୯ବର୍ଷ ପରେ ଧରାପଡ଼ିଲେ ଅଭିଯୁକ୍ତ

ବୈଶିଙ୍ଗା,୩ା୯(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଧୀନ ସନ୍ତରା ପଞ୍ଚାୟତର ପତଡ଼ା ଗ୍ରାମରେ ଘଟିଥିବା ଡବଲ ମର୍ଡର ଘଟଣାର ମୁଖ୍ୟ ଅଭିଯୁକ୍ତ ଚୁଇଁ ଓରଫ ଫକୀର ଖଁାଙ୍କୁ ୯ ବର୍ଷ ପରେ ଗୁରୁବାର ବିଳମ୍ବିତ ରାତିରେ ପୋଲିସ ଗିରଫ କରିଛି। ସୂଚନା ଅନୁଯାୟୀ, ୨୦୧୩ ନଭେମ୍ବର ୧୫ ତାରିଖ ରାତିରେ ପତଡ଼ା ଗ୍ରାମର ଅନୀଲ ଗିରି ଓ ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରାଯାଇଥିଲା। ଅନୀଲ ଡ୍ରାଇଭିଂ କରୁଥିବା ବେଳେ ଜାମୁନଣ୍ଡା ଗଁାର ବଳିଆ ଦଣ୍ଡପାଟଙ୍କଠାରୁ କିଛି ଟଙ୍କା ଧାର ନେଇଥିଲେ। ଏହି ଟଙ୍କା ନେଣ ଦେଣକୁ ନେଇ କିଛିଦିନ ପୂର୍ବରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ପ୍ରତିଶୋଧ ପରାୟଣ ହୋଇ ଅନୀଲଙ୍କୁ ହତ୍ୟା କରିବା ପାଇଁ ବଳିଆ ଯୋଜନା କରିଥିଲେ। ଘଟଣାଦିନ ସହଯୋଗୀ ଠକୁରୁ ସେଠୀ ଏବଂ ଫକୀର ଖାଁଙ୍କ ସହ ସେ ଅନୀଲଙ୍କ ଘରେ ପହଞ୍ଚି ଟଙ୍କା ମାଗିଥିଲେ। ଏନେଇ ଯୁକ୍ତିତର୍କ ହେବାରୁ ଅନୀଲଙ୍କୁ ଧାରୁଆ ଅସ୍ତ୍ରରେ ବିଭତ୍ସ ଭାବେ ହତ୍ୟା କରିଥିଲେ। ପାଖ କୋଠରୀରେ ଥିବା ତାଙ୍କ ଅନ୍ତସତ୍ତ୍ୱା ସ୍ତ୍ରୀ ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାର ତଦନ୍ତ ଚଳାଇ ପୋଲିସ ଦୁଇ ଅଭିଯୁକ୍ତ ବଳିଆ ଓ ଠକୁରୁଙ୍କୁ ଗିରଫ କରିଥିବା ବେଳେ ଫକୀର ଖଁା ଫେରାର ହୋଇଯାଇଥିଲେ। ସେ ବିଭିନ୍ନ ସ୍ଥାନରେ ନାମ ବଦଳାଇ ରହୁଥିବା ବେଳେ ଶୁଳିଆପଦାରେ ଥିବା ନେଇ ଖବରପାଇ ବୈଶିଙ୍ଗା ଥାନା ଆଇଆଇସି ପ୍ରଭାଂଶୁ ଶେଖର ମିଶ୍ର ସଦଳବଳ ଚଢାଉ କରି ଗୁରୁବାର ରାତିରେ ତାଙ୍କୁ ଗିରଫ କରିଥିଲେ। ଶୁକ୍ରବାର ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌ ଚାଳକଙ୍କୁ ଚାପି ଦେଇ ଗଛରେ ପିଟିହେଲା ହାଇଓ୍ବା

ବୌଦ୍ଧ,୨୯ା୧୨(ଅଜିତ କୁମାର ବାରିକ): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକର ଚାରିଛକ କୁସଙ୍ଗ ପୂର୍ତ୍ତ ରାସ୍ତାର ଏକତାଳଠାରେ ସୋମବାର ସକାଳେ ଏକ ହାଇଓ୍ବା ଧକ୍କାରେ ମୋଟରସାଇକେଲ ଚାଳକଙ୍କ...

ଫ୍ୟାନ୍ସଙ୍କ ଭିଡ଼ ଯୋଗୁ ବିମାନବନ୍ଦରରେ ପଡ଼ିଗଲେ ସୁପରଷ୍ଟାର ବିଜୟ, ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଲୀ,୨୯।୧୨: ସୁପରଷ୍ଟାର ବିଜୟ ଯେଉଁଠାକୁ ଯାଆନ୍ତି, ପ୍ରଶଂସକମାନେ ତାଙ୍କୁ ଘେରି ଯାଆନ୍ତି । ଏହି ଅଭିନେତା ହଜାର ହଜାର ଲୋକଙ୍କ ମଧ୍ୟରେ ହଇଚଇ ସୃଷ୍ଟି କରିବା ପାଇଁ...

ମୃତ ଶିଶୁର ଚିକିତ୍ସା ପାଇଁ ଜିଲା ଚିକିତ୍ସାଳୟକୁ ପଠାଇଲେ ଡାକ୍ତର, ଆଉ ତା’ ପରେ…

ପାରଳାଖେମୁଣ୍ଡି,୨୯ା୧୨ (ଗିରିଧାରୀ ପରିଚ୍ଛା): ଗଜପତି ଜିଲାରେ ସ୍ବାସ୍ଥ୍ୟସେବା ବିଗିଡ଼ିବାରେ ଲାଗିଛି। ଜଣଙ୍କର ମୃତ୍ୟୁ ଘଟିଥିଲେ ସୁଦ୍ଧା ତାକୁ ଉଚ୍ଚ ଚିକିତ୍ସା ପାଇଁ ଡାକ୍ତର ଅନ୍ୟତ୍ର ସ୍ଥାନାନ୍ତର...

ଐତିହାସିକ ରେକର୍ଡସ୍ତରରେ ରୁପା ମୂଲ୍ୟ: ପ୍ରଥମଥର ଟପିଲା ୨.୫ ଲକ୍ଷ

ନୂଆଦିଲ୍ଲୀ,୨୯।୧୨:ବର୍ଷ ଶେଷ ହେବାର କିଛି ଦିନ ପୂର୍ବରୁ ରୁପା ମୂଲ୍ୟ ଇତିହାସ ସୃଷ୍ଟି କରିଛି। ଦେଶର ଫ୍ୟୁଚର୍ସ ବଜାରରେ ପ୍ରଥମ ଥର ପାଇଁ ରୂପା ମୂଲ୍ୟ...

ଏହି ପ୍ରସିଦ୍ଧ କ୍ରିକେଟର୍‌ଙ୍କ ପରଲୋକ: କ୍ରିକେଟ୍‌ ଜଗତରେ ଖେଳିଗଲା ଶୋକର ଛାୟା

ଲଣ୍ଡନ,୨୯।୧୨: ଇଂଲଣ୍ଡ କ୍ରିକେଟକୁ ଏକ ବଡ଼ ଝଟକା ଲାଗିଛି। ପୂର୍ବତନ ଇଂଲଣ୍ଡ କ୍ରିକେଟର ଏବଂ ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB)ର ପୂର୍ବତନ ସିଇଓ...

ରାତି ଅନିଦ୍ରା ହୋଇ ୪ ଚୋରଙ୍କୁ ଧରିଲେ ଗ୍ରାମବାସୀ, ଆଉ ତା’ ପରେ…

ଜଗନ୍ନାଥପ୍ରସାଦ,୨୯ା୧୨: ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଅଳସୁ ଗ୍ରାମରେ ୪ ଜଣଙ୍କୁ ଚୋର ଭାବି ଗାଁ ଲୋକେ ଧରି ପୋଲିସ ଜିମା ଦେଇଛନ୍ତି। ୪...

ବଡ଼ ଟ୍ରେନ ଦୁର୍ଘଟଣା: ୧୩ ମୃତ୍ୟୁ, ଟ୍ରେନ୍‌ରେ ଥିଲେ ୨୪୧ ଯାତ୍ରୀ

ମେକ୍ସିକୋ,୨୯।୧୨: ମେକ୍ସିକୋରେ ଏକ ବଡ଼ ଟ୍ରେନ ଦୁର୍ଘଟଣା ଘଟିଛି। ଦେଶର ଓଆକ୍ସାକା ରାଜ୍ୟରେ ଏକ ଅନ୍ତଃସାଗରୀୟ ଟ୍ରେନ ଲାଇନଚ୍ୟୁତ ହେବା ଫଳରେ ଅତି କମରେ ୧୩...

ବନ୍ଦ ହେବ ରୁଷିଆ-ୟୁକ୍ରେନ ଯୁଦ୍ଧ! ୩ ଘଣ୍ଟା ଚାଲିଲା ଟ୍ରମ୍ପ-ଜେଲେନସ୍କି ସାକ୍ଷାତ, ଜାଣନ୍ତୁ କ’ଣ କହିଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨୯।୧୨:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ଏହି ବୈଠକ ୟୁକ୍ରେନ-ରୁଷିଆ ଯୁଦ୍ଧର ଅନ୍ତ ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri