ଯାଜପୁର ଅଫିସ,୬ା୯:ଦଶରଥପୁର ବ୍ଲକ ଅନ୍ତର୍ଗତ ଦତ୍ତପୁର ପଞ୍ଚାୟତରେ ବନ୍ୟା ବିପନ୍ନଙ୍କ ଦୁଃଖ ଏଯାଏ ଦୂର ହୋଇ ପାରିନାହିଁ। ଏହାକୁ ସମାଧାନ କରିବାରେ ବ୍ଲକ ପ୍ରଶାସନ ବିଫଳ ହୋଇଛି ବୋଲି ସୋମବାର ବିଭିନ୍ନ ଯୁବ ସଂଗଠନ ପକ୍ଷରୁ ଅଭିଯୋଗ ହୋଇଛି। ଏକ ଖବରଦାତା ସମ୍ମିଳନୀରେ ସେମାନେ ଦର୍ଶାଇଛନ୍ତି, ବୈତରଣୀ ନଦୀ ତଟରେ ଅବସ୍ଥିତ ଦତ୍ତପୁର ପଞ୍ଚାୟତବାସୀ ପ୍ରତିବର୍ଷ ବନ୍ୟାଦ୍ୱାରା ପ୍ରଭାବିତ ହେବା ସହିତ ବ୍ୟାପକ କ୍ଷୟକ୍ଷତିର ସାମ୍ନା କରୁଛନ୍ତି। ୨୦୨୧ ବନ୍ୟାରେ ଦତ୍ତପୁରଠାରେ ପ୍ରାୟ ୧୦୦ ଫୁଟ୍ର ଘାଇ ହେବା ଦ୍ୱାରା ହଜାରହଜାର ଜନସାଧାରଣ ବାସଚ୍ୟୁତ ହୋଇଥିଲେ। ଦତ୍ତପୁର ଅଞ୍ଚଳ ବାଲିଚରି ଯାଇଥିଲା। ମାତ୍ର ବନ୍ୟା ପରବର୍ତ୍ତୀ ସମୟରେ ପ୍ରଶାସନ ସେମାନଙ୍କୁ ଉପଯୁକ୍ତ ଥଇଥାନ ସହିତ ଏହାର ସ୍ଥାୟୀ ପ୍ରତିକାର କରିବାରେ ବିଫଳ ହୋଇଥିଲା। ଏହାପରେ ଅଗଷ୍ଟ ଶେଷ ଭାଗରେ ବୈତରଣୀ ନଦୀର ଉଚ୍ଛୁଳା ପାଣି କାଣୀ ନଦୀରେ ଘାଇ ସୃଷ୍ଟି ହୋଇ ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଥିଲା। ଏଥିରେ ୨୦ ହଜାରରୁ ଊର୍ଦ୍ଧ୍ୱ ଲୋକ ପ୍ରଭାବିତ ହେବା ସହ ଶତାଧିକ ଲୋକ ବାସହରା ହୋଇଥିଲେ। ଏଭଳି ଭାବେ ପ୍ରତ୍ୟେକ ବର୍ଷ ବନ୍ୟାରେ ପଞ୍ଚାୟତରେ ନିର୍ମାଣ ହୋଇଥିବା ରାସ୍ତାଘାଟର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ନିର୍ମାଣାଧୀନ କଲ୍ୟାଣ ମଣ୍ଡପ ଅସମ୍ପୂର୍ଣ୍ଣ ଥିବାରୁ ତାହା କାର୍ଯ୍ୟରେ ଲାଗିପାରୁ ନାହିଁ। ମାର୍କେଟ କମ୍ପ୍ଲେକ୍ସ ଗୃହ ବଣ୍ଟନ କରାଯାଇନାହିଁ। ପଞ୍ଚାୟତରେ ଥିବା ବିଦ୍ୟାଳୟଗୁଡ଼ିକରେ ଭିତ୍ତିଭୂମିର ଅଭାବ ରହିବା ସହିତ ଆବଶ୍ୟକ ଶିକ୍ଷକ ନାହାନ୍ତି।
୨ଟି ପର୍ଯ୍ୟାୟରେ ହାଇସ୍କୁଲଗୁଡିକୁ ୫-ଟି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଥିବାବେଳେ ଏହି ପଞ୍ଚାୟତରେ ଅବସ୍ଥିତ ଦତ୍ତପୁର ହାଇସ୍କୁଲ ଓ ଅର୍ଦ୍ଦାଉଳିଆ ବାଳିକା ଉଚ୍ଚ ବିଦ୍ୟାଳୟ ଏଥିରୁ ବଞ୍ଚିତ ରହିଛି। ଜଳ ନିଷ୍କାସନ ନିମନ୍ତେ ଏକମାତ୍ର ଧୁଆଳୀ ନାଳକୁ ସଫେଇ କରାଯାଇ ନ ଥିବା ଯୋଗୁ ବନ୍ୟାଜଳ ନିଷ୍କାସନରେ ସମସ୍ୟା ସୃଷ୍ଟି ହେଉଛି। ଦତ୍ତପୁର ମଲ୍ଲିକ ସାହିରେ ବିଦ୍ୟୁତ୍ ତାରଗୁଡିକ ବିପଦପୂର୍ଣ୍ଣ ଅବସ୍ଥାରେ ଝୁଲି ରହିଥିବା ଯୋଗୁ ଯାତାୟାତରେ ସମସ୍ୟା ସୃଷ୍ଟି ହେଉଛି। ନାରାୟଣପୁର, ଦତ୍ତପୁର ଓ ମଲ୍ଲିକସାହି ଘାଟକୂଳ, ଗଡ଼ାଣୀ ରାସ୍ତା ନିର୍ମାଣ ନ କରାଯିବା ଓ ବିଭିନ୍ନ ଗ୍ରାମରେ ଡ୍ରେନ ନିର୍ମାଣ ନ ହେବା ଯୋଗୁ ଗ୍ରାମରେ ବର୍ଷାଜଳ ଜମି ରହି ମ୍ୟାଲେରିଆ ଏବଂ ଡେଙ୍ଗୁ ଆଦିର କାରଣ ପାଲଟୁଛି। ତେଣୁ ତୁରନ୍ତ ବ୍ଲକ ପ୍ରଶାସନ ଏଠାରେ ଥିବା ମୌଳିକ ସମସ୍ୟା ଗୁଡିକୁ ସମାଧାନ କରିବାକୁ ଦାବି କରାଯାଇଛି। ଏହା ନ ହେଲେ ଆଗାମୀ ଦିନରେ ଦୃଢ଼ ପ୍ରତିବାଦ କରାଯିବ ବୋଲି ଯୁବ ସଂଗଠକ ପ୍ରଶାନ୍ତ ସାମଲ, ସୁଶାନ୍ତ ସାହୁ, ଅଜୟ କୁମାର ରାଉତ, ଅଜୟ ମଲ୍ଲିକ, ପ୍ରମୋଦ ରାଉତ, ପ୍ରଶାନ୍ତ ଜେନା ଓ ପ୍ରଶାନ୍ତ ପରିଡ଼ା ପ୍ରମୁଖ ଚେତାବନୀ ଦେଇଛନ୍ତି।
Posted inHome, Home Left, ଆମ ଜିଲା ଖବର, ଯାଜପୁର View All
ଆଜି ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ, ତାଙ୍କ ସ୍ଥାନ ନେବେ…
ଭୁବନେଶ୍ୱର,୩୧ା୧୨: ଆଜି ଅର୍ଥାତ୍ ବୁଧବାର ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ। ୨୦୨୪ ଜୁଲାଇରୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱରେ ସେ ରହି...
ଗାଡ଼ି ଧକ୍କାକୁ ତୁମୁଳ କାଣ୍ଡ: ଆହତ ହେଲେ ବାଇଁଆ
ଭୁବନେଶ୍ୱର,୩୧।୧୨: ଗାଡ଼ି ଧକ୍କାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ୪୫ ନଂ କର୍ପୋରେଟର ଅମରେଶ ଜେନା ଓରଫ ବାଇଁଆ ଭାଇ ଆହତ ହୋଇଛନ୍ତି। ଲକ୍ଷ୍ମୀସାଗର...
ପୁଣି ହେବାକୁ ଯାଉଛି ଯୁଦ୍ଧ? ଭାରତ କଲା ବଡ଼ ଡିଲ୍
ନୂଆଦିଲ୍ଲୀ,୩୧।୧୨: ଦେଶର ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ପାଇଁ ସରକାର ବର୍ଷ ଶେଷରେ ଏକ ବଡ଼ ପଦକ୍ଷେପ ନେଇଥିଲେ। ଡିସେମ୍ୱର 30, 2025 ରେ, ପ୍ରତିରକ୍ଷା...
ବାଇକ୍ରେ ଗଲା ବେଳେ ପିଉସୀଅ-ପୁତୁରାଙ୍କ ବେକରେ ଲାଗିଲା ମାଞ୍ଜା ସୂତା: ପରେ…
କଟକ ସଦର,୩୧।୧୨(ସୁଶାନ୍ତ କୁମାର ଜେନା): କଟକ ଜିଲା ୪୨ ମୌଜା ଥାନା ଅନ୍ତର୍ଗତ ବ୍ରହ୍ମପୁର ଗ୍ରାମରେ ବୁଧବାର ସକାଳେ ଅଭାବନୀୟ ଘଟଣା ଘଟିଛିି। ବାଇକରେ ପିଉସୀ...
ଚାଇନାକୁ ବଡ଼ ଝଟକା ଦେଲା ଭାରତ, ଏହି ଜିନିଷ ଉପରେ ଲାଗୁ କଲା ୩ ବର୍ଷର ଟାରିଫ୍, ଜାଣନ୍ତୁ କାରଣ…
ନୂଆଦିଲ୍ଲୀ,୩୧।୧୨: ଭାରତ ସରକାର ମଙ୍ଗଳବାର ଚାଇନା ବର୍ଦ୍ଧିତ ଶସ୍ତା ଇସ୍ପାତ ଆମଦାନୀକୁ ରୋକିବା ପାଇଁ ତିନି ବର୍ଷ ପାଇଁ କିଛି ଇସ୍ପାତ ଉତ୍ପାଦ ଉପରେ ୧୧-୧୨...
ଏମିତି ମିଛ କହିଲା ଚାଇନା: ସବୁ ପୋଲ୍ ଖୋଲିଦେଲା ଭାରତ
ନୂଆଦିଲ୍ଲୀ,୩୧।୧୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ପାଇଁ ଅନ୍ତର୍ଜାତୀୟ କ୍ରେଡିଟ ତୀବ୍ର ହୋଇଛି। ପ୍ରଥମେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଏବେ ଚାଇନା...
ବେଆଇନ କୁକୁଡ଼ା ଲଢ଼େଇ ଖେଳକୁ ବନ୍ଦ କରିବାକୁ ଯାଇଥିଲା ପୋଲିସ, ଗାଡିକୁ ଘେରିଗଲେ ଲୋକେ, ଆଉ ତା’ପରେ…
ପାଟଣା,୩୧।୧୨(ବୀର କିଶୋର ଦାଶ) : କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ସାହାରପଡା ବ୍ଲକ ଡାଳପକା ପଞ୍ଚାୟତ ଉପାନ୍ତ କେନ୍ଦୁଯୋଡା ଗ୍ରାମ ରେସାନ୍ତାଳ ସମ୍ପ୍ରଦାୟ ଦାମୋଦର...
ଅନଲାଇନରେ ଅର୍ଡର କରୁଛନ୍ତି? ଆଜି ଆସିବନି ପାର୍ସଲ, ଡେଲିଭେରୀ ଏଜେଣ୍ଟଙ୍କ ବଡ଼ ଘୋଷଣା
ନୂଆଦିଲ୍ଲୀ,୩୧।୧୨: ଯଦି ଆପଣ ଆଜି ପାର୍ଟି କରିବାକୁ ମନସ୍ଥ କରିଛନ୍ତି ଏବଂ ଅନଲାଇନରେ ଖାଦ୍ୟ ଏବଂ ପାନୀୟ ଅର୍ଡର କରିବାକୁ ଯୋଜନା କରୁଛନ୍ତି, ତେବେ ଏହା...
Archives


