Posted inଫୁରସତ

ସଙ୍କଟରେ ବୁଣାକାର ପରିବାର

କୃଷିକ୍ଷେତ୍ରରେ ପଶ୍ଚିମ ଓଡ଼ିଶା ଯେଭଳି ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି, ଅନୁରୂପ ଭାବେ ହସ୍ତତନ୍ତ, ବାନ୍ଧକଳା ପଶ୍ଚିମ ଓଡ଼ିଶାବାସୀଙ୍କ ଏକ ପ୍ରମୁଖ କୌଳିକ ବୃତ୍ତି ଭାବେ ଦେଶ ବିଦେଶରେ ସୁଖ୍ୟାତି ଅର୍ଜନ କରିଛି। କିନ୍ତୁ ଯେଉଁ ବୁଣାକାରମାନେ ଏଭଳି ଗୌରବ ଆଣିଛନ୍ତି, ସେମାନଙ୍କ ଜୀବନ ଜୀବିକା ଏବେ ସଙ୍କଟରେ ପଡିଛି। କରୋନା କାଳରେ ଲକ୍‌ ଡାଉନ୍‌, ଶଟ୍‌ ଡାଉନ୍‌ ଯୋଗୁ ବୁଣାକାରଙ୍କ ଜୀବନ ଦୁର୍ବିସହ ହୋଇ ପଡ଼ିଥିଲା। ଏହାସତ୍ତ୍ବେ ସେମାନଙ୍କ ପାଇଁ କିଛି ସ୍ବତନ୍ତ୍ର ସହାୟତା ଘୋଷଣା ହୋଇ ନ ଥିଲା। କରୋନା କଟକଣା ହଟିବା ପରେ ସେମାନେ ପୁଣି ନିଜ ବୃତ୍ତିକୁ ଫେରି ପରିବାର ପୋଷଣ କରିବେ ବୋଲି ଆଶା ବାନ୍ଧିଥିଲେ। ମାତ୍ର ଫଳ ଓଲଟା ହେଲା। ସହାୟତା ମିଳିବା ତ ଦୂରର କଥା, ସୂତା, ରଙ୍ଗ ଯେଭଳି ମହଙ୍ଗା ହେଲାଣି, ତାହା ବୁଣାକାରଙ୍କ ଜୀବିକାକୁ ଆହୁରି ତଳିତଳାନ୍ତ କରିଦେଇଛି।

ପରିଶ୍ରମ ତୁଳନାରେ ମିଳୁନି ଲାଭ
କପଡ଼ା ବୁଣିବା ହିଁ ବୁଣାକାରଙ୍କ ଜୀବିକା। ଏଥିରୁ ଯେତିକି ରୋଜଗାର ହୁଏ, ସେଥିରୁ ପରିବାର ଚଳେ। ହେଲେ ଏବେ ବୁଣାକାରଙ୍କ ସ୍ଥିତି ଠିକ୍‌ ନାହିଁ । ଯେତେ ଲାଭ ମିଳିବା କଥା ତାହା ମିଳୁନାହିଁ। ବୁଣାକାରଙ୍କୁ ଘର ମିଳୁନାହିଁ। ସେହିପରି ସୂତା, ରଙ୍ଗ ଭଳି କଞ୍ଚାମାଲ୍‌ ପାଇବାରେ ମଧ୍ୟ ହଟହଟା ହେବାକୁ ପଡ଼ୁଛି। ବଜାର ବ୍ୟବସ୍ଥା ଠିକ୍‌ ନ ଥିବାରୁ ବୁଣାକାରଙ୍କୁ ସେମାନଙ୍କ ପରିଶ୍ରମର ଲାଭ ମିଳିପାରୁନାହିଁ। ସରକାର ଏସବୁ ସମସ୍ୟାକୁ ହୃଦୟଙ୍ଗମ କରି ପଦକ୍ଷେପ ନେବା ଦରକାର ।
-ସୁକାନ୍ତି ମେହେର, ବୁଣାକାର ବରପାଲି

ଆର୍ଥିକ ଅନଗ୍ରସର ବୁଣାକାରଙ୍କ ଅବସ୍ଥା ଜଟିଳ
ବୁଣାକରଙ୍କ ସ୍ଥିତି ବର୍ତ୍ତମାନ ବହୁତ ଖରାପ ରହିଛି। ଯେଉଁ ବୁଣାକାରମାନେ ଆର୍ଥିକ ସ୍ବଚ୍ଛଳ ଅଛନ୍ତି, ସେମାନଙ୍କ କ୍ଷେତ୍ରରେ ବିଶେଷ ଅସୁବିଧା ହେଉନାହିଁ। ହେଲେ ଆର୍ଥିକ ଅନଗ୍ରସର ଶ୍ରେଣୀର ବୁଣାକାରଙ୍କ ଅବସ୍ଥା ଜଟିଳ ହୋଇପଡ଼ିଛି । ବୁଣାକାରଙ୍କୁ ସୂତା, ରଙ୍ଗ ଯୋଗାଇବାକୁ ନ୍ୟାଶନାଲ ହ୍ୟାଣ୍ଡଲୁମ୍‌ ଡେଭଲପମେଣ୍ଟ କର୍ପୋରେଶନ ରହିଛି। କିନ୍ତୁ ସୂତା, ରଙ୍ଗ ପାଇବାରେ ଏହି ସଂସ୍ଥାର ଯେଉଁ ପ୍ରକ୍ରିୟା ରହିଛି, ତାର ଫାଇଦା ଉଠାଇବା ଦୁର୍ବଳ ଶ୍ରେଣୀର ବୁଣାକାରଙ୍କୁ କଷ୍ଟସାଧ୍ୟ ହୋଇପଡ଼ୁଛି ।
-ବିଜୟ ମେହେର, ବୁଣାକାର, ଭଟଲି

ସୂତା, ରଙ୍ଗ ଦର କମିବା ଦରକାର
କରୋନା ପୂର୍ବରୁ ବିକ୍ରିବଟା ଠିକ୍‌ ଚାଲିଥିଲା। କରୋନା ଆରମ୍ଭ ହେବା ଦିନଠାରୁ ବିକ୍ରିବଟା ପୂରା ମାନ୍ଦା ପଡ଼ିଯାଇଛି। କରୋନା କଟକଣା ଉଠିବା ପରେ ପୂର୍ବଭଳି ବିକ୍ରିବଟା ହେବ ବୋଲି ଆଶା ରହିଥିଲା। କିନ୍ତୁ ଏବେ ମଧ୍ୟ କପଡ଼ା ଠିକ୍‌ ମୂଲ୍ୟରେ ବିକ୍ରି ହେଉନାହିଁ। ଆଗରୁ ଯେଉଁ କପଡ଼ା ୫୨୦୦ ଟଙ୍କାରେ ବିକ୍ରି କରୁଥିଲୁ, ଏବେ ତାହା ୪୫୦୦ରୁ ୫୦୦୦ ଟଙ୍କା ମଧ୍ୟରେ ବିକ୍ରି ହେଉଛି। ଏଭଳି ସ୍ଥଳେ ସୂତା, ରଙ୍ଗ ଦର କମିବା ଦରକାର।
-ମିତ୍ରଭାନୁ ମେହେର, ବୁଣାକାର, କୁଶନପୁରୀ, ଭଟଲି

(ରିପୋର୍ଟ: ପ୍ରେମାନନ୍ଦ ଖମାରୀ,
ବରଗଡ଼ ଅଫିସ୍‌)


Enter your email to get our daily news in your inbox.

All Right Reserved By Dharitri.Com

କାନ୍ଦି କାନ୍ଦି ପୋଲିସ ଷ୍ଟେଶନ ପହଞ୍ଚିଲା ୩ ବର୍ଷର ଶିଶୁ, କହିଲା କେମିତି ହୋମ ଓ୍ବାର୍କ କରିବି ଅଙ୍କଲ…

ରାଜାପୁର,୨୬।୧୨: ମଧ୍ୟପ୍ରଦେଶ ଶୁଜାପୁର ଜିଲାରେ ଏକ ଆକର୍ଷଣୀୟ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଚେରି ନାମକ ଜଣେ ୩ ବର୍ଷୀୟ ସ୍କୁଲ ଛାତ୍ରୀ ତାଙ୍କ ସ୍କୁଲ...

୧୭୦୦ ଟଙ୍କାର ଚପଲ ପାଇଁ ମ୍ୟାନେଜରଙ୍କ ନାଁରେ ଜାମିନବିହୀନ ୱାରେଣ୍ଟ ଜାରି: ପୂରା ଘଟଣା ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୨୬।୧୨: ଉତ୍ତର ପ୍ରଦେଶର ସୀତାପୁର ଜିଲାରେ ଗ୍ରାହକ ଅଧିକାର ସମ୍ପର୍କିତ ଏକ ଅତ୍ୟନ୍ତ ଗମ୍ଭୀର ଏବଂ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। କେବଳ ଏକ ଚପଲ...

ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ, ୨୦୨୬ରେ ମାଲାମାଲ୍‌ ହେବେ ଏହି ୫ ରାଶି

ବାବା ଭେଙ୍ଗା ଅନେକ ଭବିଷ୍ୟବାଣୀ କରିଛନ୍ତି। ନୂଆ ବର୍ଷ ଆରମ୍ଭ ହେବା ପୂର୍ୱରୁ, ଆଗାମୀ ବର୍ଷ ବିଷୟରେ ଅନେକ ଭବିଷ୍ୟବାଣୀ ଭାଇରାଲ ହେଉଛି। ବାବା ଭାଙ୍ଗା...

କାର୍‌ ନା ବାଇକ୍‌, କେଉଁ ଗାଡିର ଅଧିକ ଚାଲାଣ କାଟେ ଟ୍ରାଫିକ୍‌ ପୋଲିସ?

ନୂଆଦିଲ୍ଲୀ,୨୫।୧୨: ଦିଲ୍ଲୀର ଟ୍ରାଫିକ ପୋଲିସ ପ୍ରଦୂଷଣ ନିୟନ୍ତ୍ରଣ ନିୟମ ପ୍ରତି କ୍ରମଶଃ କଠୋର ହେବାରେ ଲାଗିଛି। ଏହା ସତ୍ତ୍ୱେ, ବହୁ ସଂଖ୍ୟକ ଡ୍ରାଇଭର PUCCକୁ ହାଲୁକା...

Christmas 2025: ଖ୍ରୀଷ୍ଟମାସରେ ସାଣ୍ଟା ସବୁବେଳେ କାହିଁକି ମୋଜାରେ ଦିଅନ୍ତି ଉପହାର? ଜାଣନ୍ତୁ ଏହା ପଛରେ ଥିବା ରୋଚକ କାହାଣୀ

ନୂଆଦିଲ୍ଲୀ: ଡିସେମ୍ବର ୨୫ରେ ପାଳିତ ଖ୍ରୀଷ୍ଟମାସ କେବଳ ଏକ ପର୍ବ ନୁହେଁ, ବରଂ ଆନନ୍ଦ ଏବଂ ଆଶାର ଦିନ। ଏହି ଦିନ ପିଲାମାନେ ସବୁଠାରୁ ଅଧିକ...

ଶୀତଦିନେ ବ୍ରଏଲର କୁକୁଡ଼ାର ନିଅନ୍ତୁ ବିଶେଷ ଯତ୍ନ: ଅବହେଳା କଲେ ହୋଇପାରେ ବଡ଼ ଆର୍ଥିକ କ୍ଷତି

ଭୁବନେଶ୍ୱର,୨୩।୧୨: ଓଡ଼ିଶାରେ ଶୀତର ପ୍ରକୋପ ବଢ଼ୁଥିବା ବେଳେ ବ୍ରଏଲର କୁକୁଡ଼ା ଚାଷୀଙ୍କ ପାଇଁ ସତର୍କତା ଜାରି କରାଯାଇଛି। ଅତ୍ୟଧିକ ଥଣ୍ଡା ଯୋଗୁଁ କୁକୁଡ଼ାଙ୍କ ଶାରୀରିକ ଅଭିବୃଦ୍ଧି...

ସ୍ବାମୀଙ୍କ ୫୦୦ରୁ ଅଧିକ ମହିଳାଙ୍କ ସହ ଥିଲା ସମ୍ପର୍କ: ସ୍ତ୍ରୀ ଜାଣିବା ପରେ ଘଟିଲା…

ନୂଆଦିଲ୍ଲୀ,୨୩।୧୨: ବିଶ୍ୱରେ ଏପରି ଅନେକ ଲୋକ ଅଛନ୍ତି, ଯେଉଁମାନଙ୍କର ବିବାହ ସାଥୀଙ୍କୁ ପ୍ରତାରଣା ଯୋଗୁ ଭାଙ୍ଗିଯାଏ। ବିବାହିତ ହେବା ସତ୍ତ୍ୱେ, ସେମାନଙ୍କର ଅନ୍ୟ ପୁରୁଷ କିମ୍ବା...

ଏମିତି ଗାଁ, ଯେଉଁଠି ୧୨ ବର୍ଷ ପରେ ଝିଅ ହୋଇଯାନ୍ତି ପୁଅ, ବୈଜ୍ଞାନିକ ବି ଖୋଜି ପାଉନାହାନ୍ତି କାରଣ

ଝିଅ କିମ୍ବା ପୁଅ ଭାବରେ ଜନ୍ମ ହେବା ପ୍ରକୃତିର ଏକ ଉପହାର। ଜନ୍ମ ପୂର୍ବରୁ ମା’ ପେଟରେ ଲିଙ୍ଗ ନିର୍ଣ୍ଣୟ ହୋଇସାରିଥାଏ। ତଥାପି ମଣିଷ ଏତେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri