Posted inଜାତୀୟ

ଜଳର ପୁନଃ ଚକ୍ରଣ କରୁଛି ବେଦାନ୍ତ ଆଲୁମିନିୟମ

ଭୁବନେଶ୍ୱର,୭।୯: ଦେଶର ପ୍ରମୁଖ ଘରୋଇ ଆଲୁମିନିୟମ ଉପତ୍ାଦକ ବେଦାନ୍ତ ଆଲୁମିନିୟମର ଝାରସୁଗୁଡ଼ାସ୍ଥିତ ଆଲୁମିନିୟମ ସ୍ମେଲଟର-୧ ଆର୍ଥିକ ବର୍ଷ-୨୨ରେ ନିର୍ଦ୍ଧାରିତ ପରିମାଣର ଜଳ ବିନିଯୋଗକୁ ୧୧% ହ୍ରାସ କରିବାର ଗୌରବ ଅର୍ଜନ କରିଛି। ଗତ ଆର୍ଥିକ ବର୍ଷ-୨୧ରେ ୧୭,୪୦୦ ଟନ୍‌ରୁ ଅଧିକ ଆଲୁମିନିୟମ ଉପତ୍ାଦନ କରିଛି। ବେଦାନ୍ତ ଆଲୁମିନିୟମ ଝାରସୁଗୁଡ଼ା ବିଶ୍ୱର ବୃହତ୍‌ ଆଲୁମିନିୟମ ସ୍ମେଲ୍‌ଟିଂ କମ୍ପ୍ଲେକ୍ସ ମଧ୍ୟରୁ ଅନ୍ୟତମ। ଏହାର ସ୍ମେଲ୍‌ଟର-୨ରେ ଜଳ ବ୍ୟବହାରକୁ ଆର୍ଥିକ ବର୍ଷ-୨୨ରେ ପ୍ରାୟ ୮ % ହ୍ରାସ କରିଥିଲାବେଳେ ଉପତ୍ାଦନକୁ ପ୍ରାୟ ୨ଲକ୍ଷ ଟନ ବୃଦ୍ଧି କରିଛି। ମୋଟ ଉପରେ ଗତ ଆର୍ଥିକ ବର୍ଷରେ ଇନ୍‌ ହାଉସ ବ୍ୟବହାର ପାଇଁ ଏହି ସାଇଟ ପ୍ରାୟ ୫ ବିଲିୟନ ଲିଟର ଜଳର ପୁନଃ ଚକ୍ରଣ କରିଛି। ୨୦୩୦ ସୁଦ୍ଧା ଏହାର କାର୍ଯ୍ୟକୁ ନେଟ୍‌ ୱାଟର ପଜିଟିଭ କରିବା କମ୍ପାନୀର ଲକ୍ଷ୍ୟ ରହିଛି।
ସମ୍ପର୍କରେ ବେଦାନ୍ତ ଲିମିଟେଡ୍‌ (ଝାରସୁଗୁଡ଼ା ୟୁନିଟ୍‌)ର ସିଇଓ ସୁନୀଲ ଗୁପ୍ତା କହିଛନ୍ତି, ଆମର ଜଳ ପ୍ରବନ୍ଧନ ପ୍ରଚେଷ୍ଟା ୟୁଏନ୍‌ ସଷ୍ଟେନବେଲ ଡେଭଲପମେଣ୍ଟ ଗୋଲ୍‌ (ଏସ୍‌ଡିଜି) ଆଧାରିତ। ଆମେ ଜଳ ବ୍ୟବହାରକୁ କମ୍‌ କରିବା ପାଇଁ ପ୍ରୟାସ କରୁଛୁ। ଜଳ ପ୍ରବନ୍ଧନ ଯୋଜନା ବେଦାନ୍ତର ଏକ ଆଭ୍ୟନ୍ତରୀଣ ଅଂଶ। ଏହା ଶୂନ୍ୟ ଲିକୁଇଡ୍‌ ଡିସ୍‌ଚାର୍ଜ ନୀତିକୁ ଆପଣାଇଥାଏ, ଯାହାଦ୍ୱାରା ନିର୍ଗମିତ ହେଉଥିବା ଜଳକୁ ପ୍ରକ୍ରିୟାକୃତ କରାଯାଇ ପ୍ଲାଣ୍ଟରେ ପୁନଃ ବ୍ୟବହାର କରାଯାଏ। ସ୍ଥାୟୀ ଜଳ ସମାଧାନ ପାଇଁ କମ୍ପାନୀ ପକ୍ଷରୁ ୪ସ୍ତମ୍ଭ ବିଶିଷ୍ଟ କାର୍ଯ୍ୟକାରୀ ଯୋଜନା ପ୍ରସ୍ତୁତ କରାଯାଇଛି ବୋଲି ସେ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri