Posted inଜାତୀୟ

ଇଫତାରରୁ ମହରମ୍‌, ନୀତୀଶଙ୍କ ଧର୍ମନିରପେକ୍ଷ ରାଜନୀତି…

ପାଟନା, ୯।୮: କୁହାଯାଏ ଯେ ରାଜନୀତିରେ କେବେ ବିନା କାରଣରେ କିଛି ହୋଇ ନଥାଏ। ପ୍ରତି ପଦକ୍ଷେପର କିଛି ବିଶେଷ ରାଜନୈତିକ କାରଣ ରହିଥାଏ। ଯାହାଦ୍ୱାରା ଜନସାଧାରଣଙ୍କୁ ସ୍ବତନ୍ତ୍ର ବାର୍ତ୍ତା ପ୍ରଦାନ କରାଯାଇଥାଏ। ଏହି ମର୍ମରେ ନୀତୀଶ କୁମାର ରାଜ୍ୟରେ ଭାଜନା ସହିତ ମେଣ୍ଟ ଶେଷ ହେବାକୁ ଯାଉଥିବାର ସଙ୍କେତ ବହୁ ପୂର୍ବରୁ ଦେବା ଆରମ୍ଭ କରିଥିଲେ। ଭାଜପା ସହିତ ତାଙ୍କର ରାଜନୈତିକ ପାଳି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଥିବା ସେ ବିଭିନ୍ନ ଅବସରରେ ଦେଇ ଆସୁଥିଲେ। ଆରଜେଡ଼ି ଇଫତାର ପାର୍ଟିରେ ପହଞ୍ଚି ନୀତୀଶ ଯେଉଁ ପରିବର୍ତ୍ତନର ସଙ୍କେତ ଦେଇଥିଲେ ତାହା ମଙ୍ଗଳବାର ମହରମ୍‌ ପାଳନ ଅବସରରେ ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚିଥିବା ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି।

ରାଜନୈତିକ ମହଲରେ ଚର୍ଚ୍ଚା ହେଉଊଛି ଯେ, ଇଫତାର ଏବଂ ମହରମ୍‌ ଦିନ ଏକ ସଂଯୋଗ ମାତ୍ର ନୁହେଁ। ଏହା ବୁଝି ବିଚାରି ଗ୍ରହଣ କରାଯାଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। ଏହା ମାଧ୍ୟମରେ ରାଜ୍ୟରେ ଧର୍ମନିରପେକ୍ଷ ରାଜନୀତି ପ୍ରତ୍ୟାବର୍ତ୍ତନ ପାଇଁ ବାର୍ତ୍ତା ଦିଆଯାଇଛି। ଲାଲୁ ପ୍ରସାଦ ଯାଦବ ଏବଂ ନୀତୀଶ କୁମାର ଜେପି ଆନ୍ଦୋଳନ ଏବଂ ସମାଜବାଦୀ ଚିନ୍ତାଧାରାର ନେତା ରହିଛନ୍ତି। ରାଜନୈତିକ ସ୍ବାର୍ଥର ପାରସ୍ପରିକ ଦ୍ୱନ୍ଦ୍ୱ ହେତୁ ସେମାନଙ୍କ ପଥ ମଧ୍ୟବର୍ତ୍ତୀ ସମୟରେ ଅଲଗା ହୋଇଥିଲା। ତେବେ କିନ୍ତୁ ସେମାନେ ସର୍ବଦା ଏକ ଆଦର୍ଶଗତ ଅନୁସାରେ ନିକଟତର ହୋଇ ରହିଥିଲେ ।

ଏହି କାରଣରୁ କ୍ଷମତାଠାରୁ ଦୂରତା ସତ୍ତ୍ୱେ ଦୁଇ ଦଳ ମଧ୍ୟରେ ଏକ ରାଜନୈତିକ ଘନିଷ୍ଠତା ରହିଥିଲା। ଅତୀତରେ ଆରଜେହି ସହିତ ଜେଡ଼ିୟୁ ମିଳିତ ହେବାରେ ମଧ୍ୟ ସଫଳ ହୋଇଥିଲା। ଏପରିକି କିଛି ସମୟ ପୂର୍ବରୁ ଜାତିଗତ ଜନଗଣନା ପ୍ରସଙ୍ଗରେ ଉଭୟ ପକ୍ଷର ଏକାଠି ହେବା କେବଳ କୌଣସି ଘଟଣା ନୁହେଁ। ଏହା ସେମାନଙ୍କର ଆଦର୍ଶଗତ ବୁଝାମଣାର ଫଳାଫଳ ଯାହା ଦୀର୍ଘ ସମୟ ମଧ୍ୟରେ ଉଭୟ ରାଜନୈତିକ ଇନିଂସ ପାଇଁ ଏକ ସୁଦୃଢ଼ ପୃଷ୍ଠଭୂମି ପ୍ରଦାନ କରିପାରିବ ବୋଲି ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି।

ଏଥି ସହ ନୀତୀଶ କୁମାରଙ୍କ ଭାଜପା ସହ ମିଳିତ ହେବା କେବଳ କ୍ଷମତା ପାଇଁ ଏକ ଆପୋଷ ବୁଝାମଣା ବୋଲି ବିଶ୍ୱାସ କରାଯାଏ। ଆଦର୍ଶଗତ ଭିତ୍ତିରେ ଦୁଇ ଦଳ ମଧ୍ୟରେ କୌଣସି ସମାନତା ନ ଥିଲା। ଭାଜପା ହିନ୍ଦୁତ୍ୱର ସମର୍ଥକ। ରାମ ମନ୍ଦିର ଆନ୍ଦୋଳନ ମାଧ୍ୟମରେ ନିଜର ରାଜନୈତିକ ଯାତ୍ରା ଆରମ୍ଭ କରିଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସମ୍ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ସହ କ୍ଷମତାକୁ ଆସିବା ପରେ ମଧ୍ୟ ଭାଜପା ସମାନ ଚିନ୍ତାଧାରା ଜାରି ରଖିଛି।

ଭାଜପାର ବହୁ ପଦକ୍ଷେପକୁ ନୀତୀଶ ନାପସନ୍ଦ କରିଥିଲେ।ସମ୍ପ୍ରତି ଭାଜପାର ପଦକ୍ଷେପ ସଂଖ୍ୟାଲଘୁ ସମ୍ପ୍ରଦାୟ ବିରୁଦ୍ଧରେ ଜାରି ରହିଛି। ସମଗ୍ର ଦେଶରେ ଏନଆରସି ଆଣିବାକୁ ନିଷ୍ପତ୍ତି ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ ହୋଇଛି। ଏହି ସମସ୍ତ ପଦକ୍ଷେପ ନୀତୀଶଙ୍କ ରାଜନୀତି ବିରୁଦ୍ଧରେ ଯାଇଥିଲା, କିନ୍ତୁ ଏହା ପରେ ମଧ୍ୟ ଉଭୟ ଦଳ କ୍ଷମତାରେ ରହିବା ଲାଗି ପରସ୍ପରର ଭାବନୈତିକ ବୁଝାମଣା ପାଇଁ କାର୍ଯ୍ୟ କରିଥିଲେ। ସଂଖ୍ୟାଲଘୁ ସମ୍ପ୍ରଦାୟ ମଧ୍ୟରେ ନୀତୀଶ କୁମାରଙ୍କର ଏକ ବଡ଼ ଆଧାର ଅଛି। ସେ ମୁସଲମାନ ଭୋଟରଙ୍କୁ କଦାପି ଅଣଦେଖା କରିପାରିବେ ନାହିଁ। ତେଣୁ ଜେଡିୟୁ ଏବଂ ଭାଜପା ମଧ୍ୟରେ ମେଣ୍ଟର ପ୍ରଥମ ଦିନରୁ ଏହାକୁ ଏକ ଅସଙ୍ଗତି ଏବଂ ଶକ୍ତି ମିଳିତ ମଞ୍ଚ ବୋଲି ବିଶ୍ୱାସ କରାଯାଉଥିଲା। ଯାହାକୁ ଦିନେ ଭାଙ୍ଗିବାକୁ ପଡିଛି ବୋଲି ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri