Posted inଫୁରସତ

୪୫ କିଲୋମିଟର ପାଇଁ ଉବର ଚାର୍ଜ କଲା ଏତିକି ଟଙ୍କା, ଜାଣିଲେ…

ଆଜିକାଲି ଅଧିକାଂଶ ଜିନିଷ ଅନ୍‌ଲାଇନରେ ସହଜରେ ଉପଲବ୍ଧ।ଆମେ ସବୁବେଳେ ଭାବୁ ସହଜରେ ଜିନିଷ ଆମ ସାମ୍ନାକୁ ଆସୁ। ଖାଦ୍ୟପାନୀୟଠାରୁ ଆରମ୍ଭ କରି ଯାତାୟାତ ପର୍ଯ୍ୟନ୍ତ, ଅନ୍‌ଲାଇନ ଆବେଦନ ମାଧ୍ୟମରେ ଏହି ସୁବିଧା ଉପଲବ୍ଧ। ଯଦିଓ ଏହି କାରଣରୁ ଜୀବନ ସହଜ ହୋଇଯାଉଛି। କିନ୍ତୁ ବେଳେବେଳେ ଏପରି କିଛି ଘଟଣା  ଘଟିଥାଏ, ଯାହା ଆମକୁ ଆଶ୍ଚର୍ଯ୍ୟ କରିଥାଏ।

ଦିଲ୍ଲୀ-ଏନ୍‌ସିଆରରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ଦିଲ୍ଲୀ ବିମାନବନ୍ଦରରୁ ନୋଏଡା ଯିବାକୁ ପଡ଼ିଲା। ଯେଉଁଥିପାଇଁ ସେ ଏକ ଉବର କ୍ୟାବ୍‌ ନେଇଥିଲେ। ଯେତେବେଳେ ଏହାର ଚାର୍ଜ କମ୍ପାନୀ ଦ୍ୱାରା କୁହାଯାଇଥିଲା, ସେହି ବ୍ୟକ୍ତିଙ୍କ ହୋସ୍‌ ଉଡ଼ିଗଲା। ସାଧାରଣତଃ ବର୍ଷା କିମ୍ବା ଟ୍ରାଫିକ୍‌ ସମସ୍ୟା ଯୋଗୁ ଦାମ୍‌ ଟିକେ ବଢ଼ିଥାଏ।  ମାତ୍ର ୪୫ କିଲୋମିଟର ପାଇଁ ଯଦି ୩୦୦୦ ଟଙ୍କା ବିଲ୍‌ ଆସେ ତେବେ ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ।

ବ୍ୟକ୍ତି ଜଣକ ଏକ୍ସପ୍ରେସ୍‌ରେ ଥିବା ତାଙ୍କ ଘରକୁ ଏକ ଉବର କ୍ୟାବ୍‌ ବୁକ୍‌ କରିଥିଲେ। ସେ କହିଛନ୍ତି, ସେଦିନ ପାଗ ମଧ୍ୟ ସ୍ବାଭାବିକ ଥିଲା, କିନ୍ତୁ ତାଙ୍କୁ ଉବର କ୍ୟାବ୍‌ରୁ ୪୫ କିଲୋମିଟର ଯାତ୍ରା ପାଇଁ ୩୦୦୦ ଟଙ୍କା ବିଲ୍‌ ଦେଖାଯାଇଥିଲା। ଦେବ ନାମକ ଜଣେ ୟୁଜର କହିଛନ୍ତି, ଅଗଷ୍ଟ ୫ରେ ଏହି ଯାତ୍ରା ପାଇଁ ୨,୯୩୫ ଟଙ୍କା ଭଡ଼ା ଦେଖାଯାଇଥିଲା। ବିମାନବନ୍ଦରରୁ ତାଙ୍କ ଘରର ଦୂରତା ୪୫ କିଲୋମିଟର। ତେବେ ଅନ୍ୟ କୌଣସି ଉପାୟ ନ ଥିବାରୁ ବ୍ୟକ୍ତି ଏହି ଯାତ୍ରା କରିଥିଲେ।

ସେ ଆହୁରି କହିଛନ୍ତି, ତାଙ୍କର ମୂଳ ବିଲ୍‌ ୧୧୪୩ ଟଙ୍କା ଥିଲା, କିନ୍ତୁ ଏହା ଉପରେ ଏକ ସର୍‌ଚାର୍ଜ ଲାଗୁ କରାଯାଇଥିଲା। ଉବର ତାଙ୍କୁ ଟଙ୍କା ଫେରସ୍ତ କରିବାକୁ ଏହି ଘଟଣାର ଦୃଷ୍ଟି ଦେବାକୁ ନିଶ୍ଚିତ କରିଥିଲେ, କିନ୍ତୁ ୧୦ ଦିନ ପରେ କୌଣସି ପଦକ୍ଷେପ ନିଆଯାଇ ନ ଥିଲା। ଏହି ପୋଷ୍ଟର ଜବାବରେ ଅନ୍ୟ  ଲୋକ ମଧ୍ୟ ସେମାନଙ୍କ ସହିତ ଘଟିଥିବା ଘଟଣା ବିଷୟରେ କହିଥିଲେ। ଏହାପୂର୍ବରୁ ମୁମ୍ବାଇର ଜଣେ ବ୍ୟକ୍ତି ମଧ୍ୟ ଏଭଳି ଅଭିଯୋଗ କରିଥିଲେ ଯେଉଁଥିରେ ତାଙ୍କୁ ୫୦ କିଲୋମିଟର ପାଇଁ ୩୦୦୦ ଟଙ୍କା ବିଲ୍‌ ଆଦାୟ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri