ଅବ୍ୟବସ୍ଥାରେ ମଥୁରାପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ

ଚମ୍ପୁଆ, ୨୮।୮(ଡି.ଏନ.ଏ.): ୧୯୫୪ ମସିହାରେ ସ୍ଥାପିତ ମଥୁରାପୁର ସରକାରୀ ବିଦ୍ୟାଳୟର ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କୁ ଶିକ୍ଷାଦାନ କରୁଥିବା ଏହି ବିଦ୍ୟାଳୟ ଆନୁଷଙ୍ଗିକ ଅବ୍ୟବସ୍ଥା ପାଇଁ ତାର ଗାରିମା ହରାଇ ଚାଲିଛି। ଟାଇଲ ଛପର ଘରେ ଶିକ୍ଷାଦାନ ଦିଆ ହୋଇ ଆସୁଥିବା ବେଳେ ପ୍ରାୟ ୧୦ ବର୍ଷ ପୂର୍ବରୁ ବିଭାଗ ପକ୍ଷରୁ ଛାତ୍ରୀଛାତ୍ରଙ୍କ ଶିକ୍ଷାଦାନ ପାଇଁ ଏକ ଛାତ ଘର ନିର୍ମାଣ କରାଯାଇଥିଲା। ହେଲେ ନିମ୍ନମାନର ନିର୍ମାଣ ଯୋଗୁ ଛାତରୁ ପ୍ଲାଷ୍ଟର ଖସି ରଡ୍‌ ଦେଖାଯାଉଛି। ବର୍ଷା ହେଲେ ଘର ଭିତରେ ବର୍ଷାଜଳ ଲହଡ଼ି ମାରୁଥିବାରୁ ବିଦ୍ୟାଳୟର ଶିକ୍ଷୟିତ୍ରୀଶିକ୍ଷକମାନେ ଉକ୍ତ ଘରକୁ ଅସୁରକ୍ଷିତ ମନେକରି ଦୀର୍ଘ ଦିନରୁ ନିର୍ମାଣ ହୋଇଥିବା ପୂର୍ବ ଟାଇଲ ଛପର ଘରକୁ ଶ୍ରେଣୀ ସ୍ଥାନାନ୍ତର କରିଥିଲେ।
ଉକ୍ତ ଟାଇଲ ଛପର ଘର ସଙ୍ଗା ଦବି ଯାଇଥିବା ବେଳେ ଲାଗିଥିବା କାଠ ଗୁଡିକ ଦୁର୍ବଳ ହୋଇଗଲାଣି। ଏହି ଗୃହରେ ପିଲାଙ୍କୁ ବସାଇ ଶିକ୍ଷୟିତ୍ରୀଶିକ୍ଷକ ଶିକ୍ଷାଦାନ କରୁଥିବା ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ ଉକ୍ତ ବିଦ୍ୟାଳୟରେ ଫ୍ୟାନ୍‌, ପାଣି ପାଇଁ ମଟର ଲଗାଯାଇଥିଲେ ମଧ୍ୟ ୨ବର୍ଷରୁ ଉର୍ଦ୍ଧ୍ୱ ହେବ ବିଦ୍ୟୁତ୍‌ ସଂଯୋଗ କରାଯାଇ ପାରିନାହିଁ। ବିଦ୍ୟାଳୟ କାନ୍ଥରେ ବଡ଼ ବଡ଼ ଅକ୍ଷରରେ ନିରାପତ୍ତାରକ୍ଷା ନିମନ୍ତେ ଲେଖାଯାଇଥିବା ‘ଆମ ବିଦ୍ୟାଳୟ ସମସ୍ତଙ୍କ ପାଇଁ ଏକ ବିପଦ ମୁକ୍ତ, ସୁରକ୍ଷିତ ଓ ଆନନ୍ଦ ଦାୟକ ସ୍ଥାନ ଅଟେ’। ମାତ୍ର ଏହାର ବିପରୀତ ପ୍ରତିଫଳନ ଏହି ବିଦ୍ୟାଳୟରେ ଦେଖିବାକୁ ମିଳିଛି। ବିଦ୍ୟାଳୟରେ ବିଦ୍ୟୁତ୍‌ ସଂଯୋଗ ନ ଥିବାବେଳେ ଛାତ୍ରୀଛାତ୍ରଙ୍କ ପାଇଁ ଉଦ୍ଦିଷ୍ଟ ଏକ ପାଇଖାନା ମଧ୍ୟ ନାହିଁ। ଏନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସନ୍ତୋଷ ପ୍ରଧାନଙ୍କୁ ପଚାରିବାରୁ ଆମ୍ଭେ ବିଦ୍ୟାଳୟରେ ଏଭଳି ପରିସ୍ଥିତି ନେଇ ବିଡିଓ, ବ୍ଲକ ଶିକ୍ଷା ଅଧିକାରୀ ଓ ସରପଞ୍ଚଙ୍କୁ ବାରମ୍ବାର ଜଣାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସୁଫଳ ମିଳି ପାରିଲା ନାହିଁ। ଉକ୍ତ ବିଦ୍ୟାଳୟର ଉନ୍ନତି ସହିତ ଶ୍ରେଣୀ ଗୃହର ଉନ୍ନତି ପାଇଁ ବିଭାଗୀୟ ପଦକ୍ଷେପର ନିହାତି ଆବଶ୍ୟକ ବୋଲି ସ୍ଥାନୀୟବାସୀନ୍ଦାମାନେ କହିଛନ୍ତି। ଏସମ୍ପର୍କରେ ସରପଞ୍ଚ ସନ୍ତୋଷ କୁମାର ନାୟକ କହିଛନ୍ତି, ଏହି ଅବହେଳିତ ବିଦ୍ୟାଳୟର ଶ୍ରେଣୀଗୃହର ନିର୍ମାଣ ପ୍ରତି ପ୍ରାଥମିକତା ଦିଆଯିବା ସହ ଆବଶ୍ୟକ ପାଚେରୀ ନିର୍ମାଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ତାତି ସାଙ୍ଗକୁ ବଢୁଛି ପାଣି ସମସ୍ୟା: ଡହଳବିକଳ ୩୦ ପରିବାର

ବାଲିଆପାଳ, ୩।୫(ଗୋପାଳ ଚନ୍ଦ୍ର ସାହୁ): ଦିନକୁ ଦିନ ତାତି ବଢ଼ିବାରେ ଲାଗିଛି। ତାତି ସାଙ୍ଗକୁ ବଢିଚାଲିଛି ପିଇବା ପାଣି ସମସ୍ୟା। ଜଳକଷ୍ଟ ଏପରି ହେଲାଣି, ଟୋପାଏ...

ଖାଇବା ଦେବାରେ ବିଳମ୍ବ ହେବାରୁ ମା’ଙ୍କୁ ପିଟି ପିଟି ହତ୍ୟା କଲା ପୁଅ

ପାଟଣା,୪।୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଖୀରେଇଟାଙ୍ଗିରୀ ପଞ୍ଚାୟତ ଖିରେଇ ଟାଙ୍ଗିରି ଗାଁ ଭାଲୁପାହାଡ଼ି ସାହିରେ ଏକ ଦୁଃଖଦ ଘଟଣା ଘଟିଛି। ଖାଇବା...

ପାଣି ପାଇଁ ପ୍ରତିବାଦ: ଗରା, ବାଲଟି ରଖି ରାସ୍ତା ଅବରୋଧ କଲେ ମହିଳା

ପାଟଣା:୪।୫(ବୀର କିଶୋର ଦାଶ): ପାନୀୟ ଜଳ ଯୋଗାଣ ଦାବିରେ କେନ୍ଦୁଝର ଜିଲା ପାଟଣା କେନ୍ଦେଇପଶି ରାସ୍ତାର ଟାଙ୍ଗରପଡ଼ା ଛକରେ ଶନିବାର ଶତାଧିକ ମହିଳା ରାସ୍ତା ଉପରେ...

ଅନ୍ତିମ ସଂସ୍କାର ବେଳେ ମହୁମାଛି ଆକ୍ରମଣ: ୪ ଗୁରୁତର

ଜଳେଶ୍ୱର,୪।୫(ନବୀନ ସାହୁ): ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଳକ ଡେମୁରିଆ ଗାଁ ମଶାଣିରେ ଶନିବାର ଏକ ଅଘଟଣ ଘଟିଛି। ଗାଁ ମଶାଣିରେ ଅନ୍ତମ ସଂସ୍କାର ଚାଳିଥିବା ବେଳେ...

୫୦ ଯାତ୍ରୀଙ୍କୁ ଧରି ଯାଉଥିଲା ବସ୍‌: ବାଟରେ ଦୁର୍ଘଟଣା

ଜଳେଶ୍ୱର,୪।୫(ନବୀନ ସାହୁ): ୧୬ ନମ୍ବର ଜାତୀୟ ରାଜପଥ ବାଲେଶ୍ୱର ଜିଲା ବସ୍ତା ଥାନା ଅଧୀନ ଇନ୍ଦିରା ଛକ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଶନିବାର ସକାଳେ...

ଲୋକବଳ, ଧନବଳ ମଧ୍ୟରେ ଲଢ଼େଇ: ଧର୍ମେନ୍ଦ୍ର

ଢେଙ୍କାନାଳ,୪ା୫(ରତନ ନାୟାର): ଓଡ଼ିଶା ସରକାରଙ୍କ ବିରୋଧରେ ପ୍ରବଳ ଜନମତ ଦେଖାଦେଲାଣି। ଦୁର୍ନୀତିଗ୍ରସ୍ତଙ୍କୁ ବିଜେଡି ପ୍ରାର୍ଥୀ କରିଛି। ଚଳିତ ନିର୍ବାଚନରେ ଧନବଳ ଓ ଲୋକବଳ ମଧ୍ୟରେ ଲଢ଼େଇ...

ଧର୍ମଶାଳା, ବରୀରେ ସ୍ବାଧୀନ ପ୍ରାର୍ଥୀଙ୍କ ଉପରେ ନଜର

ରସୁଲପୁର,୪ା୫(ରଂଜିତ ରାଉତ):  ଯାଜପୁର ସଂସଦୀୟ କ୍ଷେତ୍ର(ସଂ) ଅଧୀନ ବରୀ ଓ ଧର୍ମଶାଳା ବିଧାନସଭା ନିବର୍ର୍ାଚନମଣ୍ଡଳୀରେ ସ୍ବାଧୀନ ପ୍ରାର୍ଥୀଙ୍କ ଉପରେ ସମସ୍ତଙ୍କ ନଜର ରହିଥିବା ଚର୍ଚ୍ଚା ହେଉଛିି।...

ନୀଳଗିରିରେ ସୁକାନ୍ତ-ସନ୍ତୋଷ ଲଢ଼େଇ

ନୀଳଗିରି, ୪।୫(ପ୍ରଶାନ୍ତ ବିଶ୍ୱାଳ): ଭାଜପାର ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ନୀଳଗିରିରୁ ଭାଜପାର ପ୍ରାର୍ଥୀ ହୋଇଛନ୍ତି ସନ୍ତୋଷ ଖଟୁଆ। ନୀଳଗିରିରୁ ବିଜେଡି ସୁକାନ୍ତ ନାୟକଙ୍କୁ ଟିକେଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri