ମେଡ୍‌ ଇନ୍‌ ଇଣ୍ଡିଆ ତୋପରୁ ତ୍ରିରଙ୍ଗାକୁ ସଲାମୀ…

ନୂଆଦିଲ୍ଲୀ, ୧୫।୮ : ସ୍ବାଧୀନତାର ଅମୃତ ମହୋତ୍ସବଙ୍କ ଅବସରରେ ଦେଶର ନାମରେ ଆଉ ଏକ ସଫଳତା ଯୋଡ଼ି ହୋଇଛି। ପ୍ରଥମ ଥର ପାଇଁ ଲାଲ୍‌ କିଲ୍ଲାରେ ତ୍ରିରଙ୍ଗାକୁ ମେଡ୍‌ ଇନ୍‌ ଇଣ୍ଡିଆ ସ୍ବଦେଶୀ ତୋପ ଦ୍ୱାରା ସଲାମୀ ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଅଭିଭାଷଣରେ ଏହା ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି, ୭୫ ବର୍ଷ ପରେ ପ୍ରଥମ ଥର ପାଇଁ ଲାଲ୍‌ କିଲ୍ଲାରେ ତ୍ରିରଙ୍ଗାକୁ ମେଡ ଇନ ଇଣ୍ଡିଆ ତୋପ ଅଭିବାଦନ ଜଣାଇଛି।

ପ୍ରଧାନମନ୍ତ୍ରୀ କହିଛନ୍ତି, ସ୍ବାଧୀନତାର ୭୫ ବର୍ଷ ପରେ, ଯେଉଁ ଶବ୍ଦ ଆମ କାନ ଶୁଣିବାକୁ ଚାହୁଁଥିଲା ତାହା ଆଜି ପୂରଣ ହୋଇଛି। ଆଜି ମୁଁ ଦେଶର ସେନାର ଯବାନମାନଙ୍କୁ ହୃଦୟରୁ ଅଭିନନ୍ଦନ ଜଣାଉଛି। ଆଜି ମୁଁ ମୋର ଆତ୍ମନର୍ଭରଶୀଳତାକୁ ଏକ ସଂଗଠିତ ସ୍ବରୂପରେ, ସାହସ ରୂପରେ ସେନାର ଯବାନ ଏବଂ କମାଣ୍ଡୋମାନେ ଯେଉଁ ଦାୟିତ୍ୱ ସେମାନଙ୍କ କାନ୍ଧରେ ନେଇଥିଲେ ତାହାକୁ ସାଲ୍ୟୁଟ କରୁଛି।

ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ ଚାଇନାକୁ ମଧ୍ୟ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ଆତ୍ମନିର୍ଭରଶୀଳ ଭାରତ ପାଇଁ ସ୍ବଦେଶୀ ମନ୍ତ୍ର ଆବଶ୍ୟକ। ସେ କହିଛନ୍ତି ଯେ ଆଜି ଆମର ପାଞ୍ଚ-ପାଞ୍ଚ ବର୍ଷର ପିଲାମାନେ ବିଦେଶୀ ଖେଳନା ସହିତ ନ ଖେଳିବାକୁ ସଂକଳ୍ପ ନେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଆତ୍ମନିର୍ଭର ଭାରତ, ଏହା ପ୍ରତ୍ୟେକ ନାଗରିକ, ପ୍ରତ୍ୟେକ ସରକାର, ସମାଜର ପ୍ରତ୍ୟେକ ୟୁନିଟର ଦାୟିତ୍ୱ ପାଲଟିଛି। ଆତ୍ମନିର୍ଭର ଭାରତ ଏହା ଏକ ସରକାରୀ ଏଜେଣ୍ଡା କିମ୍ବା ସରକାରୀ କାର୍ଯ୍ୟକ୍ରମ ନୁହେଁ, ଏହା ସମାଜର ଏକ ଜନ ଆନ୍ଦୋଳନ, ଯାହାକୁ ଆମକୁ ଆଗକୁ ନେବାକୁ ପଡିବ। ସେ କହିଛନ୍ତି, ଆମକୁ ଦାସତ୍ୱ ମାନସିକତା ତ୍ୟାଗ କରିବାକୁ ପଡ଼ିବ, ଆମ ଦକ୍ଷତା ଉପରେ ବିଶ୍ୱାସ କରିବାକୁ ପଡ଼ିବ। ଆମର ଯୁବବର୍ଗମାନେ ନୂତନ ଆବିଷ୍କାର ସହିତ ଦୁନିଆ ଆଗକୁ ଏବେ ଆସୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରୋହିତ ବେମୁଲାଙ୍କ ଆତ୍ମହତ୍ୟାର ପୁଣି ତଦନ୍ତ କରିବେ ତେଲଙ୍ଗାନା ସରକାର

ହାଇଦ୍ରାବାଦ, ୫।୫:ବହୁ ଚର୍ଚ୍ଚିତ ରୋହିତ ବେମୁଲା ଆତ୍ମହତ୍ୟା ମାମଲାରେ ସାଇବରାବାଦ ପୋଲିସ ପକ୍ଷରୁ ଜାରି ହୋଇଥିବା କ୍ଲୋଜର ରିପୋର୍ଟକୁ ନେଇ ରୋହିତଙ୍କ ପରିବାର ପକ୍ଷରୁ ଅସନ୍ତୋଷ...

ରାମଲାଲାଙ୍କୁ ସାଷ୍ଟାଙ୍ଗ ପ୍ରଣିପାତ କରି ରୋଡ ଶୋ’ରେ ବାହାରିଲେ ମୋଦି

ଅଯୋଧ୍ୟା,୫।୫: ଜାନୁଆରୀ ୨୨ରେ ରାମ ମନ୍ଦିରର ଉଦଘାଟନ ପରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ରାମ ଲାଲାଙ୍କ ଦର୍ଶନ ପାଇବା ପାଇଁ...

ଗଧରେ ଚଢ଼ି ନାମାଙ୍କନ ଦାଖଲ ପାଇଁ ପହଞ୍ଚିଲେ ପ୍ରାର୍ଥୀ

ଗୋପାଳଗଞ୍ଜ,୫।୫ଚଳିତ ଲୋକ ସଭା ନିର୍ବାଚନରେ ବିଭିନ୍ନ ପ୍ରାର୍ଥୀଙ୍କ ଅଜବ ଗଜବ ରଙ୍ଗ ଥମିବାର ନାଁ ନେଉନାହିଁ। ବିହାରର ଗୋପାଳଗଞ୍ଜ ଲୋକ ସଭା ଆସନରୁ ଜଣେ ସ୍ବାଧୀନ...

ମେହେବୁବା ମୁଫତିଙ୍କୁ ନୋଟିସ ଜାରି କଲେ ନିର୍ବାଚନ ଆୟୋଗ

ଶ୍ରୀନଗର,୫।୫: ଲୋକ ସଭା ନିର୍ବାଚନରେ ତୃତୀୟ ପର୍ଯ୍ୟାୟ ଭୋଟ ଦେବା ପୂର୍ବରୁ ରବିବାର (ମେ ୫) ପିଡିପି ସଭାପତି ମେହବୁବା ମୁଫତିଙ୍କୁ ଏକ ସୋ କଜ...

ନୁପୂର ଶର୍ମାଙ୍କୁ ହତ୍ୟା ଧମକ ଦେଇଥିବା ମୌଲବୀ ଗିରଫ

ସୁରଟ,୫ା୫: ଭାଜପାର ପୂର୍ବତନ ମୁଖପାତ୍ର ନୁପୂର ଶର୍ମାଙ୍କୁ ହତ୍ୟା ଧମକ ଦେବା ସହ ହିନ୍ଦୁ ସଂଗଠନର ଜଣେ ନେତାଙ୍କୁ ହତ୍ୟା ଯୋଜନା କରିଥିବା ଅଭିଯୋଗରେ ସୁରଟର...

ଗୁରୁଦ୍ୱାରାରେ ଯୁବକଙ୍କୁ ପିଟିପିଟି ମାରିଦେଲେ

ଚଣ୍ଡିଗଡ଼,୫ା୫: ପଞ୍ଜାବର ଫିରୋଜପୁରସ୍ଥିତ ଗୁରୁଦ୍ୱାରାରେ ଜଣେ ୧୯ ବର୍ଷୀୟ ଯୁବକ ପ୍ରବେଶ କରି ପବିତ୍ର ଗୁରୁଗ୍ରନ୍ଥ ସାହିବ୍‌ର କେତେକ ପୃଷ୍ଠା ଚିରିଦେବା ଅଭିଯୋଗରେ ଉତ୍ତ୍ୟକ୍ତ ଲୋକେ...

ଅଯୋଧ୍ୟାରେ ମୋଦି, ନେଲେ ରାମଲାଲାଙ୍କ ଆଶିଷ

ଅଯୋଧ୍ୟା,୫।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଉତ୍ତରପ୍ରଦେଶର ଅଯୋଧ୍ୟାରେ ରାମଲାଲାଙ୍କ ଦର୍ଶନ କରିଛନ୍ତି। ସେ ଭଗବାନ ଶ୍ରୀ ରାମଙ୍କୁ ପୂଜା କରି ଆଶୀର୍ବାଦ ନେଇଛନ୍ତି। ମେ’...

ହ୍ବିଲ ଚେୟାରରେ ନଜର ଆସିଲେ ତେଜସ୍ବୀ, ହଠାତ୍‌ ହୋଇ ପଡିଲେ ଅସୁସ୍ଥ

ପାଟନା,୫।୫: ଲୋକ ସଭା ନିର୍ବାଚନକୁ ନେଇ ହଇଚଇ ସୃଷ୍ଟି ହୋଇଥିବା ବେଳେ ବିହାରର ରାଜନୈତିକ କରିଡରରୁ ବଡ ଖବର ଆସୁଛି, ଯେଉଁଠାରେ ବିହାର ବିଧାନସଭାରେ ବିରୋଧୀଦଳର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri