ସନ୍ତୋଷଜନକ ହେଉନି ଶିକ୍ଷାଦାନ

ବଇଣ୍ଡା,୨୬ା୮ (ଡି.ଏନ.ଏ.): ବିଦ୍ୟାଳୟ ଭିତ୍ତିଭୂମିରେ କରାଯାଇଛି ବଡ଼ ପରିବର୍ତ୍ତନ। ସ୍ମାର୍ଟ ହୋଇଛି ଶିକ୍ଷାନୁଷ୍ଠାନ। ହେଲେ ଶିକ୍ଷାଦାନକୁ ନେଇ ସନ୍ତୁଷ୍ଟ ନୁହନ୍ତି ଛାତ୍ରୀଛାତ୍ର କି ଅଭିଭାବକ। କାରଣ ବିଦ୍ୟାଳୟରେ ନାହାନ୍ତି ପ୍ରଧାନ ଶିକ୍ଷକ, କଳା ଶିକ୍ଷକ ଓ ଖେଳ ଶିକ୍ଷକ। ଦୀର୍ଘଦିନ ହେଲା ଖାଲି ପଡ଼ିଛି ଏହି ୩ ପଦବୀ। ୨ ପିଅନ ପଦବୀରେ ମଧ୍ୟ ଦିଆଯାଉନି ନିଯୁକ୍ତି। ଗତ ମାଟ୍ରିକ ପରୀକ୍ଷା ଫଳ ଭଲ ହୋଇ ନ ଥିବାରୁ ଅନୁଗୋଳ ଜିଲା କିଶୋରନଗର ବ୍ଲକ ବଇଣ୍ଡା ରାମଦେଓ ନୋଡାଲ ଉଚ୍ଚ ବିଦ୍ୟାଳୟରେ ପାଠ ପଢ଼ାକୁ ନେଇ ବଢ଼ିଛି ଗ୍ରାମବାସୀଙ୍କ ଚିନ୍ତା।
ଗ୍ରାମବାସୀଙ୍କ କହିବା ଅନୁଯାୟୀ, ୧୯୬୨ ମସିହାରେ ଏହି ବିଦ୍ୟାଳୟ ସ୍ଥାପନ କରାଯାଇଥିଲା। ଏଠାରେ ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢା ଯାଉଥିବା ବେଳେ ମୋଟ ୨୮୨ ଛାତ୍ରୀଛାତ୍ର ଅଛନ୍ତି। ହେଲେ ଦୀର୍ଘ ଦିନ ହେବ ପ୍ରଧାନ ଶିକ୍ଷକ, କଳା ଓ ଖେଳ ଶିକ୍ଷକ ପଦବୀ ଖାଲି ପଡ଼ିଛି। ୨ ପିଅନ ପଦବୀରେ ମଧ୍ୟ କାହାରିକୁ ନିଯୁକ୍ତି ଦିଆଯାଇ ନାହିଁ। ଫଳରେ ପାଠପଢା ଠାରୁ ଆରମ୍ଭ କରି ବିଭିନ୍ନ କାର୍ଯ୍ୟରେ ସମସ୍ୟା ସୃଷ୍ଟି ହେଉଛି। ଖେଳ ଶିକ୍ଷକ ପଦବୀ ପୂରଣ କରାଯାଉ ନ ଥିବାରୁ ଛାତ୍ରୀଛାତ୍ରମାନଙ୍କ କ୍ରୀଡ଼ାର ବିକାଶ ହୋଇପାରୁନାହିଁ। ଏ ନେଇ ବଇଣ୍ଡା ଗ୍ରାମବାସୀ ୨୦ ମେ ୨୦୨୦ ଓ ୧୫ ଫେବୃୟାରୀ ୨୦୨୧ରେ ଅନୁଗୋଳ ଜିଲାପାଳଙ୍କ ଠାରୁ ଆରମ୍ଭ କରି ଗଣଶିକ୍ଷା ମନ୍ତ୍ରୀଙ୍କୁ ଅଭିଯୋଗ କରିଥିଲେ। କିନ୍ତୁ ଖାଲି ପଡ଼ିଥିବା ପଦବୀ ପୂରଣ ଦିଗରେ ପଦକ୍ଷେପ ନିଆଗଲା ନାହିଁ। ସେହିପରି ବିଦ୍ୟାଳୟରେ ଏକ ଛାତ୍ରାବାସ ପାଇଁ ବହୁବାର ଅଭିଯୋଗ କରାଯାଇଥିଲେ ମଧ୍ୟ ସୁଫଳ ମିଳୁନାହିଁ। ୬୦ ବର୍ଷର ଏହି ପୁରାତନ ବିଦ୍ୟାଳୟ ପ୍ରତି ରାଜ୍ୟ ସରକାରଙ୍କ ଅବହେଳାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି। ତୁରନ୍ତ ଶିକ୍ଷାନୁଷ୍ଠାନର ସମସ୍ୟା ସମାଧାନ ପାଇଁ ବଇଣ୍ଡା ଗ୍ରାମବାସୀ ଓ ବିଦ୍ୟାଳୟ ପରିଚାଳନା କମିଟି ପକ୍ଷରୁ ଗୁରୁବାର ଗଣଶିକ୍ଷା ମନ୍ତ୍ରୀ, ବିଭାଗୀୟ ସଚିବ, ଅନୁଗୋଳ ଜିଲାପାଳ, ଆଠମଲ୍ଲିକ ଉପଜିଲାପାଳ, ସମ୍ବଲପୁର ଏମ୍‌ପି, ଆଠମଲ୍ଲିକ ବିଧାୟକ, ଅନୁଗୋଳ ଏସ୍‌ପି, ଜିଲା ଶିକ୍ଷା ଅଧିକାରୀ ଓ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଅଭିଯୋଗପତ୍ର ପ୍ରଦାନ କରାଯାଇଛି। ୧୫ ଦିନ ମଧ୍ୟରେ ଖାଲି ପଡିଥିବା ପଦବୀ ପୂରଣ କରା ନ ଗଲେ ଆନ୍ଦୋଳନ କରାଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ଏ ନେଇ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସୁକାନ୍ତି ମଞ୍ଜରୀ ଚତମ୍ବା କହିଛନ୍ତି, ବିଦ୍ୟାଳୟରେ ଶିକ୍ଷକ ଅଭାବ ଯୋଗୁ ପାଠପଢାରେ ଅସୁବିଧା ହେଉଛି। ସମସ୍ୟା ସମ୍ପର୍କରେ ବ୍ଲକ ଶିକ୍ଷା ଅଧିକାରୀଙ୍କ ସମେତ ଜିଲା ଶିକ୍ଷା ଅଧିକାରୀଙ୍କୁ ଅବଗତ କରାଯାଇଛି।

ପିଲାଙ୍କ ଭବିଷ୍ୟତକୁ ନେଇ ଚିନ୍ତା ବଢ଼ୁଛି
ବହୁ ପୁରାତନ ବିଦ୍ୟାଳୟ ହୋଇଥିଲେ ମଧ୍ୟ ସରକାରଙ୍କ ପକ୍ଷରୁ ଅବହେଳା କରାଯାଉଛି। ଆବଶ୍ୟକ ସଂଖ୍ୟକ ଶିକ୍ଷକ ନ ଥିବା ଯୋଗୁ ପାଠପଢ଼ା ଠିକ୍‌ ଭାବେ ହେଉନାହିଁ। ଫଳରେ ଛାତ୍ରୀଛାତ୍ରଙ୍କ ଭବିଷ୍ୟତକୁ ନେଇ ଚିନ୍ତିତ ହେବାକୁ ପଡୁଛି।
-ଆଲୋକ କୁମାର ବେହେରା, ଅଭିଭାବକ
ଶିକ୍ଷା ବିଭାଗ ଅଣଦେଖା କରୁଛି
ବଇଣ୍ଡା ହାଇସ୍କୁଲକୁ ସବୁବେଳେ ଶିକ୍ଷା ବିଭାଗ ଅଣଦେଖା କରୁଛି। ବହୁ ସମସ୍ୟା ଲାଗିରହିଥିଲେ ବି ସମାଧାନ କରାଯାଉ ନାହିଁ। ଜିଲା ଶିକ୍ଷା ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କରାଗଲେ ମଧ୍ୟ ପଦକ୍ଷେପ ନିଆଯାଉ ନାହିଁ।
-ଭଗବାନ ଘିୱାଲା, ବରିଷ୍ଠ ନାଗରିକ
ପୂର୍ବଭଳି ଶିକ୍ଷାଦାନ ହେଉନାହିଁ
ଶିକ୍ଷକ ଅଭାବ ଲାଗି ରହିଥିବାରୁ ପୂର୍ବଭଳି ଏଠାରେ ଶିକ୍ଷାଦାନ କରାଯାଇପାରୁ ନାହିଁ। ଫଳରେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ହାଇସ୍କୁଲର ଛାତ୍ରୀଛାତ୍ରମାନେ ଭଲ ସଫଳତା ହାସଲ କରିନାହାନ୍ତି।
-ବିନୀତ ସାହା, ପୁରାତନ ଛାତ୍ର
ଆବଶ୍ୟକ ଦୃଷ୍ଟି ଦିଆଯାଉ ନାହିଁ
ଚଳିତବର୍ଷ ସରକାରଙ୍କ ପକ୍ଷରୁ ବିଭିନ୍ନ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି କରାଯାଇଛି। କିନ୍ତୁ ବଇଣ୍ଡା ହାଇସ୍କୁଲ ପ୍ରତି ଅବହେଳା କରାଯାଇଛି। ପୂର୍ବରୁ ଗ୍ରାମବାସୀଙ୍କ ପକ୍ଷରୁ ବହୁବାର ଅଭିଯୋଗ କରାଯାଇଥିଲେ ମଧ୍ୟ ଦୃଷ୍ଟି ଦିଆଯାଉ ନାହିଁ।
-ଜିତେନ୍ଦ୍ର କୁମାର ବେହେରା, ଗ୍ରାମ ସମ୍ପାଦକ
ଶୀଘ୍ର ପୂରଣ ପାଇଁ ନିର୍ଦ୍ଦେଶ ଦିଆଯିବ
ଜିଲାର ଅନେକ ହାଇସ୍କୁଲରେ ଶିକ୍ଷକ ପଦବୀ ପୂରଣ କରାଯାଇଛି। ବଇଣ୍ଡାରେ ଖାଲି ପଡିଥିବା ପଦବୀ ପୂରଣ ପାଇଁ ଶିକ୍ଷା ବିଭାଗକୁ ଅବଗତ କରାଯାଇଥିଲା। ସମସ୍ତ ଖାଲି ପଦବୀ କିଭଳି ଶୀଘ୍ର ପୂରଣ ହେବ ସେ ନେଇ ଜିଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ ଏଥର ଡବଲ ଇଞ୍ଜିନ ସରକାର: ମୋଦି

ବ୍ରହ୍ମପୁର,୬ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସିଥିବା ବେଳେ ସୋମବାର ଏକ ସ୍ବତନ୍ତ୍ର ବିମାନରେ ବ୍ରହ୍ମପୁରର କନିଷିଠାରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ଉଦ୍‌ବୋଧନ...

‘ଜୁନ୍‌ ୪ରେ ବିଜେଡି ସରକାରର ଏକ୍ସପାଏରୀ ଡେଟ୍‌ ଲେଖାଯାଇଛି’: ପ୍ରଧାନମନ୍ତ୍ରୀ ମୋଦି

ବ୍ରହ୍ମପୁର,୬।୫: ଓଡ଼ିଶାରେ ପ୍ରଥମ ଥର ଡବଲ ଇଂଜିନ ସରକାର। ଜୁନ୍‌ ୪ରେ ଏଠାରେ ବିଜେଡି ସରକାରର ଏକ୍ସପାଏରୀ ଡେଟ୍‌ ଲେଖାଯାଇଛି। ଜୁନ୍‌ ୬ରେ ଭାଜପାର ମୁଖ୍ୟମନ୍ତ୍ରୀ...

ଜୟ ଜଗନ୍ନାଥରୁ ଅଭିଭାଷଣ ଆରମ୍ଭ କଲେ ମୋଦି

ବ୍ରହ୍ମପୁର,୬ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସିଥିବା ବେଳେ ସୋମବାର ଏକ ସ୍ବତନ୍ତ୍ର ବିମାନରେ ବ୍ରହ୍ମପୁରର କନିଷିଠାରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ଉଦ୍‌ବୋଧନ...

ବ୍ରହ୍ମପୁରରେ ପହଞ୍ଚିଲେ ମୋଦି

ବ୍ରହ୍ମପୁର,୬ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସିଥିବା ବେଳେ ସୋମବାର ଏକ ସ୍ବତନ୍ତ୍ର ବିମାନରେ ବ୍ରହ୍ମପୁରରେ ପହଞ୍ଚିଛନ୍ତି। ଏଠାରେ କନିଷି ନିର୍ବାଚନୀ ସଭାରେ ଯୋଗ...

ପାଣି ସମସ୍ୟା ସମାଧାନ ନ କଲେ ଭୋଟ ବର୍ଜନ ଚେତାବନୀ

ଚିତ୍ରକୋଣ୍ଡା,୬।୫(କ୍ଷିରୋଦ ବେହେରା):ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ହେଡ୍‌କ୍ୱାର୍ଟର୍‌ ତଥା କଲୋନୀ ପାଖରେ ପାଣି ସମସ୍ୟାକୁ ନେଇ ଲୋକଙ୍କ ବିରୋଧ ପ୍ରଦର୍ଶନ ଚାଲିଛି। ଚିତ୍ରକୋଣ୍ଡାରେ ଥିବା ବାଲିମେଳା...

ଜଳଖିଆରେ ଛେନାପୋଡ଼ ଖାଇଲେ ମୋଦି, ପ୍ରସ୍ତୁତ ହେଲା ସ୍ପେଶାଲ ଖାଇବା

ଭୁବନେଶ୍ୱର,୬।୫: ସାଧାରଣ ନିର୍ବାଚନ ପ୍ରଚାର ପାଇଁ ପ୍ରଧାନମନ୍ତ୍ରୀ ରବିବାର ଆସି ଓଡ଼ିଶାରେ ପହଁଞ୍ଚିଛନ୍ତି। ରାତି ପ୍ରାୟ ୧୦ଟା ୪୫ ମିନିଟ୍‌ ସମୟରେ ଆସି ସେ ରାଜଭବନରେ...

ରାଜଭବନରୁ ବାହାରିଲେ ମୋଦି: ବ୍ରହ୍ମପୁରରେ ବିଶାଳ ଜନସଭାକୁ କରିବେ ସମ୍ବୋଧିତ

ଭୁବନେଶ୍ୱର,୬।୫: ନିର୍ବାଚନ ପ୍ରଚାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାରେ ଅଛନ୍ତି। ସେ ରାଜଭବନରୁ ସୋମବାର ସକାଳେ ବ୍ରହ୍ମପୁର ଅଭିମୁଖେ ବାହାରିଛନ୍ତି। ବ୍ରହ୍ମପୁରରେ ମୋଦି ଏକ...

ଘରେ ଭୋଟ ଦେଲେ ୧୦୩ ବର୍ଷୀୟା ବୃଦ୍ଧା ଅନ୍ନପୂର୍ଣ୍ଣା

କୋରାପୁଟ,୬।୫(ଅମିତାଭ ବେହେରା): ରାଜ୍ୟର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆରମ୍ଭ ହୋଇଛି ହୋମ ଭୋଟିଂ (ଘରେ ମତଦାନ)। ବରିଷ୍ଠ ନାଗରିକ, ଭିନ୍ନକ୍ଷମମାନେ ମତଦାନ କେନ୍ଦ୍ରକୁ ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri