ସୁନ୍ଦରୀ ପ୍ରତିଯୋଗିତା

ବ୍ରହ୍ମାଣ୍ଡ ସୁନ୍ଦରୀ ପ୍ରତିଯୋଗିତାରେ ବିବାହିତା ମହିଳା ଓ ମା’ମାନେ ଏବେ ଭାଗ ନେଇପାରିବେ। ୭୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଯୁବତୀମାନେ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଆସୁଥିଲେ। ଏହା ସ୍ବାଗତଯୋଗ୍ୟ ଯେ, ଏଥିରେ ବିବାହିତା ମହିଳାଙ୍କୁ ସୁଯୋଗ ମିଳିବ। ବୃଦ୍ଧାମାନଙ୍କୁ ସୁଯୋଗ ମିଳିଲେ ଆହୁରି ସୁନ୍ଦର ହୁଅନ୍ତା। ପୃଥିବୀର ସବୁ ଦେଶରେ ହେଉଥିବା ଏହି ସୁନ୍ଦରୀ ପ୍ରତିଯୋଗିତା ମାଧ୍ୟମରେ ତରୁଣୀମାନେ ଶୋଷିତ ହୋଇଆସୁଛନ୍ତି। ଭାରତର ଗୋଟିଏ ଇଂଲିଶ୍‌ ଖବରକାଗଜ ପକ୍ଷରୁ ମିସ୍‌ ଇଣ୍ଡିଆ ପ୍ରତିଯୋଗିତା ଆୟୋଜିତ ହୋଇଆସୁଛି। ଦୀର୍ଘ ଦଶନ୍ଧି ଧରି ସେହି ସଂସ୍ଥାରେ କାର୍ଯ୍ୟ କରିଆସୁଥିବା ଜଣେ ମୁଖ୍ୟ କର୍ମଚାରୀ ଦେଶର କୋଣ ଅନୁକୋଣରୁ ସୁନ୍ଦରୀ ପ୍ରତିଯୋଗିତାରେ ଜିତି ହିନ୍ଦୀ ସିନେମାରେ ପ୍ରବେଶ କରିବାକୁ ଇଚ୍ଛୁକ ତରୁଣୀମାନଙ୍କୁ ଶୋଷଣ କରିଆସୁଥିବା ସେହି ମହଲରେ ଜଣାଶୁଣା। ସେହି କର୍ମଚାରୀଙ୍କ ମୃତ୍ୟୁ ଘଟିବା ପରେ ମଧ୍ୟ ଉକ୍ତ ସ୍ଥାନ ନେବା ପାଇଁ ଧାଡ଼ି ଲାଗିଛି।
ତମାଖୁ କିମ୍ବା ମଦ ବେପାର ଭଳି ସୁନ୍ଦରୀ ପ୍ରତିଯୋଗିତା ଏକ ଅନ୍ତର୍ଜାତୀୟ ବହୁ ବିଲିୟନ ଡଲାରର ଶିଳ୍ପ। ମହିଳାମାନଙ୍କ ପାଇଁ ପ୍ରସ୍ତୁତ କରାଯାଉଥିବା ଅନେକ ସୌନ୍ଦର୍ଯ୍ୟ ବୃଦ୍ଧିଭିତ୍ତିକ ସାମଗ୍ରୀ ଏବଂ ବିଭିନ୍ନ ପ୍ରକାରର ସେବା ଯଥା-ଦାନ୍ତ ସିଧା କରିବା ଭଳି ସର୍ଜରି, ବୋଟକ୍ସ ଭଳି ବିଭିନ୍ନ ପ୍ରକାର ଇଞ୍ଜେକଶନ୍‌, ଏପରିକି ପ୍ଲାଷ୍ଟିକ୍‌ ସର୍ଜରି ଏବଂ ଓଜନ କମାଇବାର ଔଷଧ ପ୍ରସ୍ତୁତକର୍ତ୍ତାମାନେ ଏହି ପ୍ରତିଯୋଗିତା ପାଇଁ ବିପୁଳ ଅର୍ଥ ଖର୍ଚ୍ଚ କରିଥାନ୍ତି। ଏହାଦ୍ୱାରା ଯେ ବାସ୍ତବ ସୁନ୍ଦରୀ ଯୁବତୀ ବଛା ହୋଇ ଆସୁଛନ୍ତି ଭାବିବା ତ୍ରୁଟିପୂର୍ଣ୍ଣ। ସୌନ୍ଦର୍ଯ୍ୟ ମାପଦଣ୍ଡ ସେହି ପ୍ରତିଯୋଗିତାର ଆୟୋଜକମାନେ ନିର୍ଦ୍ଧାରଣ କରିଥାନ୍ତି। ଦେଖିବାକୁ ଗଲେ ନାମକୁମାତ୍ର ବୁଦ୍ଧିର ପରୀକ୍ଷା କରାଯାଏ ବୋଲି ସମସ୍ତେ ଜାଣନ୍ତି। ଏହି ପ୍ରତିଯୋଗିତା ପଛରେ କେବଳ ବ୍ୟବସାୟ ସମ୍ପୃକ୍ତ ରହିଛି। ସୌନ୍ଦର୍ଯ୍ୟ ବୃଦ୍ଧି କରାଉଥିବା ସାମଗ୍ରୀ ଓ ସେବା ପ୍ରଦାନକାରୀ କମ୍ପାନୀଗୁଡ଼ିକ ଏବେ ହୁଏତ ହୃଦ୍‌ବୋଧ କଲେଣି ଯେ, ବିଶ୍ୱବ୍ୟାପୀ ଅନେକ ଯୁବତୀ ବିବାହ କରି ମାତୃତ୍ୱ ଲାଭ କରିବା ପରେ ସୌନ୍ଦର୍ଯ୍ୟ ବୃଦ୍ଧି ଆଡ଼କୁ ବିଶେଷ ସମୟ ଓ ଅର୍ଥ ଖର୍ଚ୍ଚ କରୁନାହାନ୍ତି। ବିଶ୍ୱବ୍ୟାପୀ ଅର୍ଥନୈତିକ ପରିସ୍ଥିତିରେ ମାନ୍ଦାବସ୍ଥା ଯୋଗୁ ଏହି ସୌନ୍ଦର୍ଯ୍ୟ ବ୍ୟବସାୟରେ ମଧ୍ୟ ନକାରାତ୍ମକ ପ୍ରଭାବ ପଡ଼ିଥିବ। ପୂର୍ବରୁ ଅନ୍ତର୍ଜାତୀୟ ସ୍ତରରେ ଦର୍ଶକଙ୍କର ଯେଉଁ ଆଗ୍ରହ ସୁନ୍ଦରୀ ପ୍ରତିଯୋଗିତାରେ ଦେଖାଯାଉଥିଲା, ତାହା ମଧ୍ୟ ହ୍ରାସ ପାଇଥିବାର ପରିଲକ୍ଷିତ ହେଉଛି। ଏହିଭଳି ଅନେକ ବାଧାବିଘ୍ନର ସମ୍ମୁଖୀନ ହୋଇଥିବା ବ୍ୟବସାୟଗୁଡ଼ିକ ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସୁନ୍ଦରୀ ପ୍ରତିଯୋଗିତାର ଆୟୋଜକମାନେ ବିଶ୍ୱ ଅର୍ଥନୀତିର ମାନ୍ଦାବସ୍ଥାକୁ ସାମ୍ନା କରିବା ପାଇଁ କିଛି ନୂଆ ପଦ୍ଧତି ନିଶ୍ଚିତ ଭାବେ ଖୋଜୁଥିଲେ। ସେହି ପରିପ୍ରେକ୍ଷୀରେ ଦେଖିବାକୁ ଗଲେ ବିବାହିତା ମହିଳାଙ୍କୁ ସୁନ୍ଦରୀ ପ୍ରତିଯୋଗିତାରେ ଭାଗ ନେବାର ସୁଯୋଗ ପ୍ରଦାନ ଏକ ନୂତନତ୍ୱ ଆଣିଦେଉଛି। ଭିନ୍ନ ବାଟରେ କହିଲେ ଏକ ନୂଆ ଅବତାରରେ ମହିଳାମାନଙ୍କୁ ଆକର୍ଷିତ କରିବାର ଚେଷ୍ଟା ଆରମ୍ଭ ହେଉଛି।
ଶେଷରେ ଏତିକି କହିହେବ ଯେ, ବ୍ୟବସାୟ ପ୍ରଣୋଦିତ ସୁନ୍ଦରୀ ପ୍ରତିଯୋଗିତା ମହିଳାଙ୍କ ସମ୍ମାନ ବୃଦ୍ଧି କରେନାହିଁ କିମ୍ବା ତାହା ଦ୍ୱାରା ସେମାନଙ୍କ ସଶକ୍ତୀକରଣରେ ସହାୟକ ହୁଏ ନାହିଁ। ଅବଶ୍ୟ ଏହି ପ୍ରତିଯୋଗିତାରେ ବିଜୟିନୀମାନଙ୍କ ମଧ୍ୟରୁ କେତେଜଣ ଭାରତୀୟ ସିନେମାରେ ସୁଯୋଗ ପାଉଥିବା ବେଳେ ଅନ୍ୟମାନେ ଅଳିଆଗଦାକୁ ଯାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

ଶିକ୍ଷା ଓ ଶିକ୍ଷକ

ଶିକ୍ଷା ହେଉଛି ଗୋଟିଏ ଦେଶର ସବୁଠୁ ମୌଳିକ ଓ ଶକ୍ତିଶାଳୀ ସାମାଜିକ ଭିତ୍ତିଭୂମି। ଏହା କେବଳ ପାଠପଢ଼ା, ପରୀକ୍ଷା, ସାର୍ଟିଫିକେଟ କିମ୍ବା ଚାକିରି ପାଇବାର ଉପାୟ...

ଦିଲ୍ଲୀରୁ ଯିବ ରାଜଧାନୀ

ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍‌କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...

ଏବର ଚାଷବାସ

କୃଷି ବିନା ସମ୍ଭବ ନୁହେଁ ଖୁସି। ଖୁସି ସେହିଠାରୁ ଆସେ ଯେଉଁଠି ଥାଏ ଅନ୍ନ। ଅନ୍ନଗ୍ରହଣ ନାଶକରେ ଭୋକ। ଭୋକରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ମାଟି...

ସଙ୍କଟରେ ଗ୍ରାମୀଣ ଶ୍ରମିକଙ୍କ ରୋଜଗାର

ବହୁଚର୍ଚ୍ଚିତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମାଞ୍ଚଳ ରୋଜଗାର ଗ୍ୟାରେଣ୍ଟି ଆଇନ ବା ଏମ୍‌ଜିଏନ୍‌ଆର୍‌ଇଜିଏ କୁ ସମାପ୍ତ କରି ତା’ ସ୍ଥାନରେ ‘ବିକଶିତ ଭାରତ ରୋଜଗାର ଓ...

ଭେଜାଲ ପାଇଁ ମୃତ୍ୟୁଦଣ୍ଡ

ବିଶ୍ୱରେ ସମ୍ଭବତଃ ଭାରତ ଏକମାତ୍ର ଦେଶ ଯେଉଁଠାରେ ଜୀବନରକ୍ଷାକାରୀ ଔଷଧ ଓ ଖାଦ୍ୟରେ ଅପମିଶ୍ରଣ ବା ଭେଜାଲ ବଢ଼ିଚାଲିଛି। ଏଭଳି ଖବର ଅନ୍ୟ ଦେଶରୁ ଆସୁଥିବା...

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri