ଦିଲ୍ଲୀରୁ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଗିରଫ

ଭୁବନେଶ୍ୱର,୧୪।୯ (ବ୍ୟୁରୋ): ଆୟକର ଟିକସ ରିଫଣ୍ଡ୍‌ ଠକେଇ ମାମଲାରେ କ୍ରାଇମ୍‌ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଦିଲ୍ଲୀ ଏନ୍‌ସିଆର୍‌ ଅଞ୍ଚଳରୁ ଜଣେ ଚାର୍ଟାଡର୍ର୍ ଆକାଉଣ୍ଟାଣ୍ଟ୍‌(ଇଣ୍ଟରମିଡିଏଟ)ଙ୍କୁ ଗିରଫ କରିଛି। ସେ ହେଲେ ହରିୟାଣା ଫରିଦାବାଦ୍‌ର ନୀରଜ ସିଙ୍ଗ୍‌ଲା(୨୮)। ଅଭିଯୁକ୍ତ ନୀରଜଙ୍କୁ ଗତ ଶୁକ୍ରବାର ଗିରଫ ପରେ ଫରିଦାବାଦ୍‌ ଜେଏମ୍‌ଏଫ୍‌ସି କୋର୍ଟକୁ ଚାଲାଣ କରାଯାଇଥିଲା। ସେଠାରୁ ଅଭିଯୁକ୍ତଙ୍କୁ ୩ଦିନିଆ ଟ୍ରାଞ୍ଜିଟ ରିମାଣ୍ଡରେ ଆଣି ଇଓଡବ୍ଲ୍ୟୁ ମଙ୍ଗଳବାର ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟରେ ହାଜର କରିଥିଲା। ଜାମିନ ନାମଞ୍ଜୁର ହେବାରୁ ନୀରଜଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ତେବେ ନୀରଜଙ୍କୁ ୩ ଦିନିଆ ରିମାଣ୍ଡରେ ନେବାକୁ ଇଓଡବ୍ଲ୍ୟୁ ଆବେଦନ କରିଥିଲା। ଏନେଇ ଅନୁମତି ମିଳିଥିବା ବେଳେ ବୁଧବାର ଅପରାହ୍ନଠୁ ତାଙ୍କୁ ଜେଲରୁ ଅଣାଯାଇ ପଚରାଉଚରା କରାଯିବ। ଏଥିସହ ଏହି ର଼୍ୟାକେଟରେ ଥିବା ଅନ୍ୟମାନଙ୍କୁ ଗିରଫ କରାଯିବାକୁ ଚେଷ୍ଟା କରାଯିବ ବୋଲି ଇଓଡବ୍ଲ୍ୟୁ ଏସ୍‌ପି ଦିଲୀପ ତ୍ରିପାଠୀ କହିଛନ୍ତି।
ସୂଚନା ଅନୁଯାୟୀ, ଅଭିଯୁକ୍ତ ନୀରଜଙ୍କ ଏମ୍‌/ଏସ୍‌ ଅଲ୍‌ ଇଣ୍ଡିଆ ଟ୍ରାନ୍ସପୋର୍ଟ ସର୍ଭିସେସ୍‌, ସିକେଏସ୍‌ ଆକାଉଷ୍ଟିକ୍ସ ଓ ଏମ୍‌/ଏସ୍‌ ଜିଡିଏସ୍‌ ଆସୋସିଏସ୍‌ଟ୍ସ ନାମରେ ୩ କମ୍ପାନୀ ରହିଛି। ଅଭିଯୁକ୍ତ ନୀରଜ ଏବଂ ଅନ୍ୟମାନେ ଟିଡିଏସ୍‌ ରିଫଣ୍ଡ ଠକେଇ କରିବାକୁ ଆପରାଧିକ ଯୋଜନା କରିଥିଲେ। ରସୁଲଗଡ଼ସ୍ଥିତ ଏମ୍‌/ଏସ୍‌ ଆଇଏଏମ୍‌ଓ ସଲ୍ୟୁଶନ୍‌ ପ୍ରାଇଭେଟ ଲିମିଟେଡ୍‌ କମ୍ପାନୀର ୨୦୧୯-୨୦ ଚାଲାଣକୁ ୨୦୨୦-୨୧ର ଦର୍ଶାଇ ଟିଡିଏସ୍‌ ରିଫଣ୍ଡ ପାଇବାକୁ ଆୟକର ବିଭାଗରେ ଆବେଦନ କରିଥିଲେ। ୩୨ ଜଣ ହିତାଧିକାରୀଙ୍କୁ ୨.୭୦ କୋଟି ଟଙ୍କା ଟିଡିଏସ୍‌ ରିଫଣ୍ଡ ମିଳିବାକୁ ଥିବା ତାଙ୍କ ଆବେଦନରେ ଦର୍ଶାଇଥିଲେ। ଏହାପରେ ଆୟକର ବିଭାଗ ପକ୍ଷରୁ ପର୍ଯ୍ୟାୟକ୍ରମେ ୧.୪୦ କୋଟି ଟଙ୍କା ଦିଆଯିବା ପରେ ଫେକ୍‌ ବୋଲି ଜଣାପଡ଼ିବାରୁ ଏହା ଉପରେ ରୋକ ଲାଗିଥିଲା। ଏହି ଠକେଇ ର଼୍ୟାକେଟ ବିଷୟରେ ଜଣାପଡ଼ିବା ପରେ ଆୟକର ବିଭାଗ ପକ୍ଷରୁ ଇଓଡବ୍ଲ୍ୟୁରେ ଅଭିଯୋଗ ହୋଇଥିଲା। ଇଓଡବ୍ଲ୍ୟୁ ଅଗଷ୍ଟ ୨୭ରେ ଆଇଟି ଆକ୍ଟ ସହ ଆଇପିସିର ବିଭିନ୍ନ ଦଫାରେ ଏକ ମାମଲା (ନଂ.୧୫/୨୦୨୨) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ବେଳେ ୧ କୋଟି ୪୦ ଲକ୍ଷ ଠକେଇ ଟଙ୍କା ମଧ୍ୟରୁ ୧୭.୭୭ ଲକ୍ଷ ଟଙ୍କା ଅଭିଯୁକ୍ତ ନୀରଜଙ୍କ ଦ୍ୱାରା ଠକେଇ କରାଯାଇଥିବା ଜଣାପଡ଼ିଥିଲା। ଏପରି କି ବାକି ଟଙ୍କା ଅନ୍ୟ ଅଭିଯୁକ୍ତଙ୍କ ଆକାଉଣ୍ଟକୁ ଯାଇଥିବା ଇଓଡବ୍ଲ୍ୟୁ ଜାଣିବାକୁ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ସ୍ପୋର୍ଟ୍ସ କ୍ୟାପିଟାଲରୁ ଟ୍ରେନ୍ ଟଏଲଟ୍: ଓଡ଼ିଶା ଖେଳାଳିଙ୍କ କଦର୍ଯ୍ୟ ଯାତ୍ରାକୁ ନେଇ ସାରା ଦେଶରେ ହଇଚଇ

ଭୁବନେଶ୍ୱର,୨୨।୧୨: ଓଡ଼ିଶାର କ୍ରୀଡ଼ା ଭବିଷ୍ୟତ କୁହାଯାଉଥିବା ଯୁବ କୁସ୍ତି ପ୍ରତିଭାମାନଙ୍କ ଅପମାନଜନକ ଯାତ୍ରାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶର...

ସୃଷ୍ଟି ହେଲା ୨୪ ନୂଆ NAC , ୫ ମ୍ୟୁନିସିପାଲିଟି: ଯୋଡି ହେବ ଏସବୁ ଅଞ୍ଚଳ

ଭୁବନେଶ୍ୱର,୨୨।୧୨: ୨୪ ନୂଆ NAC ଓ ୫ ମ୍ୟୁନିସିପାଲିଟି ନେଇ ସୋମବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ ଜିଲାରେ ୨୪ ନୂଆ NAC ନେଇ...

ମୋହନ ସରକାରଙ୍କ ଅମଳରେ ପଛେଇଗଲା ଓଡ଼ିଶା, ବେକାରୀ ବୃଦ୍ଧି: ବିଜେଡିର ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୨୨।୧୨: ଓଡ଼ିଶାରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅର୍ଥନୈତିକ ବିଫଳତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଅଭିବୃଦ୍ଧି ହାର କମିବା...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri