୨ ଲିଜ୍‌ଧାରୀଙ୍କୁ ୩୬ କୋଟିରୁ ଊର୍ଦ୍ଧ୍ୱ କ୍ଷତିଭରଣା ନିର୍ଦ୍ଦେଶ

ବାରିପଦା ଅଫିସ,୨ା୯:ମୟୂରଭଞ୍ଜ ଜିଲା ବୁଢ଼ାବଳଙ୍ଗ ନଦୀର ଆରପଟା, ଡିଙ୍ଗିରା ଓ ମହୁପୁରା ସଇରାତରୁ ବେଆଇନ ବାଲି ଉତ୍ତୋଳନ ଏବଂ ପରିବହନକୁ ନେଇ ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନ୍‌ଜିଟି) ଇଷ୍ଟର୍ନ ବେଞ୍ଚ କୋଲକତାରେ ହୋଇଥିବା ୩ ମାମଲାର ରାୟ ଗୁରୁବାର ପ୍ରକାଶ ପାଇଛି। ଆସନ୍ତା ଡିସେମ୍ବର ୭ ସୁଦ୍ଧା କ୍ଷତିପୂରଣ ବାବଦରେ ୩୬କୋଟିରୁ ଊର୍ଦ୍ଧ୍ୱ ଟଙ୍କା ପୈଠ କରିବାକୁ ୨ ଲିଜଧାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମାମଲା ପରିଚାଳନା କରୁଥିବା ଆଇନଜୀବୀ ଶଙ୍କର ପ୍ରସାଦ ପାଣି ପ୍ରକାଶ କରିଛନ୍ତି। ମୟୂରଭଞ୍ଜ ଜିଲାପାଳ ଦାଖଲ କରିଥିବା ସତ୍ୟପାଠର ସମସ୍ତ ରିପୋର୍ଟକୁ ଭିତ୍ତିକରି ଜୁଡିସିଆଲ ମେମ୍ବର ଜଷ୍ଟିସ ବି. ଅମିତ ସ୍ଥହେଲକାର ଓ ଏକ୍ସପୋର୍ଟ ମେମ୍ବର ସାଇବଲ ଦାସଗୁପ୍ତା ଏହି ରାୟ ଦେଇଛନ୍ତି ା
ବଡ଼ସାହି ତହସିଲ ଅଧୀନ ଆରପଟା, ଡିଙ୍ଗିରା ଓ ମହୁପୁରା ସଇରାତରେ ବେଆଇନ ବାଲି ଉତ୍ତୋଳନ ଏବଂ ପରିବହନକୁ ନେଇ ବଡ଼ସାହି ବ୍ଲକ ଛେଳିଆ ଗ୍ରାମର ରାଧାମୋହନ ସିଂଙ୍କ ଅଭିଯୋଗ କ୍ରମେ ୩୦/୨୨ , ୩୧/୨୨ ଓ ୪୦/୨୨ ଇଜେଡ୍‌ରେ ୩ଟି ମାମଲା ଏନଜିଟିରେ ରୁଜୁ ହୋଇଥିଲା ା ଏହାକୁ ନେଇ ଅଗଷ୍ଟ ୨୫ତାରିଖରେ ଏନଜିଟି ଷ୍ଟାଣ୍ଡିଂ କମିଟିର ଅତିରିକ୍ତ ଅଧିକାରୀ ତାପସ କୁମାର ପ୍ରହରାଜ, ଆଇନଜୀବୀ ଦୀପାଞ୍ଜନ ଘୋଷ, ଗୋରାଚାନ୍ଦ ରୟ ଚୌଧୁରୀ, ଶିବଜ୍ୟୋତି ଚକ୍ରବର୍ତ୍ତୀ, ପାଉଶାଲୀ ବାନାର୍ଜୀ ଓ ଦେବାଶିଷ ଘୋଷଙ୍କ ଉପସ୍ଥିତିରେ ଭର୍ଚୁଆଲ ମୋଡ୍‌ରେ ମାମଲାର ଶୁଣାଣି ଶେଷ ହୋଇଥିଲା ା
ଏନ୍‌ଜିଟି ପକ୍ଷରୁ ପ୍ରକାଶିତ ରାୟ ଅନୁଯାୟୀ, ଆରପଟା ସଇରାତରୁ ବହୁଗୁଣା ବାଲି ଉତ୍ତୋଳନ କରାଯାଇ ପରିବେଶ ଓ ଜୈବ ବିବିଧତାରେ କ୍ଷତି ପହଞ୍ଚାଇବା ବାବଦରେ ୪କୋଟି ୭୧ଲକ୍ଷ ୩୮ହଜାର ୮୬୮ଟଙ୍କା ଓ ପରିବେଶ କ୍ଷତି ପାଇଁ ୨୧ଲକ୍ଷ ଟଙ୍କା ଓ ରାଜସ୍ବହାନି ବାବଦରେ ୧କୋଟି ୯୧ଲକ୍ଷ ଟଙ୍କାର କ୍ଷତିପୂରଣକୁ ମିଶାଇ ମୋଟ ୬କୋଟି ୯୩ଲକ୍ଷ ୩୮ହଜାର ୮୬୮ଟଙ୍କା ଜରିମାନା ଦେବାକୁ ରାୟ ପ୍ରକାଶ ପାଇଛି। ଡିଙ୍ଗିରା ସଇରାତ ବାବଦରେ ୧୧କୋଟି ୮୯ଲକ୍ଷ ୭୭ହଜାର ୪୦୪ଟଙ୍କା, ପରିବେଶ କ୍ଷତି ପାଇଁ ୨୧ଲକ୍ଷ ଓ ରାଜସ୍ବହାନି ବାବଦରେ ୧କୋଟି ୩୬ଲକ୍ଷ ୫୦ହଜାର ୬୦୫ଟଙ୍କାର କ୍ଷତିପୂରଣକୁ ମିଶାଇ ମୋଟ ୧୩କୋଟି ୪୭ଲକ୍ଷ ୨୮ହଜାର ୯ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଆରପଟା ଓ ଡିଙ୍ଗିରା ସଇରାତରୁ ମୋଟ ୨୦କୋଟି ୪୦ଲକ୍ଷ ୬୬ହଜାର ୮୭୭ଟଙ୍କା ପୈଠ କରିବାକୁ ଲିଜ୍‌ଧାରୀ ପ୍ରଦୀପ ବିନ୍ଧାଣିଙ୍କୁ ନିର୍ଦ୍ଦେଶ ଦିଆଯାଇଛି ା ସେହିପରି ମହୁପୁରା ସଇରାତରୁ ପରିବେଶ ଓ ଜୈବ ବିବିଧତାରେ କ୍ଷତି ପହଞ୍ଚାଇବା ବାବଦରେ ୧୨କୋଟି ୩୫ଲକ୍ଷ ୮୪ହଜାର ୮୪୪ଟଙ୍କା ଓ ପରିବେଶ କ୍ଷତି ପାଇଁ ୨୧ଲକ୍ଷ ଓ ରାଜସ୍ବହାନି ବାବଦରେ ୩କୋଟି ୭୧ଲକ୍ଷ ୧୮ହଜାର ୪ଶହ ଟଙ୍କାକୁ ମିଶାଇ ମୋଟ ୧୬କୋଟି ୨୮ଲକ୍ଷ ୩ହଜାର ୨୪୪ଟଙ୍କା ପୈଠ କରିବାକୁ ଲିଜ୍‌ଧାରୀ କୃପାସିନ୍ଧୁ ସିଂଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଉଭୟ ଲିଜ୍‌ଧାରୀ ନିର୍ଦ୍ଧାରିତ ସମୟ ମଧ୍ୟରେ ଜରିମାନା ପୈଠ ନ କଲେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୟୂରଭଞ୍ଜ ଜିଲାପାଳଙ୍କୁ ଆଦେଶ ଦିଆଯାଇଛି। ତେବେ ମହୁପୁରା ସଇରାତରେ ସରକାରୀ ସମ୍ପତ୍ତିର ଅପବ୍ୟବହାର, ନିଜ କ୍ଷମତାର ଦୁରୁପଯୋଗ, ବେଆଇନ ବାଲି ଉତ୍ତୋଳନରେ ସାମିଲ ହୋଇଥିବା ତତ୍କାଳୀନ ତହସିଲଦାର ମମତାଜ ମହାରଣାଙ୍କ ବିରୋଧରେ ଆଇପିସି, ସିଆର୍‌ପିସି ଏବଂ ପବ୍ଲିକ ଅର୍ଥ ହେରଫେର ଆକ୍ଟ ୨୦୦୨କୁ ନେଇ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ମୟୂରଭଞ୍ଜ ଜିଲାରେ ଥିବା ବାଲି ସଇରାତଗୁଡ଼ିକରେ ସିସିଟିଭି ଲଗାଇବା ସହ ପରିବହନରେ ନିୟୋଜିତ ଯାନଗୁଡିକରେ ଜିପିଏସ୍‌ ଓ ସଇରାତରେ ତଦାରଖକାରୀ ସ୍କ୍ବାଡ୍‌ ନିୟୋଜିତ କରିବାକୁ ରାୟରେ ଉଲ୍ଲେଖ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ତେଲକୋଇରୁ ଫକୀରମୋହନ, ଚମ୍ପୁଆରୁ ଲଢ଼ିବେ ମୁରଲୀ

କେନ୍ଦୁଝର,୨୭ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଦୀର୍ଘଦିନ ଧରି ଘୋଷଣା ହୋଇ ପାରୁ ନ ଥିବା ଚମ୍ପୁଆ ଏବଂ ତେଲକୋଇ ନିର୍ବାଚନ ମଣ୍ଡଳୀ ପାଇଁ ଭାଜପା ଶନିବାର ତା’ର...

୩ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି

ଭୁବନେଶ୍ୱର,୨୭ା୪: ଶନିବାର ବିଜେଡି ତା’ର ଆଉ ୩ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଭୋଗରାଇରୁ ଗୌତମବୁଦ୍ଧ ଦାସ, ଖୋର୍ଦ୍ଧାରୁ ରାଜେନ୍ଦ୍ର ସାହୁ ଏବଂ ବେଗୁନିଆରୁ ପ୍ରଦୀପ...

ଚାଲାଣ ସମୟରେ ଜବତ ହୋଇଥିବା ଗୋରୁମାନଙ୍କୁ ଅଭିଯୁକ୍ତ ମାଲିକଙ୍କୁ ହସ୍ତାନ୍ତର କରାଯାଇପାରିବ ନାହିଁ: ଓଡ଼ିଶା ହାଇକୋର୍ଟ

କଟକ,୨୭।୪: ନିର୍ଦୟ ଭାବେ ଚାଲାଣ ହେବା ସମୟରେ ଜବତ ହୋଇଥିବା ଗୋରୁ ମାନଙ୍କୁ ସେମାନଙ୍କର ମାଲିକଙ୍କୁ ହସ୍ତାନ୍ତର କରାଯିବ ନାହିଁ। ଗୋରୁ ମାନଙ୍କ ପ୍ରତି କରାଯାଉଥିବା...

ପ୍ରଶାନ୍ତ ଜଗଦ୍ଦେବଙ୍କୁ ଏଠାରୁ ପ୍ରାର୍ଥୀ କଲା ଭାଜପା

ଖୋର୍ଦ୍ଧା,୨୭ା୪: ଶନିବାର ଭାଜପା ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏଥିରେ ଆଉ ୮ ବିଧାନସଭା ପାଇଁ ପ୍ରାର୍ଥୀ ଦେଇଛି ଭାଜପା। ତେଲକୋଇରୁ ଫକୀର...

ବନ କର୍ମଚାରୀଙ୍କୁ ଆକ୍ରମଣ କରି ବନ୍ଧା ହେଲେ ୩

କେନ୍ଦୁଝର,୨୭ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଭୂୟାଁ ଜୁଆଙ୍ଗ ପୀଢ଼ ରେଞ୍ଜର ନୟାକୋଟ ବିଟ୍‌ର ଫରେଷ୍ଟର ଏବଂ ସ୍କ୍ବାଡ କର୍ମଚାରୀଙ୍କୁ ଆକ୍ରମଣ କରିବା ଘଟଣାରେ ବନ ବିଭାଗ ୩ଜଣଙ୍କୁ...

କାଠଫାଳିଆରେ ମା’ଙ୍କୁ ପିଟିପିଟି ମାରିଦେଲେ ଝିଅ

ଭୁବନ,୨୭ା୪(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଥାନା ମଝିପାଳ ଗ୍ରାମରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଝିଅର କାଠଫାଳିଆ ମାଡ଼ରେ ମାଆଙ୍କ ମୃତ୍ୟୁ ଘଟିଛି।...

ମୋରଡ଼ା ନିର୍ବାଚନମଣ୍ଡଳୀରେ କଂଗ୍ରେସର ଘନଘନ ବୈଠକ, ମିଶ୍ରଣ ପର୍ବ

ମୋରଡ଼ା,୨୭ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲାର ଏକମାତ୍ର ଅଣସଂରକ୍ଷିତ ନିର୍ବାଚନମଣ୍ଡଳୀ ମୋରଡ଼ା ନିର୍ବାଚନମଣ୍ଡଳୀ ଆସନ୍ତା ସାଧାରଣ ନିର୍ବାଚନ ପାଇଁ ଚଳଚଞ୍ଚଳ ହୋଇଉଠିଥିବା ବେଳେ ସମସ୍ତ ରାଜନୈତିକ ଦଳ...

ବାସନ ମାଜୁଥିବା ବେଳେ ଟଳିପଡ଼ିଲେ ବୃଦ୍ଧା, ଅଂଶୁଘାତ ଆଶଙ୍କା

ରାୟଗଡ଼ା/ଟିକିରି,୨୭ା୪(ଆଶିଷ ରଞ୍ଜନ ପଣ୍ଡା/ପ୍ରଫୁଲ୍ଲ କୁମାର ବେହେରା): ରାୟଗଡ଼ା ଜିଲା କାଶୀପୁର ବ୍ଲକ ଟିକିରି ପଞ୍ଚାୟତର ଜଣେ ବୃଦ୍ଧା ବାସନ ମାଜୁଥିବା ସମୟରେ ଟଳି ପଡ଼ିଥିଲେ। ମୃତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri