ଗଞ୍ଜାମ,୧୪।୪(ବିଦ୍ୟାଧର ସାହୁ): ସରିଲା ଗଞ୍ଜାମ ଜିଲା ପ୍ରସିଦ୍ଧ ଦଣ୍ଡ ଯାତ୍ରା । ଦୀର୍ଘ ୨୧ଦିନ ଧରି ମା’ ଦଣ୍ଡକାଳୀ ଗାଁ ଗାଁ ବୁଲି ମାନସିକଧାରୀଙ୍କ ଦାଣ୍ଡରେ ଯାତ୍ରା କରିବା ପରେ ଦାମୋଦର ପୁର କଲେଜ ରୋଡ଼ ସ୍ଥିତ ନିଜ ମନ୍ଦିରକୁ ଫେରିଛନ୍ତି ।
ମଙ୍ଗଳବାର ଗଞ୍ଜାମରେ ମେରୁ ଯାତ୍ରା ଅନୁଷ୍ଠିତ ହେଉଅଛି । ମା’ ଦକ୍ଷିଣକାଳୀ ନାଟ୍ୟ ସଂସଦ ଅଧିକାରୀ ଭିମା ରେଡି, ମୁଖ୍ୟ ପରିଚାଳକ ପ୍ରଭାତ ସାହୁ, ବିଷ୍ଣୁ ପ୍ରସାଦ ସେଠି, ସନ୍ତୋଷ ସାହୁ ପ୍ରମୁଖ ପରିଚାଳନା କରୁଥିବା ବେଳେ ପାଟଭୋକ୍ତା ପ୍ରଫୁଲ୍ଲ ଗୌଡ଼, ମାଙ୍କ ଘଟ ମୁଣ୍ଡାଇଥିବା ପପୁ ପଣ୍ଡାଓ ସନ୍ତୋଷ ନାୟକ ପ୍ରମୁଖ ଦାୟିତ୍ୱ ବହନ କରିଥିଲେ ।
ଏକୋଇଶି ଦିନ ପାଳି ଥିବା ମାନସିକ ଧାରୀ ଭକ୍ତ ଓ ଶ୍ରଦ୍ଧାଳୁ ମେରୁକୁ ଆସି ମା’ଙ୍କ ଦର୍ଶନ କରିଥାନ୍ତି । ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ଗାଁ ଠୁ ସହର । ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳି ସତ୍ତ୍ବେ ମେରୁ ଯାତ୍ରା ଦେଖିବାକୁ ଆସୁଥିବା ଭକ୍ତମାନଙ୍କ ପାଇଁ ଯୁବ ସ୍ବେଚ୍ଛାସେବୀ ସୁଧୀର କୁମାର ପାଢ଼ୀଙ୍କ ନେତୃତ୍ୱରେ ମନୋଜ ପ୍ରଧାନ, କିରଣ ପଲାଇ, ଏଲେୟl ରେଡି, ନୀଳା ଗୌଡ଼, ଗୋବିନ୍ଦ ଗୌଡ଼ ପ୍ରମୁଖ ପଣା ବଣ୍ଟନ କରୁଥିବା ଦେଖିବାକୁ ମିଳିଥିଲା।
Dharitri – Odisha’s No.1 Odia Daily

