Posted inଜାତୀୟ

୮ ଆଇପିଏସ୍‌ ଅଫିସରଙ୍କୁ ଇଡି ସମନ

କୋଲକାତା,୧୨।୮(ଆଇଏଏନ୍‌ଏସ୍‌):କୋଇଲା ଚୋରା କାରବାର ମାମଲା ସହ ସମ୍ପୃକ୍ତ ପଶ୍ଚିମବଙ୍ଗର ୮ ଜଣ ଭାରତୀୟ ପୋଲିସ ସେବା (ଆଇପିଏସ୍‌) ଅଫିସରଙ୍କୁ ଜେରା ଲାଗି ଦିଲ୍ଲୀ ମୁଖ୍ୟାଳୟରେ ହାଜର ହେବା ନିମନ୍ତେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗୁରୁବାର ସମନ ଜାରି କରିଛି। ୮ ଆଇପିଏସ୍‌ ଅଫିସରଙ୍କ ମଧ୍ୟରେ ଅଛନ୍ତି ରାଜ୍ୟ ପୋଲିସ ସିଆଇଡି ଏବଂ ସ୍ପେଶାଲ ଟାସ୍କଫୋର୍ସ ଏଡିଜି ଜ୍ଞାନଓ୍ବନ୍ତ ସିଂ, ରାଜ୍ୟ ଗୋଇନ୍ଦା ବିଭାଗ ଏଡିଜି ରାଜୀବ ମିଶ୍ର, ଟ୍ରାଫିକ ବିଭାଗ ଡିଆଇଜି ସୁକେଶ କୁମାର ଜୈନ, ରାଜ୍ୟ ସିଭିଲ୍‌ ଡିଫେନ୍ସ ଡିଆଇଜି ଶ୍ୟାମ ସିିଂ, ପୁରୁଲିଆ ଏସ୍‌ପି ଏସ୍‌. ସେଲ୍‌ଭାମୁରୁଗାନ, ଦୁର୍ନୀତି ନିବାରଣ ବିଭାଗ ଏସ୍‌ପି କୋଟେଶ୍ୱର ରାଓ, ପଶ୍ଚିମବଙ୍ଗ ପୋଲିସ ନିଯୁକ୍ତି ବୋର୍ଡ ଏସ୍‌ପି ତଥାଗତ ବସୁ ଏବଂ କାଉଣ୍ଟର ଇନ୍‌ସର୍ଜେନ୍ସି ଫୋର୍ସ ଏସ୍‌ପି ଭାସ୍କର ମୁଖାର୍ଜୀ।
ରାଜ୍ୟରେ କୋଇଲା ଚୋରା କାରବାର ଶୀର୍ଷରେ ପହଞ୍ଚତ୍ଥିବାବେଳେ ଉପରୋକ୍ତ ଅଧିକାରୀମାନେ ସେଥିରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଜଡ଼ିତ ଥିବାର ନିର୍ଦ୍ଦିଷ୍ଟ ତଥ୍ୟ ଇଡି ହାତରେ ଲାଗିଥିବା ଏକ ସୂତ୍ରରୁ ଜଣାପଡ଼ିଛି। ପଶ୍ଚିମ ବର୍ଦ୍ଧମାନ ଜିଲାର ଆସାନସୋଲ ଏବଂ ପୁରୁଲିଆ ଜିଲାର କିଛି ଅଞ୍ଚଳ କୋଇଲା ଦୁର୍ନୀତିର ପେଣ୍ଠସ୍ଥଳ ଥିଲା। ଉଭୟ ସିବିଆଇ ଏବଂ ଇଡି ଏହି ଦୁର୍ନୀତି ମାମଲାର ତଦନ୍ତ ଚଳାଇଛି। ଏହି ମାମଲାରେ ପୂର୍ବରୁ ଟିଏମ୍‌ସି ଏମ୍‌ପି ତଥା ଦଳର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀ ଓ ତାଙ୍କ ସ୍ତ୍ରୀ ରୁଜିରାଙ୍କୁ ଇଡି ଜେରା କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆମେଠି ପ୍ରାର୍ଥୀ କେ.ଏଲ ଶର୍ମାଙ୍କ ବିସ୍ପୋରକ ବୟାନ, ଗାନ୍ଧୀ ପରିବାର ପାଖରେ କରୁନି ଚାକିରି

ନୂଆଦିଲ୍ଲୀ,୫।୫: ଆମେଠିରୁ କଂଗ୍ରେସ କିଶୋରୀ ଲାଲ ଶର୍ମାଙ୍କୁ ଟିକେଟ୍‌ ଦେଇଛି। ତେବେ ଟିକେଟ୍‌ ମିଳିବା ପରେ ସେ ଏକ ବିସ୍ପୋରକ ବୟାନ ଦେଇଛନ୍ତି। ସେ କହିଛନ୍ତି,...

ଆମେଠିରୁ ଟିକେଟ୍‌ ନ ମିଳିବାରୁ ଏମିତି ପୋଷ୍ଟ କଲେ ରର୍ବଟ ଭଦ୍ରା, କହିଲେ ରାଜନୀତିର କୌଣସି ଶକ୍ତି…

ନୂଆଦିଲ୍ଲୀ,୫।୫: କଂଗ୍ରେସ ଆମେଠି ଓ ରାଏବରେଲିରୁ ପ୍ରାର୍ଥୀ ଘୋଷଣା କରିଛି। ରାହୁଲ ଗାନ୍ଧୀ ରାଏବରେଲିରୁ ନାମାଙ୍କନ ଦାଖଲ କରିଥିବାବେଳେ କେ.ଏଲ ଶର୍ମା ଆମେଠି ଲୋକ ସଭା...

ହଳଦୀ ଏବଂ ଲଙ୍କାଗୁଣ୍ଡରେ ମିଶୁଛି ପୋଷାକ ରଙ୍ଗ

ନୂଆଦିଲ୍ଲୀ,୫।୫: ବଜାରରେ ଏବେ ପ୍ରାୟ ସବୁ କିଛି ଭେଜାଲ। ମସଲା ହେଉ କିମ୍ବା ଅନ୍ୟ କୌଣସି ଖାଦ୍ୟପଦାର୍ଥ ସବୁ ଥିରେ ମାତ୍ରାଧିକ କେମିକାଲ। ଏସବୁ ଖାଇବା...

ବଲିଉଡ୍‌ ପ୍ରଭାବରେ ଦେଶର ନିର୍ବାଚନ

ନୂଆଦିଲ୍ଲୀ,୫ା୫: ଭାରତୀୟ ହିନ୍ଦୀ ସିନେମା ଶିଳ୍ପ ନିକଟ ଅତୀତରେ ଅନେକ ଚଳଚ୍ଚିତ୍ର ନିର୍ମାଣ କରିଛି, ଯେଉଁଥିରେ ନିର୍ବାଚନକୁ ପ୍ରଭାବିତ କଲା ଭଳି ଜାତୀୟତାବାଦ, ଇସ୍‌ଲାମ ବିରୋଧୀ...

ସ୍ତ୍ରୀଙ୍କ ସହ ଅପ୍ରାକୃତ ଯୌନ ସମ୍ପର୍କ ବଳାତ୍କାର ନୁହେଁ: ହାଇକୋର୍ଟ

ନୂଆଦିଲ୍ଲୀ,୫ା୫: ସ୍ତ୍ରୀଙ୍କ ସହ ଅପ୍ରାକୃତ ଯୌନ ସମ୍ପର୍କକୁ ବଳାତ୍କାର କୁହାଯାଇପାରିବ ନାହିଁ ବୋଲି ମଧ୍ୟପ୍ରଦେଶ ହାଇକୋର୍ଟ ଏକ ରାୟରେ କହିଛନ୍ତି। ଏପରିକି ସ୍ତ୍ରୀଙ୍କର ସହମତି ନ...

ଆଜି ଆସିବେ ମୋଦି, ନଡ୍ଡା

ଭୁବନେଶ୍ୱର, ୫।୫(ସୁନିତ୍‌ ମିଶ୍ର)ନିର୍ବାଚନ ପ୍ରଚାର ପାଇଁ ଭାଜପା କେନ୍ଦ୍ରୀୟ ନେତାମାନଙ୍କ ଘନ ଘନ ଓଡ଼ିଶା ଗସ୍ତ କରୁଛନ୍ତି। ନିକଟରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ଭାଜପା...

ଏପଟେ ଧମକ, ସେପଟେ ଆକ୍ରମଣ

ପାଲାମ୍‌/ଭୁବନେଶ୍ୱର/ପୁଞ୍ଚ,୫ା୫ଜମ୍ମୁ-କଶ୍ମୀରର ପୁଞ୍ଚ ଜିଲାରେ ଶନିବାର ସନ୍ଧ୍ୟାରେ ଆତଙ୍କବାଦୀମାନେ ବଡ଼ଧରଣର ଆକ୍ରମଣ କରିଛନ୍ତି। ଏଥିରେ ଭାରତୀୟ ବାୟୁସେନା (ଆଇଏଏଫ୍‌)ର ଜଣେ ଯବାନ ଶହୀଦ ଓ ୪ ଆହତ...

ଯୋଗକୁ ଆପଣାଇଲା ପାକିସ୍ତାନ

ଇସ୍‌ଲାମାବାଦ,୫ା୫ପ୍ରାଚୀନ ଭାରତୀୟ ଶାରୀରିକ, ମାନସିକ ତଥା ଆଧ୍ୟାତ୍ମିକ ଅଭ୍ୟାସ ‘ଯୋଗ’ ବିଶ୍ୱର ଅଧିକାଂଶ ଦେଶରେ ଆଦୃତ ହୋଇଥିବାବେଳେ ଏବେ ପଡ଼ୋଶୀ ଦେଶ ପାକିସ୍ତାନରେ ଏହା ଆନୁଷ୍ଠାନିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri