ବିବାହ ପ୍ରତିଶ୍ରୁତି ଦେଇ ଛାତ୍ରୀଙ୍କ ସହ ଶାରୀରୀକ ସମ୍ପର୍କ ରଖୁଥିଲେ କଲେଜର ଅଧ୍ୟାପକ, ବିବାହ ପାଇଁ କହିବାରୁ…

ଦେବଗଡ,୧୫।୪(ଶଶାଙ୍କ ଶେଖର ଝାଙ୍କର): ବିବାହ ପ୍ରଲୋଭନ ଦେଖାଇ ଜଣେ ଛାତ୍ରୀଙ୍କ ସହିତ ଶାରୀରୀକ ସମ୍ପର୍କ ସ୍ଥାପନ କରିବା ପରେ ପ୍ରତାରଣା ଅଭିଯୋଗରେ ଏକ କଲେଜର ଜଣେ ଅଧ୍ୟାପକ ଗିରଫ ହେବା ଘଟଣା ଆଜି ମୁଖ୍ୟ ଚର୍ଚ୍ଚାର ବିଷୟ ସାଜିଛି । ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଦେବଗଡ ସହରର ଏକ ମହାବିଦ୍ୟାଳୟର ନିଳାଞ୍ଚଳ ରାଜହଂସ ନାମକ ଜଣେ ଅଧ୍ୟାପକ ଉକ୍ତ ମହାବିଦ୍ୟାଳୟର ଯୁକ୍ତ ୩ ଶ୍ରେଣୀର ଜଣେ ଛାତ୍ରୀଙ୍କୁ ୨୦୨୪ ସେପ୍ଟେମ୍ବର ମାସରୁ ପ୍ରେମ ଫାଶରେ ଫସାଇବା ସହ ବିବାହ ପ୍ରଲୋଭନ ଦେଖାଇ ଅନେକବାର ଶାରୀରୀକ ରଖି ଆସୁଥିଲେ । ୨୦୨୫ ଜାନୁଆରୀରେ ଉଭୟେ ଦେଓଝରଣ ପର୍ଯ୍ୟଟନସ୍ଥଳୀକୁ ଯାଇ ପ୍ରଥମଥର ପାଇଁ ଶାରୀରୀକ ସମ୍ପର୍କ ରଖିଥିବାବେଳେ ପରବର୍ତ୍ତୀ ସମୟରେ ମଧ୍ୟ ଏହା ଜାରି ରହିଥିଲା । ଗତ ୧୧ ତାରିଖ ଦିନ ଅଧ୍ୟାପକ ରାଜହଂସ ବିବାହ ପ୍ରଲୋଭନ ଦେଖାଇ ଉକ୍ତ ଛାତ୍ରୀଙ୍କୁ ଡାକିବାରୁ ଛାତ୍ରୀ ଜଣକ ଘର ଲୋକଙ୍କୁ ନଜଣାଇ କଲେଜ ଯିବା ବାହାନାରେ ଘରୁ ପଳାଇ ଆସିଥିଲେ। ଉଭୟେ ଭବାନୀପାଟଣା ଯିବାସହ ସେଠାରେ ଥିବା ରାଜହଂସଙ୍କ ଭଡା କୋଠରୀରେ ରହିଥିଲେ। ଏହା ପରିଦିନ ଅର୍ଥାତ୍‌ ଗତ ୧୨ ତାରିଖ ସକାଳେ ଉଭୟେ ଏକ ବାଇକ ଯୋଗେ ଏଠାକୁ ଆସିଥିଲେ ଓ ରାଜହଂସ ତାଙ୍କୁ ଦେବଗଡରେ ଛାଡି ଦେଇଥିଲେ । ଛାତ୍ରୀ ଜଣକ ବିବାହ କଥା କହିବାରୁ ଅଧ୍ୟାପକ ରାଜହଂସ ତାଙ୍କୁ ରୋକଠୋକ ଭାବେ ମନା କରିଦେଇଥିଲେ। ଫଳରେ ଛାତ୍ରୀ ଜଣକ ଘରକୁ ଫେରି ଏକଥା ପରିବାର ଲୋକଙ୍କୁ ଜଣାଇବା ସହ ସୋମବାର ଏନେଇ ଦେବଗଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ଦେବଗଡ ଥାନା ପୋଲିସ ଅଧ୍ୟାପକ ରାଜହଂସଙ୍କ ବିରୁଦ୍ଧରେ ବିଭିନ୍ନ ଦଫାରେ ୧୯୬/୨୬ରେ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଚଳାଇଥିଲା। ମଙ୍ଗଳବାର ତାଙ୍କୁ ଗିରଫ କରି ସନ୍ଧ୍ୟାରେ କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଏ ଘଟଣା ପ୍ରଘଟ ହେବାପରେ ଦେବଗଡ ସହରରେ ଏହା ମୁଖ୍ୟ ଚର୍ଚ୍ଚାର ବିଷୟ ପାଲଟିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ନେପାଳ ବନ୍ୟା: ୧୩ ଶହ ଟପିଲା ମୃତ୍ୟୁ ସଂଖ୍ୟା, ଏବେ ବି ୫,୦୦୦ ନିଖୋଜ

କାଠମାଣ୍ଡୁ,୫ା୯: ନେପାଳ ବନ୍ୟା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଶନିବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୧,୩୪୪ରେ ପହଞ୍ଚିଛି। ବନ୍ୟା କ୍ଷତିଗ୍ରସ୍ତ ୮ ଜିଲାରୁ ଅଧିକରୁ ଅଧିକ…

ଚାପୁଡ଼ାର ପ୍ରତିଶୋଧ ନେବାକୁ ଆକ୍ରମଣ! ଗ୍ରାମ୍ୟକମିଟି ସଭ୍ୟଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ, ୪ ଗିରଫ, ରକ୍ତଭିଜା ଖଣ୍ଡା…

ଦିଗପହଣ୍ଡି,୫। ୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମଳାଭଞ୍ଜା ପଞ୍ଚାୟତ ତିଳେଶ୍ୱର ଗ୍ରାମର ଗ୍ରାମ୍ୟକମିଟି ସଭ୍ୟ ବନମାଳୀ ବିଷୋୟୀଙ୍କ ପୁଅ ପ୍ରେମା ଓରଫ ପ୍ରେମାନନ୍ଦ…

ବରଗଡ଼ରେ ଠିକାଦାରଙ୍କୁ ଅପହରଣ ଘଟଣା: ୪୮ ଘଣ୍ଟାରେ ଅଭିଯୁକ୍ତଙ୍କୁ ଗିରଫ ଦାବି କଲା ବିଜେଡି, ନହେଲେ ଆନ୍ଦୋଳନ…

ବରଗଡ଼,୫।୯ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବିଜେପୁର ନିର୍ବାଚନମଣ୍ଡଳୀରେ ଜଣେ ଠିକାଦାରଙ୍କୁ ଅପହରଣ ଓ ଟେଣ୍ଡର ପ୍ରକ୍ରିୟାକୁ ନେଇ ଉପୁଜିଥିବା ଘଟଣାକୁ ନେଇ ବିଜେଡି ପକ୍ଷରୁ ଶନିବାର…

‘ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବଞ୍ଚୋ/ଆନନ୍ଦପୁର,୫ା୯(ପ୍ରଦୋଷ ବିଶ୍ୱାଳ/ଶ୍ରୀଧର ମହାରଣା): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ…

ଜିଲା ଯୁବ କଂଗ୍ରେସ ସଭାପତିରୁ ଓପିସିସି ସମ୍ପାଦକ: ମହମ୍ବଦ ସାହେବଙ୍କୁ ମିଳିଲା ଗୁରୁଦାୟିତ୍ୱ

ଭବାନୀପାଟଣା,୫।୯(ଉତ୍ତମ କୁମାର ଦାଶ): ନିଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି) ସଭାପତିଙ୍କ ଅନୁମୋଦନ କ୍ରମେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ପାଇଁ କାର୍ଯ୍ୟକାରୀ କମିଟି ଓ…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ଜମିରେ ପାଣି ମଡ଼ାଇବା ବିବାଦରୁ ହତ୍ୟା ଉଦ୍ୟମ: ପ୍ରସାଦ ଖାଉଥିବା ବେଳେ ଖଣ୍ଡା ଚୋଟ, ଅଭିଯୁକ୍ତ ଗଲେ ଜେଲ୍

ଦିଗପହଣ୍ଡି,୫।୯(ଅଶେଷ ନାଥ ମିଶ୍ର): ଜମିରେ ପାଣି ମଡ଼ାଇବା ବିବାଦକୁ କେନ୍ଦ୍ର କରି ଜଣଙ୍କୁ ଖଣ୍ଡାରେ ଆକ୍ରମଣ କରି ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ଗଞ୍ଜାମ ଜିଲା…

ସିସିଟିଭିକୁ ବି ଖାତିର ନାହିଁ! ହୁମାରେ ଖୁଲମ୍‌ଖୁଲା ବାଇକ୍ ଚୋରି, ଗୋଟିଏ ରାତିରେ ୩ ବାଇକ୍ ଗାଏବ, ଆତଙ୍କିତ ବ୍ୟବସାୟୀ

ହୁମା, ୫।୯(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମା ଅଞ୍ଚଳରେ ବାଇକ୍ ଚୋରିର ଆତଙ୍କ ଖେଳିଯାଇଛି। କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ସକ୍ରିୟ ହୋଇଉଠିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri