ରାସ୍ତା ଅବସ୍ଥାକୁ ଶୋଚନୀୟ କରିଛି ବନ୍ୟା

କେନ୍ଦ୍ରାପଡ଼ା ଅଫିସ, ୭ା୯: ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀ ସିଷ୍ଟମରେ ହୋଇଥିବା ବନ୍ୟା ଏବେ ସମ୍ପୂର୍ଣ୍ଣ ଛାଡ଼ିଯାଇଛି। ଏହି ବନ୍ୟାଞ୍ଚଳରେ କେତେକ ପାଟ କ୍ଷେତରେ ଜଳ ନିଷ୍କାସିତ ହୋଇପାରି ନାହିଁ। ତେବେ ଗତ ବନ୍ୟା ଓ ଲଗାଣ ବର୍ଷା ଜଳ କେନ୍ଦ୍ରାପଡ଼ା ଜିଲାର ରାସ୍ତାକୁ ବେହାଲ କରିଦେଇଛି। ଧୋୟା ଅଞ୍ଚଳକୁ ଗମନାଗମନ ଠପ୍‌ ହୋଇ ପଡିଥିବାବେଳେ ମହାକାଳପଡ଼ା ବ୍ଲକ ଅଞ୍ଚଳର ବହୁ ଗ୍ରାମ ଜରୁରୀ ସେବା ପାଇବାରୁ ବଞ୍ଚତ୍ତ ହୋଇଛି। ଅପରପକ୍ଷରେ ଚଳିତ ଆର୍ଥିକ ବର୍ଷ ସୁଦ୍ଧା ଜିଲାର ଗ୍ରାମାଞ୍ଚଳରେ ୧୬,୦୫୪ଟି ରାସ୍ତା ନିର୍ମାଣ ପାଇଁ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ପ୍ରସ୍ତାବ ଆସିଛି। ତେବେ ଏଥିମଧ୍ୟରୁ ମାତ୍ର ୭୮୦ଟି ରାସ୍ତା ଅଦ୍ୟାବଧି ସରିଛି। ବେହାଲ ରାସ୍ତା ପାଇଁ ଶିକ୍ଷା, ସ୍ବାସ୍ଥ୍ୟ ସହିତ ଆର୍ଥିକ ଓ ସାମାଜିକ ପ୍ରଗତିରେ ପ୍ରତିବନ୍ଧକ ସୃଷ୍ଟି ହୋଇଛି ବୋଲି ମତ ମିଳିଛି।
ପଞ୍ଚାୟତିରାଜ ବିଭାଗ ତଥ୍ୟ ଅନୁଯାୟୀ, ଚଳିତ ଆର୍ଥିକ ବର୍ଷରେ ୫,୯୭୭ଟି ରାସ୍ତା ପାଇଁ ପ୍ରସ୍ତାବ ଆସିଥିଲେ ମଧ୍ୟ ଏହାକୁ ମଞ୍ଜୁରୀ ମିଳିନାହିଁ। ସେହିପରି ମଞ୍ଜୁରୀପ୍ରାପ୍ତ ୩,୨୧୩ଟି ରାସ୍ତା କାମ ଅଦ୍ୟାବଧି ଆରମ୍ଭ ହୋଇନାହିଁ। ୬,୦୮୪ଟି ରାସ୍ତା କାମ ଚାଲିଛି। ଚଳିତ ଆର୍ଥିକ ବର୍ଷରେ ମାତ୍ର ୭୮୦ଟି ରାସ୍ତା ନିର୍ମାଣ ହୋଇଥିବାବେଳେ ବନ୍ୟା ଓ ବର୍ଷା ପାଇଁ କେତେକ ରାସ୍ତା ଧୋଇ ଯାଇଛି। ପଟ୍ଟାମୁଣ୍ଡାଇ ବ୍ଲକ ଅଞ୍ଚଳରେ ସର୍ବାଧିକ ୩,୨୮୩ଟି ଗ୍ରାମାଞ୍ଚଳ ରାସ୍ତା ପ୍ରକଳ୍ପ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ହେବାକୁ ଥିବା ବେଳେ ଅଦ୍ୟାବଧି ମାତ୍ର ୨୪ଟି ରାସ୍ତା ସମ୍ପୂର୍ଣ୍ଣ ହୋଇଛି। ସେହିପରି ଉପାନ୍ତ ଅଞ୍ଚଳ ଭାବେ ପରିଚିତ ମହାକାଳପଡ଼ା, ରାଜନଗର, ଆଳି, ରାଜକନିକାବାସୀ ଚଳିତ ଲଗାଣ ବର୍ଷାରେ ସମସ୍ୟାରେ ପଡ଼ିଛନ୍ତି। ମହାକାଳପଡ଼ା ୟୁଥ୍‌ କ୍ଲବ ସଭାପତି ସୁନୀଲ କୁମାର ଗନ୍ତାୟତ କହିଛନ୍ତି, ଲଗାଣ ବର୍ଷା ଫଳରେ ମହାକାଳପଡ଼ା ବ୍ଲକ ଅଞ୍ଚଳରେ ଏବେ ପାଣି ଜମି ରହିଛି। ଲୁଣାବନ୍ଧକୁ ସୁଦୃଢ଼ୀକରଣ ପାଇଁ ପିଚୁ ରାସ୍ତା ଖୋଳା ଯାଇଥିଲା। ମାତ୍ର ଏହି ରାସ୍ତା ସମ୍ପୂର୍ଣ୍ଣ ହୋଇନାହିଁ। ଲୁଣାନଦୀରୁ ରଙ୍କାଳ ଗ୍ରାମ, ଚିତ୍ରୋପତ୍ଳାର ଦକ୍ଷିଣ ପାର୍ଶ୍ୱ ନଦୀବନ୍ଧ ରାସ୍ତା ନିର୍ମାଣ ସରି ନ ଥିବାରୁ ବର୍ଷା ସମୟରେ ଲୋକମାନେ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କେବଳ ଜଳସମ୍ପଦ ବିଭାଗ ନୁହେଁ, ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ, ବ୍ଲକ ପ୍ରଶାସନର ପଞ୍ଚାୟତିରାଜ ଓ ଆଳି ତଟବନ୍ଧ ବିଭାଗର ଅବହେଳା ପାଇଁ ଜିଲାବାସୀଙ୍କ ଗମନାଗମନ ପଥକୁ ଚଳିତ ଲଗାଣ ବର୍ଷା ବେହାଲ କରିଛି। ଦଶୀପୁର ଗ୍ରାମର ଅରବିନ୍ଦ ରାଉତ କହିଛନ୍ତି, ଉପାନ୍ତ ଅଞ୍ଚଳରେ ଗମନାଗମନ ସମସ୍ୟା ଦେଶ ସ୍ବାଧୀନତା ପରଠାରୁ ଅଦ୍ୟାବଧି ସମାଧାନ ହୋଇ ପାରିନାହିଁ। ମହାକାଳପଡ଼ା ଓ ରାଜନଗର ବ୍ଲକ ଅଞ୍ଚଳରେ ଯାତାୟାତକୁ ନଦୀ ନାଳ ରୋକୁଥିବା ବେଳେ ବର୍ଷାଦିନେ ଜରୁରୀ ସେବା ମିଳିବା କଷ୍ଟ ହୋଇଛି। ଚଳିତବର୍ଷର ଲଗାତାର ବର୍ଷା ଓ ବନ୍ୟା ଏହି ରାସ୍ତାବସ୍ଥାକୁ ଶୋଚନୀୟ କରିପକାଇଛି। ବଡ଼କୂଳ, କରଞ୍ଜ, ବତିଘର ପଞ୍ଚାୟତ ସମେତ ବିଜୟନଗର, ବଳିପାଳ, ଦଶୀପୁର, କେୟାରବାଙ୍କ, ଗୁଲୁଦୁଆ ରାସ୍ତା ଏବେ ଶୋଚନୀୟ ଅବସ୍ଥାରେ ରହିଛି। ପଟ୍ଟାମୁଣ୍ଡାଇ ବ୍ଲକ ସିଂହଗଁା ପଞ୍ଚାୟତ ପୂର୍ବତନ ସରପଞ୍ଚ ନିର୍ମଳ ଚନ୍ଦ୍ର ଜେନା କହିଛନ୍ତି, କଣ୍ଠିଆ ନାଳ ସେତୁ ଓ ଦାଣ୍ଡିସାହିରୁ ସିଂହଗଁା ରାସ୍ତା ନିର୍ମାଣ ଦୀର୍ଘ ୧୦ ବର୍ଷ ଧରି ନିର୍ମାଣ କାର୍ଯ୍ୟ ସରୁନାହିଁ। ଫଳରେ ଧୋୟାଞ୍ଚଳ ସାମାନ୍ୟ ବର୍ଷାରେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହେଉଛି। ଏ ସମ୍ପର୍କରେ ପିଡି ରାଜେନ୍ଦ୍ର କୁମାର ପଣ୍ଡାଙ୍କୁ ପଚାରିବାରେ ରାସ୍ତା ନିର୍ମାଣ ସମସ୍ୟାକୁ ନେଇ ବହୁବାର ବୈଠକ ହୋଇଛି। ଏ ନେଇ ବିଭିନ୍ନ ବିଭାଗକୁ ସଜାଗ କରାଯାଇଛି। ଗତ ଏପ୍ରିଲରୁ ଏମ୍‌ଜିଏନ୍‌ଆରଇଜିଏସ୍‌କୁ ଗୁରୁତ୍ୱ ଦିଆଯାଇ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲୁଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri