କିଏ ବା ଅଛି କେଉଁ ମତେ

ଭବିଷ୍ୟତରେ ଭାରତରେ କ’ଣ ଘଟିବ ତାକୁ ନିର୍ଭୁଲ୍‌ ଭାବେ କହିପାରୁଥିଲେ ଚକ୍ରବର୍ତ୍ତୀ ରାଜଗୋପାଳଚାରୀ। ତାଙ୍କୁ ଶ୍ରଦ୍ଧାରେ ଆମେ ସିଆର୍‌ ବା ମାଡ୍ରାସ ଫକ୍‌ସ ବୋଲି କହୁ। ସ୍ବାଧୀନତାର ୨ବର୍ଷ ପୂର୍ବରୁ ସେ ବମ୍ବେର ଏକ ସାଧାରଣ ସଭାରେ କହିଥିଲେ, ବ୍ରିଟିଶ ଇଣ୍ଡିଆର ବିଭାଜନ ନିଶ୍ଚିତ। ଧରାଯାଉ ଜଣେ ଲୋକ ଏକ ଲୁଗାକୁ କଛାମାରି ପିନ୍ଧିଛି। ଯଦି ଏହାର ଗୋଟିଏ ପାଖ ଚିରିଯାଏ ଏବଂ ବାରମ୍ବାର ସିଲେଇ କଲେ ବି ପୁଣି ଫାଟିଯାଏ, ଜଣେ ବୁଦ୍ଧିମାନ ଲୋକ ସେହି ଅଂଶଟି ପୂରାପୂରି ଚିରି ବାକି ଅଂଶକୁ ଲୁଙ୍ଗି ରୂପେ ବ୍ୟବହାର କରିପାରିବେ। ଠିକ୍‌ ସେହିପରି କଂଗ୍ରେସ ଓ ମୁସ୍‌ଲିମ୍‌ ଲିଗ୍‌ ମଧ୍ୟରେ ବାରମ୍ବାର ବୈଠକ ହେଲେ ବି ଟିକିଏ ହେଲେ ସୁଫଳ ମିଳୁନାହିଁ, ବରଂ ବେଶି ଫାଟ ସୃଷ୍ଟି ହେଉଛି। ବ୍ରିଟିଶ ଇଣ୍ଡିଆର ଏକ ଅଂଶକୁ ପାକିସ୍ତାନ ନାମରେ ନାମିତ କରାଯାଉ ଓ ଏ ମର୍ମରେ ଏକ ରିଜୋଲ୍ୟୁଶନ କଂଗ୍ରେସରେ ପାସ୍‌ କରାଯାଉ। ୨ଭାଗରେ ବିଭକ୍ତ ନ ହେଲେ ବ୍ରିଟିଶ ସାମ୍ରାଜ୍ୟବାଦୀ ଶାସକମାନେ ଅଧିକ ବିଭ୍ରାଟ ସୃଷ୍ଟି କରିବେ। ତାଙ୍କ ଭବିଷ୍ୟବାଣୀ ସତ ହେଲା।
ରାଜନୀତି କଲେ ଅନେକ ଦମ୍ଭୋକ୍ତି କରିବାକୁ ପଡ଼ିଥାଏ। ଜାତିର ପିତା ମହାତ୍ମା ଗାନ୍ଧୀ କହୁଥିଲେ, ସେ ବଞ୍ଚତ୍ଥିବା ଯାଏ ଭାରତର ବିଭାଜନ ଅସମ୍ଭବ। ନିଅଁାଗିଳା ଚର୍ଚ୍ଚିଲ ଆମକୁ କେବେହେଲେ ସ୍ବାଧୀନତା ଦିଆଯିବ ନାହିଁ ବୋଲି କହୁଥିଲେ। ୧୯୪୫ରୁ ୧୯୫୫ ଯାଏ କଳେ ବଳେ କୌଶଳେ ଭାରତରେ ଜବରଦସ୍ତ ଶାସନ କରିବା ପାଇଁ ସେ ଭାଇସ୍‌ରାୟ ଲିନ୍‌ଲିଥ୍‌ଗୋଙ୍କୁ ପ୍ରବର୍ତ୍ତାଇଲେ। ଚର୍ଚ୍ଚିଲ ଥରେ କହିଥିଲେ- ”ଆଇ ଉଇଲ୍‌ ବି ହର୍‌ ମାଜେଷ୍ଟିସ୍‌ ଲାଷ୍ଟ୍‌ ପ୍ରାଇମ୍‌ ମିନିଷ୍ଟର ଟୁ ପ୍ରିଜାଇଡ୍‌ ଓଭର୍‌ ଦି ଲିକ୍ୱିଡେଶନ୍‌ ଅଫ୍‌ ବ୍ରିଟିଶ ଏମ୍ପାୟର। “ ୧୯୪୨ରେ ଭାରତକୁ କ୍ଷମତା ହସ୍ତାନ୍ତର ବିଷୟରେ କଥାବାର୍ତ୍ତା ପାଇଁ ସାର୍‌ ଷ୍ଟାଫୋର୍ଡ କିପ୍‌ସ ଆମ ଦେଶକୁ ଆସିଲେ। ସେ ଆମକୁ ଏକ ଅଖଣ୍ଡ ଭାରତ ଦେଇଥାଆନ୍ତେ, ଯେଉଁଠି ୫ଶହ ପ୍ରନ୍ସିଲି ଷ୍ଟେଟ୍‌ ରହିଥାଆନ୍ତେ; ତାଙ୍କ ଇଚ୍ଛା ନ ହେଲେ ସେମାନେ ଇଣ୍ଡିଆନ୍‌ ୟୁନିୟନରୁ ବାହାରି ପାରୁଥାଆନ୍ତେ। ଡିଫେନ୍ସ ରହିଥାଆନ୍ତା ଗଭର୍ନର ଜେନେରାଲଙ୍କ ହାତରେ। ଆମକୁ ସ୍ବାଧୀନ ଦେଶ ବୋଲି କୁହାଯାଉଥାଆନ୍ତା। ଗାନ୍ଧିଜୀ ତାଙ୍କ ପ୍ରସ୍ତାବ ଶୁଣି ତାଙ୍କୁ ପରବର୍ତ୍ତୀ ଉଡ଼ାଜାହାଜରେ ଇଂଲଣ୍ଡ ଫେରିଯିବା ପାଇଁ ଉପଦେଶ ଦେଲେ। ତାଙ୍କ ପ୍ରସ୍ତାବକୁ ‘ପୋଷ୍ଟଡେଟେଡ୍‌ ଚେକ୍‌ ଅନ୍‌ ଏ କ୍ରାସିଂ ବ୍ୟାଙ୍କ୍‌’ ବୋଲି କହି ପ୍ରତ୍ୟାଖ୍ୟାନ କରିଥିଲେ। ବିଭାଜନକୁ ଦୃଢ଼ଭାବରେ ସମର୍ଥନ କରିଥିଲେ ନେହେରୁ, ପଟେଲ ଓ କ୍ରିପାଳିନୀ ପ୍ରମୁଖ ଦୂରଦୃଷ୍ଟିସମ୍ପନ୍ନ ନେତାମାନେ। ସେମାନେ ଆମକୁ ‘ବଲ୍‌କାନାଇଜେଶନ’ରୁ ରକ୍ଷା କରିଛନ୍ତି।
ଭାରତରେ ପୁରାଣ ଓ ଇତିହାସର ଅପୂର୍ବ ସମନ୍ବୟ ଦେଖିବାକୁ ମିଳେ। ମହିଷାସୁରର ନିଧନ ପାଇଁ ଜଗଜ୍ଜନନୀ ମା’ ଦୁର୍ଗାଙ୍କୁ ଦେବତାମାନେ ଦିବ୍ୟ ଅସ୍ତ୍ର ପ୍ରଦାନ କରିଥିଲେ। ତଥାପିି ତା’ର ପତନ ନ ହେବାରୁ ବାଧ୍ୟହୋଇ ସେ ସୃଷ୍ଟି ରକ୍ଷା ଲାଗି ଅଙ୍ଗବସ୍ତ୍ର ତ୍ୟାଗକରି ବିବସନା ହେଲେ। ଠିକ୍‌ ସେହିଭଳି ଆମର ଅସଂଖ୍ୟ ବିଚକ୍ଷଣ ନେତା କିଂ କର୍ତ୍ତବ୍ୟ ବିମୂଢ଼ ହୋଇ ଶେଷରେ ବିଭାଜନକୁ ଗ୍ରହଣ କଲେ। ଅଖଣ୍ଡ ଭାରତ ଚିନ୍ତା ସବୁଦିନ ପାଇଁ ପରିହାର କଲେ।
ଦ୍ୱିତୀୟ ମହାଯୁଦ୍ଧ ପରେ କମ୍ୟୁନିଷ୍ଟ ରୁଷିଆ ଓ କ୍ୟାପିଟାଲିଷ୍ଟ ଆମେରିକା ମଧ୍ୟରେ ଶୀତଳ ଯୁଦ୍ଧ ଆରମ୍ଭ ହୁଏ। ପୁଣି ଥରେ ସିଆର୍‌ଙ୍କ ପାଖକୁ ଫେରିବା। ଥରେ ଭାଷଣ ପ୍ରସଙ୍ଗରେ ସେ କହିଥିଲେ, ଦେଖ-କ୍ୟାପିଟାଲିଜମ୍‌ ହେଲା ‘ଅସନା ତେଲ’ ଓ କମ୍ୟୁନିଜମ୍‌ ହେଉଛି ‘କଷ୍ଟିକ୍‌ ସୋଡ଼ା’ ଯାହା ହାତକୁ ପୋଡ଼ିଦିଏ। କିନ୍ତୁ ଦୁଇଟିଯାକକୁ ମିଶାଇଦେଲେ ହୁଏ ଏକ ସାବୁନ, ଯାହାଦ୍ୱାରା ଆମେ ଲୁଗାର ମଇଳା ସଫାକରୁ। ସେହିପରି କମ୍ୟୁନିଜମ୍‌ ଓ କ୍ୟାପିଟାଲିଜମ୍‌ ଦେଶଗୁଡ଼ିକ ଏ ପୃଥିବୀର ସମସ୍ୟାକୁ ମିଳିମିଶି ସମାଧାନ କରନ୍ତୁ। ଏହାଦ୍ୱାରା ସମଗ୍ର ମାନବ ସମାଜ ଉପକୃତ ହେବ।
କିନ୍ତୁ ଏବର ପରିସ୍ଥିତି ପୂରାପୂରି ଓଲଟା। ବର୍ତ୍ତମାନର ୟୁକ୍ରେନ୍‌-ରୁଷିଆ ଯୁଦ୍ଧକୁ ଆମେରିକା ଓ ରୁଷିଆର ଯୁଦ୍ଧ ବୋଲି କୁହାଯାଇପାରେ। ନାଟୋ ଜରିଆରେ ପ୍ରଚୁର ମାରାତ୍ମକ ଦାମୀ ଯୁଦ୍ଧାସ୍ତ୍ର ବିକିବା ଆମେରିକାର ଅସଲ ଉଦ୍ଦେଶ୍ୟ। ଏ ଯୁଦ୍ଧ ଯେମିତି ଅଧିକ ଦିନ ଲାଗିବ ସେ ବ୍ୟବସ୍ଥା ସେ କରୁଛି। ସାମ୍ର୍ରାଜ୍ୟବାଦୀ ଦେଶଗୁଡ଼ିକ ସଦାବେଳେ ଡାହାଣୀ ହୋଇ ଲାଗନ୍ତି ଓ ଗୁଣିଆ ହୋଇ ଝାଡ଼ନ୍ତି। ଏଠାରେ ସ୍ମରଣ କରାଯାଇପାରେ ଯେ ପ୍ରଥମେ ଆଫଗାନିସ୍ତାନକୁ ରୁଷିଆ ଆକ୍ରମଣ କଲା। ତାକୁ ପରାସ୍ତ କରିବାପାଇଁ ଆମେରିକା ‘ତାଲିବାନ୍‌’ ମାନଙ୍କୁ ସୃଷ୍ଟି କଲା ଓ ଓସାମା ବିନ୍‌ ଲାଡେନର ଆବିର୍ଭାବ ହେଲା । ପାକିସ୍ତାନର ଉଗ୍ରପନ୍ଥୀମାନଙ୍କୁ ଚାଇନା ସଦାବେଳେ ସାହାଯ୍ୟ କରି ଆସିଛି। ଚାଇନାର ସାମ୍ରାଜ୍ୟବାଦ ସମସ୍ତଙ୍କୁ ଜଣା। ଋଣଜାଲରେ ଛନ୍ଦିହୋଇ ଶ୍ରୀଲଙ୍କାର ଅବସ୍ଥା ଶୋଚନୀୟ ହୋଇଯାଇଛି। ନାନା ପ୍ରକାର ପରମାଣୁ ଅସ୍ତ୍ର ତିଆରି କରାଯାଏ କେବଳ ଅନ୍ୟ ଦେଶଗୁଡ଼ିକୁ ଡରାଇବା ପାଇଁ। ୧୯୭୧ ମସିହାର ବାଂଲାଦେଶ ମୁକ୍ତି ସଂଗ୍ରାମ ବିଷୟ ଚିନ୍ତା କରିବା। ପାକିସ୍ତାନ ସ୍‌ୃଷ୍ଟିହେବା ଦିନୁ ସେଠାରେ ଗଣତନ୍ତ୍ରକୁ ଧ୍ୱଂସ କରିଚାଲିଛି ଆମେରିକା। ପଶ୍ଚିମ ପାକିସ୍ତାନର ମିଲିଟାରି ଶାସକମାନେ ପୂର୍ବ ପାକିସ୍ତାନରେ ଅକଥନୀୟ ଅତ୍ୟାଚାର କଲେ ଓ ଆମେରିକା ରାଷ୍ଟ୍ରପତି ରିଚାର୍ଡ ନିକ୍‌ସନ ପାକିସ୍ତାନକୁ ପୂର୍ଣ୍ଣପ୍ରାଣରେ ସମର୍ଥନ କଲେ। ମୁକ୍ତି ସଂଗ୍ରାମକୁ ଭଣ୍ଡୁର କରିବା ଓ ଭାରତକୁ ଡରାଇବା ପାଇଁ ଭାରତ ମହାସାଗରରେ ସେଭେନ୍‌ଥ ଫ୍ଲିଟ୍‌ ରଖିଲେ। କିନ୍ତୁ ଇନ୍ଦିରା ଗାନ୍ଧୀ ତା’ର ଦୃଢ଼ ଜବାବ ଦେଇ ବାଂଲାଦେଶ ସୃଷ୍ଟି କଲେ। ଥରେ ହେନେରି କିସିଞ୍ଜର ବିରକ୍ତ ହୋଇ କହିଥିଲେ, ”ଦାଟ୍‌ ଲେଡି ଇଜ୍‌ କୋଲ୍‌ଡ ଆଣ୍ଡ୍‌ ଟଫ୍‌, ଦେୟାର ଇଜ୍‌ ଏ ପାଓ୍ବାର ଅଫ୍‌ ଅନ୍‌କାନି ଇନ୍‌ ହର୍‌ ସେନ୍‌ସ ଅଫ୍‌ ଟାଇମିଂ।“ ସାମ୍ରାଜ୍ୟବାଦୀ ଦେଶର ଶାସକମାନେ ଇତିହାସରୁ କିଛି ଶିଖନ୍ତି ନାହିଁ। ସେମାନେ କ’ଣ ଭାବନ୍ତି ଓ କରନ୍ତି – ଏ ସବୁ ଚିନ୍ତା କଲେ ଆମର ପରମ ଉଦାର ବୈଷ୍ଣବ କବି ଜଗନ୍ନାଥ ଦାସଙ୍କ ଭାଗବତର ଦୁଇଧାଡ଼ି ମନେପଡ଼େ-
“ କିଏ ବା ଅଛି କେଉଁ ମତେ,
ତାହା ମୁଁ ଜାଣିବି କେମନ୍ତେ? ”

 

  • ଡ. ନିରଞ୍ଜନ ମିଶ୍ର
    ଆଇଆର୍‌ସି ଭିଲେଜ, ଭୁବନେଶ୍ୱର
    ମୋ-୯୪୩୭୨୫୮୯୩୬

Enter your email to get our daily news in your inbox.

All Right Reserved By Dharitri.Com

ସ୍ବାସ୍ଥ୍ୟ ଓ ଜୀବନଶୈଳୀ

ପିଲାବେଳର ପାଠ କିଛି ମନେ ଥାଉ କି ନ ଥାଉ, ଏଇ ପଦଟି ସମସ୍ତଙ୍କର ମନେଥିବ – ‘ବିଦ୍ୟା ଅଟଇ ମହାଧନ, ବାଳକେ କର ଉପାର୍ଜନ’।...

୨୦୨୬ର ଚିନ୍ତା

୨୦୨୬ ଦେଶର ରାଜନୈତିକ ଦଳ ଓ ସରକାର ପାଇଁ ବ୍ୟସ୍ତବହୁଳ ହେବା ଅବଶ୍ୟମ୍ଭାବୀ। ଆସାମ, କେରଳ, ତାମିଲନାଡ଼ୁ, ପଶ୍ଚିମବଙ୍ଗ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡ଼ୁଚେରୀରେ ଆଲୋଚ୍ୟ...

କାର୍ଯ୍ୟରେ ବିଳମ୍ବ

ଜମି ବିବାଦ ଦେଖାଦେଲେ ସରକାରୀ କାମଗୁଡ଼ିକର ସମୟସୀମା ଗଡ଼ିଚାଲେ। ଠିକାଦାର ବିଳମ୍ବ କରନ୍ତି କିମ୍ବା ଏଥିରେ ଜଡ଼ିତ ବିଭାଗଗୁଡ଼ିକ ନିଜ ମୁଣ୍ଡରୁ ଦୋଷ ଖସାଇବାକୁ ଚେଷ୍ଟା...

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

ଜୀବନର ଧାଁ ଦଉଡ଼

ବହୁତ ତରତର ବା ବ୍ୟସ୍ତ ଥିବା ମଣିଷକୁ ଦେଖି ମନରେ ଉଙ୍କିମାରେ ପ୍ରଶ୍ନଟିଏ, ଇଏ ଏତେ ବ୍ୟସ୍ତ କାହିଁକି? କାମଟି ଧୀରେ ଧୀରେ କଲେ କ’ଣ...

ଟଙ୍କାଖିଆ ମଣିଷ

ପିଲାବେଳର କଥା ମନେପଡ଼େ। ସେତେବେଳେ (ଆଜକୁ ଚାଳିଶ ବର୍ଷ ପୂର୍ବେ) ବିଶେଷକରି ଗାଁ ଲୋକେ ଚାକିରି କରିବା କିମ୍ବା ବାହାର ରାଜ୍ୟକୁ ଯାଇ ଦାଦନ ଖଟିବାକୁ...

ଦୁଇ ଦେଶ ଲୁଟୁଛନ୍ତି

ସମ୍ଭବତଃ ୨୦୨୫ ବର୍ଷଟି ସମସ୍ତଙ୍କର ମନେ ରହିବ, କାରଣ ଆମେରିକାର ରାଷ୍ଟ୍ରପତି ଏହି ବର୍ଷ ବୈଶ୍ୱିକ ବାଣିଜ୍ୟ ବ୍ୟବସ୍ଥାକୁ ଶେଷ କରିଦେଇଛନ୍ତି। କନ୍ତୁ ସତ କଥା...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri