ଚାଇନା ଗୁପ୍ତଚର ଜାହାଜକୁ ପ୍ରବେଶ ଲାଗି ଅନୁମତି ଦେଲାନି ଶ୍ରୀଲଙ୍କା…

କଲମ୍ବୋ, ୬।୮ : ଦୁଇ ସରକାରଙ୍କ ମଧ୍ୟରେ ପରାମର୍ଶ ନହେବା ପର୍ଯ୍ୟନ୍ତ ଶ୍ରୀଲଙ୍କା ସରକାର ଚାଇନାର ସ୍ପେସ-ସାଟେଲାଇଟ ଟ୍ରାକର ଜାହାଜ ୟୁଆନ ୱାଙ୍ଗ ୫ର ହମ୍ବନଟୋଟା ବନ୍ଦରରେ ଅଟକ ରଖିବାକୁ କହିଛନ୍ତି। ଚାଇନାର ଗୁପ୍ତଚର ଜାହାଜ ଅଗଷ୍ଟ ୧୧ ରେ ଶ୍ରୀଲଙ୍କାର ହମ୍ବନଟୋଟା ବନ୍ଦରରେ ଇନ୍ଧନ ଭର୍ତ୍ତି କରିବା ପରେ ଅଗଷ୍ଟ ୧୭ରେ ସେଠାରୁ ଛାଡିବାର କାର୍ଯ୍ୟକ୍ରମ ଥିଲା।

ଗୁପ୍ତଚର ଜାହାଜ ୟୁଆନ ୱାଙ୍ଗ-୫କୁ ୨୦୦୭ରେ ନିର୍ମିତ କରାଯାଇଥିଲା। ଏହାର କ୍ଷମତା ୧୧,୦୦୦ ଟନ। ଏହି ସର୍ଭେ ଜାହାଜ ୧୩ ଜୁଲାଇରେ ଚାଇନାର ଜିଆଙ୍ଗିନ ବନ୍ଦରରୁ ଯାତ୍ରା ଆରମ୍ଭ କରିଥିଲା। ଏବେ ଏହା ତାଇୱାନ ନିକଟରେ ପହଞ୍ଚିଛି। ମେରାଇନ ଟ୍ରାଫିକ ୱେବସାଇଟ ଅନୁଯାୟୀ ଏହି ଜାହାଜଟି ଦକ୍ଷିଣ ଜାପାନ ଏବଂ ତାଇୱାନର ଉତ୍ତର-ପୂର୍ବ ମଧ୍ୟରେ ପୂର୍ବ ଚାଇନା ସାଗରରେ ଅଛି। ନିକଟରେ ଶ୍ରୀଲଙ୍କାର ହମ୍ବନଟୋଟା ବନ୍ଦରରେ ଏକ ବିଶାଳ ଚାଇନା ଜାହାଜର ଆଗମନ ସମ୍ପର୍କରେ ସୂଚନା ଉପରେ ଭାରତ ନିଜର ଆପତ୍ତି ଜଣାଇଥିଲା। ଭାରତର ବହିର୍ବ୍ୟାପାର ମନ୍ତ୍ରଣାଳୟ ସ୍ପଷ୍ଟ ଭାବରେ କହିଥିଲା ଯେ ଏହାର ସୁରକ୍ଷା ତଥା ଅର୍ଥନୈତିକ ସ୍ବାର୍ଥ ଉପରେ ପ୍ରଭାବ ପକାଉଥିବା କୌଣସି ଗତିବିଧି ଉପରେ ଏହା ତୀକ୍ଷ୍ଣ ନଜର ରଖିଛି। ଏହା ପରେ ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କା ନିଜ ଦେଶର ଆର୍ଥିକ ସ୍ଥିତିକୁ ନେଇ ଚିନ୍ତା କରିବା ଆରମ୍ଭ କରିଥିଲା। ଶ୍ରୀଲଙ୍କା ଏହା ମଧ୍ୟ ଜାଣେ ଯେ ସଙ୍କଟ ସମୟରେ ଭାରତ ଏହାକୁ ସମର୍ଥନ କରିଥିଲା।

ତେଣୁ ଶ୍ରୀଲଙ୍କା ଚାଇନା ଜାହାଜର ପ୍ରବେଶ ଅନୁମତିକୁ ମନା କରିଛି। ଚାଇନାର ଜାହାଜ ୟୁଆନ ୱାଙ୍ଗ-୫ ଇ ରିଫିଲିଂ ପାଇଁ ଅଗଷ୍ଟ ୧୧ରୁ ୧୭ ମଧ୍ୟରେ ଶ୍ରୀଲଙ୍କାର ହମ୍ବନଟୋଟା ବନ୍ଦରରେ ପହଞ୍ଚିବ ବୋଲି ଆଶା କରାଯାଉଥିଲା ଏବଂ ଅଗଷ୍ଟ ଏବଂ ସେପ୍ଟେମ୍ବର ମଧ୍ୟରେ ଭାରତ ମହାସାଗରର ଉତ୍ତର-ପଶ୍ଚିମ ଭାଗରେ ଉପଗ୍ରହ ନିୟନ୍ତ୍ରଣ ଏବଂ ଅନୁସନ୍ଧାନ ଟ୍ରାକିଂ କରିବାକୁ ଯୋଜନା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କଳାକାରଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭେଟି: ବଢ଼ିଲା ସହାୟତା ଭତ୍ତା, ଉପକୃତ ହେବେ ୪୭ ହଜାର

ଭୁବନେଶ୍ୱର,୨୮ା୧୨: କେନ୍ଦୁଝର ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର କଳାକାରମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ‘ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା’ରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ୟୁକ୍ରେନ୍‌କୁ ବଡ଼ ଚେତାବନୀ ଦେଲେ ପୁଟିନ୍‌

ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫ୍ଲୋରିଡ଼ାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

ଦାରିଙ୍ଗବାଡିର ଗର୍ବ ଓ ଗୌରବ, ଓପିଏସ୍‌ସି ପରୀକ୍ଷାରେ ୧୬ତମ ସ୍ଥାନରେ ମାନସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ): ଓପିଏସସିର ଫଳାଫଳ ବାହାରି ସାରିଥିବା ବେଲେ ଏଥିରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ମେରାମାହା ଗ୍ରାମର ମାନସ...

୨୦୨୫ରେ ବଦଳିଲା ଚାକିରିର ରୂପରେଖ: ଜାଣନ୍ତୁ କେଉଁ କ୍ୟାରିୟରକୁ ଅଧିକ ବାଛିଲେ ଜେନ ଜି?

ନୂଆଦିଲ୍ଲୀ,୨୮ା୧୨: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ପ୍ରଭାବ ଏବଂ ଅର୍ଥନୈତିକ ଅସ୍ଥିରତା ଯୋଗୁଁ ୨୦୨୫ ମସିହାରେ ନୂତନ ଗ୍ରାଜୁଏଟମାନେ ନିଜର କର୍ମକ୍ଷେତ୍ର ବାଛିବା ଶୈଳୀରେ ବ୍ୟାପକ...

ଗଟାମାହା ଜଙ୍ଗଲରେ ଅତର୍କିତ ଚଢ଼ାଉ, ଗଞ୍ଜେଇ ଗଛ ପୋଡ଼ିଦେଲା ପୋଲିସ

ଜି.ଉଦୟଗିରି,୨୮/୧୨( ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ପୋଲିସ ଥାନା ଅନ୍ତର୍ଗତ ଗଟାମାହା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଗଞ୍ଜେଇ ଚାଷ ହେଉଥିବା ଖବର ପାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri