ରେଡିଏଶନ୍‌କୁ ଭିଜା ଲୋଡ଼ା ନାହିଁ

ମସ୍କୋ/କିଭ୍‌ , ୫ା୯: ୟୁକ୍ରେନ୍‌ ଉପରେ ୬ ମାସରୁ ଅଧିକ ସମୟ ହେଲା ରୁଷିଆ ଆକ୍ରମଣ ଜାରି ରଖିଛି। ଯୁଦ୍ଧ ଆରମ୍ଭ ହେବାଦିନରୁ ଆମେରିକା ସମେତ ୟୁରୋପୀୟ ସଂଘ (ଇୟୁ) ରୁଷିଆ ଉପରେ ଚାପ ପକାଇବା ପାଇଁ କଟକଣା ଲଗାଇବାରେ ଲାଗିଥିବାବେଳେ ଏବେ ମସ୍କୋ ସହ ଟ୍ରାଭେଲ ଭିଜା ଏଗ୍ରିମେଣ୍ଟ ବାତିଲ କରିବାକୁ ଯୋଜନା କରୁଛି। ଏହା ହେଲେ ୟୁରୋପୀୟ ଦେଶଗୁଡ଼ିକୁ ରୁଷୀୟ ନାଗରିକ ଯାତ୍ରା କରିବା କଷ୍ଟକର ହୋଇପଡ଼ିବ। ଏହାକୁ ନେଇ କ୍ରେମଲିନ୍‌ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ରୁଷିଆ ୟୁରୋପକୁ ବିକିରଣ ବିସ୍ଫୋରଣର ଧମକ ଦେଇଛି। ରେଡିଏଶନ ପାଇଁ କୌଣସି ଭିଜା ଦରକାର ପଡ଼ିବ ନାହିଁ ବୋଲି ମସ୍କୋ କହିଛି। ଏସବୁ ଭିତରେ ରୁଷିଆ କବ୍‌ଜାରେ ଥିବା ୟୁକ୍ରେନ୍‌ ସ୍ଥିତ ୟୁରୋପର ସର୍ବବୃହତ୍‌ ନ୍ୟୁକ୍ଲିୟର ପାଓ୍ବାର ପ୍ଲାଣ୍ଟ୍‌କୁ ଏହାର ଶେଷ ବାହ୍ୟ ପାଓ୍ବାରଲାଇନ୍‌ ସଂଯୋଗ ବିଚ୍ଛିନ୍ନ ହୋଇଛି। ଏହି ପ୍ଲାଣ୍ଟ ନିକଟରେ ବିସ୍ଫୋରଣ ପାଇଁ ରୁଷିଆ ଏବଂ ୟୁକ୍ରେନ୍‌ ପରସ୍ପରକୁ ଦାୟୀ କରୁଛନ୍ତି। ମସ୍କୋ ନ୍ୟୁକ୍ଲିୟର ବିକିରଣର ଧମକ ଦେଇ ୟୁରୋପକୁ ବ୍ଲାକମେଲ କରିବାକୁ ଚାହୁଁଛି ବୋଲି ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି କହିଛନ୍ତି। ସେଠାରେ କୌଣସି ମୁହୂର୍ତ୍ତରେ ଆଣବିକ ବିପର୍ଯ୍ୟୟ ଘଟିପାରେ ବୋଲି ଜାତିସଂଘର ଇଣ୍ଟରନ୍ୟାଶନାଲ ଆଟମିକ୍‌ ଏନର୍ଜୀ ଏଜେନ୍ସି (ଆଇଏଇଏ) ଆଶଙ୍କା ବ୍ୟକ୍ତ କରିଛି।
ରୁଷିଆ ଉପରେ ଭିଜା କଟକଣା ଲଗାଇବା ନିଷ୍ପତ୍ତିକୁ ନେଇ ୟୁରୋପ ଦୁଇ ଭାଗ ହୋଇଛି। ରୁଷିଆ ଟୁରିଷ୍ଟ୍‌ଙ୍କ ପାଇଁ ଭିଜା ଚୁକ୍ତି ବାତିଲ କରିବା ସପକ୍ଷରେ ଜର୍ମାନୀ ନାହିଁ। ୟୁକ୍ରେନ୍‌କୁ ସମର୍ଥନ ନ କରିବା ଦାବିରେ ୨ ହଜାରରୁ ଊର୍ଦ୍ଧ୍ୱ ଲୋକ ଜର୍ମାନୀରେ ଆନ୍ଦୋଳନ କରିବା ଭଳି ବିରଳ ଦୃଶ୍ୟ ଦେଖିବାକୁ ମିଳିଛି। ସେମାନଙ୍କ ମଧ୍ୟରେ ଅଧିକାଂଶ ରୁଷୀୟ ଭାଷୀ ଆନ୍ଦୋଳନକାରୀ ରହିଛନ୍ତି। ଜର୍ମାନୀରେ ରହୁଥିବା ରୁଷିଆ ନାଗରିକ ସମୁଦାୟଙ୍କ ପକ୍ଷରୁ ଏପରି କରାଯାଇଛି। ଅନ୍ୟପକ୍ଷରେ ରୁଷିଆ ତେଲ ଉପରେ ପ୍ରାଇସ୍‌ କ୍ୟାପ୍‌ ଲଗାଇବା ପାଇଁ ଜି-୭ ରାଷ୍ଟ୍ରଗୁଡ଼ିକ ରାଜି ହେବା ପରେ ମସ୍କୋ ଜର୍ମାନୀକୁ ଯାଇଥିବା ସବୁଠାରୁ ବଡ଼ ଗ୍ୟାସ୍‌ ପାଇପଲାଇନ ନର୍ଡ ଷ୍ଟ୍ରିମ୍‌-୧କୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରିଦେଇଛି। ଏହି ପାଇପ୍‌ରେ ବର୍ଷକୁ ୫୫ କ୍ୟୁବିକ୍‌ ମିଟର ଗ୍ୟାସ୍‌ ପ୍ରତିବର୍ଷ ରୁଷିଆରୁ ୟୁରୋପକୁ ଆସିଥାଏ। ତେଲ ଲିକ୍‌ ଯୋଗୁ ରୁଷିଆ ଏପରି କରିଥିବା କହୁଥିଲେ ହେଁ ଏଥିଯୋଗୁ ଜର୍ମାନୀ ସମେତ ୟୁରୋପରେ ମଧ୍ୟ ପ୍ରାକୃତିକ ଗ୍ୟାସ୍‌ ସଙ୍କଟ ଗମ୍ଭୀର ହେବ। ଆଗକୁ ଶୀତଦିନ ଆସୁଥିବାରୁ ଥଣ୍ଡାରୁ ରକ୍ଷା ପାଇବା ପାଇଁ ପ୍ରାକୃତିକ ଗ୍ୟାସ୍‌ର ଅଭାବ ଦେଖାଯାଇପାରେ। ୟୁରୋପର ଏକାଧିକ ଦେଶରେ ବ୍ଲାକ୍‌ଆଉଟ୍‌ ସମସ୍ୟା ମଧ୍ୟ ହୋଇପାରେ ବୋଲି ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ସୁଇଡେନ୍‌, ଫିନ୍‌ଲାଣ୍ଡ ଏନର୍ଜୀ କମ୍ପାନୀଗୁଡ଼ିକୁ ଲିକ୍ୟୁଡିଟି ଗ୍ୟାରେଣ୍ଟି (ନଗଦ ଅର୍ଥ ପ୍ରଦାନ ସୁନିଶ୍ଚିତ କରିବା) ପ୍ରଦାନ କରିଛି। ଅପରପକ୍ଷେ ୟୁରୋପର ସର୍ବବୃହତ ନ୍ୟୁକ୍ଲିୟର ପ୍ଲାଣ୍ଟ୍‌ ଥିବା ଜାପୋରିଜିଝିଆ ରୁଷିଆ ପାଇଁ ରଣନୈତିକ ଦୃଷ୍ଟିରୁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ମସ୍କୋ କବ୍‌ଜାରେ ଥିବା କ୍ରିମିଆଠାରୁ ଏହା ପ୍ରାୟ ୨୦୦ କି.ମି. ଦୂରରେ ଅବସ୍ଥିତ। ୨୦୨୧ରେ ୟୁକ୍ରେନ୍‌ ଆବଶ୍ୟକ କରୁଥିବା ଏନର୍ଜୀର ୫୫.୫% ଏହି ପ୍ଲାଣ୍ଟରୁ ଆସୁଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନର୍ସଙ୍କୁ ୭୮୦ ବର୍ଷର କାରାଦଣ୍ଡ! ୨୨ ମାମଲାରେ ଦୋଷୀ ସାବ୍ୟସ୍ତ

ଓ୍ବାଶିଂଟନ,୪।୫: ଆମେରିକା ପେନସିଲଭାନିଆର ୪୧ ବର୍ଷିୟ ନର୍ସ ହେଥର ପ୍ରେସଡିଙ୍କୁ ତିନିଟି ହତ୍ୟା ଏବଂ ୧୯ଟି ହତ୍ୟା ଉଦ୍ୟମ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ...

ରାହୁଲଙ୍କୁ ପ୍ରଶଂସା କଲେ ପାକିସ୍ତାନ ନେତା…

ନୂଆଦିଲ୍ଲୀ/ଇସଲାମାବାଦ,୪।୫: ପାକିସ୍ତାନୀ ନେତା ଚୌଧୁରୀ ଫୱାଦ ହୁସେନ ପୂର୍ବତନ କଂଗ୍ରେସ ସଭାପତି ତଥା ବରିଷ୍ଠ ନେତା ରାହୁଲ ଗାନ୍ଧୀଙ୍କୁ ପ୍ରଶଂସା କରିଛନ୍ତି। ଫୱାଦ ହୁସେନ ଏକ୍ସରେ...

ବ୍ରାଜିଲରେ ପ୍ରବଳ ବର୍ଷା: ୩୭ ମୃତ

ବ୍ରାସିଲିଆ,୪।୫: ବ୍ରାଜିଲର ଦକ୍ଷିଣ ପ୍ରାନ୍ତ ରିଓଗ୍ରାଣ୍ଡେ ଡୋ ସୁଲରେ ପ୍ରବଳ ବର୍ଷା ଯୋଗୁ ୩୭ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଏନେଇ ସ୍ଥାନୀୟ କର୍ତ୍ତୃପକ୍ଷ...

ଚନ୍ଦ୍ର ଅଭିମୁଖେ ଚାଇନାର ଚାଙ୍ଗ’ଇ-୬: ଦକ୍ଷିଣ ମେରୁରୁ ଶିଳା ଆଣିବ

ନୂଆଦିଲ୍ଲୀ,୩ା୫: ଚନ୍ଦ୍ରର ଦକ୍ଷିଣ ମେରୁରୁ ଶିଳା ଓ ମୃତ୍ତିକା ସଂଗ୍ରହ କରି ଆଣିବା ପାଇଁ ଚାଇନା ଏହାର ମହାକାଶ ଯାନ ଚାଙ୍ଗ’ଇ-୬କୁ ଶୁକ୍ରବାର ଲଞ୍ଚ୍‌ କରିଛି।...

ୟୁକ୍ରେନ ଯୁଦ୍ଧରେ ୧୫୦,୦୦୦ ଋଷ ସୈନିକ ନିହତ ହୋଇଥିବା ଆକଳନ କଲା ଫ୍ରାନ୍ସ

ନୂଆଦିଲ୍ଲୀ,୩।୫: ୟୁକ୍ରେନ ଉପରେ ଆକ୍ରମଣ ସମୟରେ ୧୫୦,୦୦୦ ଋଷ ସୈନିକଙ୍କ ପ୍ରାଣ ହରାଇଥିବା ଆକଳନ କରିଛି ଫ୍ରାନ୍ସ। ଶୁକ୍ରବାର ପ୍ରକାଶିତ ଏକ ସାକ୍ଷାତକାରରେ ଏଭଳି ଏକ...

ପ୍ରତିବର୍ଷ ୨୫ କୁମାରୀ ଝିଅଙ୍କୁ ବାଛନ୍ତି କିମ ଜୋଙ୍ଗ ଉନ, ‘ପ୍ଲେଜର ସ୍କ୍ବାଡ’ରେ ସାମିଲ ଥିବା ଜଣେ ଯୁବତୀ କହିଲେ କିଛି ଅକୁହା କଥା

ପୋଙ୍ଗୟାଙ୍ଗ,୩।୫: ସମୟ ସମୟରେ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନଙ୍କ ବିଷୟରେ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଥାଏ। ଏଥିରେ କୌଣସି ସନ୍ଦେହ ନାହିଁ...

ସ୍କୁଲ, କଲେଜ, ଅଫିସ ବନ୍ଦ, ମୂଷଳ ଧାରାରେ ବର୍ଷାକୁ ଦେଖି ଲୋକଙ୍କୁ ଘରେ ରହିବାକୁ ପାଣିପାଗ ବିଭାଗର ସତର୍କ ସୂଚନା

ଆବୁ ଧାବି,୩।୫: ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ରେ ବର୍ଷା ପୁଣି ଏକ ବିପର୍ଯ୍ୟୟ ପାଲଟିଛି। ଗୁରୁବାର ପ୍ରବଳ ବର୍ଷା ଓ ଝଡ଼ ତୋଫାନ ଯୋଗୁଁ...

ପୁଣି ପାକିସ୍ତାନକୁ ମୁହଁତୋଡ ଜବାବ ଦେଲା ଭାରତ

ନ୍ୟୁୟର୍କ,୩।୫: ମିଳିତ ଜାତିସଂଘରେ ଭାରତ ପୁଣି ଥରେ ପାକିସ୍ତାନକୁ ମୁହଁତୋଡ ଜବାବ କରିଛି। ଭାରତ ପାକିସ୍ତାନକୁ ତୀବ୍ର ସମାଲୋଚନା କରି କହିଛି, ପାକିସ୍ତାନର ଟ୍ରାକ ରେକର୍ଡ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri