ବଢ଼ୁଛି ଭେଜାଲ, ରଙ୍ଗମିଶା ଖାଦ୍ୟ ବିକ୍ରି

କେନ୍ଦ୍ରାପଡ଼ା ଅଫିସ, ୬।୮: ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ଷ୍ଟଲ୍‌, ଦୋକାନରେ ଭଳିକି ଭଳି ରଙ୍ଗ ବେରଙ୍ଗ ମିଠା ସହ ଅନ୍ୟ ଖାଦ୍ୟ ସଜା ଯାଉଛି। ଯେଭଳି ଏହା ଗ୍ରାହକଙ୍କୁ ଆକୃଷ୍ଟ କରିବ। ତେବେ ଏହି ରଙ୍ଗଦିଆ ଖାଦ୍ୟ କେନ୍ଦ୍ରାପଡ଼ା ଜିଲାରେ ବିଭିନ୍ନ ରୋଗର କାରଣ ସାଜିଛି। ଅସ୍ବାସ୍ଥ୍ୟକର ପରିବେଶରେ ତିଆରି ଗୁପ୍‌ଚୁପ୍‌ଠାରୁ ଆରମ୍ଭ କରି ହୋଟେଲ, ଜଳଖିଆ, ଫାଷ୍ଟଫୁଡ ଦୋକାନରେ ଖାଦ୍ୟସାମଗ୍ରୀ କେନ୍ଦ୍ରାପଡ଼ା ଜିଲାରେ ବୁଦ୍ଧିଜୀବୀମାନଙ୍କୁ ଚିନ୍ତାରେ ପକାଇଛି। ପାଉଁରୁଟି, ପାଣି ବୋତଲ ଓ ପାଉଚ, ଆଇସକ୍ରିମ ଆଦି ସ୍ଥାନୀୟ ଅଞ୍ଚଳରୁ ଉପତ୍ାଦନ କରାଯାଇ ପ୍ୟାକେଟରେ ବିକ୍ରି ହେଉଛି। ଏଥିରେ ପ୍ରସ୍ତୁତି ତାରିଖ, ବ୍ୟବହାର ସମୟ ଶେଷ ଅବଧି ଆଦି ଲେଖା ରହୁନାହିଁ। ପ୍ରଶାସନ ଏ ନେଇ ସବୁ ଜାଣୁଥିଲେ ମଧ୍ୟ ନୀରବ ରହିଛି। ଏକ ବଡଧରଣର ବିପଦ ପର୍ଯ୍ୟନ୍ତ ସେମାନେ ଅପେକ୍ଷା କରିଥିବା ସ୍ଥାନୀୟ ଅଞ୍ଚଳବାସୀ ମତ ଦେଇଛନ୍ତି।
ଏ ସମ୍ପର୍କରେ ଖଡିଅଙ୍କର ସେକ୍‌ ଅମଜାନ କୁହନ୍ତି, କେନ୍ଦ୍ରାପଡ଼ା ଜିଲା ଗ୍ରାମାଞ୍ଚଳ ସହ ପଟ୍ଟାମୁଣ୍ଡାଇ ଓ କେନ୍ଦ୍ରାପଡ଼ା ମ୍ୟୁନିସିପାଲିଟି ଅଞ୍ଚଳରେ ପ୍ରାୟ ୫ ହଜାରରୁ ଅଧିକ ଛୋଟ ବଡ ଜଳଖିଆ ଦୋକାନ ଅଛି। ସେହିପରି ଜିଲାରେ ୨୦୦ରୁ ଅଧିକ ମଧ୍ୟମ ଧରଣର ହୋଟେଲ ରହିଛି। ଏଠାରେ ମିଳୁଥିବା ଖାଦ୍ୟ ଉପରେ କୌଣସି ପ୍ରଶାସନିକ ଅଧିକାରୀଙ୍କ ନଜର ନାହିଁ। ପ୍ରତି ଦୋକାନରେ ରଙ୍ଗମିଶା ଖାଦ୍ୟ ସହ କେତେକ ସ୍ଥାନରେ ଗ୍ରାହକଙ୍କୁ ବାସି ଖାଦ୍ୟ ପରଷା ଯାଉଛି। ସେହିପରି ଚାଟ୍‌, ଜିଲାପି, ପକୋଡା ପ୍ରଭୃତି ଫାଷ୍ଟ ଫୁଡ ଆଦିରେ ବହୁଳ ରାସାୟନିକ ରଙ୍ଗ ମିଶାଯାଉଛି। ଗୁପଚୁପର ଖଟାପାଣି ପାଟିକୁ ସ୍ବାଦ ହେବା ଲାଗି ତେନ୍ତୁଳି ବଦଳରେ ଭିନେଗାର ପ୍ରୟୋଗ କରାଯାଉଛି। ଏହି ରାସାୟନିକ ପଦାର୍ଥ ଏବେ ରୋଗର କାରଣ ହୋଇଛି। ସାମାଜିକ କର୍ମୀ ମନୋଜ କୁମାର ନାୟକ କୁହନ୍ତି, ଜୀବନଧାରଣ ପାଇଁ ଖାଦ୍ୟ ଜରୁରୀ। ତେବେ ବ୍ୟବସାୟୀମାନେ ଗ୍ରାହକଙ୍କ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେଉନାହାନ୍ତି। ଖାଦ୍ୟରେ ରଙ୍ଗ ମିଶାଇବା, ପୋଡା ତେଲରେ ଛାଣିବା, ବାସିଖାଦ୍ୟ ଦେବା ଆଦି ବ୍ୟବସାୟୀଙ୍କ ସ୍ବଭାବ ହେଲାଣି। କମ୍‌ ପଇସା ଖର୍ଚ୍ଚରେ ବେଶି ଲାଭ ସମସ୍ତଙ୍କ ଲକ୍ଷ୍ୟ ହୋଇଛି। ଅସ୍ବାସ୍ଥ୍ୟକର ପରିବେଶରେ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତି ରୋଗ ସୃଷ୍ଟିର ଅନ୍ୟତମ କାରଣ ହୋଇଛି। ଆଇସକ୍ରିମ ଓ ପାଉଁରୁଟି ନିର୍ମାଣ ସ୍ଥଳ ଆଦୌ ପରିଷ୍କାର ହେଉନାହିଁ। ସେହିପରି ଏଠାରେ ବ୍ୟବହୃତ ସାମଗ୍ରୀ ଉପରେ କୌଣସି ତନଖି ନ ଥିବାରୁ ନିର୍ମାତାକାରୀ ମନଇଚ୍ଛା ଗ୍ରାହକଙ୍କୁ ନିମ୍ନମାନର ଖାଦ୍ୟ ଯୋଗାଣ କରୁଛନ୍ତି। ଏପରି କି ଏଠାରେ ପ୍ରସ୍ତୁତ ପାଣି ବୋତଲ ଓ ପାଉଚ, ଆଇସକ୍ରିମ ଆଦିର ବ୍ୟବହାରର ସମୟ ଅବଧି ସମ୍ବନ୍ଧୀୟ ତଥ୍ୟ ଆଦୌ ଉଲ୍ଲେଖ ରହୁନାହିଁ। ଆଇନଜୀବୀ ବିଧୁଭୂଷଣ ମହାପାତ୍ର କୁହନ୍ତି, ଖାଦ୍ୟରେ ରଙ୍ଗ ବ୍ୟବହାର, ବାସିଖାଦ୍ୟ ଯୋଗୁ ଗଳା ଓ ଜିଭ କୁଣ୍ଡାଇ ହେବା, ନିଃଶ୍ୱାସ ପ୍ରଶ୍ୱାସରେ କଷ୍ଟ ହେବା, ଲୋ ବ୍ଲଡ ପ୍ରେସର, ବାନ୍ତି, ଡାଇରିଆ, ଦେହରେ ଫଳିଯିବାଠାରୁ ଆରମ୍ଭ କରି କର୍କଟ ରୋଗ ପର୍ଯ୍ୟନ୍ତ ସୃଷ୍ଟି ହେଉଛି। ଫଳ ପାଚିବା ପାଇଁ ରାସାୟନିକ ଦ୍ରବ୍ୟ ବହୁଳ ବ୍ୟବହାର ହେଉଥିବା ବେଳେ ପରିବା କଞ୍ଚା ଦେଖାଯିବା ପାଇଁ ବ୍ୟବସାୟୀମାନେ ରଙ୍ଗର ବ୍ୟବହାର କରୁଛନ୍ତି। ଯେଉଁ ଡବା ବା ପ୍ୟାକେଟ୍‌ରେ ସବୁଜ ବିନ୍ଦୁ ରହିଛି, ସେଥିରେ ଆମିଷ ଓ ଅଣ୍ଡା ପଡୁନାହିଁ। ଆଉ ଯେଉଁ ପ୍ୟାକେଟ ଓ ଡବାରେ ଲାଲ ବିନ୍ଦୁ ରହୁଛି, ସେଥିରେ ଆମିଷ ଓ ଅଣ୍ଡାର ବ୍ୟବହାର କରାଯାଉଥିବା ସୂଚନା ଦିଆଯାଇଛି। ଯେଉଁ ଡବା ଉପରେ କଳା ଚିହ୍ନ ରହିଛି ତାହା ରାସାୟନିକ ପଦର୍ଥ ବୋଲି ଜଣାପଡିବ। ଜିଲାରେ ଖାଦ୍ୟ ନମୁନା ପରୀକ୍ଷା ପାଇଁ ଗବେଷଣାଗାରର ଆବଶ୍ୟକତା ରହିଛି। ଏ ସମ୍ପର୍କରେ ଜିଲା ଖାଦ୍ୟ ନିରୀକ୍ଷିକା ଅନିତା ଦାସଙ୍କୁ ପଚାରିବାରେ ପ୍ରତିମାସ ବିଭିନ୍ନ ସ୍ଥାନରେ ଗ୍ରାହକଙ୍କୁ ଦିଆଯାଉଥିବା ଖାଦ୍ୟ ସମ୍ପର୍କରେ ତନଖି ହେଉଛି। କେତେକ ସ୍ଥାନରେ ଖାଦ୍ୟ ନମୁନା ସଂଗ୍ରହ କରାଯାଇ ପରୀକ୍ଷାଗାରକୁ ପଠାଯାଉଛି। କର୍ମଚାରୀ ଅଭାବରୁ ଜିଲାର ସମସ୍ତ ସ୍ଥାନରେ ଚଢ଼ାଉ ସମ୍ବବ ହେଉ ନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କର୍ଲାମୁଣ୍ଡାରେ ଖୋଲିଲା ମଣ୍ଡି, ପ୍ରଥମ ଦିନରେ କ୍ରୟ ହେଲା…

କର୍ଲାମୁଣ୍ଡା/ରିଷିଡ଼ା,୧୧ା୧୨(ପ୍ରଦୀପ କୁମାର ସାହୁ/ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅଞ୍ଚଳରେ ଚଳିତ ବର୍ଷ ଖରିଫ୍‌-୨୫ର ପ୍ରଥମ ଧାନମଣ୍ଡି କର୍ଲାମୁଣ୍ଡା ପାଣିପଞ୍ଚାୟତସ୍ଥିତ ପଡ଼ିଆଠାରେ ଗୁରୁବାର ଉଦ୍‌ଘାଟିତ...

ଯାଞ୍ଚ ବେଳେ ଔଷଧ ଦୋକାନରୁ ବାହାରିଲା ମଦ, ଦେଖିକି ତାଜୁବ ହୋଇଗଲା ପୋଲିସ

ଭଦ୍ରକ, ୧୧।୧୨(ସନାତନ ରାଉତ): ଭଦ୍ରକ ସହର ବାଇପାସସ୍ଥିତ ଏକ ଔଷଧ ଦୋକାନରୁ ପୋଲିସ ବିପୁଳ ପରିମାଣର ମଦ ଜବତ କରିଛି । ସୂଚନା ମୁତାବକ ଉକ୍ତ...

ଆଶ୍ଚର୍ଯ୍ୟ ଲାଗିଲେ ବି ସତ! ଏହି ସ୍ଥାନରେ 5 ଦିନ ପୋଷାକ ପିନ୍ଧନ୍ତିନି ମହିଳା

ନୂଆଦିଲ୍ଲୀ,୧୧|୧୨ : ଭାରତ ଅନନ୍ୟ ସଂସ୍କୃତି, ପରମ୍ପରା ଏବଂ ମାନ୍ୟତା ପାଇଁ ସାରା ବିଶ୍ବରେ ପରିଚିତ । ଦେଶର ଏକ ସ୍ଥାନରେ ଏପରି ଏକ ପରମ୍ପରା...

ଶୋଇଥିଲେ ମହିଳା, ଘରେ ପଶି ଦଳିଦେଲା ହାତୀ

ବଲାଙ୍ଗୀର,୧୧ା୧୨(ସୁନିଲ କୁମାର ମହାନ୍ତି): ବଙ୍ଗୋମୁଣ୍ଡା ରେଞ୍ଜ ତୁରେକେଲା ଥାନା ଅନ୍ତର୍ଗତ ସାନବାଙ୍କୀ ଗାଁରେ ହାତୀ ଆକ୍ରମଣରେ ଜଣେ ମହିଳା଼ଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ଜଣକ...

କଂଗ୍ରେସ ଛାଡି ନୂଆ ଦଳ ଗଠନ କରିବେ ମୋକିମ! ମୁହଁ ଖୋଲିଲେ ସୁର, କହିଲେ…

ଭୁବନେଶ୍ୱର,୧୧।୧୨: ମୋକିମଙ୍କ ଚିଠି ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ। ସୁର କହିଛନ୍ତି, ମୋକିମ ଏପରି କରି ଝିଅ କ୍ୟାରିୟରକୁ...

ବସ୍‌-ବାଇକ୍‌ ମୁହାଁମୁହିଁ, ଚାଲିଗଲା ୨ ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୧ା୧୨(ଆଶିଷ ରଞ୍ଜନ ପଣ୍ଡା): ଗୁଡାରୀରୁ ବାଡ଼ିସୋଲା ସ୍କୁଲରେ ଯୁକ୍ତଦୁଇ ପାଠ ପଢ଼ିବା ପାଇଁ ବାଇକ୍‌ରେ ଯାଉଥିବା ବେଳେ ଗୁରୁବାର ସକାଳୁ ରାମନାଗୁଡ଼ା ବ୍ଲକ ପାଲୁପାଇ ନିକଟରେ...

ମାଲକାନଗିରିରେ ସରିଲା ଉପ ମୁଖ୍ୟମନ୍ତ୍ରୀଙ୍କ ବୈଠକ: କହିଲେ…

ମାଲକାନଗିରି,୧୧।୧୨: ମାଲକାନଗିରିରେ ସରିଲା ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓଙ୍କ ବୈଠକ। ପର୍ଯ୍ୟାୟ କ୍ରମେ ଦୁଇ ଗୋଷ୍ଠୀଙ୍କ ସହ କେଭି ସିଂହଦେଓଙ୍କ ଆଲୋଚନା କରିଛନ୍ତି। ଜିଲାପାଳଙ୍କ କାର୍ଯ୍ୟାଳୟରେ ବୈଠକ...

ଐଶ୍ୱର୍ଯ୍ୟା-ଅଭିଷେକ ଛାଡପତ୍ର ଗୁଜବ ବିଷୟରେ ଜାଣିଛନ୍ତି କି ଝିଅ ଆରାଧ୍ୟା, ବାପା କହିଲେ…

ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରାୟତଃ ଛାଡପତ୍ର ବିଷୟରେ ଆଲୋଚନା ହୁଏ। ଏହା ସିଧାସଳଖ ସେମାନଙ୍କ ପରିବାର ଏବଂ ପିଲାମାନଙ୍କୁ ପ୍ରଭାବିତ କରେ। ନିକଟରେ ଅଭିଷେକ ବଚ୍ଚନ ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri