ଖରସ୍ରୋତାକୁ ଚିରସ୍ରୋତା କରିବାକୁ ପ୍ରୟାସ

ରସୁଲପୁର,୩୧ା୮(ଡି.ଏନ.ଏ.): ଯାଜପୁର ଜିଲା ରସୁଲପୁର ବ୍ଲକର ଉତ୍ତର ସୀମାରେ ପ୍ରବାହିତ ମୂଳ ଖରସ୍ରୋତା ନଦୀକୁ ବଞ୍ଚାଇ ଚିରସ୍ରୋତା କରିବା ପାଇଁ ପୁନରୁଦ୍ଧାର ସମିତି ପକ୍ଷରୁ ପ୍ରୟାସ କରାଯାଉଛି। ଏ ନେଇ ସମିତି ପକ୍ଷରୁ ପ୍ରତ୍ୟେକ ମାସର ୩୦ ତାରିଖରେ ପଦଯାତ୍ରା କରାଯାଉଛି। ବ୍ଲକର ଅଞ୍ଚଳର ବିଭିନ୍ନ ପ୍ରାନ୍ତରୁ ପଦଯାତ୍ରାମାନ ଆୟୋଜନ କରାଯାଉଛି। ଏହିକ୍ରମରେ ବ୍ଲକ ଅଧୀନ ଭୋଟକା ପଞ୍ଚାୟତର ଇଚ୍ଛାପୁର ଜଗନ୍ନାଥ ମନ୍ଦିରଠାରୁ ପଦଯାତ୍ରା ଆରମ୍ଭ କରାଯାଇଥିଲା। ସମିତିର ଆବାହକ ଶିକ୍ଷାବିତ୍‌ କୈଳାସ ଚନ୍ଦ୍ର ନାୟକଙ୍କ ଆହ୍ବାନରେ ଆୟୋଜିତ ପଦଯାତ୍ରାରେ ଇଂ. ବିଶ୍ୱଜିତ୍‌ ମହାନ୍ତି ନେତୃତ୍ୱ ନେଇଥିଲେ। ଏହି ପଦଯାତ୍ରା ବିଭିନ୍ନ ଗଁା ଦେଇ ରସୁଲପୁର ବ୍ଲକରେ ପହଞ୍ଚତ୍ ଥିଲା। ଉକ୍ତ ପଦଯାତ୍ରୀମାନଙ୍କ ମଧ୍ୟରେ ପୂର୍ବତନ ସରପଞ୍ଚ ଗୋଲଖ ବିହାରୀ ମଲ୍ଲିକ, ବର୍ଷିୟାନ ସାମାଜିକ କର୍ମୀ ଲକ୍ଷ୍ମଣ ରାଉତ, ସୁଧାଶୁଂ ମିଶ୍ର, ଗୌରହରି ପତି, ରଘୁନାଥ ଦାସ, ବାଉରୀବନ୍ଧୁ ମହାନ୍ତ ପ୍ରମୁଖ ଥିଲେ। ପଦଯାତ୍ରୀମାନେ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚତ୍ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ରସୁଲପୁର ବିଡିଓ ଅବନିକାନ୍ତ ସାହୁଙ୍କ ଜରିଆରେ ପ୍ରଦାନ କରିଥିଲେ। ବିଡିଓ ସାହୁ ଦାବିପତ୍ର ଗ୍ରହଣ କରିବା ସହ ଆସନ୍ତା ମଙ୍ଗଳବାର ନଦୀସ୍ଥଳ ପରିଦର୍ଶନ କରିବା ପରେ ଯାହାକିଛି ପଦକ୍ଷେପ ନେବେ ବୋଲି ସୂଚନା ଦେଇଥିଲେ। ପ୍ରକାଶଥାଉ କି ମୃତ ନଦୀକୁ ବଂଚାଇବା ପାଇଁ ସମିତି ପକ୍ଷରୁ ୫ବର୍ଷ ଧରି ଆନ୍ଦୋଳନ ଜାରି ରହିଛି। ଏ ଦିଗରେ ପ୍ରଶାସନ ପକ୍ଷରୁ ଆଖିଦୃଶିଆ ପଦକ୍ଷେପ ନିଆଯାଉନାହିଁ। ତେବେ ସମିତି ପକ୍ଷରୁ ନଦୀର ଉପରମୁଣ୍ଡ ଟିକରପଡାଠାରେ ଏକ ସ୍ଲୁଇସ୍‌ ଗେଟ୍‌ ନିର୍ମାଣ ପାଇଁ ଦାବି ହୋଇଆସୁଛି। ଚଳିତବର୍ଷ ଏହି ଦାବି ପୂରଣ ପାଇଁ ସମିତିର କାର୍ଯ୍ୟକର୍ତ୍ତାମାନେ ରାଜରାସ୍ତାକୁ ଓହ୍ଲାଇ ଥିବାର ଦେଖାଯାଉଛି। ପ୍ରଶାସନ ପକ୍ଷରୁ ଏ ଦିଗରେ କୌଣସି ପଦକ୍ଷେପ ନିଆ ନ ଗଲେ ସମିତି ପକ୍ଷରୁ ଆନ୍ଦୋଳନକୁ ନିର୍ଣ୍ଣାୟକ ମୋଡ ଦିଆଯିବ ବୋଲି ସମିତିର ସଭାପତି ଦେଣୁଧର ଦୋବାଇ ମତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ ଏଥର ଡବଲ ଇଞ୍ଜିନ ସରକାର: ମୋଦି

ବ୍ରହ୍ମପୁର,୬ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସିଥିବା ବେଳେ ସୋମବାର ଏକ ସ୍ବତନ୍ତ୍ର ବିମାନରେ ବ୍ରହ୍ମପୁରର କନିଷିଠାରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ଉଦ୍‌ବୋଧନ...

‘ଜୁନ୍‌ ୪ରେ ବିଜେଡି ସରକାରର ଏକ୍ସପାଏରୀ ଡେଟ୍‌ ଲେଖାଯାଇଛି’: ପ୍ରଧାନମନ୍ତ୍ରୀ ମୋଦି

ବ୍ରହ୍ମପୁର,୬।୫: ଓଡ଼ିଶାରେ ପ୍ରଥମ ଥର ଡବଲ ଇଂଜିନ ସରକାର। ଜୁନ୍‌ ୪ରେ ଏଠାରେ ବିଜେଡି ସରକାରର ଏକ୍ସପାଏରୀ ଡେଟ୍‌ ଲେଖାଯାଇଛି। ଜୁନ୍‌ ୬ରେ ଭାଜପାର ମୁଖ୍ୟମନ୍ତ୍ରୀ...

ଜୟ ଜଗନ୍ନାଥରୁ ଅଭିଭାଷଣ ଆରମ୍ଭ କଲେ ମୋଦି

ବ୍ରହ୍ମପୁର,୬ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସିଥିବା ବେଳେ ସୋମବାର ଏକ ସ୍ବତନ୍ତ୍ର ବିମାନରେ ବ୍ରହ୍ମପୁରର କନିଷିଠାରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ଉଦ୍‌ବୋଧନ...

ବ୍ରହ୍ମପୁରରେ ପହଞ୍ଚିଲେ ମୋଦି

ବ୍ରହ୍ମପୁର,୬ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସିଥିବା ବେଳେ ସୋମବାର ଏକ ସ୍ବତନ୍ତ୍ର ବିମାନରେ ବ୍ରହ୍ମପୁରରେ ପହଞ୍ଚିଛନ୍ତି। ଏଠାରେ କନିଷି ନିର୍ବାଚନୀ ସଭାରେ ଯୋଗ...

ପାଣି ସମସ୍ୟା ସମାଧାନ ନ କଲେ ଭୋଟ ବର୍ଜନ ଚେତାବନୀ

ଚିତ୍ରକୋଣ୍ଡା,୬।୫(କ୍ଷିରୋଦ ବେହେରା):ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ହେଡ୍‌କ୍ୱାର୍ଟର୍‌ ତଥା କଲୋନୀ ପାଖରେ ପାଣି ସମସ୍ୟାକୁ ନେଇ ଲୋକଙ୍କ ବିରୋଧ ପ୍ରଦର୍ଶନ ଚାଲିଛି। ଚିତ୍ରକୋଣ୍ଡାରେ ଥିବା ବାଲିମେଳା...

ଜଳଖିଆରେ ଛେନାପୋଡ଼ ଖାଇଲେ ମୋଦି, ପ୍ରସ୍ତୁତ ହେଲା ସ୍ପେଶାଲ ଖାଇବା

ଭୁବନେଶ୍ୱର,୬।୫: ସାଧାରଣ ନିର୍ବାଚନ ପ୍ରଚାର ପାଇଁ ପ୍ରଧାନମନ୍ତ୍ରୀ ରବିବାର ଆସି ଓଡ଼ିଶାରେ ପହଁଞ୍ଚିଛନ୍ତି। ରାତି ପ୍ରାୟ ୧୦ଟା ୪୫ ମିନିଟ୍‌ ସମୟରେ ଆସି ସେ ରାଜଭବନରେ...

ରାଜଭବନରୁ ବାହାରିଲେ ମୋଦି: ବ୍ରହ୍ମପୁରରେ ବିଶାଳ ଜନସଭାକୁ କରିବେ ସମ୍ବୋଧିତ

ଭୁବନେଶ୍ୱର,୬।୫: ନିର୍ବାଚନ ପ୍ରଚାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାରେ ଅଛନ୍ତି। ସେ ରାଜଭବନରୁ ସୋମବାର ସକାଳେ ବ୍ରହ୍ମପୁର ଅଭିମୁଖେ ବାହାରିଛନ୍ତି। ବ୍ରହ୍ମପୁରରେ ମୋଦି ଏକ...

ଘରେ ଭୋଟ ଦେଲେ ୧୦୩ ବର୍ଷୀୟା ବୃଦ୍ଧା ଅନ୍ନପୂର୍ଣ୍ଣା

କୋରାପୁଟ,୬।୫(ଅମିତାଭ ବେହେରା): ରାଜ୍ୟର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆରମ୍ଭ ହୋଇଛି ହୋମ ଭୋଟିଂ (ଘରେ ମତଦାନ)। ବରିଷ୍ଠ ନାଗରିକ, ଭିନ୍ନକ୍ଷମମାନେ ମତଦାନ କେନ୍ଦ୍ରକୁ ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri