Posted inଫୁରସତ

ଡାକ୍ତର ବ୍ରେନ୍‌ ଡେଡ୍‌ ଘୋଷଣା କରିବା ପରେ ଘଟିଲା ଏମିତି

ଯେଉଁମାନେ ବିଜ୍ଞାନରେ ଅଧିକ ବିଶ୍ୱାସ କରନ୍ତି ସେମାନେ ଚମତ୍କାରରେ ବିଶ୍ୱାସ କରନ୍ତି ନାହିଁ କିମ୍ବା ଭଗବାନଙ୍କ ଶକ୍ତି ଉପରେ ମଧ୍ୟ ବିଶ୍ୱାସ କରନ୍ତି ନାହିଁ। କିନ୍ତୁ ଏହାକୁ ଅସ୍ବୀକାର କରାଯାଇପାରିବ ନାହିଁ ଯେ, ଦୁନିଆରେ ନିଶ୍ଚିତ ଭାବରେ ଏକ ଶକ୍ତି ଅଛି ଯାହା ଆମକୁ ଚଳାଉଛି। କାରଣ ଆମ ଚାରିପାଖରେଏମିତି ଅନେକ ପ୍ରଶ୍ନ ଅଛି, ଯାହା ବିଜ୍ଞାନ ମଧ୍ୟ ଉତ୍ତର ଦେଇପାରିବ ନାହିଁ। ଏହି ପ୍ରଶ୍ନଗୁଡ଼ିକ ପ୍ରାୟତଃ ଚମତ୍କାର ରୂପରେ ମଣିଷ ସାମ୍ନାକୁ ଆସିଥାଏ। ଆମେରିକାର ଜଣେ ବ୍ୟକ୍ତିଙ୍କ ସହ ଏପରି ଏକ ଚମତ୍କାର ଘଟଣା ଘଟିଛି। ଯାହା ଡାକ୍ତରଙ୍କ ଦ୍ୱାରା ମସ୍ତିଷ୍କକୁ ଡେଡ୍‌ ବା ମୃତ ଘୋଷଣା କରାଯାଇଥିଲା କିନ୍ତୁ ହଠାତ୍‌ ସେ ଜୀବନ୍ତ ହୋଇଗଲେ।

ଏକ ରିପୋର୍ଟ ଅନୁଯାୟୀ, ୩୫ ବର୍ଷୀୟ ରିୟାନ ମାର୍ଲୋ ୩ ସନ୍ତାନର ପିତା କିନ୍ତୁ ସେ ଏକ ଗୁରୁତର ରୋଗରେ ପୀଡ଼ିତ ହୋଇଥିଲେ। ରିପୋର୍ଟ ଅନୁଯାୟୀ, ସେ ଲିଷ୍ଟେରିଆ ପାଇଥିଲେ। ଜୀବାଣୁ ଦ୍ୱାରା ଏହା ଏକ ରୋଗ ଯାହା ମଇଳା ଖାଦ୍ୟ ଖାଇବା ଦ୍ୱାରା ହୋଇଥାଏ। ଏହି ଜୀବାଣୁ ମାନବ ମସ୍ତିଷ୍କକୁ ସିଧାସଳଖ ଆଘାତ କରନ୍ତି। ତାଙ୍କୁ ଦୁଇ ସପ୍ତାହ ଧରି ଉତ୍ତର କାରୋଲିନାର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, କିନ୍ତୁ ତାଙ୍କ ଅବସ୍ଥାରେ ଆଦୌ ସୁଧାର ଆସି ନ ଥିଲା। ଏହା ପରେ ଅଗଷ୍ଟ ୨୭ରେ ଡାକ୍ତରମାନେ ତାଙ୍କୁ ମସ୍ତିଷ୍କ ଡେଡ୍‌ ଘୋଷଣା କରିଥିଲେ।

ଡାକ୍ତରମାନେ ରିୟାନଙ୍କ ଅଙ୍ଗକୁ ବାହାର କରିବାକୁ ପ୍ରସ୍ତୁତ ଥିଲେ। ତାଙ୍କ ସ୍ତ୍ରୀ ମେଗାନ ସୋସିଆଲ ମିଡିଆରେ ଲାଇଭଷ୍ଟ୍ରିମିଂ କରି ସ୍ବାମୀଙ୍କ ସହ ଜଡ଼ିତ ସମସ୍ତ କଥା କହିଥିଲେ। ସେ କହିଛନ୍ତି, ଯେତେବେଳେ ଡାକ୍ତରମାନେ ଏ ବିଷୟରେ ସୂଚନା ଦେଇଥିଲେ। ସେତେବେଳେ ସେ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିଲେ।ରିୟାନ ଜଣେ ଅଙ୍ଗ ଦାତା ଥିଲେ, ତେଣୁ ତାଙ୍କ ଫୁସ୍‌ଫୁସ୍‌, ହୃଦୟ ଏବଂ ଯକୃତକୁ ଶରୀରକୁ ଭେଣ୍ଟିଲେଟରରେ ରଖି ସକ୍ରିୟ ରଖାଯାଉଥିଲା। ଅଗଷ୍ଟ ୩୦ରେ ରିୟାନଙ୍କୁ ଶେଷ ବିଦାୟ ଦେବା ପାଇଁ ସ୍ତ୍ରୀ ଏବଂ ପରିବାରର ଅନ୍ୟ ସଦସ୍ୟମାନେ ଏକାଠି ହୋଇଥିଲେ, କିନ୍ତୁ ପରେ କେହି ଜଣେ ମେଗାନଙ୍କୁ କହିଥିଲେ, ରିୟାନ ଗୋଡ଼ହାତ ହଲାଇଥିଲେ।

ଡାକ୍ତର କହିଛନ୍ତି, ସିଟି ସ୍କାନ୍‌ ପରେ ତାଙ୍କ ମସ୍ତିଷ୍କରେ କାର୍ଯ୍ୟକଳାପ ଦେଖିବାକୁ ମିଳିଛି। ସଙ୍ଗେ ସଙ୍ଗେ ବିଶେଷଜ୍ଞ ଦଳକୁ ଡକାଗଲା। ପରେ ଜଣାପଡ଼ିଲା ରିୟାନଙ୍କ ବ୍ରେନ୍‌ ଡେଡ୍‌ ହୋଇନାହିଁ। ମେଗାନଙ୍କ ପାଇଁ ଏହା ଖରାପ ଥିଲା ଯେ, ଲୋକମାନେ ରିୟାନଙ୍କ ଅଙ୍ଗକୁ ବାହାର କରିବା ପାଇଁ ସେଠାରେ ଠିଆ ହୋଇଥିଲେ। ସେ ସଙ୍ଗେ ସଙ୍ଗେ ସେହି ଲୋକମାନଙ୍କୁ ସେଠାରୁ ବାହାର କରିଦେଇଥିଲେ। ରିୟାନଙ୍କ ଅବସ୍ଥା ଗୁରୁତର ରହିଥିଲେ ହେଁ ତାଙ୍କ ଅଙ୍ଗପ୍ରତ୍ୟଙ୍ଗ ଚଳପ୍ରଚଳ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ସୋର ଆହାର କେନ୍ଦ୍ରରୁ ବନ୍ଧୁକ ଜବତ, ପାଚେରୀ ଡେଇଁ ଯୁବକ ଚମ୍ପଟ୍‌

ବାଲେଶ୍ୱର,୧୮ା୧୨ ( ବାଞ୍ଛାନିଧି ଦେ): ସୋରରେ ଅଭାବନୀୟ ଘଟଣା । ଆହାର କେନ୍ଦ୍ରରୁ ଜବତ ହେଲା ବନ୍ଧୁକ ଜବତ ।  ତେବେ ଧରାପଡିବା ପରେ ଯୁବକ...

‘ଆଗକୁ ବଢ଼ିବେ ଚାଷୀ, ସରକାରୀ ଯୋଜନାରେ ସାମିଲ ହୋଇ ହେବେ ଉପକୃତ’

ଭଞ୍ଜନଗର,୧୮ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି କାର୍ଯ୍ୟାଳୟ ପଡ଼ିଆରେ ଗୁରୁବାର ଉପଖଣ୍ଡସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦ୍‌ଘାଟିତ ହୋଇଯାଇଛି। ଭଞ୍ଜନଗର ଉପଜିଲାପାଳ...

ନିତିନ ଗଡ଼କରୀଙ୍କୁ ଭେଟିଲେ ପ୍ରିୟଙ୍କା ଗାନ୍ଧୀ: ଆଲୋଚନାରେ ଉଠିଲା ‘ଭାଇ-ଭଉଣୀ’ କଥା

ନୂଆଦିଲ୍ଲୀ,୧୮ା୧୨: କେରଳର ବିକାଶମୂଳକ କାର୍ଯ୍ୟକୁ ନେଇ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡ଼କରୀଙ୍କୁ ଭେଟିଛନ୍ତି ୱାୟାନାଡ୍ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭାଦ୍ରା।...

ବଲାଙ୍ଗୀରରେ ଗଠନ ହେଲା ଭାଜପାର ୯୦ ଜଣିଆ ଟିମ୍‌, ସୁଦୃଢ଼ ହେବ…

ବଲାଙ୍ଗୀର,୧୮ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭାରତୀୟ ଜନତା ପାର୍ଟି ତରଫରୁ ଗୁରୁବାର ଜିଲା ସ୍ତରରେ ଏକ ବୈଠକ ପଥରଚେପା ଭାଜପା କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଛି। ଭାଜପା...

ପାରିବାରିକ ବିବାଦର କରୁଣ ପରିଣତି, ସ୍ବାମୀଙ୍କୁ ଗାମୁଛାରେ ହତ୍ୟାକଲେ ସ୍ତ୍ରୀ

ସମ୍ବଲପୁର,୧୮।୧୨(ପ୍ରମୋଦ ବହିଦାର): ବୁର୍ଲା ଥାନା ଅନ୍ତର୍ଗତ ଏମସିଏଲ ଜାଗୃତିବିହାର ଠାରେ ଜଣେ ଏମସିଏଲ କର୍ମଚାରୀଙ୍କୁ ତାଙ୍କ ଧର୍ମପତ୍ନୀ ତଣ୍ଟି ଚିପି ହତ୍ୟା କରିଛନ୍ତି । ମୃତ...

ଜମୁଛି କାର୍ତ୍ତିକ-ଅନନ୍ୟାଙ୍କ ଯୋଡ଼ି, ଟ୍ରେଲର ରିଲିଜ ପରେ ସାମ୍ନାକୁ ଆସିଲା…

ମୁମ୍ବାଇ: କାର୍ତ୍ତିକ ଆର୍ଯ୍ୟନ ଏବଂ ଅନନ୍ୟା ପାଣ୍ଡେଙ୍କ ରୋମାଣ୍ଟିକ-କମେଡି ଫିଲ୍ମ ‘ତୁ ମେରି ମୈ ତେରା ମୈ ତେରା ତୁ ମେରି’ର ଟ୍ରେଲର ଗୁରୁବାର ରିଲିଜ...

ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ, ମୁଖ୍ୟମନ୍ତ୍ରୀଙ୍କୁ ପୁନର୍ବିଚାର ପାଇଁ ଭାଜପା ବିଧାୟକଙ୍କ ପ୍ରସ୍ତାବ

ଭୁବନେଶ୍ବର,୧୮।୧୨: ଆଜି ଭାଜପା ବିଧାୟକ ଦଳର ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା । ତେବେ ଆଜି ବୈଠକ ପରେ ଶାସକ ଦଳର ବିଧାୟକମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ ।...

ପୁଅ ପାଲଟିଲେ ରାକ୍ଷସ, କରତରେ ମା-ବାପାଙ୍କ ମୁଣ୍ଡ କାଟି ଖଣ୍ଡଖଣ୍ଡ କରି ନଦୀରେ ଫିଙ୍ଗିଲେ, ପୋଲିସ ଆଗରେ କହିଲେ…

ଲକ୍ଷ୍ନୌ,୧୮ା୧୨: ଉତ୍ତରପ୍ରଦେଶର ଜୌନପୁର ଜିଲାର ଜାଫରାବାଦ ଥାନା ଅଞ୍ଚଳର ଅହମଦପୁର ଗ୍ରାମରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଏହି ଗାଁର ୩୭ ବର୍ଷୀୟ ଅମ୍ବେଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri