ନିଜ ଗୁରୁଙ୍କ ପାଦଛୁଇଁ ଭାବବିହ୍ବଳ ହୋଇପଡିଲେ ମୁଖ୍ୟମନ୍ତ୍ରୀ: କଲେ ବଡ଼ ଘୋଷଣା

କେନ୍ଦୁଝର,୧୪।୪ (ନରେଶ ଚନ୍ଦ୍ର ପଟ୍ଟନାୟକ): ଝୁମ୍ପୁରା ଉଚ୍ଚ ବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇଥିଲେ। କେବଳ ଜଣେ ପୁରାତନ ଛାତ୍ର ଭାବରେ ନୁହେଁ ବରଂ ଏ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବରେ ଆଜି ମୁଁ ମୋ ସ୍କୁଲ ପାଇଁ ଗର୍ବିତ ବୋଲି ନିଜ ଅଭିଭାଷଣରେ କହିଥିଲେ। ନିଜ ଗୁରୁମାନଙ୍କୁ ପାଖରେ ଦେଖି ମୁଖ୍ୟମନ୍ତ୍ରୀ ପାଦଛୁଇଁ ପ୍ରଣାମ କରିବା ସହିତ, ସମସ୍ତ ଶିକ୍ଷକ ଏବଂ ସହପାଠୀମାନଙ୍କୁ ସମ୍ମାନିତ କରିଥିଲେ। ଶିକ୍ଷକମାନେ ମଧ୍ୟ ନିଜ ଆଦରର ଛାତ୍ର ଏବଂ ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ସ୍ନେହରେ କୋଳାଗ୍ରତ କରୁଥିବାର ଦେଖାଯାଇଥିଲା।

ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ମାଝୀ ଝୁମ୍ପୁରା ଉଚ୍ଚ ବିଦ୍ୟାଳୟ ପାଇଁ ୨୦ କୋଟି ଟଙ୍କାର ଅର୍ଥରାଶି ଘୋଷଣା କରିଛନ୍ତି। ଏହି ଅର୍ଥ ବିଦ୍ୟାଳୟର ବହୁବିଧ ଉନ୍ନତିକରଣରେ ଖର୍ଚ୍ଚ ହେବ। ୫୦୦ ସିଟର ଅଡିଟୋରିଅମ, ବହୁ ମହଲା ବିଶିଷ୍ଟ ବିଲଡିଂ, ଇଣ୍ଡୋର ଗେମ ଫାସିଲିଟି, ସ୍କୁଲ ପାଚେରୀ, ସାଇକେଲ ଷ୍ଟାଣ୍ଡ ସମେତ ବିଭିନ୍ନ ଆବଶ୍ୟକୀୟ ସୁବିଧା ସମସ୍ତ ନିର୍ମାଣ ପାଇଁ ଏହି ଅର୍ଥ ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ଏବଂ ଆଉ ଅଧିକ ଅର୍ଥର ଆବଶ୍ୟକତା ହେଲେ ମଧ୍ୟ ବିଦ୍ୟାଳୟ ପାଇଁ ଅର୍ଥ ପ୍ରଦାନ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଖୁବଶୀଘ୍ର କାନୁପୁର ବନ୍ଧରୁ ଝୁମ୍ପୁରାର ସମସ୍ତ ଚାଷ ଜମିକୁ ଜଳସେଚନ ହେବ। ରାଇକଳା ପଞ୍ଚାୟତକୁ ଲିଫ୍ଟ ଇରିଗେସନ ମାଧ୍ୟମରେ ପାଣି ଯିବ। ଓଡ଼ିଶାର ଶ୍ରେଷ୍ଠ ବିଦ୍ୟାଳୟ ମାନଙ୍କ ମଧ୍ୟରେ ଆମ ଝୁମ୍ପୁରା ହାଇସ୍କୁଲ ମଧ୍ୟ ସ୍ଥାନ ପାଇବ। କେବଳ ଶିକ୍ଷା କ୍ଷେତ୍ରରେ ନୁହେଁ,ସମସ୍ତ ଆନୁସଙ୍ଗିକ କ୍ଷେତ୍ରରେ ଆମ ସ୍କୁଲ ହେବ ନମ୍ବର-୧। ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ସବୁଠୁ ଅଧିକ ପ୍ରାଧାନ୍ୟ ଶିକ୍ଷା କ୍ଷେତ୍ରକୁ ଦେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ଛାତ୍ରୀଛାତ୍ରମାନେ ଅଧିକ ନମ୍ବର ରଖିବା ପାଇଁ ମୂଷା ଦୌଡ କରିବା ଆବଶ୍ୟକ ନାହିଁ। କେବଳ ଅଧିକ ନମ୍ବର ରଖିଲେ ଯେ ଜୀବନରେ ସଫଳତା ମିଳିବ ତାହା ନୁହେଁ, ବରଂ ସଫଳ ହେବା ପାଇଁ ଜ୍ଞାନ ଆହରଣ କରିବା ଆବଶ୍ୟକ। ଯାହାକୁ ଛାତ୍ରୀଛାତ୍ରମାନେ ଅଧକ ଗୁରୁ ଦେବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ନିଜ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ ନିଜ ଛାତ୍ର ଜୀବନରେ ଝୁମ୍ପୁରା ହାଇସ୍କୁଲରେ ବିତାଇଥିବା ସମୟ ବିଷୟରେ କହିଥିଲେ ଏବଂ ସେ ନିଜ ସମସ୍ତ ଗୁରୁଙ୍କ ନିକଟରେ ଋଣୀ ବୋଲି ମତବ୍ୟକ୍ତ କରିଥିଲେ।

ଜୀବନରେ ଶିକ୍ଷା ହିଁ ହେଉଛି ସବୁକିଛି। ଆଜିକାଲି ଆମେ ଯେଉଁ ସମୟରେ ବଞ୍ଚିଛୁ, ବିନା ପାଠରେ ଜୀବନ ଧାରଣ କରିବା ସମ୍ଭବ ନୁହେଁ। ସରକାରଙ୍କ ଯୋଜନା ପାଇବା ଠାରୁ ଆରମ୍ଭ କରି ଟ୍ରେନ ଟିକଟ ବୁକିଙ୍ଗ କରିବା ପାଇଁ ଆଜି ସବୁ ଅନଲାଇନରେ ହେଉଛି। ଆଉ ଏଥିପାଇଁ ପାଠ ପଢିବା ଅତ୍ୟନ୍ତ ଆବଶ୍ୟକ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପ୍ରଥମ ପର୍ଯ୍ୟାୟରେ ୨ ହଜାର ୨୦୦ ଗୋଟି ସ୍କୁଲ ର୍ନିମାଣ କରାଯିବ ଏବଂ କିଛି ଦିନ ତଳେ ୨୦୦ ଟି ସ୍କୁଲର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। କେବଳ ଭିତ୍ତିଭୂମି ନୁହେଁ, ରାଜ୍ୟରେ ଶିକ୍ଷାର ମାନଦଣ୍ଡ ବୃଦ୍ଧି ପାଇଁ ଏହି ଦୁଇ ବର୍ଷ ଭିତରେ ୨୦ ହଜାରରୁ ଉଦ୍ଧର୍‌ବ ଶିକ୍ଷକଙ୍କୁ ଆମ ସରକାର ନିଯୁକ୍ତି ଦେଇଛନ୍ତି। କେବଳ ନିଯୁକ୍ତି ଦେଇ ନାହୁଁ, ପ୍ରାୟ ୧୩ ହଜାର ଚୁକ୍ତିଭିତ୍ତିକ କନିଷ୍ଠ ଶିକ୍ଷକଙ୍କ ନିଯୁକ୍ତିକୁ ଋ଼ନିୟମିତ କରିଛୁ। ଆଗକୁ ପ୍ରାଥମିକ ସ୍ତରରେ ଆହୁରି ୪୫ ହଜାର ଶିକ୍ଷକ ନିଯୁକ୍ତି ପାଇଁ ଆମର ଉଦ୍ୟମ ଆରମ୍ଭ ହୋଇଛି। ଏଥି ସହିତ ରାଜ୍ୟରେ ପିଏମ ଶ୍ରୀ ଯୋଜନାରେ ମଧ୍ୟ ରାଜ୍ୟର ୮୦୦ ସ୍କୁଲକୁ ଉତ୍କର୍ଷ କେନ୍ଦ୍ରରେ ପରିଣତ କରାଯିବ। ସେହିପରି ଜାତୀୟ ଶିକ୍ଷାନୀତି ଆଧାରରେ ଓଡ଼ିଶାରେ ମଧ୍ୟ ନିପୂଣ ଓଡ଼ିଶା ମିଶନ ଆରମ୍ଭ କରାଯାଇଛି। ଏଥିରେ ଛାତ୍ରୀଛାତ୍ରୀମାନଙ୍କ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ବୃଦ୍ଧି ପାଇଁ ବ୍ୟବସ୍ଥା କରାଯାଇଛି। ମାତୃଭାଷା ଭିତ୍ତିକ ଶିକ୍ଷଣ ଜରିଆରେ ଶିଶୁଙ୍କ ସାମଗ୍ରିକ ବିକାଶ ପାଇଁ ଉଦ୍ୟମ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ସେ ଆହୁରି ମଧ୍ୟ କହିଛନ୍ତି, ରାଜ୍ୟରେ ପ୍ରାୟ ୩ ଲକ୍ଷ କୋଟି ଟଙ୍କାର ଶିଳ୍ପ ପ୍ରତିଷ୍ଠା ହୋଇସାରିଲାଣି। ୨ ଲକ୍ଷରୁ ଅଧିକ ନିଯୁକ୍ତି ସୃଷ୍ଟି ହୋଇସାରିଛି। ଆଗାମୀ ଦିନରେ ଏ ପ୍ରକ୍ରିୟା ଆହୁରି ବଢିବ। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ବିଦ୍ୟାଳୟର ପୁରାତନ ଶିକ୍ଷକ, ସଫଳ ପୁରାତନ ଛାତ୍ର ଓ ବର୍ତ୍ତମାନର ସଫଳ ଛାତ୍ରୀଛାତ୍ରଙ୍କୁ ପୁରସ୍କୃତ କରିଥିଲେ। କାର୍ଯ୍ୟକ୍ରମରେ ଯୋଜନା ବୋର୍ଡର ଅଧ୍ୟକ୍ଷ ଡଃ ଫକୀର ମୋହନ ନାଏକ, ସ୍ବତନ୍ତ୍ର ଉନ୍ନୟନ କମିଟିର ଅଧକ୍ଷା ମମିତା ନାଏକ, କେନ୍ଦୁଝର ଗଡ଼ ପୌରପାଳିକାର ଅଧ୍ୟକ୍ଷା ନିକୁ ସାହୁ, ହୀରକ ଜୟନ୍ତୀ ସମାରୋହର ଅଧ୍ୟକ୍ଷ ଦେବବ୍ରତ ବେହେରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରେଶ ଚନ୍ଦ୍ର ମହାନ୍ତ ହୀରକ ଜୟନ୍ତୀର ସଭାପତି ଶ୍ରୀକାନ୍ତ ନାଏକ ଓ ମୁଖ୍ୟ ବକ୍ତା ଚିତ୍ତରଞ୍ଜନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?