୨.୬୧ ଲକ୍ଷ ପରିବାରକୁ ୭୫ ହଜାର ତ୍ରିରଙ୍ଗା

ଜଗତ୍‌ସିଂହପୁର ଅଫିସ୍‌, ୧୩।୮: ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ପ୍ରତ୍ୟେକ ପରିବାର ସେମାନଙ୍କ ଘରେ ଜାତୀୟ ପତାକା ଉଡାଇବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ଆଜାଦୀ କା ଅମୃତ ମହୋତ୍ସବ ପାଳନ ଅବସରରେ ହର୍‌ ଘର୍‌ ତ୍ରିରଙ୍ଗା ଆହ୍ବାନକୁ ସଫଳ କରିବା ପାଇଁ ପ୍ରୟାସ ଚାଲିଛି। କେନ୍ଦ୍ର ସରକାର ବିଭିନ୍ନ ପୋଷ୍ଟ ଅଫିସ ମାଧ୍ୟମରେ ତ୍ରିରଙ୍ଗା ବିକ୍ରି ଚଳାଇଛନ୍ତି। ପ୍ରତି ତ୍ରିରଙ୍ଗାର ମୂଲ୍ୟ ୨୫ ଟଙ୍କା ହୋଇଥିଲେ ସୁଦ୍ଧା ଲୋକଙ୍କ ଚାହିଦା ଦୃଷ୍ଟିରୁ ଜିଲାର ଅଧିକାଂଶ ପୋଷ୍ଟ ଅଫିସରରୁ ଏହା ସରିଗଲାଣି। ଅନ୍ୟପଟେ ରାଜ୍ୟ ସରକାର ମିଶନ ଶକ୍ତି ମାଧ୍ୟମରେ ମାଗଣା ତ୍ରିରଙ୍ଗା ଯୋଗାଇବାକୁ ଘୋଷଣା କରିଛନ୍ତି। ଏହି ଅନୁଯାୟୀ ଶୁକ୍ରବାର ଜଗ୍‌ତସଂହପୁର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସର ସଦ୍‌ଭାବନା ସଭାଗୃହରେ ହର୍‌ ଘର୍‌ ତ୍ରିରଙ୍ଗା ଓ ଆଜାଦୀ କା ଅମୃତ ମହୋତ୍ସବ ପାଳନ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ା ଜିଲାପାଳ ପାରୁଲ୍‌ ପଟଓ୍ବାରୀ ଏଥିରେ ପୌରୋହିତ୍ୟ କରି ଅଗଷ୍ଟ ୧୩ରୁ ୧୫ ତାରିଖ ୩ ଦିନ ଧରି ଲୋକେ ଯେପରି ସେମାନଙ୍କ ଘରେ ତ୍ରିରଙ୍ଗା ଉଡାଇବେ ତା ଉପରେ ଗୁରୁତ୍ୱାରୋପ କରିଥିଲେ। ଏନେଇ ଜଗତ୍‌ସିଂହପୁର ଜିଲା ପାଇଁ ମିଶନ ଶକ୍ତି ବିଭାଗ ପକ୍ଷରୁ ୭୫ ହଜାର ତ୍ରିରଙ୍ଗା ପତାକା ଯୋଗାଇ ଦିଆଯାଇଛି। ମାଗଣାରେ ଏସବୁ ପ୍ରତ୍ୟେକ ଘରକୁ ଯୋଗାଇ ଦିଆଯିବ। ବ୍ଲକ ଉନ୍ନୟନ ଅଧିକାରୀ, ପୌର ନିର୍ବାହୀ ଅଧିକାରୀ ଓ ସିଡିପିଓମାନେ ପ୍ରତ୍ୟେକ ପରିବାରକୁ ଏହା ବାଣ୍ଟିବେ। ପ୍ରତ୍ୟେକ ଘରେ ଯେପରି ସମ୍ମାନର ସହ ଜାତୀୟ ପତାକା ଉଡିବ ସେନେଇ ଧ୍ୟାନ ଦେବାକୁ ପଡିବ ବୋଲି କୁହାଯାଇଛି। ଜିଲାରେ ୨,୬୧,୩୦୭ ପରିବାର ଥିବାବେଳେ ମାତ୍ର ୭୫ ହଜାର ତ୍ରିରଙ୍ଗା କିପରି ବଣ୍ଟାଯିବ ସେନେଇ ଆଲୋଚନା ଜୋର ଧରିଛି। ଯେଉଁମାନେ ପତାକା ବାଣ୍ଟିବେ ସେମାନଙ୍କ ଉପରେ ଚାପ ପଡିବା ସ୍ବାଭାବିକ। କେବଳ ଏତିକି ନୁହେଁ, ଏହି ବାହାନାରେ ପତାକା ବାଣ୍ଟିବା ମହିଳା ଓ ପୁରୁଷମାନେ ଫାଇଦା ଉଠାଇ ପାରନ୍ତି। ଯେହେତୁ ବଜାରରେ ୬୦୦ ଇଞ୍ଚ ପତାକାର ଦାମ ୪୦ ଟଙ୍କା ତେଣୁ କିଛି ବ୍ୟତିକ୍ରମ ହେବାର ସମ୍ଭାବନା ରହିଛି। ଅନ୍ୟପଟେ ସମ୍ପର୍କ ଓ କ୍ଷମତା ଦେଖାଇ ଅନେକ ଅଧିକ ସଂଖକ ପତାକା ନେବାକୁ ଚେଷ୍ଟା କରିପାରନ୍ତି ବୋଲି ଆଲୋଚନା ହେଉଛି। ଏ ସମ୍ପର୍କରେ ଜଗତ୍‌ସିଂହପୁର ମିଶନ ଶକ୍ତି ଡିପିସି ଡ. ଅଭିକ ନାରାୟଣଙ୍କ ସହ ଯୋଗାଯୋଗ କରିବାରୁ ସେ କହିଥିଲେ, ଜିଲାର ବାଲିକୁଦା, ବିରିଡ଼ି, ଜଗତ୍‌ସିଂହପୁର, କୁଜଙ୍ଗ ଓ ରଘୁନାଥପୁର ବ୍ଲକର ୫ଟି ଉପତ୍ାଦକ ଗୋଷ୍ଠୀଠାରୁ ୧,୫୦,୦୦୦ ପତାକା କିଣାଯାଇଥିଲା। ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁସାରେ ସେଥିରୁ ୭୫,୦୦୦ ଜିଲାରେ ଓ ଅବଶିଷ୍ଟ ୭୫,୦୦୦ ମୟୂରଭଞ୍ଜ ଯିବ ବୋଲି ସ୍ଥିର ହୋଇଛି। ରାଜ୍ୟର ଏକାଧିକ ଜିଲାରେ ପତାକା ଉପତ୍ାଦନ ହୋଇ ନ ପାରିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା କୁହାଯାଇଛି। ତେବେ ଜଗତ୍‌ସିଂହପୁର ଜିଲାର ୮ଟି ବ୍ଲକ ଓ ୨ ପୌରାଞ୍ଚଳରେ ୭୫,୦୦୦ ପରିବାରକୁ ଗୋଟିଏ ହିସାବରେ ପତାକା ମାଗଣାରେ ଦିଆଯିବ। ଯେହେତୁ ପରିବାର ସଂଖ୍ୟାଠାରୁ ପତାକା କମ ରହୁଛି ତେଣୁ ଯେଉଁ ସ୍ଥାନରେ ଭଲ ଦେଖାଯିବ ସମ୍ପୃକ୍ତ ପରିବାରକୁ ଅଗ୍ରାଧିକାର ଭିତିରେ ପତାକା ଦିଆଯିବ ବୋଲି କହିଥିଲେ। ବାସ୍ତବରେ ପତାକା ବଣ୍ଟନ ହେଲାପରେ କି ସମସ୍ୟା ରହୁଛି ତାହା ଜଣାପଡ଼ିବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏନ୍‌କାଉଣ୍ଟରେ ୪ ମାଓବାଦୀ ନିପାତ

ରାୟପୁର/ମାଲକାନଗିରି,୩୦।୪: ଏନକାଉଣ୍ଟରେ ମଙ୍ଗଳବାର ୪ ମାଓବାଦୀ ଟଳିପଡିଛନ୍ତି। ଛତିଶଗଡର ନାରାୟଣପୁର ଆବୁଜମାଡ ଜଙ୍ଗଲରେ ସୁରକ୍ଷାକର୍ମୀ ଏବଂ ମାଓବାଦୀ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ୪ ମାଓବାଦୀ ନିହତ...

ଭାଜପା କର୍ମୀ ସମ୍ମିଳନୀ, ମିଶ୍ରଣ ପର୍ବ

କାମାକ୍ଷାନଗର,୩୦।୪(ସୁଧୀର ପରିଡ଼ା): ଢେଙ୍କାନାଳ ଜିଲା କଙ୍କଡାହାଡ଼ ବ୍ଲକ ଦଶୀପୁର, କଣ୍ଟାପାଳ ଓ ବିରିବୋଲେଇ ପଞ୍ଚାୟତରେ ଭାଜପାର କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି।...

ବିଜେଡିରେ ମିଶିଲେ ଜିଲା ଯୁବ କଂଗ୍ରେସ ପୂର୍ବତନ ସଭାପତି

ଢେଙ୍କାନାଳ,୩୦ା୪(ରତନ ନାୟାର): ଢେଙ୍କାନାଳ ସହର ଗଣେଶ ମଣ୍ଡପଠାରେ ରବିବାର ବିଜେଡି ପକ୍ଷରୁ ଏକ ମିଶ୍ରଣପର୍ବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲା ଯୁବ କଂଗ୍ରେସର ପୂର୍ବତନ ସଭାପତି...

କଣ୍ଟେନରରେ ଲାଗିଲା ଭୟଙ୍କର ନିଆଁ: ଲକ୍ଷାଧିକ ଟଙ୍କା ସମ୍ପତ୍ତି ନଷ୍ଟ

କଟକ, ୩୦।୦୪ (କାର୍ତ୍ତିକ ସାହୁ): ଜଗତପୁର ଥାନା ଅନ୍ତର୍ଗତ ନଜରପୁରଠାରେ ଥିବା ଶ୍ରମିକ ମାନଙ୍କର ରହିବା ପାଇଁ ଛ’ଟି କଣ୍ଟେନରରେ ସୋମବାର ବିଳମ୍ବିତ ରାତି ପ୍ରାୟ...

ଚିନ୍ତା ବଢ଼ାଇଲାଣି ଜଙ୍ଗଲ ନିଆଁ

ନୟାଗଡ଼,୩୦।୪(ଲୋକନାଥ ମିଶ୍ର): ନୟାଗଡ଼ ବନଖଣ୍ଡ ଓ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡରେ ଜଙ୍ଗଲରେ ଲାଗୁଥିବା ନିଆଁ ଚିନ୍ତା ବଢାଇ ଦେଲାଣି। ଅଗ୍ନିବର୍ଷା ବେଳେ ଜଙ୍ଗଲର ନିଆଁର ତାତି...

ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜିଲେ

ରେମୁଣା,୩୦।୪(ରବୀନ୍ଦ୍ର ମହାକୁଡ଼): ବାଲେଶ୍ୱର ଜିଲା ରେମୁଣା ନିର୍ବାଚନମଣ୍ଡଳୀ ଅଧୀନ କୁରୁଡ଼ା ଯାତ୍ରାପଡ଼ିଆଠାରେ କଂଗ୍ରେସର ଏକ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଯାଇଛି। ଏମ୍‌ପି ପ୍ରାର୍ଥୀ ଶ୍ରୀକାନ୍ତ ଜେନା...

କଟକ ଲୋକ ସଭା ଆସନ: ଅଭିଜ୍ଞ ବନାମ ନୂଆ ଚେହେରା

କଟକ,୩୦।୪(ଶିଳ୍ପା ପ୍ରିୟଦର୍ଶିନୀ):କଟକ ସଂସଦୀୟ କ୍ଷେତ୍ରରେ ତ୍ରିମୁଖୀ ଲଢେଇ ହେବା ନେଇ ଆଲୋଚନା ହେଉଛି। ଲୋକ ସଭା ଆସନ ପାଇଁ ବିଜେଡି ସଂତୃପ୍ତ ମିଶ୍ର, ଭାଜପା ଭର୍ତ୍ତୃହରି...

‘ଓଡ଼ିଆ ଅସ୍ମିତାକୁ ଜାଗ୍ରତ କରି ରାଜ୍ୟକୁ ୧ ନମ୍ବର କରିବା’

ଅନୁଗୋଳ,୩୦ା୪ (ଅମିତ କୁମାର ସାମଲ)/ ଆଠମଲ୍ଲିକ (ଉଦୀପ୍ତ ପୁରୋହିତ)/ ବଇଣ୍ଡା (ପରିକ୍ଷିତ ସାହୁ):ଓଡ଼ିଶାରେ ପ୍ରଥମ ଥର ଓ କେନ୍ଦ୍ରରେ ତୃତୀୟ ଥର ପାଇଁ ଭାଜପା ସରକାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri