ଅବ୍ୟବସ୍ଥାରେ କୃଷି ଜିଲା କାର୍ଯ୍ୟାଳୟ

ସିମୁଳିଆ, ୮।୮(ଡି.ଏନ.ଏ.): ବାଲେଶ୍ୱର ଜିଲା ସିମୁଳିଆ ଖଇରା ନିର୍ବାଚନମଣ୍ଡଳୀର ‘କୃଷି ଜିଲା କାର୍ଯ୍ୟାଳୟ’ କିରାଣି ଓ ପିଅନଙ୍କ ପରି ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଦ୍ୱାରା ପରିଚାଳିତ ହେଉଛି। ଲୋକପ୍ରତିନିଧି ଓ ଉଚ୍ଚ କର୍ତ୍ତୃପକ୍ଷଙ୍କ ଆନ୍ତରିକତାର ଅଭାବ ଯୋଗୁ ବ୍ଲକର କୃଷି ବିଭାଗ କେବଳ କାଗଜକଲମରେ ସୀମିତି ରହିଛି।
ବ୍ଲକର ସଦରମହକୁମା ମାର୍କୋଣା ଷ୍ଟେଶନ ରୋଡ ପାର୍ଶ୍ୱରେ ଓଡ଼ିଶା ସରକାରଙ୍କ ସିମୁଳିଆ ବ୍ଲକ କୃଷି ବିଭାଗର ‘କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର’ ଓ ନିର୍ବାଚନମଣ୍ଡଳୀର ‘କୃଷି ଜିଲା ଅଧିକାରୀଙ୍କ କାର୍ଯ୍ୟାଳୟ’ ରହିଛି। ଏହି ଦୁଇଟି କାର୍ଯ୍ୟାଳୟ ମଧ୍ୟରେ ଖୋଲା ଆକାଶ ତଳେ ପାଣିପାଗ ସୂଚନା କେନ୍ଦ୍ର ରହିଛି। ତେବେ ଗତ ଜୁନ୍‌ରୁ ଜିଲା କୃଷି ଅଧିକାରୀ ପଦବୀ ଖାଲି ରହିବା ପରେ ଅଗଷ୍ଟ ୧ରେ ଲିପ୍ଟି ପଟ୍ଟନାୟକଙ୍କୁ କୃଷି ଅଧିକାରୀ ରୂପେ ନିଯୁକ୍ତି ମିଳିଛି। ବିଭାଗୀୟଙ୍କ ଅନୁପସ୍ଥିତିରେ ପିଅନ ଡମ୍ବରୁଧର ମହାନ୍ତି, କନିଷ୍ଠ କିରାଣି ରଞ୍ଜନ କୁମାର ଓଝା ଓ ସହାୟକ ମିହରି କୁମାର ଦେ ଏବେ ଏହି କାର୍ଯ୍ୟାଳୟ ସମ୍ଭାଳିଛନ୍ତି। ଏଠାରେ ବରିଷ୍ଠ କିରାଣି, କନିଷ୍ଠ କିରାଣି ଓ ମୁଖ୍ୟ କିରାଣିଙ୍କ ପଦବୀ ଫାଙ୍କା ପଡିଛି। ସିମୁଳିଆ ବ୍ଲକ ମୋଟ ୧୫ହଜାର ୬୩୭ହେକ୍ଟର ଚାଷଜମିରୁ ୧୩ହଜାର ୭ଶହ ହେକ୍ଟର ଜମିରେ ଧାନ ଚାଷ ହୋଇଛି। ସେହିପରି ଖଇରା ବ୍ଲକର ୨୩ ହଜାର ୯୬୩ହେକ୍ଟର ଜମି ମଧ୍ୟରୁ ୨୧୪୫୩ ହେକ୍ଟର ଜମିରେ ଧାନ ଚାଷ ହୋଇଛି। ତେବେ ସିମୁଳିଆ ଓ ଖଇରା ବ୍ଲକର ଚାଷୀଙ୍କ ପାଇଁ ସିମୁଳିଆ ବ୍ଲକ ମାର୍କୋଣାରେ ଥିବା ଜିଲା କୃଷି କାର୍ଯ୍ୟାଳୟରେ ଅଚଳାବସ୍ଥା ଦେଖାଦେଇଛି।
ସେହିପରି ସିମୁଳିଆ ବ୍ଲକର କୃଷି ସୂଚନା ଓ ପରାମର୍ଶ କେନ୍ଦ୍ରରେ ୧୨ଜଣ ଗ୍ରାମ୍ୟ କୃଷି କର୍ମଚାରୀ(ଭିଏଡବ୍ଲ୍ୟୁ)ଙ୍କ ପରିବର୍ତ୍ତେ ୯ଜଣ ଅଛନ୍ତି। ଗତ ୬ବର୍ଷ ହେଲା ସହକାରୀ କୃଷି ଅଧିକାରୀ ସ୍ଥିତପ୍ରଜ୍ଞ ଖମାରୀ କୃଷି ଦାୟିତ୍ୱ ପରିଚାଳନା କରିବା ପରେ ଗତ ୪ମାସ ହେଲା କୃଷି ଅଧିକାରୀ ରୂପେ ବିଶ୍ୱଜିତ ପଣ୍ଡା ନିଯୁକ୍ତ ହୋଇଛନ୍ତି। ଗତ ୨୦୦୬ରୁ ଚାଷୀଙ୍କ ଆୟ ଦ୍ୱିଗୁଣିତ କରିବା ପାଇଁ କୃଷି ବିଭାଗ, ଉଦ୍ୟାନ କୃଷି ବିଭାଗ, ମତ୍ସ୍ୟ ଚାଷ ଓ ପ୍ରାଣୀ ବିଭାଗକୁ ନେଇ କୃଷି ବିଭାଗ ପରିସରରେ କେନ୍ଦ୍ର ସରକାରଙ୍କ ‘ଆମତ୍ା’ ଯୋଜନା କାର୍ଯ୍ୟକାରୀ ହେଉଥିଲେ ହେଁ ଏହା ମଧ୍ୟ ବାଟବଣା ହୋଇଛି। ସରକାରୀ ନୀୟମ ଅନୁସାରେ ଆତ୍ମାର ଚେୟାରମ୍ୟାନଙ୍କ ସମେତ ୨୨ଜଣ ଏହି କମିଟିରେ ରହି କୃଷି କାର୍ଯ୍ୟକୁ ତ୍ୱରାନ୍ବିତ କରିବାର ଯୋଜନା ଥିବା ବେଳେ କମିଟିରେ ଚାଷୀଙ୍କ ପରିବର୍ତ୍ତେ ବିଭିନ୍ନ ଦଳୀୟ ନେତାମାନେ ଅଛନ୍ତି। ପ୍ରତ୍ୟେକ ଦୁଇବର୍ଷରେ କମିଟିର ଏକ ତୃତୀୟାଂଶ ସଭ୍ୟ ବଦଳିବା ସହିତ ଚେୟାରମ୍ୟାନ ବଦଳିବାର ନିୟମ ଥିବା ବେଳେ ଯୋଜନା ଆରମ୍ଭରୁ ଅଦ୍ୟାବଧି ଚେୟାରମ୍ୟାନ ବଦଳି ନାହାନ୍ତି। ଏ ସମ୍ପର୍କରେ ଆରମ୍ଭରୁ ଆତ୍ମାର ଚେୟାରମ୍ୟାନ ଥିବା ଗୋବର୍ଦ୍ଧନ ମହାପାତ୍ରଙ୍କୁ ପଚାରିବାରୁ କୃଷି ଅଧିକାରୀମାନେ କିଛି କରୁ ନ ଥିବାର ସେ କହିଛନ୍ତି।
ଅପରପକ୍ଷେ ଗତବର୍ଷରୁ କୌଣସି ଫଣ୍ଡ ନ ଆସିବା ସହିତ ଗତ ୭ମାସ ହେଲା ଆମତ୍ାର କର୍ମଚାରୀମାନଙ୍କୁ ଦରମା ମଧ୍ୟ ମିଳି ନ ଥିବା ସମ୍ପର୍କରେ ଆମତ୍ାର ସହକାରୀ ବୈଷୟିକ ପରିଚାଳକ ବିଶ୍ୱରଞ୍ଜନ ମହାପାତ୍ର ସୂଚନା ଦେଇଛନ୍ତି। ସେହିପରି ଜଳବାୟୁ ସମ୍ପର୍କରେ ସୂଚନା ଦେବା ପାଇଁ କୃଷି ବିଭାଗ ପରିସରରେ ଥିବା ବିଭିନ୍ନ ଯନ୍ତ୍ରପାତି, ସୋଲାର ପ୍ଲେଟ ଉପରେ ଅନାବନା ଗଛଲତା ମାଡିଯାଇଛି।
ଏ ସମ୍ପର୍କରେ ସହକାରୀ କୃଷି ଅଧିକାରୀ ସ୍ଥିତପ୍ରଜ୍ଞ ଖମାରୀ କହିଛନ୍ତି ଏହାର ଦାୟିତ୍ୱ ଅନ୍ୟ ଏକ ସଂସ୍ଥା ନେଇଛି। ତେବେ ଏହାର ରକ୍ଷଣାବେକ୍ଷଣ କରାଯାଉ ନ ଥିବା ସେ କହିଛନ୍ତି। ଅପରପକ୍ଷେ ସାର, କୀଟନାଶକ ଓ ଅସାଧୁ ଧାନ ବ୍ୟବସାୟୀଙ୍କ ଉପରେ କୃଷି ବିଭାଗର କୌଣସି ଅଙ୍କୁଶ ନ ଥିବାରୁ ଚାଷୀମାନେ ନାହିଁ ନ ଥିବା ଅସୁବିଧା ସମ୍ମୁଖୀନ ହେଉଥିବା ଅଗ୍ରଣୀ ଚାଷୀ ଗଜେନ୍ଦ୍ର ବେହେରା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୁକୁର ମୁଁହରୁ ହରିଣକୁ ଉଦ୍ଧାରକଲେ ସରପଞ୍ଚ ପ୍ରତିନିଧି, ଚିକିତ୍ସା ପରେ ବନବିଭାଗକୁ କଲେ ହସ୍ତାନ୍ତର

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ ): କୁକୁର ମୁଁହରୁ ଆହତ ହରିଣକୁ ଉଦ୍ଧାର କଲେ ମଲାଡ଼ ସରପଞ୍ଚ ପ୍ରତିନିଧି ସୁଦାମ ବେହେରା । ମଲାଡ଼ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ...

ଭୋଜି ଖାଇ ୧୦୦ରୁ ଊର୍ଦ୍ଧ୍ୱ ଝାଡ଼ାବାନ୍ତିରେ ଆକ୍ରାନ୍ତ, ଡାକ୍ତର କହିଲେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବେଲଖଣ୍ଡି ଗ୍ରାମର କଲୋନୀରେ ଏକ ଭୋଜି ଭାତ ଖାଇ ଶତାଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ କେସିଙ୍ଗା ଗୋଷ୍ଠୀ...

ସୁନ୍ଦରଗଡ଼ରେ ଅଭାବନୀୟ ଘଟଣା, ବାର୍ଷିକ କ୍ରୀଡ଼ାରେ ଦୌଡୁଥିବା ବେଳେ ଟଳିପଡ଼ିଲେ ଛାତ୍ର

ସୁନ୍ଦରଗଡ,୩୧/୧୨(ଜୟ ନାରାୟଣ ମେଣ୍ଡୁଳି): ଆଜି ଅର୍ଥାତ୍ ଡିସେମ୍ବର ୩୧ ତାରିଖ ପୂର୍ବାହ୍ନ ୧୧ଟା ପାଖାପାଖି ସମୟରେ ସୁନ୍ଦରଗଡ ଭବାନୀପୁର ଏକଲବ୍ୟ ମଡେଲ ସ୍କୁଲରେ ଘଟିଛି ଏକ...

ଜରି ଅଖାରେ ଧାନ ନେଲାନି ସୋସାଇଟି, ଚାଷୀ ରାସ୍ତା ଅବରୋଧ କରି…

ବୌଦ୍ଧ,୩୧ା୧୨(ଅଜିତ କୁମାର ବାରିକ): ସୋସାଇଟି ପକ୍ଷରୁ ଜରି ଅଖାରେ ଧାନ ନେବାକୁ ମନା କରାଯିବାରୁ ଏହାର ପ୍ରତିବାଦରେ ଚାଷୀ ରାସ୍ତାରୋକୋ କରିଛନ୍ତି। ସୂଚନା ମୁତାବକ ବୌଦ୍ଧ...

ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ କଲବଲ କରିବ କୁହୁଡ଼ି, ୯ ଜିଲ୍ଲାକୁ ଅରେଞ୍ଜ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୩୧ା୧୨: ଗତ କିଛି ଦିନ ହେବ ରାଜ୍ୟରେ ଘନ କୁହୁଡ଼ି ଦେଖାଯାଉଥିବା ବେଳେ ଏପରି ସ୍ଥିତି ଆହୁରି କିଛିଦିନ ଲାଗି ରହିବ । ଏନେଇ...

ଅନ୍ୟ ଧର୍ମର ହୋଇଥିବାରୁ ଗାଁ ଶ୍ମଶାନରେ ସମାଧି ଦେବାକୁ ମନା, ପ୍ରଶାସନ ଉପସ୍ଥିତିରେ…

ପାଟଣା,୩୧ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ ବାଇଦବଜାରେ ଡିସେମ୍ବର ୧୬ ତାରିଖ ରାତି ୧୨ଟାରେ ଟିବି ରୋଗରେ ଆକ୍ରାନ୍ତ ହୋଇଥିବା ତଥା...

ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇ ଜିଲାପାଳ କହିଲେ…

ଧର୍ମଶାଳା,୩୧ା୧୨(ଶିବ ପ୍ରସାଦ ମହାନ୍ତି): ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ମଙ୍ଗଳବାର ଧର୍ମଶାଳା ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ ବିଳମ୍ବିତ ରାତି ପର୍ଯ୍ୟନ୍ତ ଅନୁଷ୍ଠିତ...

Nimesulide Ban: ପେନ୍ କିଲର ଖାଉଥିଲେ ସାବଧାନ! ଏହି ଔଷଧକୁ ବ୍ୟାନ କଲେ ସରକାର

ନୂଆଦିଲ୍ଲୀ,୩୧।୧୨:  କେନ୍ଦ୍ର ସରକାର ଯନ୍ତ୍ରଣା ନିବାରକ ଔଷଧ ନିମେସୁଲାଇଡ୍ ସମ୍ପର୍କରେ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ସ୍ୱାସ୍ଥ୍ୟ ସୁରକ୍ଷା ଦୃଷ୍ଟିରୁ ୧୦୦ ମିଗ୍ରାରୁ ଅଧିକ ଧାରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri