ମୂର୍ତ୍ତି, ଆଲୋକସଜ୍ଜା ପ୍ରମୁଖ ଆକର୍ଷଣ

ଭୁବନ, ୧୧।୯(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ଭୁବନର ବିଶ୍ୱପ୍ରସିଦ୍ଧ ବଳଦଯାତ୍ରା ଏବଂ ଦଶହରା ଦୁର୍ଗାପୂଜା ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଛି ହରପାର୍ବତୀ ପୂଜା କମିଟି। ଦୁର୍ଗାଛକ, ଗୁଜୁରୀହାଟ ପରେ ସହରର ଏହି ୩ନଂ. ମେଢ଼ ଚଳିତବର୍ଷ ୨୪ବର୍ଷରେ ପଦାର୍ପଣ କରୁଛି। ମୂର୍ତ୍ତି, ଆଲୋକ ସାଜସଜ୍ଜା, ପାରମ୍ପରିକ ପୂଜାକୁ କମିଟି ପକ୍ଷରୁ ପ୍ରାଥମିକତା ଦିଆଯାଉଛି। ୭ଦିନ ବ୍ୟାପୀ ହେଉଥିବା ପୂଜାର ବିଭିନ୍ନ ଦିବସରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରିବାକୁ ନିଷ୍ପତ୍ତି ହୋଇଛି।

ଭୁବନରେ ଚଳିତବର୍ଷ ୧୩ଟି ମେଢ଼ ହେଉଥିବାବେଳେ କେବଳ ସେଣସାହି ଓ ହରପାର୍ବତୀ ପୂଜା ପ୍ରତିଷ୍ଠାନରେ ଦେବଦେବ ମହାଦେବ, ମା’ପାର୍ବତୀଙ୍କ ସମେତ ଅନ୍ୟ ପାର୍ଶ୍ୱ ଦେବଦେବୀଙ୍କ ମୃଣ୍ମୟୀ ପ୍ରତିମା ପୂଜା ପାଇଥାଆନ୍ତି। ଅଞ୍ଚଳର ୧୯୮୯ ବ୍ୟାଚ୍‌ର ମାଟ୍ରିକ୍‌ ଛାତ୍ରୀଛାତ୍ରମାନେ ଏହାର ଆରମ୍ଭ କରିଥିଲେ। ଏଥିଲାଗି ୫୦ରୁ ଊର୍ଦ୍ଧ୍ୱ ପିଲା ଜଣକ ପିଛା ସଂଗ୍ରହ କରିଥିଲେ ୩୦୦ ଟଙ୍କା। ମାତ୍ର ୨୦ରୁ ୨୫ ହଜାର ଟଙ୍କାରେ ଆରମ୍ଭ ହୋଇଥିବା ଏହି ମେଢ଼ରେ ଏବେ ଖର୍ଚ୍ଚ ହେଉଛି ଲକ୍ଷାଧିକ ଟଙ୍କା। ତେବେ କରୋନା ପାଇଁ ଆୟ ପ୍ରଭାବିତ ହୋଇଥିବାବେଳେ ଚଳିତ ବର୍ଷ ବଜେଟ କମାଯାଇ ୩ ଲକ୍ଷ ଟଙ୍କା ରଖାଯାଇଛି। ଏହି ଅର୍ଥରେ ମୂର୍ତ୍ତି, ମେଢ଼, ଆଲୋକ ସାଜସଜ୍ଜା, ପୂଜାର୍ଚ୍ଚନା, ଭସାଣି ଅନୁଷ୍ଠିତ ହେବ। ଏଥିସହ ଚଳିତବର୍ଷ ଦରିଦ୍ର ନାରାୟଣ ସେବା ଏବଂ ଅସହାୟଙ୍କୁ ବସ୍ତ୍ରଦାନ କାର୍ଯ୍ୟକ୍ରମ ରହିଛି। ତେବେ ସଦସ୍ୟମାନେ ଦୂରଦୂରାନ୍ତରେ ରହୁଥିବାରୁ ସେମାନେ ଆସିବା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି।

ପୂଜା ପ୍ରତିଷ୍ଠାନ ପକ୍ଷରୁ ପାରମ୍ପରିକ ପୂଜାକୁ ଗୁରୁତ୍ୱ ଦିଆଯାଉଛି। ଠାକୁରଙ୍କ ନିକଟରେ ନିସଙ୍ଖୁଡ଼ି ଭୋଗ ଲାଗି ହେବ। ସକାଳ, ଅପରାହ୍ନ ଏବଂ ସନ୍ଧ୍ୟାରେ ସ୍ବତନ୍ତ୍ର ପୂଜାର୍ଚ୍ଚନା କରାଯିବ। ମୂର୍ତ୍ତି ନିର୍ମାଣ ପାଇଁ ଭଦ୍ରକରୁ ମୂର୍ତ୍ତିକାର ଆସିଥିବାବେଳେ ସ୍ଥାନୀୟ କାରିଗରଙ୍କ ଦ୍ୱାରା ୫୦ ଫୁଟ ଉଚ୍ଚ ଏବଂ ୨୦୦ ଫୁଟ ଓସାର ବିଶିଷ୍ଟ ସୁଉଚ୍ଚ ତୋରଣ ନିର୍ମାଣ କରାଯାଉଥିବା ପୂଜା ପ୍ରତିଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମଣ୍ଡି ଖୋଲିବା ଦାବିରେ ଜିଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣା ଦେଲେ ଚାଷୀ

ବଲାଙ୍ଗୀର,୨୦ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାର ଅଧିକାଂଶ ମଣ୍ଡି ଏ ଯାଏ ଖୋଲିପାରିନାହିଁ। ଯାହା ଫଳରେ ଚାଷୀମାନେ ଧାନ ବିକ୍ରି କରି ନ ପାରି ହଇରାଣ...

ରେଞ୍ଜରଙ୍କ ଘରୁ ମିଳିଲାଣି ପୁଳାପୁଳା ଟଙ୍କା : ୬୭ ଲକ୍ଷର ଜମା

ଜଗତ୍‌ସିଂହପୁର,୨୦।୧୨: ଜଗତସିଂହପୁର ରାହାମା ରେଞ୍ଜର ରାଜେନ୍ଦ୍ର ସାମନ୍ତରାୟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ପରେ ମିଳିଲାଣି ୬୭ ଲକ୍ଷ ବ୍ୟାଙ୍କ ଓ ପୋଷ୍ଟାଲ ଜମା। ଆୟ ବର୍ହିଭୂତ...

ଦାମୀ କାର ଭିତରେ ସିକ୍ରେଟ୍‌ ଚ୍ୟାମ୍ବର: ପୁଷ୍ପା ଷ୍ଟାଇଲରେ ଗଞ୍ଜେଇ ଚାଲାଣ ବେଳେ ମାଡ଼ିବସିଲା…

ବଲାଙ୍ଗୀର,୨୦।୧୨:(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ୨୬ ନଂ ଜାତୀୟ ରାଜପଥରେ ପୁଷ୍ପା ଷ୍ଟାଇଲରେ ଏକ କ୍ରେଟା କାରରେ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ମାଡ଼ିବସିଲା...

ଗୋଡ଼ି ଛାଣିଲେ ମିଳେ ପଇସା, ଆଶ୍ଚର୍ଯ୍ୟ ଲାଗିଲେ ବି…

ଯାଜପୁର ଟାଉନ, ୨୦ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ମାନବ ସମାଜରେ ସମସ୍ତେ ନିଜ ପେଟପାଟଣା ପାଇଁ କିଛି ନା କିଛି କର୍ମ କରି ଦୁଇ ପଇସା ରୋଜଗାର...

ପୁଣି ଅରୁଣଙ୍କ ଘରେ ବିଜେଡି ନେତାଙ୍କ ମେଳି…

ବାଲେଶ୍ୱର,୨୦।୧୨(ବାଞ୍ଛାନିଧି ଦେ): ଅରୁଣ ସାହୁଙ୍କ ଘରେ ମେଳି ବାନ୍ଧିଲେଣି ବାଲେଶ୍ୱର ବିଜେଡି ନେତା। ଜ୍ୟୋତି ପାଣିଗ୍ରାହୀ, ସୁକାନ୍ତ ନାୟକ, ସ୍ବରୂପ ଦାସ ମଧ୍ୟ ଉପସ୍ଥିତ ଅଛନ୍ତି।...

୧୨ ବର୍ଷ ପରେ ବି ମିଳୁନି ସରକାରୀ ସୁବିଧା, ପ୍ରଶାସନିକ ଅବହେଳାର ଶିକାର ବଳିଆ

ଗଞ୍ଜାମ,୨୦ା୧୨(ଅନାଥ ତରାଇ): ସରକାରୀ ଯୋଜନା କାହା ପାଇଁ? ଯୋଗ୍ୟ ହିତାଧିକାରୀଙ୍କୁ ସୁବିଧା ଯୋଗାଇଦେବା କ୍ଷେତ୍ରରେ ପ୍ରଶାସନିକ ବିଫଳତାର ଏକ ନଗ୍ନଚିତ୍ର ଦେଖିବାକୁ ମିଳିଛି ଗଞ୍ଜାମ ବ୍ଲକ...

ହୃଦଘାତରେ ଚାଲିଗଲା ଜେନେରାଲ ମ୍ୟାନେଜରଙ୍କ ଜୀବନ: ଖେଳିଗଲା ଶୋକର ଛାୟା

ଦାରିଙ୍ଗବାଡି, ୨୦।୧୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଇକୋ ରିଟ୍ରିଟରେ କାର୍ଯ୍ୟରତ ଜେନେରାଲ ମ୍ୟାନେଜର ସୁମନ୍ତ ସରକାରଙ୍କ ଶୁକ୍ରବାର ବିଳମ୍ବିତ ରାତିରେ ହୃଦଘାତରେ ମୃତ୍ୟୁ...

ଓଲଟିଲା ଗୋରୁ ବୋଝେଇ କ୍ୟାଣ୍ଟର: ୫୦ରୁ ଉର୍ଦ୍ଧ୍ୱ ଗୋରୁ ମୃତ

କୋଟପାଡ଼,୨୦।୧୨(କେ. ରାଜଶେଖର ରାଓ): କୋରାପୁଟ ଜ଼ିଲା କୋଟପାଡ଼ରେ ଘୁମର ପଞ୍ଚାୟତ ପୂର୍ତ୍ତ ବିବାଗ ଜୟପୁରକୁ ସଂଯୋଗ କରୁଥିବା ରାସ୍ତା ଉପରେ ଏକ ଗୋରୁ ବୋଝେଇ କ୍ୟାଣ୍ଟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri