ହାତୀ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ

କେନ୍ଦୁଝର, ୩୧।୮(ସ୍ବ.ପ୍ର.): କେନ୍ଦୁଝର ସଦର ରେଞ୍ଜ୍‌ ଅଧୀନ ଜୁଡିଆ ନିକଟ ଓୟୁଏଟି ପରିସରରେ ବିଦ୍ୟୁତ୍‌ ଆଘାତରେ ୨ ମାଈ ହାତୀଙ୍କ ମୃତ୍ୟୁ ପରେ ହାତୀଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କମ ଉଚ୍ଚତାରେ ଥିବା ବିଦ୍ୟତ୍‌ ତାରରେ ଲତା ଲାଗିଥିଲେ ହେଁ ନିୟମିତ ବନ ଏବଂ ବିଦ୍ୟୁତ୍‌ ବିଭାଗ ପକ୍ଷରୁ ଯାଞ୍ଚ କରାଯାଉନାହିଁ। ଜଣେ ଜଣେ ଫରେଷ୍ଟ ଗାର୍ଡଙ୍କୁ ଏକାଧିକ ବିଟ୍‌ ଦାୟିତ୍ୱ ଦିଆଯାଇଥିବାରୁ ଜଙ୍ଗଲ ସୁରକ୍ଷା ଠିକ୍‌ ଭାବରେ ହୋଇପାରୁନାହିଁ। ଅନ୍ୟପକ୍ଷେ ହାତୀ ମୃତ୍ୟୁ ଘଟଣାରେ ବିଦ୍ୟୁତ୍‌ ବିଭାଗର କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି।
ସୂଚନାଯୋଗ୍ୟ, ଗତ ୨୫ ତାରିଖ ଭୋର ସମୟରେ ୯ଟିକିଆ ହାତୀପଲ ନିକଟସ୍ଥ ସାନଘାଗରା ଡିପିଏଫ୍‌ ଜଙ୍ଗଲରେ ରହି ଆସୁଥିବାବେଳେ ସେଥିମଧ୍ୟରୁ ୨ଟି ମାଈ ହାତୀ ଓୟୁଏଟି ପରିସରକୁ ଖାଦ୍ୟ ଅନ୍ବେଷଣରେ ଆସି ଲତା ଖାଇବାବେଳେ ଲାଗିଥିବା ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଥିଲେ। ୨.୪ ମିଟର ଉଚ୍ଚତାରେ ଏଲ୍‌ଟି ଲାଇନ ଥିବାରୁ ହାତୀ ସହଜରେ ତାର ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଥିଲେ ମଧ୍ୟ ଲାଇନ ଟ୍ରିପ୍‌ ହୋଇ ନ ଥିଲା। ବିଦ୍ୟୁତ୍‌ ତାର ଉପରେ ଡାଳ ଖଣ୍ଡେ ପଡିଲେ ଲାଇନ କଟୁଥିଲେ ମଧ୍ୟ ହାତୀ ଦୁଇଟି ମରିଥିଲେ ମଧ୍ୟ ଲାଇନ ଟ୍ରିପ୍‌ ନ ହେବା ସାଧାରଣରେ ଚର୍ଚ୍ଚା ଜୋର୍‌ ଧରିଛି। ନିକଟସ୍ଥ ସବଷ୍ଟେଶନରେ କଟ୍‌ଆଉଟ ନ ଦିଆଯାଇ ସିଧାସଳଖ ୧୧ କେଭିକୁ ସଂଯୋଗ ଦିଆଯାଇଥିଲା। ସାନଘାଗରା ଡିପିଏଫ୍‌ ନିକଟରେ ଖୋଲା ଟ୍ରାନ୍ସଫର୍ମର ରହିଥିଲେ ମଧ୍ୟ ଏହାର ପ୍ରତିକାର ପାଇଁ କୌଣସି ପଦକ୍ଷେପ ନିଆଯାଇନାହିଁ। ଉକ୍ତ ଅଞ୍ଚଳ ଦେଇ ଯାଇଥିବା ୧୧ କେଭି ତାର ଇନସୁଲେଟେଡ କେବୁଲ ମାଧ୍ୟମରେ ବିଛା ଯାଇଥିବାବେଳେ ୫୫ମିଟର ଲୋ-ଟ୍ରାନ୍ସମିଶନ(ଏଲଟି) ଲାଇନ କେବୁଲ କରାଯାଇ ନ ଥିବାରୁ ଏଭଳି ଅଘଟଣ ଘଟିଛି। ତେବେ ହାତୀ ମତ୍ୟୁ ପରେ ୨୫ ତାରିଖ ରାତିରେ ବିଦ୍ୟୁତ୍‌ ବିଭାଗର ଏକ ଟିମ୍‌ ହାତୀ ମରିଥିବା ସ୍ଥାନଠାରୁ ଅଳ୍ପ ଦୂରରେ ଥିବା ସବଷ୍ଟେଶନରେ କଟ୍‌ଆଉଟ ଲଗାଇଥିବା ଜଣାପଡିଛି। ଏହି ଘଟଣା ପରେ ହାତୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଡେଙ୍ଗୁ, ଚିକୁନଗୁନିଆରେ ପୀଡ଼ିତ ଅଛନ୍ତି କ୍ରିକେଟର ଚହଲ

ପୁଣେ,୧୮ା୧୨: ଲେଗ୍‌ ସ୍ପିନର ୟୁଜବେନ୍ଦ୍ର ଚହଲ ଡେଙ୍ଗୁ ଓ ଚିକନଗୁନିଆରେ ପୀଡ଼ିତ ଅଛନ୍ତି। ଏଥିଯୋଗୁ ସେ ଗୁରୁବାର ଝାଡ଼ଖଣ୍ଡ ଓ ହରିୟାଣା ମଧ୍ୟରେ ଖେଳାଯାଇଥିବା ସୟଦ...

୨୮ ତମ ପରବ ମୁଖ୍ୟ ସମାରୋହ ଉଦଘାଟିତ, ମନ ମୋହିଲା…

କୋରାପୁଟ,୧୮/୧୨(ଅମିତାଭ ବେହେରା ): ଜାତୀୟସ୍ତରୀୟ ଲୋକ ମହୋତ୍ସବ ପରବ-୨୦୨୫ର ମୁଖ୍ୟ ସମାରୋହ ସ୍ଥାୟୀ ପରବ ପଡ଼ିଆରେ ଗୁରୁବାର ସନ୍ଧ୍ୟାରେ ଉଦଘାଟିତ ହୋଇଛି । ନଗର ଉନ୍ନୟନ...

ଡିଜିଟାଲ ଆରେଷ୍ଟ ଜାଲରେ ଫସିଲେ ମହିଳା ଡାକ୍ତର, ୧୨ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହରାଇଲେ

ରାୟଗଡା,୧୮।୧୨(ଆଶିଷ ରଞ୍ଜନ ପଣ୍ଡା)- ଡିଜିଟାଲ ଆରେଷ୍ଟ ହୋଇ ସାଇବର କ୍ରାଇମରେ ଫସିଛନ୍ତି ରାୟଗଡାର ଜଣେ ମହିଳା ଡାକ୍ତର। ରାୟଗଡା ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ...

ନାବାଳିକା ବଳାତ୍କାର ମାମଲାର ଆସିଲା ରାୟ: ଅଭିଯୁକ୍ତଙ୍କୁ ମିଳିଲା ଏଭଳି ଦଣ୍ଡ, ଜାଣନ୍ତୁ…

ଫୁଲବାଣୀ,୧୮ା୧୨(ରାକେଶ କୁମାର ରାଉତ): ଜଣେ ନାବାଳିକାଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାର ବିଚାର କରି ଗୁରୁବାର ଫୁଲବାଣୀ ପୋକ୍‌ସୋ କୋର୍ଟ ବିଚାରପତି ମନୋରଞ୍ଜନ ଦାସ ଅଭିଯୁକ୍ତଙ୍କୁ...

ରେଳଯାତ୍ରୀଙ୍କୁ ବଡ଼ ଝଟ୍‌କା: ପ୍ଲେନ୍‌ ଭଳି ଏବେ…

ନୂଆଦିଲ୍ଲୀ, ୧୮।୧୨: ଟ୍ରେନ୍‌ ଯାତ୍ରା କରୁଥିବା ଯାତ୍ରୀମାନେ ନିର୍ଦ୍ଧାରିତ ସୀମାରୁ ଅଧିକ  ସାମଗ୍ରୀ ନେଲେ ଶୁଳ୍କ ଦେବାକୁ ପଡ଼ିବ। ଏନେଇ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ...

ମା’ଙ୍କ ମୃତ୍ୟୁ ଖବର ପାଇ ଧାଇଁ ଆସିଥିଲେ, ଦ୍ୱାଦଶାହରେ ଚାଲିଗଲା ପୁଅଙ୍କ ଜୀବନ, ଗାଁରେ ଶୋକାକୂଳ ପରିବେଶ…

ଦିଗପହଣ୍ଡି,୧୮।୧୨(ଅଶେଷ ନାଥ ମିଶ୍ର): ମା’ଙ୍କ ମୃତ୍ୟୁ ଖବର ଶୁଣି ମୁମ୍ବାଇରୁ ଧାଇଁ ଆସିଥିଲେ ପୁଅ। ହେଲେ ଦ୍ୱାଦଶାହରେ ଚାଲିଗଲା ଜୀବନ।  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ...

ସ୍କୁଲରେ ମଦ୍ୟପ ଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ: ୩୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଗୋଡେଇ ଗୋଡେଇ ନିସ୍ତୁକ ପିଟିଲେ

ଅନୁଗୋଳ,୧୮ା୧୨: ଅନୁଗୁଳ ଜିଲା ପାଳଲହଡ଼ା ବ୍ଲକ ସାନବାଗଦରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ମଦ୍ୟପ ଶିକ୍ଷକଙ୍କ କାର୍ଯ୍ୟକଳାପକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ସହକାରୀ...

କେଏସୟୁବି କଲେଜ ପରିଦର୍ଶନ କଲେ ଏନସିସି ସିଓ, କ୍ୟାଡେଟ ମାନଙ୍କ ସୁବିଧା…

ଭଞ୍ଜନଗର,୧୮।୧୨(ବାବୁଲା ପ୍ରଧାନ)-ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ (ଏନସିସି) ଆର୍ମି ୱିଂଙ୍ଗ ବ୍ରହ୍ମପୁର ବାଟାଲିୟନର କମାଣ୍ଡିଂଙ୍ଗ ଅଫିସର(ସିଓ) ସମିର କର ଗୁରୁବାର ଗଞ୍ଜାମ ଜିଲା ଭଞ୍ଜନଗର କବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri