‘୫-ଟି’କୁ ଆସୁ କପିଳାସ ପୀଠ

ଢେଙ୍କାନାଳ ଅଫିସ, ୧୦।୮

ଐତିହ୍ୟସମ୍ପନ୍ନ ମଠ ମନ୍ଦିରଗୁଡ଼ିକର ବିକାଶ ପାଇଁ ରାଜ୍ୟ ସରକାର ସ୍ବତନ୍ତ୍ର ଦୃଷ୍ଟି ଦେଉଛନ୍ତି। ପ୍ରାଚୀନ, କିମ୍ବଦନ୍ତୀପୂର୍ଣ୍ଣ ପୀଠକୁ ‘୫-ଟି’ ଅନ୍ତର୍ଭୁକ୍ତ କରାଯାଇ ପର୍ଯ୍ୟଟକ ଅନୁକୂଳ ବାତାବରଣ ସୃଷ୍ଟି କରାଯାଉଛି। ହେଲେ ଦ୍ୱାଦଶ ଶତାବ୍ଦୀର ଗଙ୍ଗବଂଶୀୟ କୀର୍ତ୍ତିରାଜି ତଥା ରାଜ୍ୟର ପ୍ରସିଦ୍ଧ ଶୈବପୀଠ କପିଳାସକୁ ଅଦ୍ୟାବଧି ଏଥିରେ ସାମିଲ କରାଯାଇନାହିଁ। ଫଳରେ ଏହାର ବିକାଶ ଯେଉଁ ଭଳି ଭାବେ ହେବା କଥା, ତାହା ହୋଇପାରୁ ନ ଥିବା ଅଭିଯୋଗ କରିଛନ୍ତି ଢେଙ୍କାନାଳର ପୂର୍ବତନ ବିଧାୟକ ନବୀନ ନନ୍ଦ। ଶ୍ରୀଚନ୍ଦ୍ରଶେଖରଜୀଉଙ୍କ ବିଜେସ୍ଥଳୀର ସାମଗ୍ରିକ ଉନ୍ନତି ପାଇଁ ଖୁବ୍‌ଶୀଘ୍ର ୧୦୦ କୋଟି ଟଙ୍କାର ଏକ ମାଷ୍ଟର ପ୍ଲାନ୍‌ ପ୍ରସ୍ତୁତ କରିବା ପାଇଁ ସେ ଦାବି କରିଛନ୍ତି।
ପୂର୍ବତନ ବିଧାୟକ ନନ୍ଦ ଅଭିଯୋଗ କରିଛନ୍ତି ଯେ, କପିଳାସ ପୀଠକୁ ରାଜ୍ୟ ସରକାର ଗୁରୁତ୍ୱ ଦେଉଥିବା କହୁଛନ୍ତି। ତେବେ ଦୀର୍ଘଦିନରୁ ପ୍ରସ୍ତାବିତ ରୋପ୍‌ ଓ୍ବେ ଅଦ୍ୟାବଧି କାର୍ଯ୍ୟକାରୀ ହୋଇପାରିଲାନାହିଁ। ପୀଠରୁ ପୁରୀକୁ ସିଧାସଳଖ ବସ୍‌ସେବା ଯୋଗାଇ ଦେବା ଲାଗି ଏକାଧିକଥର ଦାବି କରାଯାଇଛି। ତଥାପି ଏହା ହୋଇପାରୁନାହିଁ। ଯୋରନ୍ଦା ମହିମାଗାଦି, ସପ୍ତଶଯ୍ୟା ଦେଇ ଶ୍ରୀକ୍ଷେତ୍ରକୁ ବସ୍‌ସେବା ଉପଲବ୍ଧ ହେଲେ ଜିଲା ପର୍ଯ୍ୟଟନର ଗୁରୁତ୍ୱ ବଢ଼ିବ। ସେହିପରି କପିଳାସ ପ୍ରାଣୀ ଉଦ୍ୟାନ ନିର୍ମାଣ ପାଇଁ ଠାକୁରଙ୍କ ୭୯ ଏକର ଜମି ଯାଇଛି। ବନ ବିଭାଗ ସମାନ ପରିମାଣର ଜମି ଦେବୋତ୍ତର ବିଭାଗକୁ ଦେଲେ ପୀଠର ବିଭିନ୍ନ ଉନ୍ନତୀମୂଳକ କାର୍ଯ୍ୟ ହୋଇପାରିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।
ଏଥିସହ ପୀଠରେ ପର୍ଯ୍ୟାପ୍ତ ପିଇବା ପାଣି, ଶ୍ରଦ୍ଧାଳୁଙ୍କ ପାଇଁ ଗାଧୁଆ ଘର, ଶୌଚାଳୟ, ୨୦୧୩ରୁ ନିର୍ମିତ ମାର୍କେଟ କମ୍ପ୍ଲେକ୍ସର ପୁନରୁଦ୍ଧାର, ନିଲାମଧାରୀ ଦୋକାନୀଙ୍କୁ ଥଇଥାନ, ସିଂହଦ୍ୱାର ସମ୍ମୁଖ ବଡ଼ଦାଣ୍ଡକୁ ପରିଷ୍କାର ପରିଚ୍ଛନ୍ନ ରଖିବା, ଭକ୍ତ ଏବଂ ସେବାୟତଙ୍କ ପାଇଁ ପୃଥକ୍‌ ବିଶ୍ରାମକ କ୍ଷ, କଳା ପରିଷଦ ମଣ୍ଡପକୁ ଯାତ୍ରୀଙ୍କ ବ୍ୟବହାର ଉପଯୋଗୀ କରିବା, ୨୦୦୩ରେ ବିଧାୟକଙ୍କ ଆଞ୍ଚଳିକ ଉନ୍ନୟନ ପାଣ୍ଠିରୁ ନିର୍ମିତ ପାଠାଗାରର ନବକଳେବର, ବର୍ଷାଦିନେ ଯାତ୍ରୀଙ୍କ ସୁରକ୍ଷା ପାଇଁ ପାହାଚ ରାସ୍ତାରେ ୧୦ ବିଶ୍ରାମାଗାର ନିର୍ମାଣ କରିବା ଜରୁରୀ ବୋଲି ପୂର୍ବତନ ବିଧାୟକ ପ୍ରସ୍ତାବ ଦେଇଛନ୍ତି।
ସେହିପରି କପିଳାସରେ ଶିଶୁ ଉଦ୍ୟାନ, ପାର୍କ, ପୀଠର ପବିତ୍ରତା ରକ୍ଷା କରିବା ପାଇଁ ମନ୍ଦିର ପାଦଦେଶରୁ ମୁଖଶାଳା ପର୍ଯ୍ୟନ୍ତ ଆମିଷ ଭୋଜି ବନ୍ଦ, ହୋଟେଲରେ ଆମିଷ ଖାଦ୍ୟ ବିକ୍ରି ସମ୍ପୂର୍ଣ୍ଣ ନିଷେଧ କରିବାକୁ ସେ ଦାବି କରିଛନ୍ତି। ଟୋଲଗେଟ୍‌କୁ ବୈଦ୍ୟୁତିକ ସ୍ବୟଂକ୍ରିୟ ଚେକ୍‌ଗେଟ କରିବା ସହ ଏହାକୁ ସନ୍ତୋଷୀ ଛକକୁ ଉଠାଇ ନିଆଯାଉ। ଫଳରେ କେବଳ କପିଳାସ ପୀଠକୁ ଯାଉଥିବା ଶ୍ରଦ୍ଧାଳୁ ଟୋଲ୍‌ ଫ୍ରି ଦେବେ। ପ୍ରାଣୀ ଉଦ୍ୟାନ ଓ ସାଇନ୍ସ ପାର୍କ ବୁଲି ଆସୁଥିବା ଯାତ୍ରୀଙ୍କୁ ଶୁଳ୍କବୋଝରୁ ମୁକ୍ତି ମିଳିବ ବୋଲି ସେ କହିଛନ୍ତି।
ଅନୁରୂପ ଭାବେ କପିଳାସ ଅଞ୍ଚଳର ସୁରକ୍ଷା ପାଇଁ ସ୍ଥାୟୀ କର୍ମଚାରୀ ନିଯୁକ୍ତି, ସ୍ଥାୟୀ ପୋଲିସ ଫାଣ୍ଡି, ଏଟିଏମ୍‌ କାଉଣ୍ଟର ସ୍ଥାପନ, ପାର୍କିଂ ସ୍ଥାନ, ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ, ଲିଙ୍ଗରାଜ ମନ୍ଦିର ଶୈଳୀରେ ସ୍ବତନ୍ତ୍ର ଟ୍ରଷ୍ଟ ବୋର୍ଡ ଗଠନ, ଜଣେ ପ୍ରଶାସନିକ ଅଧିକାରୀଙ୍କୁ ନିଯୁକ୍ତି ଦେବା, ଠାକୁରଙ୍କ ସ୍ଥାବର ଜମି ଚିହ୍ନଟ କରି ଏହାକୁ ବଜାର ଦରରେ ବିକ୍ରି ଏବଂ ପ୍ରାପ୍ତ ଅର୍ଥକୁ ସ୍ଥାୟୀ ଜମା ଆକାରରେ ରଖିବା, ଜବରଦଖଲରେ ଥିବା ଜମିର ପୁନରୁଦ୍ଧାର, ମହୁଲଖୋଲି ଗ୍ରାମରେ ଠାକୁରଙ୍କ ନାମରେ ଥିବା ୧୨୦୦ ଏକର ଉଜୁଡା କାଜୁ ଜଙ୍ଗଲର ପୁନରୁଦ୍ଧାର, ଦାନ ଟଙ୍କା ହିସାବ ବ୍ୟବସ୍ଥିତ କରିବାକୁ ସେ ଦାବି କରିଛନ୍ତି। ମନ୍ଦିର ମୁଖଶାଳା ନିକଟରେ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ଅନୁଦାନ ପାଣ୍ଠିରୁ ନିର୍ମିତ ଯାତ୍ରୀ ବିଶ୍ରାମାଗାରରେ ଦେବୋତ୍ତର ବିଭାଗ ଅବଢ଼ା ବିକ୍ରି କରୁଛି। ତେଣୁ ଯାତ୍ରୀମାନେ ନାହିଁ ନ ଥିବା ସମସ୍ୟା ଭୋଗୁଛନ୍ତି। ତେଣୁ ଅବଢ଼ା ବିକ୍ରି ପାଇଁ ସ୍ବତନ୍ତ୍ର ସ୍ଥାନର ବ୍ୟବସ୍ଥା କରିବା ମଧ୍ୟ ଅତ୍ୟାବଶ୍ୟକ। ଏସବୁ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ସ୍ବତନ୍ତ୍ର ଭାବେ ଅନୂ୍ୟନ ୧୦୦ କୋଟି ଟଙ୍କାର ଆର୍ଥିକ ଅନୁଦାନ ପ୍ରଦାନ କରିବାକୁ ପୂର୍ବତନ ବିଧାୟକ ନନ୍ଦ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri