‘ସ୍ବର ଶାଣିତ ହୋଇପାରିଲେ ସୁରକ୍ଷା ସମ୍ଭବ’

କେନ୍ଦୁଝର, ୭।୮(ସ୍ବ.ପ୍ର.): ଦୃଢ଼ ଆତ୍ମବିଶ୍ୱାସ ହିଁ ସଫଳତା ଆଣିଥାଏ। ପିଲାମାନେ କାହାକୁ ଭୟ ନ କରି ନିଜ ସ୍ବରକୁ ଶାଣିତ କରିପାରିଲେ ନିଜକୁ ତଥା ଅନ୍ୟମାନଙ୍କୁ ସୁରକ୍ଷା ଦେଇପାରିବେ। ବିଶେଷକରି ଝିଅ ପିଲାମାନେ ଏ ଦିଗରେ ଅଧିକ ଯତ୍ନବାନ ହେବା ଜରୁରୀ। କେନ୍ଦୁଝର ପାନ୍ଥନିବାସଠାରେ ୟୁନିସେଫ, ଧରିତ୍ରୀ ଓ ପିକ୍‌କର ମିଳିତ ଆନୁକୂଲ୍ୟରେ ଆୟୋଜିତ ଶିଶୁ ସୁରକ୍ଷା ଓ ସାମ୍ବାଦିକତା ସମ୍ପର୍କିତ କର୍ମଶାଳାରେ ଉପସ୍ଥିତ ଅତିଥିମାନେ ଏହି ପରାମର୍ଶ ଦେଇଛନ୍ତି।
ଦିନ ଧରି ଚାଲିଥିବା ଏହି କର୍ମଶାଳାର ଶନିବାର ଦ୍ୱିତୀୟ ଦିନରେ ପିଲାମାନଙ୍କୁ ଶିଶୁ ସାମ୍ବାଦିକତା ଉପରେ ଧରିତ୍ରୀ ପକ୍ଷରୁ ପ୍ରଶିକ୍ଷଣ ଦିଆଯାଇଥିଲା। ଉପବାର୍ତ୍ତା ସମ୍ପାଦକ ଲାଲା ସୁନୀଲ କୁମାର ରଥ ଯୋଗଦେଇ ପିଲାମାନଙ୍କୁ ସାମ୍ବାଦିକତା କ’ଣ, ଏହାର ନିୟମ, ଖବରର ପ୍ରକାରଭେଦ ସମ୍ପର୍କରେ ସବିଶେଷ ଧାରଣା ଦେଇଥିଲେ। ପିଲାମାନେ ନିଜର ପାରିପାର୍ଶ୍ୱରେ ଦେଖୁଥିବା ସମସ୍ୟାକୁ କିପରି ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିକଟରେ ପହଞ୍ଚାଇ ଲୋକଲୋଚନକୁ ଆଣିପାରିବେ ସେ ସମ୍ପର୍କରେ ବିଶଦ୍‌ ଭାବେ ଧାରଣା ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଜିଲା ଶିଶୁ ସୁରକ୍ଷା ଅଧିକାରିଣୀ ଦେବାଙ୍ଗନା ବାରିକ ଯୋଗଦେଇ ପିଲାମାନଙ୍କୁ ସେମାନଙ୍କ ପାଇଁ ସମ୍ବିଧାନରେ ରହିଥିବା ମୌଳିକ ଅଧିକାର ସମ୍ବନ୍ଧରେ ଅବଗତ କରାଇ ମାନସିକ ସ୍ତରରେ ଶକ୍ତିଶାଳୀ ହେବାକୁ ଗୁରୁତ୍ୱ ଦେଇଥିଲେ। କର୍ମଶାଳାର ଦ୍ୱିତୀୟ ଅଧିବେଶନରେ ଧରିତ୍ରୀର ଯାଜପୁର ଜିଲା ପ୍ରତିନିଧି ହର୍ଷବର୍ଦ୍ଧନ ବେହେରା ଓ ଯୋଡ଼ା ପ୍ରତିନିଧି ମାନସ ରଞ୍ଜନ ମହାନ୍ତି ଯୋଗଦେଇ ପିଲାମାନଙ୍କୁ ଦଳଗତ ଆଲୋଚନା ମାଧ୍ୟମରେ ବିଦ୍ୟାଳୟ ପରିସରରେ ସେମାନେ ସମ୍ମୁଖୀନ ହେଉଥିବା ସମସ୍ୟା, ତା’ର ସମାଧାନ ଏବଂ ସଫଳତା ଉପରେ ଆଲୋକପାତ କରିଥିଲେ। କର୍ମଶାଳାରେ ୟୁନିସେଫର କମ୍ୟୁନିକେଶନ ଆଡଭୋକେସି ରାଧିକା ଶ୍ରୀବାସ୍ତବ, ପିକ୍‌କ ସଙ୍ଗଠନର ସମ୍ପାଦକ ରଞ୍ଜନ କୁମାର ମହାନ୍ତି, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି ଓ ଧରିତ୍ରୀର କେନ୍ଦୁଝର ଜିଲା ପ୍ରତିନିଧି ନରେଶ ଚନ୍ଦ୍ର ପଟ୍ଟନାୟକ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଧାନ କୁଇଣ୍ଟାଲ ୩୫୦୦, କୃଷକଙ୍କୁ ୫୦୦୦ ଟଙ୍କା ଭତ୍ତା ଦିଅ, ନବ ନିର୍ମାଣ କୃଷକ ସଙ୍ଗଠନର ଦାବି

ତିର୍ତ୍ତୋଲ, ୬।୫ (ଗୌରାଙ୍ଗ ଚରଣ ସ୍ବାଇଁ): ତିର୍ତ୍ତୋଲ ସରଣୀ ଛକ ନିକଟ ଆନନ୍ଦ ମଣ୍ଡପ ପରିସରରେ ରବିବାର ନବ ନିର୍ମାଣ କୃଷକ ସଙ୍ଗଠନର ଏକ ବୈଠକ...

ଓଡ଼ିଶାର ଆଗାମୀ ମୁଖ୍ୟମନ୍ତ୍ରୀ ହେବେ କିଏ: ଜୟଶଙ୍କର କହିଲେ ଏମିତି କଥା…

ସମ୍ବଲପୁର, ୬ା୫(ଭବାନୀ ଶଙ୍କର ଭୋଇ):ଭାଷା ସାହିତ୍ୟ, ସଂସ୍କୃତି, ଇତିହାସ ସହ ଓଡ଼ିଆ ଅସ୍ମିତାକୁ ନେଇ ଓଡ଼ିଶାର ପରିଚୟ। ପ୍ରାକୃତିକ ସମ୍ବଳରେ ଭରା ଏକ ସମୃଦ୍ଧ ରାଜ୍ୟରେ...

ନିର୍ବାଚନ ପରେ ବିରୋଧୀଙ୍କ ଦେଖାପାଇବେନି

ସୋନପୁର/ବିନିକା/ଉଲୁଣ୍ଡା/ଅମରପାଲି,୬।୫(ମୃତ୍ୟୁଞ୍ଜୟ ତପଥୀ/ରାମଗୋପାଳ ବାଘ/ଉରୁକ୍ରମ ପାଣ୍ଡିଆ/ପୀତାମ୍ବର ସାହୁ):ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ରବିବାର ସୁବର୍ଣ୍ଣପୁର ଜିଲା ସୋନପୁର ନିର୍ବାଚନମଣ୍ଡଳୀର ସିଆଲି ଓ ବୀରମହାରାଜପୁର ନିର୍ବାଚନମଣ୍ଡଳୀର କଇରାଝୁଲିରେ ନିର୍ବାଚନୀ...

ଲୋଇସିଂହା ବିଧାନସଭା ଆସନ: ୭ ପ୍ରାର୍ଥୀଙ୍କ ପ୍ରାର୍ଥତ୍ପତ୍ର କାଏମ

ଲୋଇସିଂହା,୫।୫(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀଙ୍କ ପ୍ରାର୍ଥତ୍ପତ୍ର ଯାଞ୍ଚ ପ୍ରକ୍ରିୟା ସରିଛି। ଯାଞ୍ଚ ପ୍ରକ୍ରିୟା ପରେ ୭ଜଣ ପ୍ରାର୍ଥୀଙ୍କ ପ୍ରାର୍ଥତ୍ପତ୍ର...

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଘରୁ ମତଦାନ ପ୍ରକ୍ରିୟା ଆରମ୍ଭ

କୋରାପୁଟ,୫।୫(ଅମିତାଭ ବେହେରା): ମେ’ ୧୩ ତାରିଖରେ ରାଜ୍ୟର ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ଏନେଇ ରବିବାର ଆରମ୍ଭ ହୋଇଯାଇଛି ହୋମ୍‌ ଭୋଟିଂ ପ୍ରକ୍ରିୟା। ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ...

ପାହାଡ଼ରୁ ଖସିଲା ପଥର: ମାଲ୍‌ବାହୀ ଟ୍ରେନ୍‌ ଲାଇନଚ୍ୟୁତ

କୋରାପୁଟ,୫ା୫(ଅମିତାଭ ବେହେରା ): ଆନ୍ଧ୍ରର ଶିବଲିଙ୍ଗପୁରମ ନିକଟସ୍ଥ ରେଳ ଧାରଣାରେ ପାହାଡ଼ରୁ ପଥର ଖସି ରବିବାର ଭୋର ସମୟରେ ଏକ ମାଲବାହୀ ଟ୍ରେନ୍‌ ଇଞ୍ଜିନ ଲାଇନଚ୍ୟୁତ...

କଂଗ୍ରେସ ପ୍ରାର୍ଥୀଙ୍କ ଉପରକୁ ଆକ୍ରମଣ: ମୁଣ୍ଡ ଫଟେଇଦେଲେ ଦୁର୍ବୃତ୍ତ

ପୁରୀ,୫।୫: ପୁରୀ କଂଗ୍ରେସ ପ୍ରାର୍ଥୀ ଉମାବଲ୍ଲଭ ରଥଙ୍କ ଉପରେ ରବିବାର ଅପରାହ୍ନରେ ଆକ୍ରମଣ ହୋଇଛି। ସେ ବସ୍‌ଷ୍ଟାଣ୍ଡରେ ବୁଲୁଥିବା ବେଳେ କିଛି ଦୁର୍ବୃତ୍ତ ତାଙ୍କୁ ଆକ୍ରମଣ...

ସଞ୍ଜୟଙ୍କୁ ସମ୍ବଲପୁର ବିଧାନସଭା ନିର୍ବାଚନ ଇନ୍‌ଚାର୍ଜ କଲା ବିଜେଡି

ସମ୍ବଲପୁର,୫ା୫(ପ୍ରମୋଦ ବହିଦାର): ଚଳିତ ନିର୍ବାଚନ ପାଇଁ ବିଜେଡିର ନିର୍ବାଚନ ସଂଯୋଜକ ଓ ନିର୍ବାଚନ ଇନ୍‌ଚାର୍ଜ ନିଯୁକ୍ତ କରାଯାଇଛି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri