Posted inଖେଳ

ନପଚାରି ଦେଇଦେଲେ ଡିଆର୍‌ଏସ୍‌; ରାଗରେ ବାବର କହିଲେ ‘ଅଧିନାୟକ ମୁଁ’

ଦୁବାଇ,୧୦।୯: ବର୍ତ୍ତମାନ ଭଲ ଫର୍ମରେ ଅଛି ପାକିସ୍ତାନ କ୍ରିକେଟ ଟିମ୍‌। ଦମ୍‌ଦାର ପ୍ରଦର୍ଶନ ଯୋଗୁ ଏସିଆ କପ୍‌ ୨୦୨୨ ସିଜନ ଫାଇନାଲରେ ଦଳ ସ୍ଥାନ ପକ୍କା କରିଛି। ଏଥିରେ ଶ୍ରୀଲଙ୍କା ସହ ଦଳର ମୁକାବିଲା ହେବ। ତେବେ ଏହା ପୂର୍ବରୁ ପାକିସ୍ତାନର ସୁପର-୪ ପର୍ଯ୍ୟାୟର ଶେଷ ମୁକାବିଲା ଶ୍ରୀଲଙ୍କା ବିପକ୍ଷରେ ଦଳ ଖେଳିଥିଲା। ଏହି ମ୍ୟାଚ୍‌ରେ ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଥିଲା, ଯାହାକି ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ଶ୍ରୀଲଙ୍କା ବ୍ୟାଟିଂ ସମୟରେ ପାକିସ୍ତାନୀ ଉଇକେଟକିପର ମହମ୍ମଦ ରିଜଓ୍ବାନ ଏବଂ ମଇଦାନରେ ଥିବା ଅମ୍ପାୟାର ଏଭଳି କାମ କରିଥିଲେ, ଯାହା ପରେ ଅଧିନାୟକ ବାବର ଆଜମ ‘ମୁଁ ଦଳର ଅଧିନାୟକ’ ବୋଲି କହିବାକୁ ବାଧ୍ୟ ହୋଇଥିଲେ। ଏହି ଘଟଣା କ୍ୟାମେରାରେ କଏଦ ହୋଇଥିବା ବେଳେ ଭିଡିଓ ବେଶ ଭାଇରାଲ ହେଉଛି।

ଶ୍ରୀଲଙ୍କା ଇନିଂସର ୧୬ତମ ଓଭରରେ ଏହି ଘଟଣା ଘଟିଛି। ଦ୍ରୁତ ବୋଲର ଅସନ ଅଲିଙ୍କ ଦ୍ୱିତୀୟ ବଲ୍‌ରେ ଦାସୁନ ସନାକା ଏକ ଶର୍ଟ ମାରିବାକୁ ଚେଷ୍ଟା କରିଥିଲେ, ହେଲେ ବଲ୍‌ ରିଜଓ୍ବାନଙ୍କ ହାତକୁ ଯାଇଥିଲା। ରିଜଓ୍ବାନ ଭାବିଥିଲେ ବ୍ୟାଟ୍‌ରେ ବଲ୍‌ ବାଜିଛି। ଏଣୁ ସେ ଅପିଲ କରିଥିଲେ। ମାତ୍ର ଫିଲ୍ଡ ଅମ୍ପାୟାର ଅନିଲ ଚୌଧୁରୀ ନଟ୍‌ଆଉଟ୍‌ ବୋଲି କହିଥିଲେ। ଏହାପରେ ରିଜଓ୍ବାନ ଡିଆର୍‌ଏସ୍‌ ନେବାକୁ କହିଥିଲେ। ଅମ୍ପାୟାର ତାକୁ ମାନି ଡିଆର୍‌ଏସ୍‌ ଦେଇଦେଇଥିଲେ। ଏହା ଦେଖି ଅଧିନାୟକ ବାବର ରାଗି ଯାଇଥିଲେ। କାରଣ ଅମ୍ପାୟାର ତାଙ୍କୁ ପଚାରି ନ ଥିଲେ। ନିୟମ ଅନୁସାରେ ଅଧିନାୟକ କହିବା ପରେ ଅମ୍ପାୟାର ଡିଆର୍‌ଏସ୍‌ ମଞ୍ଜୁର କରେ। ହେଲେ ଏଠାରେ ଓଲଟା ହୋଇଥିଲା। ଏମିତିରେ ବାବର ସମସ୍ତଙ୍କୁ ମନେ ପକାଇ କହିଥିଲେ ‘ଅଧିନାୟକ ମୁଁ’। ଏହାର ଭିଡିଓ ଏବେ ବେଶ ଭାଇରାଲ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଶେଷ ହେଲା ରୁଷିଆ-ୟୁକ୍ରେନ ଯୁଦ୍ଧ! ଟ୍ରମ୍ପ କହିଲେ ଯୁଦ୍ଧବିରତିର ଚୁକ୍ତି ଖୁବ ନିକଟତର…

ମସ୍କୋ/କ୍ୱିଭ,୧୬।୧୨: ଡିସେମ୍ବର ୧୫ରେ ହ୍ବାଇଟ ହାଉସର ଓଭାଲ ଅଫିସରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ସମୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଥିଲେ, ‘ମୁଁ ବିଶ୍ୱାସ କରେ...

Oman Vs Indian Rupee: ମୋଦିଙ୍କ ଓମାନ ଗସ୍ତ ପରେ ଲକ୍ଷପତି ହେବେ ୫ଶହ ଭାରତୀୟ

ମସକଟ,୧୬।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତିନିଟି ରାଷ୍ଟ୍ର ଗସ୍ତରେ ଅଛନ୍ତି, ଜୋର୍ଡାନ, ଇଥିଓପିଆ ଏବଂ ଓମାନ ଗସ୍ତ କରୁଛନ୍ତି। ତାଙ୍କର ଚାରି ଦିନିଆ ଗସ୍ତ ସମୟରେ,...

୮ ଦିନରେ କିଡନୀ ରୋଗ ନେଲା ତୃତୀୟ ଜୀବନ, ମୃତକଙ୍କ ପରିବାରକୁ ସହାୟତା ଯୋଗାଇବାକୁ ଦାବି

ଅମରପାଲି,୧୬/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡରେ ସୋମବାର ପୁଣି ଜଣେ କିଡନୀ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ଉପାନ୍ତ ଦୁର୍ଜନତୈଲା...

ମହମ୍ମଦ ମୋକିମ କିଏ… ବର୍ଷିଲେ ପିସିସି ସଭାପତି: ଗୁମର ଖୋଲି କହିଲେ..

ଭୁବନେଶ୍ୱର,୧୬।୧୨: କଂଗ୍ରେସରୁ ମହମ୍ମଦ ମୋକିମଙ୍କ ବହିଷ୍କାର ପରେ ପିସିସି ସଭାପତି ଭକ୍ତ ଦାସ ପ୍ରତିକ୍ରିୟା ଦେଇଛନ୍ତି। ସାମ୍ବାଦିକଙ୍କ ପ୍ରଶ୍ନରେ ସେ କହିଛନ୍ତି, ମହମ୍ମଦ ମୋକିମ କିଏ,...

ବଢିଲା ଶୀତ: ଦାରିଙ୍ଗବାଡିରେ ବଢୁଛି ପର୍ଯ୍ୟଟକଙ୍କ ଭିଡ଼

ଦାରିଙ୍ଗବାଡି, ୧୬।୧୨ (ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ପୁଣି ବଢିଲା ଶୀତର ପ୍ରକୋପ ବିଭିନ୍ନ ସ୍ଥାନରେ ଘନ କୁହୁଡି ସହ ଶୀତ ଦ୍ବିଗୁଣିତ...

ଯମୁନା ଏକ୍ସପ୍ରେସୱେରେ ଭୟଙ୍କର ଦୁର୍ଘଟଣା, ୪ମୃତ ୧୦୦ରୁ ଅଧିକ ଆହତ

ନୂଆଦିଲ୍ଲୀ,୧୬ା୧୨: ମଥୁରାର ଯମୁନା ଏକ୍ସପ୍ରେସୱେରେ କୁହୁଡ଼ି ଯୋଗୁଁ ସାତଟି ବସ୍ ଏବଂ ତିନୋଟି କାର ପରସ୍ପର ସହ ଧକ୍କା ହୋଇଥିବା ନେଇ ଖବର ସାମ୍ନାକୁ ଆସୁଛି...

‘ଜମ୍ମୁ-କଶ୍ମୀର ଆମର ଥିଲା ରହିବ…’ ପାକିସ୍ତାନକୁ କଡ଼ା ଜବାବ ଦେଲା ଭାରତ

ନୂଆଦିଲ୍ଲୀ,୧୬।୧୨: ଜାତିସଂଘ ସୁରକ୍ଷା ପରିଷଦରେ ‘ଶାନ୍ତି ପାଇଁ ନେତୃତ୍ୱ’ ବା‘ଲିଡରଶିପ ଫର ପିସ୍‌’ ଉପରେ ଖୋଲା ବିତର୍କ ସମୟରେ ଭାରତ ପାକିସ୍ତାନକୁ କଡ଼ା ଜବାବ ଦେଇଛି।...

ଜଗନ୍ନାଥ ଗ୍ରହଣୀୟ

‘ନାମରେ କ’ଣ ଅଛି ? ଯାହାକୁ ଆମେ ଗୋଲାପ କହୁଛୁ, ଅନ୍ୟ କୌଣସି ନାମରେ ଡାକିଲେ ମଧ୍ୟ ତା’ର ସୁଗନ୍ଧ ସେହିପରି ମିଠା ରହିବ।’ ନାମକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri