ଖରିଫ୍‌ ଧାନ ବିକ୍ରି ପାଇଁ ୬୪,୨୯୮ ଚାଷୀ ପଞ୍ଜୀକୃତ

ବାରିପଦା ଅଫିସ,୨୮।୮: ଖରିଫ ଋତୁରେ ଉପତ୍ାଦିତ ହେବାକୁ ଥିବା ଧାନ ସରକାରୀ ମଣ୍ଡିରେ ବିକ୍ରି ନିମନ୍ତେ ମୟୂରଭଞ୍ଜ ଜିଲାରେ ଚାଷୀମାନେ ନାମ ପଞ୍ଜୀକରଣ କରିଛନ୍ତି। ପଞ୍ଜୀକରଣ ପାଇଁ ରବିବାର ଶେଷ ସୁଯୋଗ ଥିବାବେଳେ ଶନିବାର ସୁଦ୍ଧା ଜିଲାରେ ମୋଟ ୬୪ ହଜାର ୨୯୮ ଜଣ ଚାଷୀ ନିଜର ନାମ ପଞ୍ଜୀକୃତ କରିଛନ୍ତି। ଜିଲାର ୫୨ ସମବାୟ ସମିତି ପକ୍ଷରୁ ପ୍ରାୟତଃ ଆଶୟୀ ସମସ୍ତ ଚାଷୀଙ୍କ ନାମ ପଞ୍ଜୀକରଣ ପ୍ରକ୍ରିୟା ସମ୍ପୂର୍ଣ୍ଣ କରାଯାଇଛି। ଉତ୍ପାଦିତ ଧାନ ବିକ୍ରି ଆଶାୟୀ ଚାଷୀ, ସମବାୟ ସମିତି ଏହାର ସୁଯୋଗ ନେବାକୁ ଡିଆର୍‌ସିଏସ୍‌ କହିଛନ୍ତି।
ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ଚଳିତ ଖରିଫ ଫସଲ ଖସଡ଼ା ୪,୩୭,୦୦୦ ହେକ୍ଟର ହୋଇଥିବା ବେଳେ ଧାନ ଚାଷ ପାଇଁ ୨,୮୩,୦୦୦ ହେକ୍ଟର ରହିଛି। ୩ ଲକ୍ଷ ୭୫ ହଜାରରୁ ଊର୍ଦ୍ଧ୍ୱ ଚାଷୀ ଧାନ ଚାଷ କରୁଥିଲେ ହେଁ ବଳକା ବା ବିକ୍ରି ଯୋଗ୍ୟ ଧାନକୁ ଚାଷୀ ବିକ୍ରି କରିଥାଏ। ସରକାରଙ୍କ ପକ୍ଷରୁ ଜିଲା ଯୋଗାଣ ବିଭାଗ ତତ୍ତ୍ୱାବଧାନରେ ଜିଲାର ୫୨ ଲାମ୍ପ୍ସ ଅଧୀନରେ ୧୦୦ଟି କେନ୍ଦ୍ର (ମଣ୍ଡି)ରେ ଚାଷୀଙ୍କଠାରୁ ଡିସେମ୍ବର ମାସ ମଧ୍ୟଭାଗରୁ ଧାନକିଣା ଆରମ୍ଭ ହୋଇଥାଏ। ଚଳିତଥର ସମ୍ପୂର୍ଣ୍ଣ ନୂତନ ପଦ୍ଧତିରେ ଚାଷୀଙ୍କ ନାମ ପଞ୍ଜୀକରଣ କରାଯାଇଛି। ପଞ୍ଜୀକରଣ ସମୟରେ ଚାଷୀ ଧାନ ବିକ୍ରି କରିବାର ମାସ ଓ ପକ୍ଷ ଉଲ୍ଲେଖ କରାଯାଇଛି। ସେହିପରି ମଣ୍ଡିର ନାମ, ନିଜର ଜଳସେଚନ ଉତ୍ସ ଥିଲେ ତା’ର ବିଦ୍ୟୁତ୍‌ ବିଲ୍‌ର ନକଲ ଓ ଉପଭୋକ୍ତା ନମ୍ବର ଦେବାକୁ ପଡ଼ିଛି। ପଞ୍ଜୀକରଣ ସହ ଆଧାର କାର୍ଡ, ବ୍ୟାଙ୍କ ପାସ୍‌ବୁକ୍‌ ଓ ଚାଷଜମି ବିବରଣୀର ନକଲ ଦେଇଛନ୍ତି। ଏନେଇ ସମବାୟ ସମିତିରେ ଏକ ହେଲ୍ପ ଡେସ୍କ ଚାଷୀଙ୍କୁ ସହାୟତା କରିଥିବାରୁ ଗତବର୍ଷ ତୁଳନାରେ ଚଳିତବର୍ଷ ଅଧିକ ଚାଷୀ ପଞ୍ଜୀକରଣ କରିଛନ୍ତି। ୫୨ ଲାମ୍ପ୍ସ ମଧ୍ୟରୁ ଶୁକୃଳିରେ ସର୍ବାଧିକ ୩୧୨୧ ଚାଷୀ ନାମ ପଞ୍ଜୀକୃତ କରିଥିବା ବେଳେ ବୈଶିଙ୍ଗାରେ ୨୭୨୯ ଓ ଯଶିପୁରରେ ୨୨୨୮ ଜଣ ପଞ୍ଜୀକରଣ କରିଥିବାରୁ ଦ୍ୱିତୀୟ ଏବଂ ତୃତୀୟ ସର୍ବାଧିକ ସ୍ଥାନରେ ରହିଛି। ବାଙ୍କିଶୋଳ ଲାମ୍ପ୍ସରେ ମାତ୍ର ୧୬୭ ଚାଷୀ ପଞ୍ଜୀକରଣ କରିଥିବା ଯୋଗୁ ଜିଲାର ସର୍ବନିମ୍ନ ସ୍ଥାନରେ ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

ଦାରିଙ୍ଗବାଡିର ଗର୍ବ ଓ ଗୌରବ, ଓପିଏସ୍‌ସି ପରୀକ୍ଷାରେ ୧୬ତମ ସ୍ଥାନରେ ମାନସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ): ଓପିଏସସିର ଫଳାଫଳ ବାହାରି ସାରିଥିବା ବେଲେ ଏଥିରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ମେରାମାହା ଗ୍ରାମର ମାନସ...

ପୃଥକ ଦୁର୍ଘଟଣା: ଅଟୋ-ବାଇକ୍‌ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ, ଜଳିଗଲା କାର୍‌

ବ୍ରହ୍ମଗିରି,୨୮।୧୨: ଜାତୀୟ ରାଜପଥ ବ୍ରହ୍ମଗିରି ପଣଷପଦା ନିକଟରେ ରବିବାର ଏକ ଅଘଟଣ ଘଟିଛି। ଚିଲିକାରୁ ଫେରୁଥିବା ଏକ କାର୍‌ ରାଜପଥରେ ଜଳି ଯାଇଛି। CNG ଗ୍ୟାସ...

ଗଟାମାହା ଜଙ୍ଗଲରେ ଅତର୍କିତ ଚଢ଼ାଉ, ଗଞ୍ଜେଇ ଗଛ ପୋଡ଼ିଦେଲା ପୋଲିସ

ଜି.ଉଦୟଗିରି,୨୮/୧୨( ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ପୋଲିସ ଥାନା ଅନ୍ତର୍ଗତ ଗଟାମାହା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଗଞ୍ଜେଇ ଚାଷ ହେଉଥିବା ଖବର ପାଇ...

ବାଲେଶ୍ୱରରେ କାଠ ମାଫିଆଙ୍କ ଆତଙ୍କ: ବନ ବିଭାଗ ଗାଡ଼ି ଭଙ୍ଗାରୁଜା ସହ ଜବତ ଗାଡ଼ି ଛଡ଼ାଇ ନେଲେ

ବାଲେଶ୍ୱର,୨୮ା୧୨: ନୀଳଗିରି ବନଖଣ୍ଡରେ କାଠ ମାଫିଆଙ୍କ ଦୌରାତ୍ମ୍ୟ ଚରମ ସୀମାରେ ପହଞ୍ଚିଛି। ବନବିଭାଗ କର୍ମଚାରୀଙ୍କ ଉପରେ ଆକ୍ରମଣ କରି ନେଇଗଲେ ଜବତ ହୋଇଥିବା କାଠ ବୋଝେଇ...

ଦୁର୍ଗମ ଗାଁକୁ ଯାଇ ଉନ୍ନୟନ କାର୍ଯ୍ୟ ତଦାରଖ କଲେ ଏମ୍‌ପି

ଲାଞ୍ଜିଗଡ଼, ୨୮ା୧୨(ରମେଶ ଚନ୍ଦ୍ର ନାୟକ): ରାଜ୍ୟ ସଭା ସଦସ୍ୟ ସୁଜିତ କୁମାର ରବିବାର କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜି ପଞ୍ଚାୟତର ଦୁର୍ଗମ ତୁର୍କା ଗାଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri