ବ୍ରହ୍ମପୁର ଜେଲ ଅଧୀକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ଭୁବନେଶ୍ୱର,୨୨ା୮(ବ୍ୟୁରୋ): ବ୍ରହ୍ମପୁର ସର୍କଲ ଜେଲ ଅଧୀକ୍ଷକ (ସୁପରିଣ୍ଟେଣ୍ଡେଣ୍ଟ) ନିଜ କର୍ତ୍ତବ୍ୟରେ ଅବହେଳା କରିଥିବା ଅଭିଯୋଗ ହୋଇଛି। ତେଣୁ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ କେରଳ ହାଇକୋର୍ଟ ରେଜିଷ୍ଟ୍ରାର ଜେନେରାଲ ଓଡ଼ିଶା ପୋଲିସ ଡିଜିଙ୍କୁ ଚିଠି ଲେଖିଛନ୍ତି। ଚିଠି ପାଇବା ପରେ ଗତ ୧୯ତାରିଖରେ କ୍ରାଇମ୍‌ବ୍ରାଞ୍ଚ ଜେଲ ମହାନିର୍ଦ୍ଦେଶକଙ୍କୁ ଅଧୀକ୍ଷକଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ କହିଛି।
ସୂଚନାଅନୁଯାୟୀ, କେରଳ ମାଠିଲାକମ୍‌ ଥାନା ଅଞ୍ଚଳରେ ଶ୍ରମିକ ଭାବେ କାମ କରୁଥିବା ଗଞ୍ଜାମ ଜିଲା ଗଙ୍ଗପୁର ଥାନା ଅନ୍ତର୍ଗତ ଜାହାଡ଼ା ଗ୍ରାମର ତୁଫାନ୍‌ ମଲ୍ଲିକ ତାଙ୍କ ୩ ସହଯୋଗୀଙ୍କ ସହ ମିଶି ୨୦୧୯ରେ ସେଠାକାର ଜଣେ ୨୪ ବର୍ଷୀୟ ଯୁବକଙ୍କୁ ହତ୍ୟା କରିଥିଲେ। ଏନେଇ ସ୍ଥାନୀୟ ପୋଲିସ ଏକ ମାମଲା (ନଂ.୫୮୩/୨୦୧୯) ରୁଜୁ କରି ତୁଫାନ୍‌ଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରି ଜେଲ ପଠାଇଥିଲା। ତେବେ ୨୦୨୧ ମାର୍ଚ୍ଚ ୧୮ରେ ତୁଫାନ୍‌ଙ୍କୁ ଜାମିନ ମିଳିଥିଲା। କୋର୍ଟଙ୍କ ବିନା ଅନୁମତିରେ ତୁଫାନ କେରଳ ଛାଡ଼ିବେ ନାହିଁ ଏବଂ ଆବଶ୍ୟକ ସମୟରେ ପୋଲିସ ନିକଟରେ ହାଜର ହେବାକୁ ଜାମିନରେ ସର୍ତ୍ତ ରହିଥିଲା। ତେବେ ତୁଫାନ ଏହାକୁ ଅବଜ୍ଞା କରି ଓଡ଼ିଶା ଚାଲି ଆସିଥିଲେ। ପରେ ଜଣେ ନାବାଳିକାଙ୍କୁ ଯୌନ ଉତ୍ପୀଡ଼ନ ଦେବା ଅଭିଯୋଗରେ ପୋକ୍‌ସ ଆଇନର ଦଫା ୮ରେ ଗଞ୍ଜାମ ପୋଲିସ ତୁଫାନଙ୍କୁ ଗିରଫ କରିଥିଲା। ତାଙ୍କୁ ୨୦୨୧ ଜୁନ ୫ରେ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲ। ଅନ୍ୟପକ୍ଷେ କେରଳ ଇରିଞ୍ଜଲାକୁଡ଼ା କୋର୍ଟ ବ୍ରହ୍ମପୁର ସର୍କଲ୍‌ ଜେଲ କର୍ତ୍ତୃପକ୍ଷଙ୍କ ନିକଟକୁ ଅଭିଯୁକ୍ତ ତୁଫାନଙ୍କ ବିରୋଧରେ ୨୦୨୨ ଫେବୃୟାରୀ ୨୩ରେ ଏକ ୱାରେଣ୍ଟ ପଠାଇଥିଲେ। ଜେଲ କର୍ତ୍ତୃପକ୍ଷ ୱାରେଣ୍ଟ ପାଇବା ପରେ କୌଣସି ପଦକ୍ଷେପ ଗ୍ରହଣ କରି ନ ଥିଲେ। ଏହାପରେ ଅସଦାଚରଣ ମାମଲାରେ ତୁଫାନ ଜାମିନ ପାଇ ଏପ୍ରିଲ ୫ରେ ଜେଲରୁ ବାହାରିଥିଲେ। ହେଲେ ତୁଫାନ୍‌ ଜାମିନରେ ଆସିବା ପୂର୍ବରୁ ତାଙ୍କ ବିରୋଧରେ କେରଳ କୋର୍ଟଙ୍କ ୱାରେଣ୍ଟ ଆସିଥିଲେ ମଧ୍ୟ ଏନେଇ ଜେଲ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନ ନେଇଥିବା ସମ୍ପର୍କରେ ଇରିଞ୍ଜଲାକୁଡ଼ା କୋର୍ଟ କେରଳ ହାଇକୋର୍ଟଙ୍କୁ ଅବଗତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

ପ୍ରତିଷ୍ଠା ଦିବସର ଦିନକ ପରେ ବଡ଼ ଘୋଷଣା କଲା ବିଜେଡି

ଭୁବନେଶ୍ୱର,୨୮ା୧୨(ସୁନିତ୍‌ ମିଶ୍ର): ବିଜେଡି ପ୍ରତିଷ୍ଠା ଦିବସ ପାଳନର ଦିନକ ପରେ ୧୧ ସାଙ୍ଗଠନିକ ଜିଲା ପାଇଁ ଦଳ ସଭାପତି ନବୀନ ପଟ୍ଟନାୟକ ଶନିବାର ତାଲିକା ପ୍ରକାଶ...

୭୦% ଚାଷୀଙ୍କୁ ମିଳୁନି କେସିସି ଋଣ

ଭୁବନେଶ୍ୱର,୨୭।୧୨(ରବିନାରାୟଣ ଜେନା): ରାଜ୍ୟରେ ଚାଷୀଙ୍କ ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବହୁବିଧ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଏହାକୁ ତୃଣମୂଳସ୍ତରରେ କାର୍ଯ୍ୟକାରୀ କରିବା...

୧୦ମ ଶ୍ରେଣୀ ଇତିହାସ, ରାଜନୀତି ବିଜ୍ଞାନ ବହିରେ ଭୁଲ୍‌ ତଥ୍ୟ

ଭଦ୍ରକ,୨୮।୧୨(ସନାତନ ରାଉତ): ୨୦୧୩ ମସିହାରେ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ମୁଦ୍ରିତ ଓ ପ୍ରକାଶିତ ୧୦ମ ଶ୍ରେଣୀ ଇତିହାସ ଓ ରାଜନୀତି ବିଜ୍ଞାନ ବହିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri