ଫୁଲବାଣୀ ବ୍ଲକରେ ଦେଢ଼ମାସ ହେଲା ଇଣ୍ଟରନେଟ୍‌ ଫେଲ୍‌

ଫୁଲବାଣୀ ଅଫିସ, ୧୧ା୮: କନ୍ଧମାଳ ଜିଲା ଫୁଲବାଣୀ ବ୍ଲକରେ ବିଏସ୍‌ଏନ୍‌ଏଲ ନେଟର୍ୱାକ ଠିକ୍‌ ଭାବେ କାମ କରୁନାହିଁ । କଟ୍ରିଙ୍ଗିଅିା ଛକରେ ଥିବା କଷ୍ଟମର ସର୍ଭିସ ପଏଣ୍ଟ (ସିଏସ୍‌ପି)ରେ ଆଜକୁ ଦେଢ଼ ମାସ ହେଲା ଇଣ୍ଟରନେଟ ସର୍ଭିସ ନାହିଁ । ଫଳରେ ଟଙ୍କା ଉଠାଣ ପାଇଁ ଆସୁଥିବା ଗ୍ରାହକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସ୍ଥାନୀୟ ଅଞ୍ଚଳରେ ଏ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ଅପରପକ୍ଷେ ବିଏସ୍‌ଏନ୍‌ଏଲ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ ସ୍ଥିତିରେ ସୁଧାର ଆସୁନାହିଁ । ଏମ୍‌ଜିଏନ୍‌ଆରଇଜିଏସ୍‌, ଭତ୍ତା, ପାସ୍‌ ବୁକ୍‌ରେ ଥିବା ଗଚ୍ଛିତ ଟଙ୍କା ଉଠାଇବା ଲାଗି ଦିନକୁ ପ୍ରାୟ ୧୫୦ରୁ ଊର୍ଦ୍ଧ୍ୱ ଗ୍ରାହକ ଆସିଥାନ୍ତି । କିନ୍ତୁ ନେଟୱାର୍କ ସମସ୍ୟା ଯୋଗୁ ଟଙ୍କା ଉଠାଣ ହୋଇ ପାରୁନାହିଁ । ପାଲଚି, କାଣିବାଲି, ଡୁଣ୍ଡୁକି, ଗାଡିପଦର, ନେଡିପଙ୍ଗା, କିଲୁପଙ୍ଗା, ସ୍ରାକି, ଗୁମିଗାଁ ଆଦି ଅନେକ ଗ୍ରାମର ଲୋକେ ଏହି ସିଏସ୍‌ପି ଉପରେ ନିର୍ଭରଶୀଳ । ଏହି ସମସ୍ୟା ନେଇ କେତେକ ଗରିବ ଲୋକ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

ମୁଁ ଏମ୍‌ଜିଏନ୍‌ଆରଇଜିଏସରେ କାମ କରିଥିଲି । ମାସେ ହେଲା ଟଙ୍କା ଉଠାଇବା ପାଇଁ ଏଠାକୁ ଆସୁଛି । ହେଲେ ଟଙ୍କା ମିଳୁନାହିଁ । କହୁଛନ୍ତି ନେଟୱାର୍କ ନାହିଁ । ଆମେ ଗାଉଁଲି ଲୋକ । ଏକଥା କିଛି ବୁଝି ପାରୁନୁ । ଘର ଚଳିବା ଲାଗି ଟଙ୍କା ଦରକାରା କିନ୍ତୁ ମିଳୁନାହିଁ ବୋଲି ଗୁମି ଗାଁର ତାରିଣୀ ବିନ୍ଧାଣୀ କହିଛନ୍ତି । ନେଡିପଙ୍ଗା ଗ୍ରାମର ପ୍ରମିଳା କହଁର ଜଣେ ପକ୍ଷାଘାତ ରୋଗୀ । ସେ ବହୁ କଷ୍ଟରେ ଆସି ଟଙ୍କା ପାଇ ପାରୁ ନାହାନ୍ତି। ନିଜ ଔଷଧ କିପରି କିଣିବେ ସେ ନେଇ ଚିନ୍ତାରେ ଅଛନ୍ତି। ସେହିପରି ସ୍ରାକି ଗ୍ରାମର ମୁଲାବତୀ କହଁରଙ୍କ ସମେତ ଅନ୍ୟମାନେ ବହୁ ହଇରାଣ ହେଉଛନ୍ତି ।

ସିଏସ୍‌ପି କରିଥିବା ସୁରେନ୍ଦ୍ର ସାହୁ କୁହନ୍ତି, ଗତ ଜୁଲାଇ ୫ରୁ ଇଣ୍ଟଟରନେଟ ସେବା କାମ କରୁନାହିଁ । ଟଙ୍କା ଉଠାଣ କଲେ ଲୋକଙ୍କ ଆକାଉଣ୍ଟରୁ କଟିଯାଉଛି । ହେଲେ ମୋ ପାଖକୁ ଅବା ଆକାଉଣ୍ଟକୁ ଆସୁନାହିଁ । ଗ୍ରାହକମାନେ ଭାବୁଛନ୍ତି ଟଙ୍କା ମଁୁ ନେଇଗଲି । ନେଟୱାର୍କ ସମସ୍ୟା ଯୋଗୁ ଏପରି ହେଉଛି । ଏ ନେଇ ବିଏସ୍‌ଏନ୍‌ଏଲ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଜଣାଇଥିଲେ ମଧ୍ୟ ସେମାନେ କିଛି ପଦକ୍ଷେପ ନେଉ ନାହାନ୍ତି। ଏ ସମ୍ପର୍କରେ ବିଏସ୍‌ଏନ୍‌ଏଲ ଏଜିଏମ୍‌/ଟିଡିଇ ଶିବ ପ୍ରସାଦ ସାମନ୍ତରାୟଙ୍କୁ ପଚାରିବାରୁ ଆମର ଫାଇବର ଲାଇନ କଟିଯାଇଛିା ବର୍ଷା ଯୋଗୁ କେଉଁଠି ଅସୁବିଧା  ହୋଇଛି ତାହା ଜଣା ପଡୁନାହିଁ । ଆଗାମୀ ଦୁଇ ଦିନ ମଧ୍ୟରେ ସବୁ ଠିକ୍‌ କରାଯିବ ଏବଂ ଗ୍ରାହକଙ୍କ ଅସୁବିଧା ଦୂର ହେବ ବୋଲି ପ୍ରକାଶ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ମାଲକାନଗିରିରେ ବଢ଼ିଲା ଇଣ୍ଟରନେଟ କଟକଣା

ମାଲକାନଗିରି,୯।୧୨: ମାଲକାନଗିରି ଜିଲା କୋରୁକୋଣ୍ଡା ଥାନା ଅଧୀନ ଡୁଡ଼ାମେଟଲା ନଦୀ ନିକଟରୁ ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଜବତ ଘଟଣା ପରେ ରାଖେଲଗୁଡ଼ା ଏବଂ ଏମ୍‌ଭି...

ଆର୍‌ଡିଙ୍କ ଅଚାନକ କଲେଜ ପରିଦର୍ଶନ

ଭଞ୍ଜନଗର,୯।୧୨(ବାବୁଲା ପ୍ରଧାନ): ବ୍ରହ୍ମପୁର ଆଞ୍ଚଳିକ ଉଚ୍ଚ ଶିକ୍ଷା ନିର୍ଦ୍ଧେଶକ(ଆର୍‌ଡି) ପ୍ରଫେସର ଡ.ନାରାୟଣ ବେହେରା ମଙ୍ଗଳବାର ଅଚାନକ ଭଞ୍ଜନଗର ସହରରେ ଥିବା ୩ ପ୍ରମୁଖ କଲେଜ କବି...

୩ ଦିନ ହେଲା ଅଟକି ରହିଛି ଟ୍ରକ୍‌, ବାହାରୁଛି ପଚା ଦୁର୍ଗନ୍ଧ, ରକ୍ତ: ଅଞ୍ଚଳରେ ଚାଞ୍ଚଲ୍ୟ

ନୟାଗଡ଼,୯।୧୨(ଲୋକନାଥ ମିଶ୍ର ମିଶ୍ର): ଟ୍ରକରୁ ବାହାରୁଛି ପଚା ଦୁର୍ଗନ୍ଧ ଏବଂ ରକ୍ତ। ନୟାଗଡ଼ ବ୍ଲକ ଶାଳଭଙ୍ଗା ଜଙ୍ଗଲ ଫରେଷ୍ଟ ଟାୱାର ନିକଟରେ ଟ୍ରକଟି ଅଟକି ରହିଛି।...

ସରପଞ୍ଚଙ୍କ ଘରୁ ଲୁଟ୍‌

ନୟାଗଡ଼,୯।୧୨(ଲୋକନାଥ ମିଶ୍ର ମିଶ୍ର): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଭୋଗବାଡ଼ି ସରପଞ୍ଚ ନିିର୍ମଳା ସାହୁଙ୍କ ଘରୁ ଚୋରି ହୋଇଛି। ଦୁର୍ବୃତ୍ତମାନେ ସୋମବାର ରାତିରେ ସରପଞ୍ଚଙ୍କ ଘରେ...

ମନ୍ଦିର ନିକଟରେ କୁଟୁରାକୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ ଘଟିଗଲା…

ଭଞ୍ଜନଗର,୯।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଦୁର୍ଗାପ୍ରାସାଦ ମୁଖ୍ୟ ରାସ୍ତାର ସୋରଦେବୀ ମନ୍ଦିର ନିକଟରେ ମଙ୍ଗଳବାର ସକାଳେ ବାଇକ ଧକ୍କାରେ ଏକ କୁଟୁରା ମୃତ୍ୟୁବରଣ କରିଛି। ଏଥିରେ...

ଗୋପୀନାଥ ମନ୍ଦିରରୁ ଚୋରି: ନେଇଗଲେ ଦିଅଙ୍କ ଅଳଙ୍କାର

ଗଜପତି,୯।୧୨(ଗିରିଧାରୀ ପରିଛା): ଆନ୍ଧ୍ରପ୍ରଦେଶ କତୁରୁ ମଡ଼ଲମରେ ଥିବା ଲିହୁରୀ ଗ୍ରାମ ଗୋପୀନାଥ ମନ୍ଦିରରୁ ଚୋରି ହୋଇଛି । ଦୁର୍ବୃତ୍ତମାନେ ଦିଅଙ୍କ ଅଳଙ୍କାର ସହ ମନ୍ଦିରରେ ଲାଗିଥିବା...

ବାଇକରେ ଫେରୁଥିବାବେଳେ ପୋଲ ତଳକୁ ଖସିପଡ଼ିଲେ ୨ ଜଣ: ଆଉ ତା’ପରେ…

ଓଡଗାଁ, ୯।୧୨(ଆଦର୍ଶ କୁମାର ପଟ୍ଟନାୟକ): ନୟାଗଡ଼ ଜିଲା ଓ ଆଦର୍ଶ ଥାନା ଗିରିଡିପଲ୍ଲୀରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ପଞ୍ଚାୟତ ଧଝୋଲା ଗ୍ରାମର ଫକୀର...

ପାହାଡ ପାର୍ଶ୍ୱରୁ ମୋରମ ତାଢି ନେଉଯାଉଥିଲେ, ରୋକିଲେ ଗ୍ରାମବାସୀ

ଧର୍ମଶାଳା,୯।୧୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ବଡ଼କାଏମା ପଞ୍ଚାୟତରେ ଥିବା ଐତିହାସିକ କାଏମା ପାହାଡ ପାର୍ଶ୍ୱରୁ ମୋରମ ତାଡ଼ି ନେଇ ଅନ୍ୟ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri