାନ୍ତି/କାର୍ତ୍ତିକ ସାହୁ): ଦିଲ୍ଲୀ ଭଳି ଭୁବନେଶ୍ୱର ଏବଂ ରାଜ୍ୟର ବିଭିନ୍ନ ସହରରେ ବାୟୁ ପ୍ରଦୂଷଣ ମାତ୍ର ଦିନକୁ ଦିନ ବଢ଼ିବାରେ ଲାଗିଛି। ପ୍ରତିଦିନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri