ବିଦ୍ୟାଳୟ ଶିକ୍ଷାରେ ଡ୍ରପ୍‌ଆଉଟ୍‌ ସମସ୍ୟା

ନିକଟରେ ଅନେକ ଦୈନିକ ଓଡ଼ିଆ ସମ୍ବାଦପତ୍ରରେ ଆଦିବାସୀ ଅଧ୍ୟୁଷିତ ଜିଲାଗୁଡ଼ିକରେ ଅଧାରୁ ପାଠ ଛାଡ଼ୁଥିବା ଶିଶୁଙ୍କ ସଂଖ୍ୟା ଉଦ୍‌ବେଗଜନକ ବୋଲି ପ୍ରକାଶ ପାଇଛି। ପ୍ରଶାସନିକ ସ୍ତରରେ ମଧ୍ୟ ଏହାକୁ ନେଇ ଅନେକ ଆଲୋଚନା ପର୍ଯ୍ୟାଲୋଚନା ହୋଇଛି। ସ୍ଥାନୀୟ ବିଇଓ, ସିଆର୍‌ସିସିଙ୍କ ପାଇଁ ଏହି ସମସ୍ୟା ମୁଣ୍ଡବ୍ୟଥାର କାରଣ ହେଉଛି। ବହୁଦିନ ଧରି ଆସୁ ନ ଥିବା ପାଠ ପଢ଼ିବା ବୟସର ଶିଶୁଙ୍କୁ ପୁଣିଥରେ ବିଦ୍ୟାଳୟରେ ଭର୍ତ୍ତି କରିବା ପାଇଁ ଆଦେଶ ଦିଆଯାଉଛି। ଡ୍ରପ୍‌ଆଉଟ୍‌ ସମସ୍ୟାର ନିରାକରଣ ପାଇଁ ଅନେକ ଶିଶୁଙ୍କୁ ନେଇ କୌଣସି ଆଶ୍ରମ ବିଦ୍ୟାଳୟରେ ଭର୍ତ୍ତି କରାଯିବା ଲାଗି ପ୍ରୟାସ ଲାଗିରହୁଛି। ବୃତ୍ତିଗତ ଶିକ୍ଷା ସହିତ ମଧ୍ୟ ଯୋଡ଼ିଦେବା ପାଇଁ ପ୍ରୟାସ କରାଯାଉଛି। ଡ୍ରପ୍‌ଆଉଟ୍‌ କମାଇବା ପାଇଁ ଆଦିବାସୀ ଅଞ୍ଚଳରେ ନିୟମିତ ଆବାସିକ ବିଦ୍ୟାଳୟରେ ସ୍ଥାନ ବୃଦ୍ଧି ପାଉଛି! ଏଥିରେ ବାଳିକାଙ୍କ ପାଇଁ ସ୍ବତନ୍ତ୍ର ଭାବରେ ବାଳିକା ହଷ୍ଟେଲ କରାଯାଇଛି। ତଥାପି ବିଦ୍ୟାଳୟରେ ଅଧାରୁ ପାଠ ଛାଡ଼ୁଥିବା ଶିଶୁ ଅନେକ ସଂଖ୍ୟାରେ ରହୁଛନ୍ତି, ଯାହାକି ଚିନ୍ତାଜନକ । ପ୍ରାଥମିକ ସ୍ତରରେ ହେଉ କିମ୍ବା ହାଇସ୍କୁଲ ସ୍ତରରେ, ଶିଶୁ କାହିଁକି ବିଦ୍ୟାଳୟ ଛାଡ଼ୁଛନ୍ତି, ତାହାର ବିଶ୍ଳେଷଣ କରାଯାଉଛି। ଏହାକୁ ଆଧାର କରି ସରକାରଙ୍କ ତରଫରୁ ଅଧ୍ୟୟନ କରାଯାଇ ପଦକ୍ଷେପ ନିଆଗଲେ ମଧ୍ୟ ଫଳାଫଳ ବିଶେଷ ସନ୍ତୋଷଜନକ ହେଉନାହିଁ।
ଅନେକ ରିପୋର୍ଟ କହୁଛି ଏବଂ ମତ ମଧ୍ୟ ଆସେ, ଅଭିଭାବକଙ୍କ ସଚେତନତାର ଅଭାବ! କିନ୍ତୁ ବର୍ତ୍ତମାନ ଅଭିଭାବକ ଶିଶୁଙ୍କ ପାଠପଢ଼ା ନେଇ ଚିନ୍ତିତ। ଅନେକ ମାତାପିତା ଆଶ୍ରମ ସ୍କୁଲରେ ଶିଶୁକୁ ଛାଡ଼ିଦେଇ ବିନା ଚିନ୍ତାରେ ରହିବେ ବୋଲି ଭାବୁଛନ୍ତି! କାରଣ ସମସ୍ତ ଦାୟିତ୍ୱ ଶିକ୍ଷକଙ୍କର। ଅନେକ ମାତାପିତା ଆଶ୍ରମ ବିଦ୍ୟାଳୟରେ ନିଜର ଶିଶୁ ସିଟ୍‌ ପାଇବା ପାଇଁ ପ୍ରୟାସ କରିଥାଆନ୍ତି। ମାତାପିତାଙ୍କ ଆଗ୍ରହକୁ ଦେଖିଲେ ଏହି ପରିପ୍ରେକ୍ଷୀରେ ଆମେ ଶିଶୁ ଶିକ୍ଷା ନିମନ୍ତେ ସେମାନଙ୍କର ସଚେତନତାର ଅଭାବ ରହିଛି ବୋଲି କହିପାରିବା ନାହିଁ।
ଅନେକ ସମୟରେ ଦେଖାଯାଉଛି, ଆଦିବାସୀ ଶିଶୁଟିଏ ବାଧ୍ୟବାଧକତାରେ ବିଦ୍ୟାଳୟ ଛାଡ଼ୁଛି। ନିକଟରେ କନ୍ଧମାଳ ଜିଲାର ଗୋଟିଏ ବିଦ୍ୟାଳୟକୁ ଯାଇଥିଲି। ବିଦ୍ୟାଳୟ ଶ୍ରେଣୀଗୃହରେ ଏକ ସୁନ୍ଦର ଚିତ୍ର ଡିସ୍‌ପ୍ଲେ ବୋର୍ଡରେ ଲଟକା ହୋଇଥିଲା। ମୁଁ ପ୍ରଶ୍ନ କରିଥିଲି, ଏହି ଚିତ୍ର କିଏ କରିଛି? ଶ୍ରେଣୀଗୃହରେ ଥିବା ଶିଶୁମାନେ ୫ମ ଶ୍ରେଣୀରେ ପଢ଼ୁଥିବା ଶିଶୁର ନାମ କହିଥିଲେ। ମୁଁ ଶିଶୁମାନଙ୍କଠାରୁ ଶୁଣିଲି, ସେ କିଛି ଦିନ ହେଲା ବିଦ୍ୟାଳୟ ଆସୁନାହିଁ। ପ୍ରଧାନ ଶିକ୍ଷୟିତ୍ରୀଙ୍କ ସହ ତା’ ବିଷୟରେ ଆଲୋଚନା କଲି ଏବଂ କଁା ଭଁା ଆସୁଛି ବୋଲି ମତଦେଲେ। ମୁଁ ତାଙ୍କୁ ଅନୁରୋଧ କଲି, ଶିଶୁଟି ଭଲ ଚିତ୍ର କରୁଛି। ଆପଣ ତାକୁ କିମ୍ବା ତା’ ମାତାପିତାଙ୍କୁ ଅନୁରୋଧ କରନ୍ତୁ, ଯେତେବେଳେ ସୁବିଧା ହେଉ, ସେ ଅତିକମ୍‌ରେ ଦୁଇତିନି ଘଣ୍ଟା ବିଦ୍ୟାଳୟ ଆସୁ। ତାହାକୁ ଚିତ୍ର କରିବାକୁ ଦିଅନ୍ତୁ। ଆପଣ ପ୍ରତ୍ୟେକ ପିଲାଙ୍କ ପାଇଁ ଅଲଗା ଅଲଗା ଦୃଷ୍ଟିକୋଣ ଦିଅନ୍ତୁ। ଜଣେ ଦୁଇଜଣ ଶିକ୍ଷକ କହିଲେ, ଆମେ ତା’ ପାଇଁ ସ୍କୁଲ ନିୟମ ପରିବର୍ତ୍ତନ କରିପାରିବୁ ନାହିଁ। ଶେଷରେ ପ୍ରଧାନଶିକ୍ଷୟିତ୍ରୀଙ୍କୁ ରାଜି କରାଇଲି। ମୁଁ କହିଲି, ଆପଣ ପ୍ରଧାନଶିକ୍ଷୟିତ୍ରୀ ନ ଭାବି ଶିଶୁଟିର ଘରକୁ ଯାଆନ୍ତୁ, ତା’ ମାଆବାପାଙ୍କ ସହିତ ଭଲମନ୍ଦ କଥା ହୁଅନ୍ତୁ, ଦେଖିବେ ଶିଶୁଟି ବିଦ୍ୟାଳୟ ଆସିବ। ମୁଁ ପରବର୍ତ୍ତୀ ସମୟରେ ଅନୁସନ୍ଧାନ କରୁଥିଲି, ବର୍ତ୍ତମାନ ଶିଶୁଟି ବିଦ୍ୟାଳୟକୁ ନିୟମିତ ଆସୁଛି।
ପ୍ରାୟତଃ ନବେଦଶକର ଶେଷଭାଗ ଆଡ଼କୁ ତଥା ୧୯୯୫-୯୬ ବେଳକୁ ଓଡ଼ିଶାରେ କେତେକ ପୁସ୍ତକ ଶିକ୍ଷା କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତିବିଶେଷ, ଅନୁଷ୍ଠାନ, ଶିକ୍ଷକ, ଶିକ୍ଷାବିତ୍‌, ଶିକ୍ଷା ପ୍ରଶାସକଙ୍କ ଉପରେ ଗଭୀର ପ୍ରଭାବ ପକାଇଥିଲା। ଜଣେ ଶିକ୍ଷକଙ୍କୁ ଚିଠି, ମୋ’ ହୃଦୟ ପିଲାଙ୍କ ପାଇଁ, ଗିଜୁଭାଇ ବାଧେକଙ୍କର ଦିବାସ୍ବପ୍ନ, ତୋତ୍ତଚାନ, ବିଦ୍ୟାଳୟରେ ମସ୍ତିଷ୍କ ନୁହେଁ, ହୃଦୟ, ମୁଁ ଇସ୍କୁଲ ଯିବି ଭଳି କିଛି ପୁସ୍ତକ ଶିକ୍ଷକଙ୍କୁ ପ୍ରଭାବିତ କରିଥିଲା। ବିଦ୍ୟାଳୟ ବାହାରେ ଥିବା ଶିଶୁଙ୍କୁ ବିଦ୍ୟାଳୟକୁ ଆଣିବା ପାଇଁ ‘ପରିବର୍ତ୍ତନ’ ନାମରେ ଏକ ତାଲିମ ଶିକ୍ଷକଙ୍କୁ ନେଇ ଆୟୋଜନ କରାଯାଇଥିଲା। ଆଦିବାସୀ ଅଞ୍ଚଳରେ ଶିଶୁଙ୍କ ପ୍ରତି ମନୋଭାବ, ପାଠପଢ଼ା ପ୍ରତି ସକାରାତ୍ମକ ମନୋଭାବର ବିକାଶ, ଆଦିବାସୀ ଅଞ୍ଚଳରେ ଥିବା ଜ୍ଞାନକୌଶଳ, ସେମାନଙ୍କର ଭାଷାକୁ କିପରି ଭଲ ପାଇବେ, ଏହାକୁ ଆଧାର କରି ରାଜ୍ୟର ଶିକ୍ଷକମାନଙ୍କୁ ତାଲିମ ଦିଆଯାଇଥିଲା। ଏହାର ପ୍ରଭାବ ଅନେକାନ୍ତରେ ପଡ଼ିଥିବାର ଏ ଲେଖକ ଅନୁଭବ କରିଛି। ଶିକ୍ଷକମାନଙ୍କର ପୁସ୍ତକ ପ୍ରତି ଅଧ୍ୟୟନ ଅନେକ ମାତ୍ରାରେ ବଢ଼ିଥିଲା ଏବଂ ଏହାର ପ୍ରଭାବ ବିଦ୍ୟାଳୟ ସ୍ତରରେ ପଡ଼ିଥିଲା। ମୁଁ ଦେଖୁଥିଲି, ପ୍ରଫେସର ମନ୍ମଥ ନାଥ କୁଣ୍ଡୁ, ଡ. ମୋହିତ ମୋହନ ମହାନ୍ତି, ଡ. ମହେନ୍ଦ୍ର ମିଶ୍ରଙ୍କ ଭଳି ବିଶିଷ୍ଟ ଶିକ୍ଷାବିତ୍‌ ମୋ’ ହୃଦୟ ପିଲାଙ୍କ ପାଇଁ, ଜଣେ ଶିକ୍ଷକଙ୍କୁ ଚିଠି, ଦିବାସ୍ବପ୍ନ, ଜୀବନ ବିଦ୍ୟାଳୟ, ପିଲାଏ ଶିଖନ୍ତି କିଭଳି ପରି ଅନେକ ଉପାଦେୟ ପୁସ୍ତକକୁ ଶିକ୍ଷକଙ୍କୁ ପଢ଼ିବା ପାଇଁ ଶିକ୍ଷକଙ୍କ ତାଲିମ ସମୟରେ ଆଲୋଚନା କରୁଥିଲେ। ସେମାନଙ୍କୁ ଏହିଭଳି ବହି କିଣିବା ପାଇଁ ବି ଉତ୍ସାହିତ କରୁଥିଲେ। ଫଳରେ ଶିକ୍ଷକମାନେ ଏହିଭଳି ବହି ଖୋଜି ଖୋଜି କିଣୁଥିଲେ, ପଢ଼ୁଥିଲେ ଏବଂ ନିଜେ ଶିକ୍ଷାକୁ ସାମାଜିକ ପରିବର୍ତ୍ତନର ବାର୍ତ୍ତାବହ ଭାବରେ କାର୍ଯ୍ୟ କରୁଥିଲେ।
ବିଦ୍ୟାଳୟରେ ଶିକ୍ଷାଦାନ କରିବା କିମ୍ବା ଶିକ୍ଷକ ହେବା ନିମନ୍ତେ ଏକ ସମର୍ପିତ ହୃଦୟ ଦରକାର। ବର୍ତ୍ତମାନ ଅନେକ ଅଛନ୍ତି, ଯେଉଁମାନେ ସମର୍ପିତ ହୃଦୟ ନେଇ କାର୍ଯ୍ୟ କରୁଛନ୍ତି, କିନ୍ତୁ ସମାଜ ଯାହା ଚାହଁୁଛିି, ସେହି ଅନୁସାରେ ସେମାନଙ୍କର ସଂଖ୍ୟା ଆବଶ୍ୟକତା ଅନୁସାରେ କମ୍‌। ଶିକ୍ଷକ ଗୋଷ୍ଠୀ ବିଭିନ୍ନ ପ୍ରକାର ଅଣଶିକ୍ଷଣ ଦାୟିତ୍ୱ ଦ୍ୱାରା ନିଜ ନିଜର କାର୍ଯ୍ୟ ତଥା ପାଠପଢ଼ା ଠିକ୍‌ ଭାବରେ କରିପାରୁନାହାନ୍ତି ବୋଲି ଅଭିଯୋଗ କରୁଛନ୍ତି।
ଏହି ପରିପ୍ରେକ୍ଷୀରେ ମୁଁ କହିବି, ଜଣେ ଶିକ୍ଷକଙ୍କୁ ଚିଠି ପୁସ୍ତକରେ ଅନେକ ଛାତ୍ର, ଯେଉଁମାନେ ବିଭିନ୍ନ କାରଣରୁ ସେମାନଙ୍କୁ ବିଦ୍ୟାଳୟରୁ ତଡ଼ା ଖାଇଥିଲେ ଏବଂ ପରବର୍ତ୍ତୀ ସମୟରେ ସେମାନେ ପୁଣିଥରେ ଶିକ୍ଷା ପାଇବାର ସୁଯୋଗ ପାଇ ଜଣେ ଜଣେ ଭଲ ମଣିଷ ହେଲେ, ସେମାନେ ତାଙ୍କର ଶିକ୍ଷକଙ୍କୁ ହୃଦୟସ୍ପର୍ଶୀ ଚିଠି ଦେଇଛନ୍ତି। ଏହାକୁ ପ୍ରତ୍ୟେକ ଶିକ୍ଷକ ପଢ଼ିବା ଦରକାର। ପ୍ରାୟତଃ ବର୍ଷକ ତଳେ ଥୁଆମୂଳ ରାମପୁରରେ ଶିକ୍ଷକମାନଙ୍କର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲି। ଆଲୋଚନା ପ୍ରସଙ୍ଗରେ ପୁସ୍ତକ ପଠନ ସମ୍ପର୍କରେ ଆଲୋଚନା କରୁଥିଲି ଏବଂ ଶିକ୍ଷାରେ ପ୍ରୟୋଗକୁ ନେଇ ସାରା ବିଶ୍ୱରେ ଆଲୋଚିତ ପୁସ୍ତକ ଯଥା ଜଣେ ଶିକ୍ଷକଙ୍କୁ ଚିଠି, ମୋ ହୃଦୟ ପିଲାଙ୍କ ପାଇଁ, ୟାସନାୟା ପୋଲ୍ୟାନା, ପିଲାଏ ଶିଖନ୍ତି କିପରି? ପିଲାଏ ବିଫଳ ହୁଅନ୍ତି କାହିଁକି?, ବିଦ୍ୟାଳୟରେ ହୃଦୟ ନୁହେଁ, ମସ୍ତିଷ୍କ; ଏହିଭଳି କିଛି ପୁସ୍ତକ ପଠନ ପ୍ରତି ଆଗ୍ରହ ସମ୍ପର୍କରେ ଆଲୋଚନା କରୁଥିଲି। ଏସବୁ ପୁସ୍ତକ ସମ୍ପର୍କରେ କୌଣସି ଶିକ୍ଷକ ଜାଣିନାହାନ୍ତି ବୋଲି ଆଲୋଚନା ପ୍ରସଙ୍ଗରେ ଜାଣିବାକୁ ପାଉଥିଲି।
ବିଦ୍ୟାଳୟ ଶିକ୍ଷାରେ ଅନେକ ପରିବର୍ତ୍ତନ ହୋଇଛି। ସ୍କୁଲଗୁଡ଼ିକ ଶିକ୍ଷଣ ସାମଗ୍ରୀରେ ପୂର୍ଣ୍ଣ ହୋଇଛି। ବିଦ୍ୟାଳୟର ଭିତ୍ତିଭୂମିରେ ଉନ୍ନତି ହୋଇଛି, ଅନେକ କିସମର ବିଦ୍ୟାଳୟ ଖୋଲା ହୋଇଛି, ସ୍କୁଲ ପରିଚାଳନା କମିଟିରେ ଅଭିଭାବକଙ୍କ ଭାଗୀଦାରିତା ବଢ଼ିଛି, ବିଦ୍ୟାଳୟ ଶିକ୍ଷାର ଉନ୍ନତି ପାଇଁ ବଜେଟ ମଧ୍ୟ ହୋଇଛି, ନୂତନ ଶିକ୍ଷା ପଦ୍ଧତି ମଧ୍ୟ ହୋଇଛି, ପାଠ୍ୟ ପୁସ୍ତକରେ ପରିବର୍ତ୍ତନ ଆସିଛି, କିନ୍ତୁ ଆମେ ବର୍ତ୍ତମାନ ପର୍ଯ୍ୟନ୍ତ ଅଧାରୁ ପାଠ ଛାଡ଼ିବା ସମସ୍ୟାକୁ ବନ୍ଦ କରିପାରିନାହୁଁ! ଯଦି ଆମେ ଶିକ୍ଷାରେ ଶିଶୁଟିର ପାଠ ଛାଡ଼ିବାର ବନ୍ଦ କରିବାକୁ ଚାହିଁବା, ଆମେ ଜଣେ ଶିକ୍ଷକଙ୍କୁ ଚିଠି, ମୋ’ ହୃଦୟ ପିଲାଙ୍କ ପାଇଁ ଭଳି ଅନେକ ପୁସ୍ତକ ଅଛି, ପଢ଼ିଲେ ଆମର ଅନେକ ସମସ୍ୟାର ନିରାକରଣ ପାଇଁ ବାଟ ଖୋଲିଦେବ!
ହାତୀପଥର ରାସ୍ତା, ରାଣୀଗୁଡ଼ା, ରାୟଗଡ଼ା
ମୋ: ୯୪୩୮୦୮୧୪୩୦

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଶନିଙ୍କ ନକ୍ଷତ୍ରରେ ମଙ୍ଗଳ ଗୋଚର: ୪ ରାଶିଙ୍କୁ ବଡ଼ ଡିଲ୍‌ ଅଫର୍‌, ଧନଲାଭ ଯୋଗ

ପୁଷ୍ୟା ନକ୍ଷତ୍ର ହେଉଛି ଶନିଦେବଙ୍କ ନକ୍ଷତ୍ର। ଶନିଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ ବିଭିନ୍ନ ରାଶିର ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇବ। ସୂଚନାଯୋଗ୍ୟ ଯେ, ମଙ୍ଗଳଙ୍କ ଏହି…

ଗୁରୁଦିବସରେ ଶିକ୍ଷା,ଶିକ୍ଷକ ଓ ଶିକ୍ଷାୟତନ

ଦିଗପହଣ୍ଡି,୫|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ ନନ୍ଦିଘୋଷ କଲ୍ୟାଣ ମଣ୍ଡପ ସଭାଗୃହରେ ସ୍ଥାନୀୟ ଗଣ ଅଧିକାର ଓ ଆଇନ ସୁରକ୍ଷା ମଞ୍ଚ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

‘ଝିଅଙ୍କୁ ସ୍କର୍ଟ ପିନ୍ଧାଇ ସ୍କୁଲ ଛାଡନ୍ତୁନି’… ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ଏମିତି ବୟାନ, ହେଉଛି ଚର୍ଚ୍ଚା

କୋଲକାତା,୫।୯: ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଶରଦ୍ୱତ ମୁଖାର୍ଜୀ ରାଜ୍ୟର ସମସ୍ତ ସ୍କୁଲକୁ ପରାମର୍ଶ ଦେଇଛନ୍ତି ଯେ, ଡେଙ୍ଗୁ ଋତୁରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ହାତ-ଗୋଡ଼ ସମ୍ପୂର୍ଣ୍ଣ ଘୋଡ଼ାଇ ହୋଇ…

ବଞ୍ଜାରା ଗ୍ୟାଙ୍ଗର ୫ ମହିଳାଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୫।୯: ନୟାପଲ୍ଲୀ ପୋଲିସ ଶନିବାର ବଞ୍ଜାରା ଲୁଟେରା ଗ୍ୟାଙ୍ଗର ୫ଜଣ ମହିଳାଙ୍କୁ ଧରିବାରେ ସକ୍ଷମ ହୋଇଛି। ଗରଫ ସମସ୍ତ ମହିଳା ମହାରାଷ୍ଟ୍ରର ବୋଲି ସୂଚନା ମିଳିଛି। ପୋଲିସ…

୫ ଦିନ ହେଲା ‘ଆଜି ନୁହେଁ, କାଲି ଦେବୁ’ କହି ଭଣ୍ଡାଉଛନ୍ତି ଗ୍ୟାସ ବିତରକ: ସିଲିଣ୍ଡର ରଖି ଗ୍ରାହକଙ୍କ ରାସ୍ତାରୋକ

ରାଜନଗର, ୫।୯(ଭାସ୍କର ରାଉତରାୟ): ଦୀର୍ଘଦିନ ଧରି ରାଜନଗର ଅଞ୍ଚଳରେ ଗ୍ୟାସ ଯୋଗାଣକୁ ନେଇ ଗ୍ରାହକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଗ୍ୟାସ ବିତରକମାନେ ବିଭିନ୍ନ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

ନେପାଳ ବନ୍ୟା: ୧୧ ଦିନ ପରେ ଚମତ୍କାର: ପଙ୍କ କାଦୁଅ ଭିତରୁ ଜୀବିତ ଉଦ୍ଧାର ହେଲେ ମହିଳା

କାଠମାଣ୍ଡୁ,୫।୯: ନେପାଳର ନୂଆକୋଟ ଜିଲାର ବେତ୍ରାବତୀ ଅଞ୍ଚଳରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ସମୟରେ ଏକ ଉଲ୍ଲେଖନୀୟ ଘଟଣା ସାମ୍ନାକୁ ଆସିଛି। ତ୍ରିଶୂଳୀ ନଦୀ ଅଞ୍ଚଳରେ ପ୍ରବଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri