ଆମେରିକାକୁ ଚେତାବନୀ ଦେଲା ଚାଇନା: ହର୍ମୁଜକୁ ନେଇ ହଲଚଲ

ବେଜିଂ,୧୫ା୪(ଏଜେନ୍ସି):ପାକିସ୍ତାନ ମଧ୍ୟସ୍ଥତାରେ ଇସ୍‌ଲାମାବାଦରେ ୨୧ ଘଣ୍ଟିଆ ଶାନ୍ତି ଆଲୋଚନାରୁ ନିଷ୍କର୍ଷ ନ ବାହାରିବାରୁ ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌ରେ ଆମେରିକା ଓ ଇରାନ୍‌ ପୁଣି ମୁହଁାମୁହଁି ହୋଇଛନ୍ତି। ଆମେରିକୀୟ ନୌସେନା ଏହି ଜଳପଥ ଦେଇ ମଧ୍ୟପ୍ରାଚ୍ୟର ସମସ୍ତ ଇରାନୀୟ ବନ୍ଦରକୁ ବନ୍ଦ କରିଦେଇଥିବାବେଳେ ତେହରାନ୍‌ ମଧ୍ୟ ଗଲ୍ଫ ଦେଶଗୁଡ଼ିକରେ ଥିବା ବନ୍ଦରଗୁଡ଼ିକୁ ବନ୍ଦ କରିବାକୁ ଚେତାବନୀ ଦେଇଛି। ଇତିମଧ୍ୟରେ ଆସନ୍ତା ସପ୍ତାହରେ ପୁନର୍ବାର ଇସ୍‌ଲାମାବାଦ ଆଲୋଚନା ହେବ ବୋଲି ସଙ୍କେତ ମିଳିଛି। କିନ୍ତୁ ହର୍ମୁଜ୍‌ ଦେଇ କ୍ରୁଡ୍‌ ଏବଂ ପ୍ରାକୃତିକ ବାଷ୍ପ ପରିବହନକାରୀ ଜାହାଜଗୁଡ଼ିକର ଚଳାଚଳ ବନ୍ଦ ରହିଛି।
ଚାଇନା ହେଉଛି ଇରାନୀୟ ତୈଳର ସବୁଠୁ ବଡ଼ କ୍ରେତା। ଯୁଦ୍ଧ ପୂର୍ବରୁ ଇରାନ୍‌ଠାରୁ ଚାଇନା ଦୈନିକ ପ୍ରାୟ ୧.୪ ନିୟୁତ ବ୍ୟାରେଲ ଅଶୋଧିତ ତୈଳ ଆମଦାନୀ କରୁଥିଲା, ଯାହାକି ଇରାନ୍‌ର ମୋଟ ରପ୍ତାନିର ୮୦ରୁ ୯୦%। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ନିର୍ଦ୍ଦେଶ ପରେ ଆମେରିକୀୟ ନୌସେନା ହର୍ମୁଜ୍‌ରେ ତୈଳ ପରିବହନ କରିବାକୁ ସୁଯୋଗ ଦେଉନାହିଁ। ଏହାକୁ ନେଇ ଜିନ୍‌ପିଙ୍ଗ୍‌ କ୍ଷୁବ୍ଧ ହୋଇଛନ୍ତି। ମଙ୍ଗଳବାର ୟୁଏଇର ଆବୁଧାବି କ୍ରାଉନ୍‌ ପ୍ରିନ୍ସ ଶେଖ୍‌ ଖାଲେଦ୍‌ ବିନ୍‌ ଜାୟେଦ୍‌ ଅଲ୍‌ ନହ୍ୟାନ୍‌ ବେଜିଂ ଗସ୍ତ କରି ଜିନ୍‌ପିଙ୍ଗ୍‌ଙ୍କୁ ଭେଟିଛନ୍ତି। ଏହି ଅବସରରେ ଜିନ୍‌ପିଙ୍ଗ୍‌ ପ୍ରଥମ ଥର ପାଇଁ ଆମେରିକା ବିରୋଧରେ ମୁହଁ ଖୋଲି ମଧ୍ୟପ୍ରାଚ୍ୟ ରାଷ୍ଟ୍ରଗୁଡ଼ିକର ସାର୍ବଭୌମତ୍ୱକୁ ସମ୍ମାନ ଦେବାକୁ ପରାମର୍ଶ ଦେଇଛନ୍ତି। ଚାଇନା ଇରାନ୍‌କୁ ସମର୍ଥନ କରି ଆମେରିକା ବିରୋଧରେ କହିଛି, ଇରାନୀୟ ବନ୍ଦରଗୁଡ଼ିକୁ ଜାହାଜ ଚଳାଚଳରେ ବାଧା ସୃଷ୍ଟି କରନାହିଁ। ହର୍ମୁଜ୍‌ରେ ନାଭାଲ ବ୍ଲକେଡ୍‌ କରିବା ନେଇ ଆମେରିକାର ଅଧିକାର ନାହିଁ। ଏହି ଜଳପଥ ଚାଇନା ପାଇଁ ଖୋଲା ରହିଛି। ଅନ୍ୟ କୌଣସି ଦେଶ ଆମ ବ୍ୟାପାରରେ ହସ୍ତକ୍ଷେପ କରନ୍ତୁ ନାହିଁ। ସେହିପରି ଟ୍ରମ୍ପ୍‌ ଇରାନ୍‌କୁ ଚାଇନା ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଅଭିଯୋଗ ଆଣି ୫୦% ଟାରିଫ୍‌ କଷିବାକୁ ଚେତାବନୀ ଦେଇଥିଲେ। ଏହାକୁ ଚାଇନା ଖଣ୍ଡନ କରିଛି। ଇରାନ୍‌ ସହ ଆମର ବାଣିଜି୍ୟକ ସମ୍ପର୍କ ରହିଛି। ଆମେ ଏକ ଦାୟିତ୍ୱସମ୍ପନ୍ନ ଅସ୍ତ୍ର ରପ୍ତାନିକାରୀ ରାଷ୍ଟ୍ର। ଅନ୍ତର୍ଜାତୀୟ ଆଇନ ଓ ଉତ୍ତରଦାୟିତ୍ୱକୁ ସମ୍ମାନ ଦେଇ ବେଜିଂ ଅସ୍ତ୍ର ରପ୍ତାନି କରିଥାଏ ବୋଲି ଚାଇନା ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ଗୁଓ ଜିଆକୁନ୍‌ କହିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ନେପାଳ ବନ୍ୟା: ୧୩ ଶହ ଟପିଲା ମୃତ୍ୟୁ ସଂଖ୍ୟା, ଏବେ ବି ୫,୦୦୦ ନିଖୋଜ

କାଠମାଣ୍ଡୁ,୫ା୯: ନେପାଳ ବନ୍ୟା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଶନିବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୧,୩୪୪ରେ ପହଞ୍ଚିଛି। ବନ୍ୟା କ୍ଷତିଗ୍ରସ୍ତ ୮ ଜିଲାରୁ ଅଧିକରୁ ଅଧିକ…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

ଭୟଙ୍କର! ଏଭରେଷ୍ଟକୁ ତରଳାଉଛି ମଣିଷ ପରିସ୍ରା? ୩୨ ବର୍ଷର ଭାଙ୍ଗିଲା ରେକର୍ଡ, ଦୁଇ ଗୁଣା ସ୍ପିଡ୍‌ରେ ତରଳୁଛି ବରଫ

ନୂଆଦିଲ୍ଲୀ,୫।୯: ମାଉଣ୍ଟ ଏଭରେଷ୍ଟକୁ ନଷ୍ଟ କରୁଛି ମଣିଷର ପରିସ୍ରା! ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ହିଁ ସବୁଠାରୁ ବଡ଼ ସତ… ଯେଉଁ ଏଭରେଷ୍ଟକୁ ଜିତିବା ପାଇଁ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri