ଆସୁଛି ଏଲ୍‌ ନିନୋ

ଆମେରିକାର ଜାତୀୟ ସାମୁଦ୍ରିକ ଏବଂ ବାୟୁମଣ୍ଡଳୀୟ ପ୍ରଶାସନ (ନ୍ୟାଶନାଲ ଓସେନିକ ଆଣ୍ଡ୍‌ ଆଟ୍‌ମୋସ୍ପିୟରିକ ଆଡ୍‌ମିନିଷ୍ଟ୍ରେଶନ ବା ”ନୋ ଆ (NO AA)“ ଦ୍ୱାରା ପରିଚାଳିତ ଜଳବାୟୁ ଆଗତ ସୂଚନା ପ୍ରଦାନକାରୀ କେନ୍ଦ୍ର ଦ୍ୱାରା ବିଗତ ମାର୍ଚ୍ଚ ୨୦୨୬ରେ ପ୍ରଦତ୍ତ ଭବିଷ୍ୟବାଣୀ ଅନୁସାରେ ଆଗାମୀ ଜୁନ୍‌ଠାରୁ ଅଗଷ୍ଟ-ସେପ୍ଟେମ୍ବର ମଧ୍ୟରେ ଏଲ୍‌ ନିନୋ (El Nino) ଆସିବାର ୬୨ ପ୍ରତିଶତ ସମ୍ଭାବନା ରହିଛି। ତେବେ ପରବର୍ତ୍ତୀ ସମୟରେ ଏହି ସମ୍ଭାବନା ୮୦ ପ୍ରତିଶତ ଅତିକ୍ରମ କରିଯିବ ବୋଲି ଆଶା କରାଯାଏ। ଭୂମଧ୍ୟସାଗର କ୍ରମଶଃ ଅଧିକରୁ ଅଧିକ ଉତ୍ତପ୍ତ ହୋଇ ଚାଲିଥିବା ଦୃଷ୍ଟିରୁ ଏ ସୂଚନା ପ୍ରାପ୍ତ ହୋଇଛି।
ସ୍ପେନିସ୍‌ ଭାଷାରେ ‘ଏଲ୍‌୍‌ ନିନୋ’ର ଅର୍ଥ ହେଲା ‘କୁନିପୁଅ’। ୧୬୦୦ ଶତାବ୍ଦୀରେ କିଛି ଦକ୍ଷିଣ ଆମେରିକୀୟ ଧୀବର ଭୂମଧ୍ୟସାଗର ସମୟକୁ ସମୟ ଉଷ୍ମ ହେବା କଥା ଲକ୍ଷ୍ୟ କରିଥିଲେ। ଏହା ପ୍ରାୟତଃ ଜୁଲାଇ-ଅଗଷ୍ଟରୁ ଆରମ୍ଭ ହୋଇ ଡିସେମ୍ବର ବେଳକୁ ଶୀର୍ଷରେ ପହଞ୍ଚୁଥିଲା। ପ୍ରଥମେ ସେଥିରୁ ଏହି ପ୍ରାକୃତିକ ଘଟଣା ସମ୍ପର୍କରେ ସୂଚନା ମିଳିଥିଲା, ମୁଖ୍ୟତଃ ଏଲ୍‌ ନିନୋ କେନ୍ଦ୍ରୀୟ ଏବଂ ପୂର୍ବ ଭୂମଧ୍ୟ ସାଗରରେ ବିଷୁବରେଖାଠାରେ ଆରମ୍ଭ ହୋଇଥାଏ। ଅଧିକାଂଶ ସମୟରେ ଏହା ସୃଷ୍ଟି ହୋଇଥାଏ ପେରୁ ଉପକୂଳରେ।
ସାଧାରଣ ଅବସ୍ଥାରେ ଏଠାରେ ବାଣିଜ୍ୟବାୟୁ (ଟ୍ରେଡ ଓ୍ବିଣ୍ଡ୍‌) ବିଷୁବରେଖା ଉପରଦେଇ ପଶ୍ଚିମ ଦିଗକୁ ପ୍ରବାହିତ ହୁଏ। ଏହା ସମୁଦ୍ରର ଉଷ୍ମଜଳକୁ ଦକ୍ଷିଣ ଆମେରିକାରୁ ଏସିଆ ଦିଗରେ ଗତି କରାଏ। ଅତଏବ ସେ ସ୍ଥାନ ଅଧିକାର କରିବାକୁ ଗଭୀରତା ମଧ୍ୟରୁ ଶୀତଳ ତଥା ପୁଷ୍ଟିସମୃଦ୍ଧ ଜଳ ଊର୍ଦ୍ଧ୍ୱଗାମୀ ହେବାକୁ ଲାଗେ। ଏହାକୁ କହନ୍ତି ‘ଅପ୍‌ ଓ୍ବେଲିଂ’। ଏଲ୍‌ ନିନୋ ସମୟରେ ଉଷ୍ମଜଳ ଭୂମଧ୍ୟସାଗରରୁ ଜେଟ୍‌ ସ୍ରୋତ ରୂପେ ଏହାର ଦକ୍ଷିଣ ଅଞ୍ଚଳକୁ ଆସେ। ଏହି ଚଳନ ଉତ୍ତର ଆମେରିକା, କାନାଡା ଆଦିକୁ ଅଧିକ ଉଷ୍ମ କରିଦିଏ। କିନ୍ତୁ ଆମେରିକାର ଖାଡ଼ି ଉପକୂଳ ଏବଂ ଦକ୍ଷିଣ ଅଞ୍ଚଳରେ ଏ ସମୟରେ ଅଧିକ ବୃଷ୍ଟିପାତ ଏବଂ ବନ୍ୟା ହୁଏ।
ଭୂମଧ୍ୟସାଗର ଉପକୂଳର ସାମୁଦ୍ରିକ ଜୀବନ ଉପରେ ଏଲ୍‌ ନିନୋର ପ୍ରଭାବ ଅତିମାତ୍ରାରେ ଅନୁଭୂତ ହୁଏ। କାରଣ ଏ ସମୟରେ ‘ଅପ୍‌ ଓ୍ବେଲିଂ’ ଦୁର୍ବଳ ହୋଇପଡ଼େ କିମ୍ବା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଏ। ଏଣୁ ସମୁଦ୍ରର ଗଭୀର ଜଳରେ ଥିବା ପୁଷ୍ଟି ଉପରସ୍ତରକୁ ଆସି ନ ପାରିବାରୁ ତାହା ଉପରେ ନିର୍ଭରଶୀଳ ‘ଫାଇଟୋ ପ୍ଲାଙ୍କ୍‌ଟନ୍‌’ ବଂଶ ହ୍ରାସ ପାଇବାକୁ ଲାଗେ। ଅତଏବ ଏହାକୁ ଖାଦ୍ୟରୂପେ ଗ୍ରହଣ କରୁଥିବା ବିଭିନ୍ନ ପ୍ରକାର ମାଛ ତଥା ଅନ୍ୟାନ୍ୟ ଜଳଜ ପ୍ରଜାତିଙ୍କର ବଂଶହାନି ଘଟେ। ପରିଣାମରେ ପରିସଂସ୍ଥାର ରୂପରେଖ ବଦଳିଯାଏ।
ଏଲ୍‌ ନିନୋର ବିପରୀତ ଜଳବାୟୁ ଅବସ୍ଥା ହେଲା ଲା ନିନୋ (La Nino)। ଏ ଉଭୟ ବିଶ୍ୱର ଜଳବାୟୁ, ପରିସଂସ୍ଥା, ଅର୍ଥନୀତି ଆଦିକୁ ପ୍ରଭାବିତ କରନ୍ତି। ପ୍ରତି ୨ରୁ ୭ ବର୍ଷ ବ୍ୟବଧାନରେ ଏହା ଘଟେ। ତେବେ ଲା ନିନୋ ତୁଳନାରେ ଏଲ୍‌ ନିନୋ ଅଧିକ ଥର ହୋଇଥାଏ।
ସାଧାରଣତଃ ଲା ନିନୋ ଏଲ୍‌ ନିନୋକୁ ଅନୁସରଣ କରେ। ସ୍ପେନିସ୍‌ ଭାଷାରେ ଏହାର ଅର୍ଥ ହେଲା ‘କୁନି ଝିଅ’। ଏହାକୁ ‘ଆଣ୍ଟି-ଏଲ୍‌ ନିନୋ’ ବୋଲି ମଧ୍ୟ କୁହାଯାଏ। କାରଣ ଏହାର ପ୍ରଭାବ ଏଲ୍‌ ନିନୋର ଠିକ୍‌ ଓଲଟା। ଏ ସମୟରେ ବାଣିଜ୍ୟ ବାୟୁ ଅଧିକ ଶକ୍ତିଶାଳୀ ହୋଇପାରେ। ଭୂମଧ୍ୟସାଗରର ଉଷ୍ମଜଳ ଏସିଆ ଦିଗରେ ଠେଲି ହୋଇଯାଏ। ଫଳରେ ସମୁଦ୍ରର ଗଭୀରତାରୁ ପୁଷ୍ଟିଯୁକ୍ତ ଶୀତଳ ଜଳ ପୃଷ୍ଠଦେଶକୁ ଆସେ। ଅନ୍ୟପକ୍ଷରେ ଦକ୍ଷିଣ ଆମେରିକାରେ ମରୁଡ଼ି ଏବଂ ଭୂମଧ୍ୟସାଗର ଉତ୍ତର ପଶ୍ଚିମାଞ୍ଚଳ ଓ କାନାଡ଼ାରେ ଅତ୍ୟଧିକ ବୃଷ୍ଟିପାତର ଏହା କାରଣ ହୁଏ। ଲା ନିନୋ ବର୍ଷମାନଙ୍କରେ ଦକ୍ଷିଣରେ ଶୀତକାଳୀନ ତାପମାତ୍ରା ସାଧାରଣଠାରୁ ଅଧିକ ଏବଂ ଉତ୍ତରରେ ତହିଁରୁ ଶୀତଳ ହୋଇଥାଏ। ଏହା ମଧ୍ୟ ପ୍ରଚଣ୍ଡ ହରିକେନ ଆଣିପାରେ। ଲା ନିନୋ ସମୟରେ ଭୂମଧ୍ୟସାଗର ଉପକୂଳରେ ଜଳ ଅପେକ୍ଷାକୃତ ଶୀତଳ ଓ ପୁଷ୍ଟିଯୁକ୍ତ ହୋଇଥାଏ। ଏଭଳି ପରିବେଶ ସାମୁଦ୍ରିକ ଜୀବଙ୍କ ପାଇଁ ଉପଯୋଗୀ ଓ ତାହା ଶୀତଳ ଜଳରେ ବାସ କରୁଥିବା ଶାମୁକା, ଗେଣ୍ଡା, ସାଲମନମାନ୍ଥ ଆଦି ପ୍ରଜାତିଙ୍କୁ ଆକୃଷ୍ଟ କରେ। ବିଶେଷକରି କାଲିଫର୍ନିଆ ଉପକୂଳରେ ଏହାର ପ୍ରଭାବ ଅଧିକ ଦେଖାଯାଏ।
୧୯୦୦ ମସିହାରୁ ଏପର୍ଯ୍ୟନ୍ତ (୨୦୨୬) ପ୍ରାୟ ୩୦ଟି ପ୍ରଭାବଶାଳୀ ଏଲ୍‌ ନିନୋ ଅନୁଭୂତ ହୋଇଛି। ତେବେ ୧୯୮୦ ପରେ ଏ ପ୍ରକାର ଶକ୍ତିଶାଳୀ ୬ଟି ଘଟିଛି ୧୯୮୨-୧୯୮୩, ୧୯୯୭-୧୯୯୮, ୨୦୦୨-୨୦୦୯, ୨୦୧୫-୨୦୧୬ ଏବଂ ୨୦୨୩-୨୦୨୪ରେ। ପୃଥିବୀର ବିଭିନ୍ନ ଅଞ୍ଚଳ ଉପରେ ଏଗୁଡ଼ିକର ଭିନ୍ନ ଭିନ୍ନ ପ୍ରଭାବ ପଡ଼େ। ଉଦାହରଣ ସ୍ବରୂପ, ଅଷ୍ଟ୍ରେଲିଆ, ଇଣ୍ଡୋନେସିଆ ଏବଂ ଏସିଆର ଅନ୍ୟ କିଛି ଅଞ୍ଚଳରେ ଏହା ଭୟଙ୍କର ଶୁଷ୍କ ଅବସ୍ଥା ଓ ମରୁଡ଼ିର କାରଣ ହୋଇ ଫସଲହାନି ଘଟାଇଲା ବେଳେ ଆମେରିକା ଓ କାନାଡ଼ା ଭଳି ଉତ୍ତର ଆମେରିକୀୟ ଦେଶମାନଙ୍କରେ ସାଧାରଣ ଶୀତକାଳଠାରୁ ତାପମାତ୍ରା ଅଧିକ ଏବଂ ଦକ୍ଷିଣ ଆମେରିକା ଓ ଖାଡ଼ି ଅଞ୍ଚଳରେ ଶୀତଳ ତଥା ଆର୍ଦ୍ର ଅବସ୍ଥା ସୃଷ୍ଟି କରେ। ସେହିପରି ପେରୁ ଓ ଇକ୍ୟୁଡର ଭଳି ଦକ୍ଷିଣ ଆମେରିକାର ପଶ୍ଚିମ ଉପକୂଳରେ ଏହା ଅଧିକ ବୃଷ୍ଟିପାତ ଏବଂ ବନ୍ୟାର ସମ୍ଭାବନା ବୃଦ୍ଧି କରିବା ସହିତ ଉତ୍ତର ଅଞ୍ଚଳରେ ଶୁଷ୍କ ଅବସ୍ଥା ସୃଷ୍ଟି କରେ। ଅନ୍ୟପକ୍ଷରେ ଅଧିକାଂଶ ଏଲ୍‌ ନିନୋ କାଳରେ ଦକ୍ଷିଣ ଆଫ୍ରିକା ଶୁଷ୍କ ଏବଂ ପୂର୍ବ ଆଫ୍ରିକା ସାଧାରଣ ଅବସ୍ଥାଠାରୁ ଅଧିକ ଆର୍ଦ୍ର ରହେ।
ଭାରତ ଉପରେ ପଡୁଥିବା ଏହାର ପ୍ରଭାବଗୁଡ଼ିକର ଅନ୍ତର୍ଭୁକ୍ତ ହେଲା ଦୁର୍ବଳ ମୌସୁମୀ ହେତୁ କମ୍‌ ବୃଷ୍ଟିପାତ (ପ୍ରାୟ ୧୦ରୁ ୧୩ ଶତାଂଶ) ଏବଂ ମରୁଡ଼ି (ବିଗତ ଦଶକରେ ଘଟିଥିବା ସବୁଠାରୁ କ୍ଷତିକାରକଗୁଡ଼ିକ ମଧ୍ୟରୁ ଅଧିକାଂଶ ଘଟୁଛି ଏଲ୍‌ ନିନୋ ବର୍ଷରେ)। ଫଳରେ ଫସଲ ହାନି ଘଟେ(୧୨ରୁ ୨୦ ଶତାଂଶ), ଯାହାକି ଦେଶର ଖାଦ୍ୟ ଉତ୍ପାଦନ ଏବଂ ଅର୍ଥନୀତିକୁ ପ୍ରଭାବିତ କରେ। ପୁନଶ୍ଚ କମ୍‌ ବୃଷ୍ଟିପାତ ହେତୁ ଜଳାଭାବ ଘଟିବାରୁ ଜଳ ବିଦ୍ୟୁତ୍‌ ଉତ୍ପାଦନ ବାଧାପ୍ରାପ୍ତ ହୁଏ। ସେହିପରି ତାପମାତ୍ରା ବୃଦ୍ଧି ଏବଂ ଘନଘଟା ଗ୍ରୀଷ୍ମପ୍ରବାହ ସ୍ବାସ୍ଥ୍ୟହାନି ଓ ଅକାଳ ମୃତ୍ୟୁର କାରଣ ହେବା ସଙ୍ଗେ ସଙ୍ଗେ ପରିବେଶ ତଥା ପରିସଂସ୍ଥାକୁ କ୍ଷତି ପହଞ୍ଚାଇଥାଏ। ୨୦୨୩-୨୦୨୪ ବର୍ଷର ଏଲ୍‌ ନିନୋ ଏ ସମସ୍ତ ପ୍ରଭାବ ପକାଇଥିଲା ଏବଂ ଚଳିତବର୍ଷ ତାହା ସେହିପରି କରିବ ବୋଲି ଆଶା କରାଯାଉଛି। ତେବେ କେତେକ ପାଣିପାଗ ବିଶେଷଜ୍ଞଙ୍କ ମତରେ ଏହା ଏକ ସୁପର ଏଲ୍‌ ନିନୋ ହୋଇପାରେ।
ମୋ: ୯୯୩୭୩୦୧୪୬୦

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ରଥଟଣା ବେଳେ ଅଘଟଣ: ଶଳାକୁ ଖଣ୍ଡାରେ ହାଣିଥିବା ଭିଣୋଇଙ୍କୁ ବାନ୍ଧିଲା ପୋଲିସ

ପୁରୁଷୋତ୍ତମପୁର,୧୭।୭ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଅରଖପୁର ଗ୍ରାମରେ ଗୁରୁବାର ରଥଟଣା ଚାଲିଥିବା ବେଳେ ପାରିବାରିକ ଶତ୍ରୁତାକୁ କେନ୍ଦ୍ର କରି ଭିଣୋଇ ଟିଟୁ…

ରେଳ ଯାତ୍ରୀଙ୍କ ପାଇଁ ବଡ଼ ଖୁସିଖବର: ୩୧ ମାର୍ଚ୍ଚ ୨୦୨୭ ପର୍ଯ୍ୟନ୍ତ ଜେନେରାଲ୍ ଟିକେଟ୍‌ରେ ମିଳିବ ରିହାତି, ଜାଣନ୍ତୁ କେତେ…

ନୂଆଦିଲ୍ଲୀ,୧୭।୭: ଭାରତୀୟ ରେଳବାଇ ରେଳ ଯାତ୍ରୀମାନଙ୍କୁ ଆଉ ଏକ ବଡ଼ ଉପହାର ଦେଇଛନ୍ତି। ଅଣ-ସଂରକ୍ଷିତ (Unreserved) ଅର୍ଥାତ୍ ଜେନେରାଲ୍ ଟିକେଟ୍ ବୁକିଂ ଉପରେ ମିଳୁଥିବା ୩% ର…

ସବୁକିଛି ହାସଲ କରିବା ପରେ, ସେହି ଗୋଟିଏ କଥା ‘ହିଟମ୍ୟାନ’ଙ୍କୁ ଜୀବନସାରା କନ୍ଦାଇବ! ରୋହିତ ଶର୍ମାଙ୍କୁ ଅବସର ନେବାକୁ…

ନୂଆଦିଲ୍ଲୀ,୧୭।୭: କ୍ରିକେଟ ପ୍ରଶଂସକମାନେ ନିଶ୍ଚିତ ଭାବରେ ଏହା ଜାଣିଥିବେ ଯେ ଲର୍ଡସରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ତୃତୀୟ ଦିନିକିଆ ରୋହିତ ଶର୍ମାଙ୍କ କ୍ୟାରିୟରର ଶେଷ…

କଳିଯୁଗ ଶେଷକୁ ନେଇ ସତ ହେଉଛି କି ମାଳିକାର ଭବିଷ୍ୟବାଣୀ? ଜଗନ୍ନାଥ ମନ୍ଦିରର ଏହି ସଙ୍କେତ ବଢାଇଲା ଚିନ୍ତା!

ହିନ୍ଦୁ ଧର୍ମଶାସ୍ତ୍ରଗୁଡ଼ିକରେ ଅନେକ ସ୍ଥାନରେ ଉଲ୍ଲେଖ ରହିଛି ଯେ କଳିଯୁଗର ଶେଷରେ ଭଗବାନ ଜଗନ୍ନାଥ ‘କଲ୍କି ଅବତାର’ ରୂପରେ ପ୍ରକଟ ହେବେ ଏବଂ ପୁନର୍ବାର ‘ସତ୍ୟଯୁଗ’ର ସ୍ଥାପନା…

ଶ୍ରୀଜଗନ୍ନାଥଙ୍କ ଟାହିଆ ପ୍ରସଙ୍ଗ, ଗୋଟି ଗୋଟି କରି ସବୁ କଥା କହିଦେଲେ ଦଇତାପତି ନିଯୋଗ ସମ୍ପାଦକ, ଜାଣନ୍ତୁ…

ପୁରୀ,୧୭।୭: ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରୁ ବିଶ୍ୱନିୟନ୍ତାଙ୍କ ବିଶ୍ୱପ୍ରସିଦ୍ଧ ନବଦିନାତ୍ମକ ରଥଯାତ୍ରା ଆରମ୍ଭ ହୋଇଯାଇଛି। ଇତିମଧ୍ୟରେ ରଥଟଣା ଶେଷ ହୋଇଛି। ଶରଧାବାଲିରେ ପହଞ୍ଚିଛନ୍ତି ୩ ରଥ। ରଥ…

‘ମୁଁ ଖେଳିବା ଛାଡିଦେବି…’, କ୍ରିକେଟ ଜଗତରେ ହଇଚଇ ସୃଷ୍ଟି କଲା ରୋହିତ ଶର୍ମାଙ୍କ….

ନୂଆଦିଲ୍ଲୀ,୧୭।୭: ୧୯ ଜୁଲାଇ ଦିନ ରୋହିତ ଶର୍ମା ନିଜ ଆନ୍ତର୍ଜାତୀୟ କ୍ୟାରିୟରର ଶେଷ ମ୍ୟାଚ ଖେଳିବେ। ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ତୃତୀୟ ତଥା ନିର୍ଣ୍ଣାୟକ ଦିନିକିଆ…

ସଞ୍ଜୟ ରାଉତଙ୍କ ବଡ଼ ଦାବି: ‘ବଦଳିପାରନ୍ତି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ; ଦେବେନ୍ଦ୍ର ଫଡନଭିସଙ୍କୁ କେନ୍ଦ୍ରରେ ମିଳିବ ବଡ଼ ଭୂମିକା’

ମୁମ୍ବାଇ,୧୭।୭: ଉଦ୍ଧବ ଠାକରେଙ୍କ ଶିବସେନା (UBT)ର ରାଜ୍ୟ ସଭା ଏମପି ସଞ୍ଜୟ ରାଉତ ଏକ ଗୁରୁତ୍ୱପୂର୍ଣ୍ଣ ଦାବି କରିଛନ୍ତି। ଶୁକ୍ରବାର (୧୭ ଜୁଲାଇ) ସେ କହିଛନ୍ତି ଯେ…

ଏତିକି କିମି ବେଗରେ ପବନ ସହ ଝଡ଼ତୋଫାନ! ଚେତାବନୀ ଦେଲା IMD; ୧୪ ଘଣ୍ଟା ଭିତରେ…

ନୂଆଦିଲ୍ଲୀ,୧୭।୭: ଦେଶରେ ପ୍ରବଳ ଗରମ ଏବଂ ଗୁଳୁଗୁଳି ମଧ୍ୟରେ ପାଣିପାଗ ବିଭାଗ ଏବେ ଆଶ୍ୱାସନା ଦେଲା ଭଳି ଏକ ଆଲର୍ଟ ଜାରି କରିଛି। ପାଣିପାଗ ବିଭାଗ ଆସନ୍ତାକାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri