ଢେଙ୍କାନାଳ ପୌରସଂସ୍ଥାରେ ଅଚଳାବସ୍ଥା

ଢେଙ୍କାନାଳ ଅଫିସ, ୩ା୯: ଢେଙ୍କାନାଳ ପୌର କାର୍ଯ୍ୟାଳୟରେ ପହଞ୍ଚତ୍ଛି ବିଜେଡି-ଭାଜପା କଳି। ସ୍ବାୟତ୍ତ ଶାସନ ଦିବସର ସାନ୍ଧ୍ୟ କାର୍ଯ୍ୟକ୍ରମ ବାତିଲ ଓ ଭାଜପା କାଉନ୍‌ସିଲର ସୂର୍ଯ୍ୟପ୍ରତାପ ରାଉତଙ୍କ ଅଯୋଗ୍ୟ ମନ୍ତବ୍ୟ ପ୍ରତିବାଦରେ ଶୁକ୍ରବାର ନିର୍ବାହୀ ଅଧିକାରୀ, ଯନ୍ତ୍ରୀ ଏବଂ କର୍ମଚାରୀ କଲମଛାଡ଼ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଏହାକୁ ନେଇ କାର୍ଯ୍ୟାଳୟ ଠପ୍‌ ହୋଇ ଯାଇଥିବାବେଳେ ସୃଷ୍ଟି ହୋଇଛି ଅଚଳାବସ୍ଥା। ଶନିବାର ପୌରାଧ୍ୟକ୍ଷା, ଜିଲାପାଳଙ୍କ ସହ ଆଲୋଚନା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଆନ୍ଦୋଳନରତ କର୍ମଚାରୀମାନେ ରୋକ୍‌ଠୋକ୍‌ ଶୁଣାଇଛନ୍ତି।
ଏ ସଂକ୍ରାନ୍ତରେ ପୌର ନିର୍ବାହୀ ଅଧିକାରୀ ଅତନୁ କୁମାର ସାମନ୍ତ କୁହନ୍ତି, ବର୍ଷକୁ ଥରେ ସ୍ବାୟତ୍ତ ଶାସନ ଦିବସ ଉପଲକ୍ଷେ ପୌର କର୍ମଚାରୀମାନେ ସାନ୍ଧ୍ୟ ଉତ୍ସବ ପାଳନ କରିଥାଆନ୍ତି। କିନ୍ତୁ ପୌରାଧ୍ୟକ୍ଷା ଉତ୍ସବରେ ଯୋଗ ଦେବା ଲାଗି ଅନିଚ୍ଛା ପ୍ରକାଶ କଲେ। ଯେହେତୁ ସେ ଜଣେ ମହିଳା ଜନପ୍ରତିନିଧି ଏବଂ ଆମ ଘରର ମୁରବୀ, ତେଣୁ ତାଙ୍କୁ ସମ୍ମାନ ଜଣାଇ ଏଭଳି ବଡ଼ ଉତ୍ସବକୁ ବାତିଲ କରାଗଲା। କାରଣ ରାଜ୍ୟ ସରକାରଙ୍କର ନିର୍ଦ୍ଦେଶ ରହିଛି ମହିଳାଙ୍କୁ ସର୍ବଦା ସମ୍ମାନ ପ୍ରଦର୍ଶନ। ଉତ୍ସବରେ ଏମ୍‌ପି, ବିଧାୟକ, ଜିଲାପାଳଙ୍କୁ ଅତିଥି ଭାବେ ଡାକିଥିଲୁ। କିନ୍ତୁ ଉତ୍ସବ ବନ୍ଦ ହେବାରୁ ମୁଣ୍ଡ ତଳକୁ ହୋଇଯାଇଛି। ଏହା ଆମ ସମସ୍ତଙ୍କୁ ଆଘାତ ଦେଇଛି। ମର୍ମାହତ ମଧ୍ୟ କରିଛି। ସବୁଠାରୁ ବଡ଼ କଥା ହେଉଛି, ୯ନଂ. ୱାର୍ଡ ଭାଜପା କାଉନସିଲର ‘ମ୍ୟୁନିସିପାଲ୍‌-୨୦୨୨ ହ୍ବାଟସ୍‌ଆପ୍‌ ଗ୍ରୁପ୍‌’ରେ କରିଥିବା ମେସେଜ୍‌। ଏଥିରେ ଲେଖାଯାଇଛି, ତାଳଚେର ପୌରସଂସ୍ଥାରେ ବିଜେଡି କାଉନ୍‌ସିଲର ଯୋଗ ନ ଦେବା ସତ୍ତ୍ୱେ ସେଠାକାର ନିର୍ବାହୀ ଅଧିକାରୀ ଭାଜପା କାଉନ୍‌ସିଲରଙ୍କୁ ନେଇ ଉତ୍ସବ ପାଳନ କଲେ। କିନ୍ତୁ ଆମର ଉତ୍ସବ ବାତିଲ ହେବା ପୌର ନିର୍ବାହୀ ଅଧିକାରୀ ଓ କର୍ମଚାରୀଙ୍କ ଅଯୋଗ୍ୟତା ବୋଲି ଭାଜପା କାଉନସିଲର ମେସେଜ କରିଥିଲେ, ଯାହା ଆମ ସମସ୍ତଙ୍କୁ ମାନସିକ ଆଘାତ ଦେଇଛି। ଢେଙ୍କାନାଳ ସହରର ଉନ୍ନତୀକରଣ ପାଇଁ ଆମେ ସମସ୍ତେ ଏକାଠି ହୋଇ କାମ କରୁଛି। ଏଭଳି ମନ୍ତବ୍ୟ କାର୍ଯ୍ୟ କରିବାରେ ବାଧକ ହେବ। ଏହାର ପ୍ରତିବାଦରେ କଲମ ଛାଡ଼ ଓ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯାଇଛି। ଏ ସମ୍ପର୍କରେ ଜିଲାପାଳ, ପୌରାଧ୍ୟକ୍ଷାଙ୍କୁ ଲିଖିତ ଭାବେ ଜଣାଇ ଆଲୋଚନା କରାଯିବ। ଏହାପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ନିର୍ବାହୀ ଅଧିକାରୀ ସୂଚନା ଦେଇଛନ୍ତି। ପୌରଯନ୍ତ୍ରୀ ରଶ୍ମିତା ମିଶ୍ର କୁହନ୍ତି, ପୌରାଧ୍ୟକ୍ଷାଙ୍କୁ ସମ୍ମାନ ଜଣାଇ ଉତ୍ସବ ବନ୍ଦ କରାଯାଇଥିଲା। କିନ୍ତୁ ୯ନଂ. ୱାର୍ଡ ଭାଜପା କାଉନ୍‌ସିଲର ଅଯୋଗ୍ୟ କହିବା ଆମକୁ ମର୍ମାହତ କରିଛି। ସେ ଭୁଲ ମାଗିବା ପରେ କାର୍ଯ୍ୟ ଆରମ୍ଭ ହେବ।
ଅନ୍ୟପଟେ କର୍ମଚାରୀଙ୍କ କଲମଛାଡ଼ ଆନ୍ଦୋଳନ ସମ୍ପର୍କରେ ସୂଚନା ପାଇବା ପରେ ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ର ନିର୍ବାହୀ ଅଧିକାରୀଙ୍କ ସହ ଫୋନ୍‌ରେ ଆଲୋଚନା କରିଛନ୍ତି। ଆନ୍ଦୋଳନରୁ ନିବୃତ୍ତ ରହିବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି। ଶନିବାର ଅପରାହ୍ନରେ ସେ କାର୍ଯ୍ୟାଳୟକୁ ଆସି ଆଲୋଚନା କରିବେ। ଏହାପରେ ଜିଲାପାଳଙ୍କ ସହ ଆଲୋଚନା କରାଯିବ ଏବଂ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ନିର୍ବାହୀ ଅଧିକାରୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଲଟିଲା ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌

ଥୁଆମୂଳ ରାମପୁର,୮ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ସିଲେଟ ଗ୍ରାମ ପଞ୍ଚାୟତରେ ଏକ୍‌ ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ...

ଶୀତୁଆ ରାତିରେ ଶିକ୍ଷକଙ୍କ ଆନ୍ଦୋଳନ: ସରକାର ଦେଲେ ଏମିତି ପ୍ରତିଶ୍ରୁତି

ଭୁବନେଶ୍ୱର, ୮।୧୨(ରବିନାରାୟଣ ଜେନା):ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକମାନଙ୍କ ରଣହୁଙ୍କାରକୁ ରାଜ୍ୟ ସରକାର ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ...

ଏଇ ଭାରତରେ

ବାହାରେ କିମ୍ବା ଘରେ ଅଦରକାରୀ ଜିନିଷ ଠୁଳ ହୋଇ ରହିବା ପ୍ରଦୂଷଣର କାରଣ ପାଲଟୁଛି। ପ୍ରଦୂଷଣ ହ୍ରାସ କରିବା ସକାଶେ ରିସାଇକ୍ଲିଂ ପଦ୍ଧତିରେ ଏଗୁଡ଼ିକର ପୁନଃ...

ପୁଟିନଙ୍କ ପରେ ଭାରତ ଆସିପାରନ୍ତି ଜେଲେନ୍‌ସ୍କି

ନୂଆଦିଲ୍ଲୀ,୮ା୧୨:ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ୨୦୨୬ ଜାନୁଆରୀରେ ଭାରତ ଆସିପାରନ୍ତି। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତ ପରେ ନୂଆଦିଲ୍ଲୀ ପକ୍ଷରୁ କୂଟନୈତିକ ସନ୍ତୁଳନ ଉଦ୍ୟମ...

କଚ୍ଛପ ଗତି

କୌଣସି କାର୍ଯ୍ୟ ସମ୍ପାଦନରେ ଉଛୁର ହେଲେ, ଲକ୍ଷ୍ୟ ହାସଲରେ ଡେରି ହେଲେ କିମା ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବା ପାଇଁ ବିଳମ୍ବ ଘଟିଲେ ବିଳମ୍ବର କାରଣକୁ କଚ୍ଛପର...

ବାଘ ଆତଙ୍କ ଯୋଗୁ ୫୫ ସ୍କୁଲ ବନ୍ଦ: ଜାଣନ୍ତୁ କେଉଁଠି

ଡେରାଡୁନ୍‌,୮ା୧୨:ଉତ୍ତରାଖଣ୍ଡର ପୌରି ଜିଲାରେ କଲରାପତରିଆ ବାଘ ଆତଙ୍କ ଯୋଗୁ ୫୫ ସ୍କୁଲକୁ ସାମୟିକ ଭାବେ ବନ୍ଦ କରିଦିଆଯାଇଛି। ଉକ୍ତ ସ୍କୁଲଗୁଡ଼ିକର ପିଲାମାନଙ୍କୁ ଅନ୍‌ଲାଇନ ମୋଡ୍‌ରେ ପାଠପଢ଼ା...

ପୁଟିନ୍‌ଙ୍କ ଭାରତ ଗସ୍ତ ଅନ୍ତରାଳେ

ଭାରତକୁ ଆମେରିକା ନାଲିଆଖି ଦେଖାଇ ଟାରିଫ ବୃଦ୍ଧି କରିଛି। ଏହାସହ ଭାରତ-ରଷିଆ ସମ୍ପର୍କକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଘୋର ଅସନ୍ତୁଷ୍ଟ। ଏଭଳି ଏକ...

ଓଡ଼ିଶାରେ ବଢୁଛି ଓ୍ବେଷ୍ଟର୍ନ ପର୍ଯ୍ୟଟକଙ୍କ ସଂଖ୍ୟା: ୫ବର୍ଷରେ ୭ଗୁଣ ବୃଦ୍ଧି

ଭୁବନେଶ୍ୱର,୮୧୨(ରବିନାରାୟଣ ଜେନା):ରାଜ୍ୟର ପର୍ଯ୍ୟଟନ ଭିତ୍ତିଭୂମି ପ୍ରତି ଆକୃଷ୍ଟ ହୋଇ ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କ ମଧ୍ୟରେ ଓ୍ବେଷ୍ଟର୍ନ ୟୁରୋପ ପର୍ଯ୍ୟଟକଙ୍କ ସଂଖ୍ୟା ଦିନକୁ ଦିନ ବଢୁଛି ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri