ହୋଇନି ଛତ୍ରପୁର, ଭଞ୍ଜନଗର, ଆସିକା ମ୍ୟୁନିସିପାଲିଟି

ଛତ୍ରପୁର,୮ା୮(ଡି.ଏନ.ଏ):ଗଞ୍ଜାମ ଜିଲାର ଛତ୍ରପୁର, ଭଞ୍ଜନଗର ଓ ଆସିକା ଏନ୍‌ଏସିକୁ ୩ ମାସ ମଧ୍ୟରେ ମ୍ୟୁନିସିପାଲିଟି ଭାବେ ଘୋଷଣା କରିବାକୁ ଉଚ୍ଚ ନ୍ୟାୟାଳୟ ୨୦୧୯ ଅଗଷ୍ଟ ୫ ତାରିଖରେ ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ ା ଇତିମଧ୍ୟରେ ୩ ବର୍ଷ ବିତିଯାଇଥିଲେ ମଧ୍ୟ ରାଜ୍ୟ ସରକାର ନିର୍ଦ୍ଦେଶ କାର୍ଯ୍ୟକାରୀ କରିନାହାନ୍ତି।
ହାଇକୋର୍ଟଙ୍କ ଉକ୍ତ ଅର୍ଡର ପରେ ୨ ବର୍ଷ ପରେ ରାଜ୍ୟରେ କରୋନା ସଂକ୍ରମଣ ଲାଗି ରହିଥିଲା। ଅନ୍ୟପକ୍ଷରେ ୪ବର୍ଷ ଧରି ସ୍ଥଗିତ ଥିବା ପୌର ନିର୍ବାଚନ ଚଳିତବର୍ଷ ମଧ୍ୟ ହୋଇଛି ା ତେବେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରି ଛତ୍ରପୁର, ଭଞ୍ଜନଗର ଓ ଆସିକା ଏନ୍‌ଏସିକୁ ମ୍ୟୁନିସିପାଲିଟି ଭାବେ ରାଜ୍ୟ ସରକାର ଘୋଷଣା କରିନାହାନ୍ତି। ଉପରୋକ୍ତ ୩ ଏନ୍‌ଏସିରେ ସର୍ବନିମ୍ନ ସୁବିଧା ସୁଯୋଗରୁ ଲୋକେ ବଞ୍ଚିତ ଅଛନ୍ତି। ୨୦୧୧ ଜନଗଣନା ଅନୁଯାୟୀ ଉକ୍ତ ୩ ଏନ୍‌ଏସିର ଜନସଂଖ୍ୟା ମ୍ୟୁନିସିପାଲିଟି ପାଇଁ ଆବଶ୍ୟକ ଜନସଂଖ୍ୟା ଠାରୁ ଅଧିକ ଅଛି ା ଏହା ଦର୍ଶାଇ ବ୍ରହ୍ମପୁରର ଭାରତୀୟ ବିକାଶ ପରିଷଦ ସଭାପତି ସୁରେନ୍ଦ୍ର ପାଣିଗ୍ରାହୀଙ୍କ ପକ୍ଷରୁ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାଏର କରାଯାଇଥିଲା ା ଏହି ମାମଲାର ଶୁଣାଣି କରି ହାଇକୋର୍ଟ ଉପରୋକ୍ତ ନିର୍ଦ୍ଦେଶନାମା ସମ୍ବନ୍ଧୀୟ ରାୟ ଶୁଣାଇଥିଲେ ା ହାଇକୋର୍ଟଙ୍କ ରାୟକୁ କାର୍ଯ୍ୟକାରୀ କରିବା ଆବଶ୍ୟକ ବୋଲି ପରିଷଦର ସଭାପତି ପାଣିଗ୍ରାହୀ କହିଛନ୍ତି। ସୂଚନାଯୋଗ୍ୟ, ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଉକ୍ତ ସମୟରେ ତକତ୍ାଳୀନ ଗଞ୍ଜାମ ଜିଲାପାଳଙ୍କୁ ଏ ସମ୍ବନ୍ଧୀୟ ରିପୋର୍ଟ ମାଗିଥିଲେ ା ଏପରିକି ଜିଲାପାଳ ମଧ୍ୟ ଏ ନେଇ ପ୍ରସ୍ତାବ ପଠାଇଥିଲେ ା ସରକାରଙ୍କ ନିକଟକୁ ପ୍ରସ୍ତାବ ପଠାଯାଇଥିବା ନେଇ ତକତ୍ାଳୀନ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଗଣମାଧ୍ୟମକୁ ସୂଚନା ଦେଇଥିଲେ ା ଠିକ୍‌ ସମୟରେ ସରକାର ଠିକ୍‌ ନିଷ୍ପତ୍ତି ନେବେ ବୋଲି ବ୍ରହ୍ମପୁର ଏମ୍‌ପି ଚନ୍ଦ୍ରଶେଖର ସାହୁ ମଧ୍ୟ ଛତ୍ରପୁର ଗସ୍ତ ବେଳେ ଗଣମାଧ୍ୟମ ଆଗରେ କହିଥିଲେ ା ମାତ୍ର ସରକାର ଏହାକୁ କାର୍ଯ୍ୟକାରୀ କଲେନି ା ଚଳିତବର୍ଷ ହୋଇଥିବା ପୌର ନିର୍ବାଚନରେ ଜିଲାର ହେଡକ୍ୱାର୍ଟର ଛତ୍ରପୁର ଏନଏସି ଅଧ୍ୟକ୍ଷା ପଦବୀ ବିଜେଡି ହାତରୁ ଖସିଯାଇ ଏହି ପଦବୀ ଭାଜପା ହାତେଇବାରେ ସକ୍ଷମ ହୋଇଥିଲା ା ଏହା ମଧ୍ୟ ବିଜେଡିର ପରାଜୟର ପ୍ରମୁଖ କାରଣ ବୋଲି ରାଜନୀତିଜ୍ଞ ମାନେ କହୁଛନ୍ତି। ଓଡିଶା ମ୍ୟୁନିସିପାଲ କର୍ପୋରେଶନ ଆକ୍ଟ ଅନୁଯାୟୀ, ମ୍ୟୁନିସିପାଲିଟି ଘୋଷଣା ପାଇଁ ୨୫ ହଜାର ବା ତା’ଠାରୁ ଅଧିକ ଜନସଂଖ୍ୟା ହେବା ଆବଶ୍ୟକ ା ଏନେଇ ରାଜ୍ୟ ସରକାରଙ୍କ ଠାରୁ ଆରମ୍ଭ କରି ନିର୍ବାଚିତ ଜନପ୍ରତିିନିଧିମାନଙ୍କ ଆଗ୍ରହ ଓ ଉଦ୍ୟମ ନ ଥିବା ଦେଖିବାକୁ ମିଳିଛି। ଛତ୍ରପୁର ଏନ୍‌ଏସିକୁ ମ୍ୟୁନିସିପାଲିଟି ଭାବେ ଘୋଷଣା ପାଇଁ ଛତ୍ରପୁର ନାଗରିକ କମିଟି ଓ ଛତ୍ରପୁର ଓକିଲ ସଂଘ ପକ୍ଷରୁ ଦାବି ହୋଇଆସୁଛି ା


Enter your email to get our daily news in your inbox.

All Right Reserved By Dharitri.Com

ମାଲକାନଗିରିରେ ବଢ଼ିଲା ଇଣ୍ଟରନେଟ କଟକଣା

ମାଲକାନଗିରି,୯।୧୨: ମାଲକାନଗିରି ଜିଲା କୋରୁକୋଣ୍ଡା ଥାନା ଅଧୀନ ଡୁଡ଼ାମେଟଲା ନଦୀ ନିକଟରୁ ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଜବତ ଘଟଣା ପରେ ରାଖେଲଗୁଡ଼ା ଏବଂ ଏମ୍‌ଭି...

ଆର୍‌ଡିଙ୍କ ଅଚାନକ କଲେଜ ପରିଦର୍ଶନ

ଭଞ୍ଜନଗର,୯।୧୨(ବାବୁଲା ପ୍ରଧାନ): ବ୍ରହ୍ମପୁର ଆଞ୍ଚଳିକ ଉଚ୍ଚ ଶିକ୍ଷା ନିର୍ଦ୍ଧେଶକ(ଆର୍‌ଡି) ପ୍ରଫେସର ଡ.ନାରାୟଣ ବେହେରା ମଙ୍ଗଳବାର ଅଚାନକ ଭଞ୍ଜନଗର ସହରରେ ଥିବା ୩ ପ୍ରମୁଖ କଲେଜ କବି...

୩ ଦିନ ହେଲା ଅଟକି ରହିଛି ଟ୍ରକ୍‌, ବାହାରୁଛି ପଚା ଦୁର୍ଗନ୍ଧ, ରକ୍ତ: ଅଞ୍ଚଳରେ ଚାଞ୍ଚଲ୍ୟ

ନୟାଗଡ଼,୯।୧୨(ଲୋକନାଥ ମିଶ୍ର ମିଶ୍ର): ଟ୍ରକରୁ ବାହାରୁଛି ପଚା ଦୁର୍ଗନ୍ଧ ଏବଂ ରକ୍ତ। ନୟାଗଡ଼ ବ୍ଲକ ଶାଳଭଙ୍ଗା ଜଙ୍ଗଲ ଫରେଷ୍ଟ ଟାୱାର ନିକଟରେ ଟ୍ରକଟି ଅଟକି ରହିଛି।...

ସରପଞ୍ଚଙ୍କ ଘରୁ ଲୁଟ୍‌

ନୟାଗଡ଼,୯।୧୨(ଲୋକନାଥ ମିଶ୍ର ମିଶ୍ର): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଭୋଗବାଡ଼ି ସରପଞ୍ଚ ନିିର୍ମଳା ସାହୁଙ୍କ ଘରୁ ଚୋରି ହୋଇଛି। ଦୁର୍ବୃତ୍ତମାନେ ସୋମବାର ରାତିରେ ସରପଞ୍ଚଙ୍କ ଘରେ...

ମନ୍ଦିର ନିକଟରେ କୁଟୁରାକୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ ଘଟିଗଲା…

ଭଞ୍ଜନଗର,୯।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଦୁର୍ଗାପ୍ରାସାଦ ମୁଖ୍ୟ ରାସ୍ତାର ସୋରଦେବୀ ମନ୍ଦିର ନିକଟରେ ମଙ୍ଗଳବାର ସକାଳେ ବାଇକ ଧକ୍କାରେ ଏକ କୁଟୁରା ମୃତ୍ୟୁବରଣ କରିଛି। ଏଥିରେ...

ଗୋପୀନାଥ ମନ୍ଦିରରୁ ଚୋରି: ନେଇଗଲେ ଦିଅଙ୍କ ଅଳଙ୍କାର

ଗଜପତି,୯।୧୨(ଗିରିଧାରୀ ପରିଛା): ଆନ୍ଧ୍ରପ୍ରଦେଶ କତୁରୁ ମଡ଼ଲମରେ ଥିବା ଲିହୁରୀ ଗ୍ରାମ ଗୋପୀନାଥ ମନ୍ଦିରରୁ ଚୋରି ହୋଇଛି । ଦୁର୍ବୃତ୍ତମାନେ ଦିଅଙ୍କ ଅଳଙ୍କାର ସହ ମନ୍ଦିରରେ ଲାଗିଥିବା...

ବାଇକରେ ଫେରୁଥିବାବେଳେ ପୋଲ ତଳକୁ ଖସିପଡ଼ିଲେ ୨ ଜଣ: ଆଉ ତା’ପରେ…

ଓଡଗାଁ, ୯।୧୨(ଆଦର୍ଶ କୁମାର ପଟ୍ଟନାୟକ): ନୟାଗଡ଼ ଜିଲା ଓ ଆଦର୍ଶ ଥାନା ଗିରିଡିପଲ୍ଲୀରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ପଞ୍ଚାୟତ ଧଝୋଲା ଗ୍ରାମର ଫକୀର...

ପାହାଡ ପାର୍ଶ୍ୱରୁ ମୋରମ ତାଢି ନେଉଯାଉଥିଲେ, ରୋକିଲେ ଗ୍ରାମବାସୀ

ଧର୍ମଶାଳା,୯।୧୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ବଡ଼କାଏମା ପଞ୍ଚାୟତରେ ଥିବା ଐତିହାସିକ କାଏମା ପାହାଡ ପାର୍ଶ୍ୱରୁ ମୋରମ ତାଡ଼ି ନେଇ ଅନ୍ୟ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri