ରାଜସ୍ଥାନର ୫ ଯୁବକଙ୍କ ସମେତ ୭ ଗିରଫ

ଧର୍ମଶାଳା,୩ା୯(ଡି.ଏନ.ଏ.): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ନେଉଳପୁର ବାଜାରରୁ ଏସ୍‌ବିଆଇ ଏଟିଏମ୍‌ ଲୁଟ୍‌ ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ। ଲୁଟ୍‌ ଘଟଣାରେ ସମ୍ପୃକ୍ତ ରାଜସ୍ଥାନର ୫ ଯୁବକଙ୍କ ସମେତ ଓଡ଼ିଶାର ୨ଜଣ ଯୁବକଙ୍କୁ ମିଶାଇ ମୋଟ୍‌ ୭ଜଣଙ୍କୁ ପୋଲିସ ଗିରଫ କରି ଶୁକ୍ରବାର କୋର୍ଟଚାଲାଣ କରିଛି। ଏଥିସହିତ ସେମାନଙ୍କ ନିକଟରୁ ନଗଦ ୩ ଲକ୍ଷ ୬୮ ହଜାର ଟଙ୍କା, ନମ୍ବର ପ୍ଲେଟ୍‌ ବଦଳାଯାଇ ଡକାୟତିରେ ବ୍ୟବହୃତ ହୋଇଥିବା ୨ଟି କାର୍‌, ଲୁଟ୍‌ ଏଟିଏମ୍‌, ଲୁଟରେ ବ୍ୟବହୃତ ସରଞ୍ଜାମ, ୮ଟି ମୋବାଇଲ ଫୋନ ଓ ୧୦ଟି ସିମ୍‌ କାର୍ଡ ଜବତ କରାଯାଇଛି। ଗିରଫ ଅଭିଯୁକ୍ତ ହେଲେ ରାଜସ୍ଥାନ ଅଲୱର ଜିଲାର ଅସଲମ ହାସମି(୩୫), ସଦାମ ହୋସେନ (୩୦), ମହମ୍ମଦ ଜମସେଦ ଖାଁ (୩୨), ସୁମୀତ କୁମାର (୩୨), ରାଜସ୍ଥାନ ଦୌସା ଜିଲାର ଏମ୍‌ପି ମିନା(୨୩) ଓ ଏମାନଙ୍କୁ ଦାନଗଦିଠାରେ ଘରଭଡ଼ା ଯୋଗାଇ ଥିବା ଯାଜପୁର ରୋଡ୍‌ ଥାନା ଅଧୀନ ଦାନଗଦୀ ତ୍ରିଜଙ୍ଗା ଅଞ୍ଚଳର ସେକ୍‌ ଇଦ୍ରିସ (୩୬) ଏବଂ ଅଭିଯୁକ୍ତଙ୍କୁ ସିମ୍‌ କାର୍ଡ ଯୋଗାଇଥିବା ଖୋର୍ଦ୍ଧା ଜିଲା ଚତ୍ରମା ଅଞ୍ଚଳର ତପନ କୁମାର ପ୍ରଧାନ(୨୮)। ଯାଜପୁର ଏସ୍‌ପି ରାହୁଲ ପିଆର୍‌ ଧର୍ମଶାଳା ଥାନାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି।
ଏସ୍‌ପି କହିଛନ୍ତି, ଧର୍ମଶାଳା ଥାନା ନେଉଳପୁର ବଜାରରେ ଥିବା ଏଟିଏମ୍‌କୁ ଗତ ମାସ ୨୪ ତାରିଖ ରାତିରେ ଦୁର୍ବୃତ୍ତ ତାଡ଼ି ନେଇଥିଲେ। ଏହି ଘଟଣା ୨୫ ତାରିଖ ସକାଳେ ଜଣାପଡ଼ବା ପରେ ଏସ୍‌ବିଆଇ ଏଟିଏମ୍‌ ପ୍ରୋଜେକ୍ଟ ମ୍ୟାନେଜର ପ୍ରୀତମ କୁମାର ଥାନାରେ ଅଭିଯୋଗ କରିଥିଲେ। ପୋଲିସ ନଂ.୪୮୫/୨୨ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଲୁଟ ଏଟିଏମ୍‌ରେ ୫ଲକ୍ଷ ୬୭ ହଜାର ୫ ଶହ ଟଙ୍କା ଥିଲା। ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ଅଭିଯୁକ୍ତଙ୍କ ପାଇଁ ଘରଭଡ଼ା ଯୋଗାଡ଼ କରିଥିବା ଦାନଗଦୀ ଅଞ୍ଚଳର ଇଦ୍ରିସଙ୍କୁ ପ୍ରଥମେ ଗିରଫ କରିଥିଲା। ତାଙ୍କଠାରୁ ତଥ୍ୟ ହାସଲ ପରେ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା। ଏହି ଅଭିଯୁକ୍ତମାନେ ମୟୂରଭଞ୍ଜ ଜିଲାରେ ଏଭଳି ଏକ ଏଟିମ୍‌ ଲୁଟ୍‌ ଯୋଜନା କରିଥିଲେ। ଖବର ପାଇ ମୟୂରଭଞ୍ଜ ପୋଲିସ ସେମାନଙ୍କୁ ଧରିବା ପାଇଁ ଉଦ୍ୟମ ଚଳାଇଥିଲା। ପରେ ମୟୂରଭଞ୍ଜ ଓ ଯାଜପୁର ପୋଲିସ ମିଳିତ ଭାବେ ଦାନଗଦୀ ଅଞ୍ଚଳରେ ଚଢ଼ାଉ କରି ରାଜସ୍ଥାନର ୫ ଯୁବକଙ୍କୁ ଗିରଫ କରିଥିଲେ। ଏହାପରେ ସିମ୍‌ ବ୍ୟବସାୟୀ ତପନଙ୍କୁ ଗିରଫ କରାଯାଇଥିଲା। ଅଭିଯୁକ୍ତଙ୍କ ବୟାନ ଅନୁଯାୟୀ, ଅଗଷ୍ଟ ୨୦ରେ ସେମାନେ ରାଜସ୍ଥାନରୁ ଆସି ଦାନଗଦୀ ଅଞ୍ଚଳରେ ଏକ ଭଡ଼ା ଘର ନେଇ ରହିବା ସହ ଖୋର୍ଦ୍ଧା ଅଞ୍ଚଳର ମୋବାଇଲ୍‌ ସିମ ବ୍ୟବସାୟୀ ତପନଙ୍କ ପାଖରୁ ୧୦ଟି ସିମ୍‌ କିଣିଥିଲେ। ଏହି ଖବରଦାତା ସମ୍ମିଳନୀରେ ଯାଜପୁର ଏସ୍‌ଡିପିଓ ପ୍ରମୋଦ ମଲ୍ଲିକ ଓ ଧର୍ମଶାଳା ଥାନା ଅଧିକାରୀ ରାକେଶ ତ୍ରିପାଠୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡିର ଗର୍ବ ଓ ଗୌରବ, ଓପିଏସ୍‌ସି ପରୀକ୍ଷାରେ ୧୬ତମ ସ୍ଥାନରେ ମାନସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ): ଓପିଏସସିର ଫଳାଫଳ ବାହାରି ସାରିଥିବା ବେଲେ ଏଥିରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ମେରାମାହା ଗ୍ରାମର ମାନସ...

ପୃଥକ ଦୁର୍ଘଟଣା: ଅଟୋ-ବାଇକ୍‌ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ, ଜଳିଗଲା କାର୍‌

ବ୍ରହ୍ମଗିରି,୨୮।୧୨: ଜାତୀୟ ରାଜପଥ ବ୍ରହ୍ମଗିରି ପଣଷପଦା ନିକଟରେ ରବିବାର ଏକ ଅଘଟଣ ଘଟିଛି। ଚିଲିକାରୁ ଫେରୁଥିବା ଏକ କାର୍‌ ରାଜପଥରେ ଜଳି ଯାଇଛି। CNG ଗ୍ୟାସ...

କ୍ରିକେଟ ହଲ୍‌ ଅଫ୍‌ ଫେମ୍‌ରେ ସାମିଲ ହେଲେ ଅଷ୍ଟ୍ରେଲିଆର ଏହି ଖେଳାଳି

ଆଡିଲେଡ୍‌,୨୮ା୧୨: ପୂର୍ୱତନ ଅଷ୍ଟ୍ରେଲିଆନ୍‌ ଫାଷ୍ଟ ବୋଲର ବ୍ରେଟ୍‌ ଲି’ଙ୍କୁ ରବିବାର ଅଷ୍ଟ୍ରେଲିଆନ କ୍ରିକେଟ ହଲ୍‌ ଅଫ୍‌ ଫେମ୍‌ରେ ସାମିଲ କରାଯାଇଛି। ଘାତକ ପେସ୍‌ ସାଙ୍ଗକୁ ଆଦର୍ଶ...

ଗଟାମାହା ଜଙ୍ଗଲରେ ଅତର୍କିତ ଚଢ଼ାଉ, ଗଞ୍ଜେଇ ଗଛ ପୋଡ଼ିଦେଲା ପୋଲିସ

ଜି.ଉଦୟଗିରି,୨୮/୧୨( ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ପୋଲିସ ଥାନା ଅନ୍ତର୍ଗତ ଗଟାମାହା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଗଞ୍ଜେଇ ଚାଷ ହେଉଥିବା ଖବର ପାଇ...

ବାଲେଶ୍ୱରରେ କାଠ ମାଫିଆଙ୍କ ଆତଙ୍କ: ବନ ବିଭାଗ ଗାଡ଼ି ଭଙ୍ଗାରୁଜା ସହ ଜବତ ଗାଡ଼ି ଛଡ଼ାଇ ନେଲେ

ବାଲେଶ୍ୱର,୨୮ା୧୨: ନୀଳଗିରି ବନଖଣ୍ଡରେ କାଠ ମାଫିଆଙ୍କ ଦୌରାତ୍ମ୍ୟ ଚରମ ସୀମାରେ ପହଞ୍ଚିଛି। ବନବିଭାଗ କର୍ମଚାରୀଙ୍କ ଉପରେ ଆକ୍ରମଣ କରି ନେଇଗଲେ ଜବତ ହୋଇଥିବା କାଠ ବୋଝେଇ...

ଦୁର୍ଗମ ଗାଁକୁ ଯାଇ ଉନ୍ନୟନ କାର୍ଯ୍ୟ ତଦାରଖ କଲେ ଏମ୍‌ପି

ଲାଞ୍ଜିଗଡ଼, ୨୮ା୧୨(ରମେଶ ଚନ୍ଦ୍ର ନାୟକ): ରାଜ୍ୟ ସଭା ସଦସ୍ୟ ସୁଜିତ କୁମାର ରବିବାର କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜି ପଞ୍ଚାୟତର ଦୁର୍ଗମ ତୁର୍କା ଗାଁ...

ପିକନିକ୍ ବେଳେ ପାଇନ୍ ବଣରେ ଦୁଇ ଯୁବ ଗୋଷ୍ଠୀ ପିଟାପିଟି, ଲାଠି ଚାଳନା କଲା ପୋଲିସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ ): ବର୍ଷର ଶେଷ ରବିବାର ରହିଥିବାରୁ ଦାରିଙ୍ଗବାଡିରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି । ତେବେ ଦାରିଙ୍ଗବାଡିର ଡ଼ୁଲୁରୀ ପାଇନ...

ସ୍କୁଟି ଆରୋହୀଙ୍କ ଉପରେ ଚଢ଼ିଗଲା ୧୦ ଚକିଆ ଟ୍ରକ, ଟାୟାର ଜାଳି ରାସ୍ତାକୁ ଓହ୍ଲାଇଲେ ଲୋକେ

ବଲାଙ୍ଗିର,୨୮ା୧୨: – ବଲାଙ୍ଗିର ୨୬ନମ୍ୱର୍ ଜାତୀୟ ରାଜପଥ ଶାସ୍ତ୍ରୀ ନଗର ଛକରେ ସଡ଼କ ଦୁର୍ଘଟଣା ହୋଇଛି ।୧୦ଚକିଆ ମାଲ ବୋଝେଇ ଟ୍ରକ ଜଣେ ସ୍କୁଟି ଆରୋହୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri