ବିଦ୍ୟୁତ୍‌ ଉପରେ ପଡ଼ୁଛି ଗ୍ୟାସ୍‌ ଚାପ

ଭୁବନେଶ୍ୱର,୧୩।୪(ରବିନାରାୟଣ ଜେନା): ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତିକୁ ନେଇ ରାଜ୍ୟରେ ଘରୋଇ ରନ୍ଧନ ଗ୍ୟାସ୍‌(ଏଲ୍‌ପିଜି)ର ସଙ୍କଟ ସୃଷ୍ଟି ହୋଇଛି। ଗ୍ରାମାଞ୍ଚଳଠାରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ଲୋକେ ଏଲ୍‌ପିଜି ପାଇବା ପାଇଁ ନାହିଁ ନ ଥିବା ହଇରାଣ ହରକତ ହେଉଛନ୍ତି। ଏଥିପାଇଁ ସରକାରଙ୍କ ପକ୍ଷରୁ ବାରମ୍ବାର ଆଶ୍ୱସ୍ତ କରାଗଲେ ମଧ୍ୟ ବାସ୍ତବକ୍ଷେତ୍ରରେ ଗ୍ୟାସ୍‌ ଅଭାବ ଲାଗି ରହିଛି। ତେଣୁ ଲୋକେ ଏବେ ଏହାର ବିକଳ୍ପ ଭାବେ ବିଦ୍ୟୁତ୍‌ ଚୁଲା(ଇଣ୍ଡକ୍ସନ) ବ୍ୟବହାର ଉପରେ ବିଶେଷ ଗୁରୁତ୍ୱ ଦେଉଛନ୍ତି। ଏଥିଯୋଗୁ ବିଦ୍ୟୁତ୍‌ ଚାହିଦା ଦିନକୁ ଦିନ ବଢ଼ି ଚାଲିଛି; ଯେଉଁଥିପାଇଁ ଦୁଇମାସରେ ୩୭୮.୭୮ ମିଲିୟନ ୟୁନିଟ୍‌(ଏମ୍‌ୟୁ) ଚାହିଦା ବଢ଼ିଛି ବୋଲି ଶକ୍ତି ବିଭାଗ ଆକଳନରୁ ଜଣାଯାଇଛି।
ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ୨୦୨୫ ଫେବୃଆରୀରେ ରାଜ୍ୟରେ ୨୯୯୮.୨୪ ଏମ୍‌ୟୁ ବିଦ୍ୟୁତ୍‌ ବ୍ୟବହାର ହୋଇଥିଲା। ମାତ୍ର ଏହା ୨୦୨୬ ଫେବୃୟାରୀରେ ୨୩୧.୮୫ ଏମ୍‌ୟୁ ବୃଦ୍ଧି ପାଇ ୩୨୩୦.୦୮ ଏମ୍‌ୟୁରେ ପହଞ୍ଚିଛି। ସେହିପରି ୨୦୨୫ ମାର୍ଚ୍ଚରେ ରାଜ୍ୟରେ ୩୬୩୩.୫୧ ଏମ୍‌ୟୁ ବିଦ୍ୟୁତ୍‌ ବ୍ୟବହାର ହୋଇଥିଲା। ମାତ୍ର ୨୦୨୬ ମାର୍ଚ୍ଚରେ ଏହା ୧୪୬.୯୪ ଏମ୍‌ୟୁ ବୃଦ୍ଧି ପାଇ ୩୭୮୦.୪୫ ଏମ୍‌ୟୁରେ ପହଞ୍ଚିଛି; ଯାହାକି ଦୁଇମାସରେ ୩୭୮.୭୮ ଏମ୍‌ୟୁ ବଢ଼ିଛି। ଏହାକୁ ଦୃଷ୍ଟିରେ ବିଭାଗ ପକ୍ଷରୁ ଶକ୍ତି ଉତ୍ପାଦନ ବୃଦ୍ଧି କରିବା ଲାଗି ଏହାର ଭିତ୍ତିଭୂମି ସୁଦୃଢ଼କୁ ବିଶେଷ ଗୁରୁତ୍ୱ ଦିଆଯାଉଛି ବୋଲି ବିଭାଗର ବରିଷ୍ଠ ଅଧିକାରୀ ଜଣକ ସୂଚନା ଦେଇଛନ୍ତି।
ଉଲ୍ଲେଖଯୋଗ୍ୟ, ଚଳିତମାସ ୯ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାଲିଅନ୍ତାଠାରେ ୩ଟି ନୂତନ ଗ୍ରୀଡ୍‌ ସବ୍‌ଷ୍ଟେଶନ ଓ ୮ଟି ଗୁରୁତ୍ୱପୂର୍ଣ୍ଣ ଟ୍ରାନ୍ସମିଶନ ଲାଇନ୍‌ ଉଦ୍‌ଘାଟନ କରି କହିଛନ୍ତି, ଭୁବନେଶ୍ୱରର ବିଦ୍ୟୁତ୍‌ ଶକ୍ତି ଚାହିଦା ଆଗାମୀ ଦିନରେ ଦୁଇଗୁଣା ବଢ଼ିବ। ଏହାକୁ ଦୃଷ୍ଟିରେ ରଖି ସେଠାରେ ବିଦ୍ୟୁତ୍‌ ଭିତ୍ତିଭୂମି ଅଧିକ ସୁଦୃଢ଼ କରାଯିବ। ରାଜଧାନୀ ପାଇଁ ୭୬୫ କେ.ଭି. ଟ୍ରାନ୍‌ସମିଶନ ବ୍ୟବସ୍ଥାର ବିକାଶ କରିବା ଲାଗି ସରକାରଙ୍କ ଯୋଜନା ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ପରିପ୍ରେକ୍ଷୀରେ ୧୦ତାରିଖରେ ରାଜ୍ୟ କ୍ୟାବିନେଟ୍‌ କେନ୍ଦୁଝର ବାସୁଦେବପୁରରେ ୧୬୪୭ କୋଟିର ବିଦ୍ୟୁତ୍‌ ଭିତ୍ତିଭୂମି ନିର୍ମାଣ କରିବା ପାଇଁ ନିଷ୍ପତ୍ତି ନେଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?