Odisha Elections 2024

ସୁନ୍ଦରଗଡ଼ର ୮ଖେଳାଳି ଖେଳିବେ ଜାତୀୟ କିକ୍‌ବକ୍ସିଂ

ବଡ଼ଗାଁ, ୧୩।୮(ଡି.ଏନ୍‌.ଏ.): ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଖେଳ ପ୍ରତିଭାର ଅଭାବ ନାହିଁ। କିନ୍ତୁ ଗ୍ରାମାଞ୍ଚଳରେ ଥିବା ପ୍ରତିଭାକୁ ଚିହ୍ନଟ କରି ସେମାନଙ୍କୁ ପ୍ରସ୍ତୁତ କରିବାର ବ୍ୟବସ୍ଥା କରାଯାଉ ନ ଥିବାରୁ ଅନେକ ପ୍ରତିଭା ସମ୍ପନ୍ନ ଖେଳାଳି ବଣମଲ୍ଲି ଭଳି ରହି ଯାଉଛନ୍ତି। ହେଲେ ସୁନ୍ଦରଗଡ଼ ଜିଲା ଟାଙ୍ଗରପାଲି ବ୍ଲକର ଯୋଗୀମାଲଠାରେ ଥିବା ଜନସେବା ସମିତି ସଙ୍ଗଠନ ପକ୍ଷରୁ ଗ୍ରାମାଞ୍ଚଳର ଲୁକ୍କାୟିତ ପ୍ରତିଭାକୁ ଚିହ୍ନଟ କରି ସେମାନଙ୍କୁ ତାଲିମ ଦେବା ବ୍ୟବସ୍ଥା କରିଥିବାରୁ ଏଯାଏ ୫୦ରୁ ଊର୍ଦ୍ଧ୍ୱ ଖେଳାଳି ବକ୍ସିଂ, କିକ୍‌ବକ୍ସିଂ, ଉଷୁ ଆଦିରେ ଜାତୀୟସ୍ତରରେ ଖେଳି କୃତିତ୍ୱ ଅର୍ଜନ କରିଛନ୍ତି। ଚଳିତବର୍ଷ ତାମିଲନାଡୁର ଚେନ୍ନାଇସ୍ଥିତ ନେହେରୁ ଷ୍ଟାଡିୟମରେ ଆସନ୍ତା ୧୮ରୁ ୨୨ତାରିଖ ପର୍ଯ୍ୟନ୍ତ ଜାତୀୟ କିକ୍‌ ବକ୍ସିଂରେ ଜନସେବା ସମିତିର ୮ଜଣ ଖେଳାଳି ଅଂଶଗ୍ରହଣ କରିବେ। ସେମାନେ ହେଲେ ସୁନ୍ଦରଗଡ ଜିଲା ବିଲେଇଗଡ଼ର ବିକାଶ କୁଆ, କ୍ଷୀରୋଦ ବାଗ, ରସାନନ୍ଦ ମହାନନ୍ଦିଆ, ଯୋଗିମାଲର ଲିପ୍ସା ଷଡଙ୍ଗୀ, ପଣ୍ଡରିପାନୀ ଗାଁର ସୁସ୍ମିତା ଏକା, ଶରଧାପାଲି ଗାଁର ସୋନାଲି ପଟେଲ, ଓ ବଡ଼ଗାଁ ବ୍ଲକ ବରଙ୍ଗାକଛାର ଗାଁର ଖ୍ରୀଷ୍ଟିନା କାଣ୍ଡୁଲାନା। ବାପା ପ୍ରଦୀପ କାଣ୍ଡୁଲାନା ଓ ମା’ ଫ୍ଲୋରେନସିଆଙ୍କ ୪ଝିଅ ମଧ୍ୟରୁ ଖ୍ରିଷ୍ଟିନା ସାନଝିଅ। ଛୋଟ ବୟସରୁ ଖେଳ ପ୍ରତି ରୁଚି ରଖୁଥିବା ଖ୍ରୀଷ୍ଟିନା ସ୍କୁଲ କ୍ରୀଡା ପ୍ରତିଯୋଗିତାରେ ଭାଗ ନେଉଥିଲେ। ହାଇସ୍କୁଲ ପଡୁଥିଲାବେଳେ ୨୦୧୭ରେ ଯାଜ୍ଞସେନୀ ସିଂଙ୍କ ଠାରୁ ବକ୍ସିଂ ତାଲିମ ନେଇଥିଲେ। ଜନସେବା ସମିତିର କର୍ମକର୍ତ୍ତା ରୂପକ ପ୍ରସାଦ ଖ୍ରୀଷ୍ଟିନାଙ୍କ ଖେଳ ଦେଖି ସୁନ୍ଦରଗଡ଼ ଷ୍ଟାଡିୟମରେ କୋଚିଂ ବ୍ୟବସ୍ଥା କରିଛନ୍ତି। ଖ୍ରୀଷ୍ଟିନା ବର୍ତ୍ତମାନ ଟାଙ୍ଗରପାଲି ବ୍ଲକର ଶରଧାପାଲି କଲେଜରେ ସ୍ନାତକ ଶେଷ ବର୍ଷ ଛାତ୍ରୀ। ୨୦୧୭ ମସିହାରେ ସ୍କୁଲ ସ୍ତରୀୟ ଜାତୀୟ ବକ୍ସିଂ ଡେରାଡୁନରେ ,୨୦୧୮ରେ ବକ୍ସିଂ ଫେଡେରେସନ ପକ୍ଷରୁ ପଞ୍ଜାବର ଜଳନ୍ଦର୍‌ରେ ଖେଳିଥିଲେ। ୨୦୨୦ରେ ମହାରାଷ୍ଟ୍ରରେ ଆଷ୍ଟାଡିଓ ଆଖଡାରେ ସ୍ବର୍ଣ୍ଣ ପଦକ ପାଇଥିଲେ। ଚେନ୍ନାଇରେ ୧୮ତାରିଖରୁ ହେବାକୁ ଥିବା ଜାତୀୟ କିକ୍‌ ବକ୍ସିଂରେ ସେ ଅଂଶଗ୍ରହଣ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ସୁନ୍ଦରଗଡ ଜିଲାରେ ମଧ୍ୟାହ୍ନ ୧ଟା ସୁଦ୍ଧା ୩୬.୩୨%ମତଦାନ

ସୁନ୍ଦରଗଡ,୨୦।୫(ଜୟ ନାରାୟଣ ମେଣ୍ଡୁଳି)ସାଧାରଣ ନିର୍ବାଚନ-୨୦୨୪ ପାଇଁ ଓଡ଼ିଶାରେ ଅନୁଷ୍ଠିତ ଦ୍ବିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ସୋମବାର ସୁନ୍ଦରଗଡ ଜିଲାରେ ଶାନ୍ତି ଶ୍ରୁଙ୍ଖଳାର ସହ ଆରମ୍ଭ ହୋଇଛି।...

ବିଜେଡି-ଭାଜପା କର୍ମୀ ଗଣ୍ଡଗୋଳ: ୪ ଗିରଫ

ରାଉରକେଲା, ୧୯ା୫(ସଙ୍ଗୀତା ଜେନା): ରଘୁନାଥପାଲି ଥାନା ଅନ୍ତର୍ଗତ ଗଙ୍ଗାଧରପାଲି ବସ୍ତି ଅଞ୍ଚଳରେ ହୋଇଥିବା ବିଜେଡି ଓ ଭାଜପା ଗଣ୍ଡଗୋଳ ମାମଲାରେ ରବିବାର ପୋଲିସ ୨ଟି ପୃଥକ...

“ଯଦି ସୁଯୋଗ ମିଳେ, ମନା କରିବି ନାହିଁ”: ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନେଇ ଜୁଏଲ ଓରାମଙ୍କ ବୟାନ

ଭୁବନେଶ୍ୱର,୧୯ା୫: ଓଡ଼ିଶାରେ ଭାଜପାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବ ତାକୁ ନେଇ କଳ୍ପନା ଜଳ୍ପନା ଚାଲିଥିବା ବେଳେ ସୁନ୍ଦରଗଡ଼ ଏମପି ତଥା ଭାଜପାର ଲୋକ ସଭା...

ଭୋଟ୍‌ ବେଲେ ମାଗି ଆଏସନ୍‌

ସୁନ୍ଦରଗଡ଼ରୁ ଅନିଲ ଦାସ,୧୯ା୫: ଭୋଟ୍‌ ବେଲେ ମାଗି ଆଏସନ୍‌, ପଛେ ଦେଖା ନି ମିଲେ। ଏହାର ଅର୍ଥ ନେତାମାନେ ନିିର୍ବାଚନ ସମୟରେ ଭୋଟ ମାଗିବାକୁ ଘରକୁ...

ହଟୁନି ଚିରାଫଟା ବ୍ୟାନର, ସ୍ମାର୍ଟସିଟି ସୌନ୍ଦର୍ଯ୍ୟତାରେ ସାଜୁଛି ପ୍ରତିବନ୍ଧକ

ରାଉରକେଲା,୧୯ା୫(ବିପ୍ଳବ ରଞ୍ଜନ ଦାଶ)ରାଉରକେଲାରେ ହୋର୍ଡିଂ ସେବାର ଠିକ୍‌ ପରିଚାଳନା ହେଉନାହିଁ। ଫଳରେ ଏହା ସହରର ସୌନ୍ଦର୍ଯ୍ୟ ବୃଦ୍ଧିରେ ପ୍ରତିବନ୍ଧକ ସାଜୁଛି। ଆରଏମ୍‌ସି ଅନୁମୋଦନରେ ବିଭିନ୍ନ ସଂସ୍ଥା...

ଅଧିକାଂଶ ଭୋଟରଙ୍କୁ ମିଳିନି ଚିରକୁଟି

ରାଉରକେଲା, ୧୯ା୫(ସଙ୍ଗୀତା ଜେନା)ଆଉ ମାତ୍ର ଦିନକ ପରେ ସୁନ୍ଦରଗଡ଼ ଲୋକ ସଭା ଓ ବିଧାନସଭା ଆସନ ଲାଗି ମତଦାନ ହେବାକୁ ଯାଉଛି। ମତଦାନ ସଂଖ୍ୟା ବୃଦ୍ଧି...

ନିର୍ବାଚନ ପୂର୍ବରୁ ସୁନ୍ଦରଗଡ଼ରୁ ଜବତ ହେଲା ୨ ଲକ୍ଷ ୪୨ ହଜାର ଟଙ୍କା

ସୁନ୍ଦରଗଡ଼,୧୮।୫: ସୁନ୍ଦରଗଡ଼ ଜିଲା ଭଷ୍ମା ଥାନା ଅଧୀନ କଇଁସରା ଗ୍ରାମରୁ ପୋଲିସ ୨ ଲକ୍ଷ ୪୨ ହଜାର ଟଙ୍କା ଜବତ କରିଛି। ଜବତ ଟଙ୍କା ସମ୍ପର୍କରେ...

୨୫ ବର୍ଷ ଶାସନରେ ଓଡ଼ିଶା ୫୦ ବର୍ଷ ଖସିଛି: ଶାହା

ରାଉରକେଲା,୧୮ା୫(ବିପ୍ଲବ ରଞ୍ଜନ ଦାଶ): ଏଥର ସାରା ଓଡ଼ିଶାରେ ମଧ୍ୟ ପଦ୍ମ ଫୁଟିବ। ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଆସିଲେ ଦେଶରେ ୩୦କୋଟି ଦିଦି ଲକ୍ଷପତି,୩କୋଟି ଗରିବଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri