Posted inଜାତୀୟ

ନଡ୍ଡାଙ୍କ କଡ଼ା ସମାଲୋଚନା,ତେଲେଙ୍ଗାନାରୁ ମୂଳ ପୋଛ ହେବେ କେସିଆର ସରକାର…

ହାଇଦ୍ରାବାଦ, ୨୩।୮ : ହାଇଦ୍ରାବାଦରେ ଭାଜପା କର୍ମକର୍ତ୍ତାଙ୍କ ଗିରଫଦାରୀକୁ ବିରୋଧ କରି ବିକ୍ଷୋଭ କରୁଥିବା ତେଲେଙ୍ଗାନାଭାଜପା ଅଧ୍ୟକ୍ଷ ବି.ସଞ୍ଜୟ କୁମାରଙ୍କୁ ପୋଲିସ ଗିରଫ କରିଛି। ଏହାକୁ ନେଇ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ତେଲେଙ୍ଗାନା ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଟିଆରଏସର ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ (କେସିଆର) ସରକାରଙ୍କ ଏଭଳି କାର୍ଯ୍ୟକୁ ନଡ୍ଡା ନିନ୍ଦା କରିଛନ୍ତି। ଏହି ବେଆଇନ ଗିରଫ ରାଜନୈତିକ ପ୍ରତିଶୋଧ ପ୍ରଣୋଦିତ ବୋଲି ନଡ୍ଡା କହିଛନ୍ତି।

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରି ସେ କହିଛନ୍ତି ଟିଆରଏସର ଦୁର୍ନୀତିଗ୍ରସ୍ତ ତଥା ପାରିବାରିକ କେନ୍ଦ୍ରିକ ରାଜନୀତି ବିରୋଧରେ ରାଜ୍ୟର କୋଣ ଅନୁକୋଣରୁ ଭାଜପାକୁ ଯେଉଁ ବିପୁଳ ସମର୍ଥନ ମିଳୁଛି ତାହା ଦେଖି କେସିଆର ଚିନ୍ତାରେ ପଡିଛନ୍ତି। ଆମେ ଗଣତାନ୍ତ୍ରିକ ଉପାୟରେ ଲଢ଼େଇ ଜାରି ରଖି ଏବଂ ଆଗାମୀ ନିର୍ବାଚନରେ ଟିଆରଏସର କେସିଆର ସରକାରଙ୍କୁ ରାଜ୍ୟରୁ ମୂଳପୋଛ କରିବୁ।

ସୂଚନାଯୋଗ୍ୟ, ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ଉପରେ ସିବିଆଇ ଚଢ଼ାଉ ପରେ ଭାଜପା ଏମ୍‌ପି ପ୍ରବେଶର ବର୍ମା ଏବଂ ପୂର୍ବତନ ବିଧାୟକ ମନଜିନ୍ଦର ସିଂ ସିର୍ସା ଅଭିଯୋଗ କରିଥିଲେ ଯେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଇ ତଥା ପୂର୍ବତନ ଏମ୍‌ପି କବିତା କଲଭାକୁନ୍ତଳାଙ୍କ ପରିବାର ମଧ୍ୟ ଦିଲ୍ଲୀର ଅବକାରୀ ନୀତି ମାମଲାରେ ଜଡିତ। ଏହା ପରେ କବିତା ଏହି ଅଭିଯୋଗକୁ ଅସ୍ବୀକାର କରି ଭାଜପା ନେତାଙ୍କ ବିରୋଧରେ ମାନହାନି ମକଦ୍ଦମା ଦାଏର କରିବାକୁ କହିଥିଲେ।

ତାଙ୍କ ବିବୃତ୍ତି ପରେ ବହୁ ଭାଜପାକର୍ମୀ ହାଇଦ୍ରାବାଦର ବଞ୍ଜରା ହିଲ୍ସରେ ଥିବା କବିତାଙ୍କ ବାସଭବନ ସମ୍ମୁଖରେ ପହଞ୍ଚି ଏହାକୁ ବିରୋଧ କରିଥିଲେ ଏବଂ ପରେ ପୋଲିସ ତାଙ୍କୁ ଗିରଫ କରିଥିଲା। ଏହି ଗିରଫଦାରୀ ବିରୋଧରେ ଭାଜପା ରାଜ୍ୟ ଅଧ୍ୟକ୍ଷ ବି.ସଞ୍ଜୟ କୁମାର ପୋଲିସ ଅନୁମତି ନ ନେଇ ଜନଗାଓଁରେ ଧାରଣା ଦେବାକୁ ଯାଉଥିଲେ। ପରେ ତାଙ୍କୁ ପୋଲିସ ଗିରଫ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବାରିପଦାରେ ଲଜ୍ଜା: ୫ ବର୍ଷର ଶିଶୁ କନ୍ୟାକୁ ବିସ୍କୁଟ୍ ଲୋଭ ଦେଖାଇ ବଳାତ୍କାର

ବାରିପଦାରେ,୧୭।୧୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ...

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ସୁଦାନରୁ ଫେରିଲେ ଆଦର୍ଶ; ‘ବଞ୍ଚିବି ବୋଲି ଭାବି ନଥିଲି, ଦିନେ ଖାଇଲେ ଦିନେ ଖାଉନଥିଲି’

ଭୁବନେଶ୍ୱର,୧୭।୧୨: ସୁଦାନରୁ ସୁରକ୍ଷିତ ଭାବେ ଫେରିବା ପରେ ନିଜ ଉପରେ ହୋଇଥିବା ଯନ୍ତ୍ରଣା ବଖାଣିଛନ୍ତି ଆଦର୍ଶ ବେହେରା। ସେ ସୁରକ୍ଷିତ ଫେରିଥିବାରୁ ଭାରତ ସରକାରଙ୍କୁ ଧନ୍ୟବାଦ...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri