ଏସ୍‌ପିଆଇ ପକ୍ଷରୁ ରୁଫ୍‌ ଟପ୍‌ ସୋଲାର ପ୍ରୋଗ୍ରାମ

ଭୁବନେଶ୍ୱର,୩ା୯: ଦେଶର ପ୍ରମୁଖ ସାମାଜିକ ଅନୁଷ୍ଠାନ ରକ୍‌ଫେଲର ଫାଉଣ୍ଡେଶନର ସହାୟକ ସଂସ୍ଥା ସ୍ମାର୍ଟ ପାୱାର ଇଣ୍ଡିଆ (ଏସ୍‌ପିଆଇ) ପକ୍ଷରୁ ଓଡ଼ିଶାର ଏମ୍‌ଏସ୍‌ଏମ୍‌ଇ ବର୍ଗଙ୍କ ପାଇଁ ରୁଫ୍‌ ଟପ୍‌ ସୋଲାର ପ୍ରୋଗ୍ରାମର ଶୁଭାରମ୍ଭ କରାଯାଇଛି। ରୁଫ୍‌ ଟପ୍‌ ସୋଲାର ପ୍ରୋଗ୍ରାମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ୨୦୨୪ ସୁଦ୍ଧା ୧୫୦ ମେଗାୱାଟ ରୁଫ୍‌ ଟପ୍‌ ସୋଲାର ଇନ୍‌ଷ୍ଟାଲେଶନ କରିବା ସହ ବାର୍ଷିକ ୧,୫୦,୦୦୦ ଟନ ଅଙ୍ଗାରକାମ୍ଳ ସ୍ଥାନାନ୍ତର କରିବା। ଏକ ଇକୋସିଷ୍ଟମ ସୃଷ୍ଟିକରି ରାଜ୍ୟର ନିୟୁତାଧିକ ଏମ୍‌ଏସ୍‌ଏମ୍‌ଇଙ୍କ ତୈଳ (ଡିଜେଲ) ନିର୍ଭରଶୀଳତାକୁ ହ୍ରାସ କରିବା। ସେହିଭଳି ବିଭିନ୍ନ ସ୍ତରରେ ଥିବା ମାଇକ୍ରୋ ଉଦ୍ୟୋଗଗୁଡ଼ିକୁ ମଧ୍ୟ ସଶକ୍ତୀକରଣ କରିବା ସହ ସ୍ବଚ୍ଛ, ସୁଲଭ ଏବଂ ନିର୍ଭରଯୋଗ୍ୟ ବିଦ୍ୟୁତ୍‌ ରୁଫ ଟପ୍‌ ସୋଲାର ପ୍ରୋଗ୍ରାମ ଦ୍ୱାରା ଉପଲବ୍ଧ କରାଇ ଏହାକୁ ଉପତ୍ାଦନ କ୍ଷେତ୍ରରେ ବ୍ୟବହାର କରିବା। ସେହିପରି ୧୦୦% ଘରୋଇ ବିଦ୍ୟୁତୀକରଣର ଗୁରୁତ୍ୱକୁ ଉପଲବ୍ଧିକରି ଏକ ମାଇଲଖୁଣ୍ଟ ହାସଲ କରିବା ସହ ଅଧିକାଂଶ ଗ୍ରାମୀଣ ଉଦ୍ୟୋଗ ଏବଂ ଅନୁଷ୍ଠାନକୁ ମୁଖ୍ୟ ଗ୍ରୀଡ୍‌ ଦ୍ୱାରା ସଂରକ୍ଷିତ କରାଇବା, ପ୍ରାୟ ୪୦% ଏମ୍‌ଏସ୍‌ଏମ୍‌ଇ ଗ୍ରାହକ ଗ୍ରୀଡ୍‌ ସହ ସଂଯୁକ୍ତ ହୋଇନାହାନ୍ତି। ୬୦% ସଂଯୁକ୍ତ ଗ୍ରୀଡ୍‌ରେ ନିର୍ଭରଯୋଗ୍ୟତା ଏକ ବଡ଼ ଆହ୍ବାନ ସୃଷ୍ଟି କରିଛି। ଫଳସ୍ବରୂପ ବିଦ୍ୟୁତ୍‌ ପାଇଁ ବ୍ୟବହୃତ ଲକ୍ଷ ଲକ୍ଷ ଲିଟର ମହଙ୍ଗା ଡିଜେଲ ବ୍ୟବହୃତ ହେଉଛି। ରୁଫ୍‌ ଟପ୍‌ ସୋଲାର ପକ୍ଷରୁ ଡିଆର୍‌ଇ ବିକଳ୍ପ ଉପତ୍ାଦନ ହାଇ ଲୋଡ୍‌ ଏମ୍‌ଏସ୍‌ଏମ୍‌ଇ ଗ୍ରାହକଙ୍କ ପାଇଁ ବ୍ୟବହାର କରାଯାଉଛି। ଏସବୁ ଗ୍ରାହକ ୧୦ କିଲୋୱାଟରୁ ୫୦ କିଲୋୱାଟ ବିଦ୍ୟୁତ୍‌ ବ୍ୟବହାର କରିଥାନ୍ତି। ଏ ସମ୍ପର୍କରେ ସ୍ମାର୍ଟ ପାୱାର ଇଣ୍ଡିଆର ହେଡ୍‌-ପ୍ରୋଗ୍ରାମ ସମିତ ମିତ୍ର କହିଛନ୍ତି, ଆମେ ଓଡ଼ିଶାରେ ରୁଫ୍‌ ଟପ୍‌ ସୋଲାର ପ୍ରୋଗ୍ରାମର ଶୁଭାରମ୍ଭ କରି ବେଶ୍‌ ଆନନ୍ଦିତ ଅଛୁ। ଆମର ଦୃଷ୍ଟିକୋଣ ଗ୍ରାମାଞ୍ଚଳରେ ଏମ୍‌ଏସ୍‌ଏମ୍‌ଇଗୁଡ଼ିକୁ ସଶକ୍ତୀକରଣ ଏବଂ ସାମଗ୍ରିକ ସାମାଜିକ-ଅର୍ଥନୈତିକ ବିକାଶ ମାଧ୍ୟମରେ ଜୀବନକୁ ଉନ୍ନତ କରାଇବ। ଆମେ ଜାଣୁ ବିଦ୍ୟୁତ୍‌ ଉପତ୍ାଦନର ଏକ ବ୍ୟୟବହୁଳ ଏବଂ ନିର୍ଭରଯୋଗ୍ୟ ମାଧ୍ୟମ। ଗ୍ରାମାଞ୍ଚଳର ଲୋକଙ୍କୁ ଗ୍ରୀଡ୍‌ଭିତ୍ତିକ ବିଦ୍ୟୁତ୍‌ ଏକ ନିର୍ଭରଯୋଗ୍ୟ ବିକଳ୍ପ ଯୋଗାଇଥାଏ। ସେହିଭଳି ଅନ୍ନପୂର୍ଣ୍ଣା ଫାଇନାନ୍ସର ନିର୍ଦ୍ଦେଶକ ଦିବ୍ୟଜ୍ୟୋତି ପଟ୍ଟନାୟକ କହିଛନ୍ତି, ପରିବେଶକୁ ସୁରକ୍ଷିତ ରଖିବା ସହ ପାଣ୍ଠି କାଟ ମଧ୍ୟ ଏହାର ବ୍ୟବହାରରେ ହୋଇପାରିବ। ଫଳରେ ସବୁଜ ଭାରତ ଓ ସବୁଜ ଶକ୍ତି ଲକ୍ଷ୍ୟ ହାସଲ ମଧ୍ୟ କରାଯାଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ପତଞ୍ଜଳିର ୧୪ ପ୍ରଡକ୍ଟର ଲାଇସେନ୍ସ ହେଲା ସସପେଣ୍ଡ, ନିତିଦିନ କରୁଛନ୍ତି ବ୍ୟବହାର, ଦେଖନ୍ତୁ ଲିଷ୍ଟ

ଡେରାଡୁନ,୩୦।୪: ବିଭ୍ରାନ୍ତିକର ବିଜ୍ଞାପନ ପ୍ରସଙ୍ଗରେ ପତଞ୍ଜଳିର ସମସ୍ୟା ହ୍ରାସ ହେବାର ଦେଖାଯାଉ ନାହିଁ। ଏକ ବଡ କାର୍ଯ୍ୟାନୁଷ୍ଠାନ ମାଧ୍ୟମରେ ଉତ୍ତରାଖଣ୍ଡ ଡ୍ରଗ ବିଭାଗର ଲାଇସେନ୍ସ ପ୍ରାଧିକରଣ...

ବଜାରରେ ମହିନ୍ଦ୍ରାର ‘ଅଲ୍‌ ନ୍ୟୁ ଏକ୍ସୟୁଭି ୩ଏକ୍ସଓ’

ଭୁବନେଶ୍ୱର,୩୦।୪ (ଅଭୟ ଦାଶ): ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଲିମିଟେଡର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ଅଲ୍‌ ନ୍ୟୁ ଏକ୍ସୟୁଭି ୩ଏକ୍ସଓ’ର ସର୍ବଭାରତୀୟ ଉନ୍ମୋଚନ (ଅନାବରଣ)...

ବେଆଇନ ଭାବେ ଡାଲି ମହଜୁଦ ରଖିଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୩୦।୪, (ଅନୁରାଧା ମହାରଣା): ଡାଲି ବେଆଇନ ଭାବେ ମହଜୁଦ ରଖୁଥିବା ବ୍ୟବସାୟୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଗତ କିଛି ଦିନ ଧରି କେତେକ ରାଜ୍ୟରେ...

ଇଆଇପିଏଲ୍‌ ସହ ଏଚ୍‌ଡିଏଫ୍‌ସି କ୍ୟାପିଟାଲର ସହଭାଗିତା

ଭୁବନେଶ୍ୱର,୩୦।୪: ଏଚ୍‌ଡିଏଫ୍‌ସି କ୍ୟାପିଟାଲ ଆଡଭାଇଜର୍ସ ଲିମିଟେଡ ଏବଂ ଏଲଡେକୋ ଇନ୍‌ଫ୍ରାଷ୍ଟ୍ରକଚର ଆଣ୍ଡ ପ୍ରପର୍ଟିଜ ଲିମିଟେଡ (ଇଆଇପିଏଲ୍‌) ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା ସ୍ଥାପନ ହୋଇଛି। ଏପରିକି...

ହିଣ୍ଡାଲ୍‌କୋର ପ୍ରୋଜେକ୍ଟ ‘ଜ୍ଞାନାର୍ଜନ’

ଭୁବନେଶ୍ୱର,୩୦।୪: ଆଦିତ୍ୟ ବିର୍ଲା ଗ୍ରୁପର ଅଗ୍ରଣୀ କମ୍ପାନୀ ହିଣ୍ଡାଲ୍‌କୋର ବହୁ ପ୍ରତୀକ୍ଷିତ ତଥା ଅଭିନବ ପ୍ରକଳ୍ପ ‘ଜ୍ଞାନାର୍ଜନ’ ନିକଟରେ ହୀରାକୁଦଠାରେ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ ହୋଇଯାଇଛି।...

ପହିଲାରୁ ଫୁଲ୍‌ ପଇସା ଭାସୁଲ ସେଲ୍‌

ଭୁବନେଶ୍ୱର,୩୦।୪: ରିଲାଏନ୍ସ ଗ୍ରୁପର ଅଗ୍ରଣୀ କମ୍ପାନୀ ତଥା ରିଟେଲ ପ୍ଲାଟଫର୍ମ ସ୍ମାର୍ଟ ବଜାର ଓ ଜିଓ ମାର୍ଟର ଲୋକପ୍ରିୟ ଅଫର ‘ଫୁଲ ପଇସା ଭାସୁଲ ସେଲ୍‌’ର...

ଘରୋଇ ବଜାରରେ ଷ୍ଟାର୍ଟଅପ୍‌ର ଉଲ୍ଲେଖନୀୟ ଅଭିବୃଦ୍ଧି

ଭୁବନେଶ୍ୱର,୨୯।୪ (ଅଭୟ ଦାଶ):କ୍ରମାଗତ ଭାବେ ଘରୋଇ ବଜାରରେ ଷ୍ଟାର୍ଟଅପ ସଂଖ୍ୟାର ଉଲ୍ଲେଖନୀୟ ଅଭିବୃଦ୍ଧି ସହିତ ସଫଳତା ମଧ୍ୟ ହାସଲ କରିଛି। ଏପରିକି ୨୦୧୪ରେ ପ୍ରାୟ ୩୫୦...

SBI ଶେୟାରର କମାଲ, ୪୫ ହଜାର କୋଟି ରୋଜଗାର କଲେ ନିବେଶକ

ମୁମ୍ବାଇ, ୨୭।୪: ଗତ ସପ୍ତାହରେ ସେୟାର ବଜାର ପାଇଁ ବହୁତ ଭଲ ବୋଲି ପ୍ରମାଣିତ ହୋଇଛି। ବମ୍ବେ ଷ୍ଟକ ଏକ୍ସଚେଞ୍ଜର ଶ୍ରେଷ୍ଠ ୧୦ ଟି କମ୍ପାନୀର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri