ବିପଦ ସାଜିଛି ବାରଘରିଆ ନାଳ

ପରଜଙ୍ଗ, ୨୦ା୮(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ଅଞ୍ଚଳବାସୀଙ୍କ ଦୁଃଖ ପାଲଟିଛି ବାରଘରିଆ ନାଳ। ବର୍ଷାଦିନେ ନାଳ ପାଣି ଉଛୁଳି ପୁରୁଣା ସେତୁ ବୁଡ଼ିଯାଉଛି। ନୂତନ ବ୍ରିଜ୍‌ ନିର୍ମାଣ ଶେଷ ହୋଇଯାଇଥିବାବେଳେ ଆପ୍ରୋଚ୍‌ ରୋଡ୍‌ ପାଇଁ ଟେଣ୍ଡର ହୋଇପାରୁ ନ ଥିବାରୁ ଏହା କାର୍ଯ୍ୟକ୍ଷମ ହୋଇପାରୁନାହିଁ। ଏଥିସହ ପୋଲ ସଂଲଗ୍ନ ରାସ୍ତା କାଦୁଅରେ ଭର୍ତ୍ତି ହୋଇଛି। ସଡ଼କର ଏଭଳି ଦୁରାବସ୍ଥାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି।
ସୂଚନାଯୋଗ୍ୟ, ଭାଲୁମୁଣ୍ଡା-ଆଲୁଅଝରଣ ପୂର୍ତ୍ତ ବିଭାଗ ରାସ୍ତାକୁ ଭାଲୁମୁଣ୍ଡାଠାରୁ ଦେଢ଼ କିମି ଦୂରରେ ଅତିକ୍ରମ କରିଛି ବାରଘରିଆ ନାଳ। ଏହା ଉପରେ ନିର୍ମିତ ପୁରାତନ ଅଣଓସାରିଆ ପୋଲ ବିପଦସଙ୍କୁଳ ହୋଇପଡ଼ିଛି। ନିର୍ଦ୍ଧାରିତ ଉଚ୍ଚତାରୁ ତଳେ ନିର୍ମାଣ ହୋଇଥିବାରୁ ସାମାନ୍ୟ ବର୍ଷା ହେଲେ ପାଣିରେ ବୁଡ଼ିଯାଉଛି। ମରଣଯନ୍ତା ପାଲଟିଥିବା ଏହି ସେତୁରେ ଦୁର୍ଘଟଣା ଘଟି ଧନଜୀବନ ହାନି ହେଉଛି। ଏପରି କି ଗତଦିନରେ ଯାତ୍ରୀଙ୍କ ଗାଡ଼ି ମଧ୍ୟ ଭାସିଯାଇଥିବା ନଜିର ରହିଛି। ଯାତ୍ରୀ ଭୋଗୁଥିବା ଦୁର୍ଦ୍ଦଶାକୁ ନଜରରେ ରଖି ପୂର୍ତ୍ତ ବିଭାଗ ପକ୍ଷରୁ ଉକ୍ତ ନାଳର ଉପରପାର୍ଶ୍ୱରେ ନୂତନ ପୋଲ ନିର୍ମାଣ କରାଯାଇଛି। ଏହାର କାମ ସମ୍ପୂର୍ଣ୍ଣ ମଧ୍ୟ ହୋଇସାରିଛି। ତେବେ ପୋଲ ସଂଲଗ୍ନ ଆପ୍ରୋଚ ରୋଡ୍‌ ଟେଣ୍ଡର ପ୍ରକ୍ରିୟା ସରୁ ନ ଥିବାରୁ ଏହା କାର୍ଯ୍ୟକ୍ଷମ ହୋଇପାରୁନାହିଁ।
ଶୁକ୍ରବାର ଲଗାଣ ବର୍ଷା ଯୋଗୁ ପୁରୁଣା ପୋଲ ଉପରେ ୩ ଫୁଟର ପାଣି ପ୍ରବାହିତ ହୋଇଥିଲା। ନୂତନ ପୋଲ ରାସ୍ତା କାଦୁଅରେ ପରିପୂର୍ଣ୍ଣ ହୋଇପଡ଼ିଥିଲା। ତେବେ ବିକଳ୍ପ ନ ଥିବାରୁ ଯାତ୍ରୀମାନେ କାଦୁଅ ପଚପଚ ରାସ୍ତାରେ ଯାତାୟାତ କରିବାକୁ ବାଧ୍ୟ ହୋଇଥିଲେ।
ବ୍ରିଜ୍‌ ଓ ଆପ୍ରୋଚ୍‌ ରୋଡ୍‌ ପାଇଁ ପୃଥକ୍‌ ଟେଣ୍ଡର ହୋଇଛି। ବ୍ରିଜ୍‌ ନିର୍ମାଣ ଶେଷ ହୋଇଥିବାବେଳେ ଅଳ୍ପ କିଛି କାମ ବାକି ରହିଛି। ତେଣୁ ପୋଲ ସଂଲଗ୍ନ ଦୁଇପାର୍ଶ୍ୱରେ ପ୍ରସ୍ତାବିତ ଆପ୍ରୋଚ୍‌ ରାସ୍ତା ପାଇଁ ଟେଣ୍ଡର ହୋଇ ପାରୁନାହିଁ। ତଥାପି ବର୍ଷାଦିନେ ଯେପରି ଯାତାୟାତରେ ସମସ୍ୟା ନ ଉପୁଜେ ସେଥିଲାଗି ଉଦ୍ୟମ କରାଯିବ ବୋଲି ନିକଟରେ ପୂର୍ତ୍ତ ବିଭାଗ ଯନ୍ତ୍ରୀ ନିବେଶ କୁମାର ମାଝି, ଏସ୍‌ଡିଓ ପ୍ରତାପ କୁମାର ହରିପାଲ ସୂଚନାଦେଇଥିଲେ। ତେବେ ଅଦ୍ୟାବଧି ଏ ଦିଗରେ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନାହିଁ। ତେଣୁ ଯାତ୍ରୀମାନେ ହନ୍ତସନ୍ତ ହେଉଥିବା ଅଭିଯୋଗ କରିଛନ୍ତି। ଯଥାସମ୍ଭବ ନୂତନ ବ୍ରିଜ୍‌ କାର୍ଯ୍ୟକ୍ଷମ କରା ନ ଗଲେ ଆନ୍ଦୋଳନକୁ ଓହ୍ଲାଇବାକୁ ସେମାନେ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri